bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 15
Revelation 15
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 16 →
1
ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି।
2
ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।
3
ସେମାନେ ଈଶ୍ୱର ପ୍ରଦାନ କରିଥିବା ବୀଣା ବଜାଇ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରୁଥିଲେ। “ହେ ମହାପରାକ୍ରାନ୍ତ ପ୍ରଭୁ ଈଶ୍ୱର! ତୁମ କାର୍ଯ୍ୟସକଳ କେଡ଼େ ମହାନ୍ ଓ ବିଚିତ୍ର, ସମସ୍ତ ଜାତିର ରାଜାଧିରାଜ! ତୁମ କର୍ମପନ୍ଥା କେଡ଼େ ନ୍ୟାୟସଙ୍ଗତ ଓ ଯଥାର୍ଥ!
4
ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।”
5
ଅନନ୍ତର ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବାର ମୁଁ ଦେଖିଲି। ସେଥିରେ ଈଶ୍ୱରଙ୍କ ଉପସ୍ଥିତିସୂଚକ ତମ୍ବୁ ଥିଲା।
6
ସପ୍ତ ମହାମାରୀ ଧରିଥିବା ସପ୍ତଦୂତ ସ୍ୱର୍ଗମନ୍ଦିର ଭିତରୁ ବାହାରି ଆସିଲେ: ସେମାନେ ନିର୍ମଳ ଶୁଭ୍ର ବସ୍ତ୍ର ପିନ୍ଧି ଥିଲେ ଓ ବକ୍ଷ ସ୍ଥଳରେ ସୁବର୍ଣ୍ଣ ପଟୁକା ବାନ୍ଧି ଥିଲେ।
7
ପୂର୍ବୋକ୍ତ ଚାରୋଟି ପ୍ରାଣୀ ମଧ୍ୟରୁ ଜଣେ ଚିରଜୀବୀ ଈଶ୍ୱରଙ୍କ କୋପରେ ପରିପୂର୍ଣ୍ଣ ସାତଟି ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ।
8
ଈଶ୍ୱରଙ୍କ ଗୌରବ ଓ ପରାକ୍ରମରୁ ଉତ୍ଥିତ ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା; ସପ୍ତ ଦୂତ ଘେନି ଆସିଥିବା ସପ୍ତ ମହାମାରୀର ଅବସାନ ନ ଘଟିବା ପର୍ଯ୍ୟନ୍ତ ଏହି ମନ୍ଦିର ମଧ୍ୟରେ ଆଉ କେହି ପ୍ରବେଶ କରି ପାରିଲେ ନାହିଁ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22