bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 11
Acts 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 12 →
1
ପିତର ଯିରୁଶାଲମ ଫେରି ଆସିଲେ ଯିହୂଦାରେ ପ୍ରେରିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରିଛନ୍ତି।
2
ତେଣୁ ପିତର ଯିରୁଶାଲମରେ ପହଞ୍ଚିବା ପରେ ସୁନ୍ନତ ହୋଇଥିବା ଲୋକମାନେ ତାହାଙ୍କୁ ସମାଲୋଚନା କଲେ।
3
ସେମାନେ କହିଲେ, “ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ।”
4
ତେଣୁ ପିତର ସେମାନଙ୍କୁ ସମସ୍ତ ଘଟଣାମାନ ବୁଝାଇ କହିଲେ,
5
“ମୁଁ ଯାଫୋ ନଗରରେ ପ୍ରାର୍ଥନା କଲାବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି। ଗୋଟିଏ ଗ୍ଭଦର ଗ୍ଭରି କୋଣରୁ ଧରାଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି।
6
ମୁଁ ମନୋଯୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥିରେ ଗ୍ଭରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି।
7
ତା’ପରେ ମୁଁ ଗୋଟିଏ ସ୍ୱର ଶୁଣିଲି, ‘ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।’
8
“କିନ୍ତୁ ମୁଁ କହିଲି, ‘ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କେବେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇ ନାହିଁ।’
9
“ଏହି ସ୍ୱର ମୁଁ ସ୍ୱର୍ଗରୁ ଦ୍ୱିତୀୟ ଥର ପୁଣି ଶୁଣିଲି, ‘ପରମେଶ୍ୱର ଯାହାସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ୍ ନୁହେଁ।’
10
“ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା।
11
ଠିକ୍ ସେହି ସମୟରେ ତିନି ଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସେମାନଙ୍କୁ କାଇସରୀଆରୁ ମୋ’ ପାଖକୁ ପଠା ଯାଇଥିଲା।
12
ମୋତେ ସେମାନଙ୍କ ସହିତ ବିନା ସଙ୍କୋଚରେ ଯିବା ପାଇଁ ପବିତ୍ରଆତ୍ମା ନିର୍ଦ୍ଦେଶ ଦେଲେ। ମୋ’ ସାଙ୍ଗରେ ଏଠାରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ। ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ।
13
କର୍ଣ୍ଣୀଲିୟ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେହିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, ‘ଯାଫୋ ନଗରକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଆଣ।
14
ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’
15
“ମୁଁ କହିବାକୁ ଆରମ୍ଭ କଲା ମାତ୍ରେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମରେ ଓହ୍ଲାଇ ଆସିଥିଲେ।
16
ସେତେବେଳେ ମୋର ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, ‘ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ।’
17
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମା ଦାନ ଦେଇଥିଲେ, ସହିପରି ଯଦି ସେ ସେମାନଙ୍କୁ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବା ପାଇଁ କିଏ?”
18
ଯିହୂଦୀୟ ବିଶ୍ୱାସୀମାନେ ଏ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, “ଏହାର ଅର୍ଥ ଯେ, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି।”
19
ଆନ୍ତିୟଖିଆରେ ସୁସମାଗ୍ଭର ସ୍ତିଫାନ ମୃତ ହେବାପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ୱାସୀମାନେ ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସେଠାରେ ସେମାନେ ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଗ୍ଭର ପ୍ରଗ୍ଭର କଲେ ନାହିଁ।
20
ଏହି ବିଶ୍ୱାସୀମାନଙ୍କ ମଧ୍ୟରେ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ। ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀକ୍ମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ଦେଲେ।
21
ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।
22
ଆନ୍ତିୟଖିଆର ଏହି ନୂଆ ବିଶ୍ୱାସୀମାନଙ୍କ ବିଷୟରେ ଯିରୁଶାଲମର ବିଶ୍ୱାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସେମାନେ ବର୍ଣ୍ଣବ୍ବାଙ୍କୁ ଆନ୍ତିୟଖିଆକୁ ପଠାଇଦେଲେ।
23
ବର୍ଣ୍ଣବ୍ବା ସେଠାରେ ପହଞ୍ଚି ସେହି ଲୋକମାନଙ୍କୁ ପରମେଶ୍ୱର ଦେଇଥିବା ଆଶୀର୍ବାଦ ଦେଖି ବହୁତ ଖୁସୀ ହେଲେ। ସେ ସେମାନଙ୍କୁ ଆହୁରି ଉତ୍ସାହିତ କଲେ। ସେ ସେମାନଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣରେ ପ୍ରଭୁଙ୍କର ବାଧ୍ୟ ହୁଅ।”
24
ବର୍ଣ୍ଣବ୍ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ପବିତ୍ରଆତ୍ମା ଓ ବିଶ୍ୱାସରେ ପୂର୍ଣ୍ଣ ଥିଲେ। ତେଣୁ ଅନେକ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ।
25
ବର୍ଣ୍ଣବ୍ବା ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ।
26
ଯେତେବେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନେଇ ଆସିଲେ। ଶାଉଲ ଓ ବର୍ଣ୍ଣବ୍ବା ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିଲେ ଓ ଯେତେଥର ବିଶ୍ୱାସୀମାନଙ୍କ ଦଳ ସେମାନଙ୍କ ନିକଟକୁ ଆସିଲେ, ସେମାନେ ସେମାନଙ୍କୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମରେ ଖ୍ରୀଷ୍ଟିଆନ ନାମରେ ନାମିତ ହେଲେ।
27
ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ।
28
ସେମାନଙ୍କ ମଧ୍ୟରେ ଆଗାବ ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟଦ୍ବାଣୀ କହିଲେ, “ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ।” ଏହି ଦୁର୍ଭିକ୍ଷ କ୍ଳାଉଦିଅ କାଇସରଙ୍କ ସମୟରେ ପଡ଼ିଥିଲା।
29
ସେଥିପାଇଁ ବିଶ୍ୱାସୀମାନେ ସ୍ଥିର କଲେ ଯେ, ସେମାନେ ଯଥାଶକ୍ତି ସାହାଯ୍ୟ ପାଠାଇବେ। ପ୍ରତ୍ୟେକ ବିଶ୍ୱାସୀ ନିଜର ସାଧ୍ୟମତେ ସାହାଯ୍ୟ ଦେବା ପାଇଁ ଯୋଜନା କଲେ।
30
ସେମାନେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣବ୍ବାଙ୍କୁ ଦେଲେ। ଶାଉଲ ଓ ବର୍ଣ୍ଣବ୍ବା ତାହା ଆଣି ଯିହୂଦାର ପ୍ରାଚୀନ ବ୍ୟକ୍ତିମାନଙ୍କ ହାତରେ ଅର୍ପଣ କଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28