bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 12
Acts 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 13 →
1
ବିଶ୍ୱାସୀମଣ୍ଡଳୀ ଉପରେ ହେରୋଦଙ୍କର ଅତ୍ୟାଗ୍ଭର ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ ଉପରେ ଅତ୍ୟାଗ୍ଭର କରିବା ଆରମ୍ଭ କରିଦେଲେ।
2
ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ।
3
ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା।
4
ତା’ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।
5
ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।
6
ପିତରଙ୍କୁ ଜେଲ୍ରୁ ମୁକ୍ତି ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା’ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ।
7
ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସେଠାରେ ଉଭା ହେଲେ। କୋଠରିଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା। ସେ ପିତରଙ୍କୁ ହଲେଇ ଦେଇ କହିଲେ, “ଶୀଘ୍ର ଉଠ।” ସେହି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।
8
ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, “ଲୁଗାପଟା ଓ ଜୋତା ପିନ୍ଧ।” ସେ ପିନ୍ଧିଲେ। ସେ ପୁଣି କହିଲେ, “ତୁମ୍ଭର ଗ୍ଭଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର।”
9
ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ଯେ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରି ପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଅଛନ୍ତି।
10
ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ।
11
ତା’ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।”
12
ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହା ଯାଉଥିଲା। ସେଠାରେ ଅନେକ ଲୋକ ଏକାଠି ହୋଇ ପ୍ରାର୍ଥନା କରୁଥିଲେ।
13
ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଗ୍ଭକରାଣୀ କବାଟ ଖୋଲିବାକୁ ଆସିଲା।
14
ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସୀ ହୋଇଗଲା ଯେ, ସେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, “ପିତର କବାଟ ପାଖରେ ଠିଆ ହୋଇଛନ୍ତି!”
15
ବିଶ୍ୱାସୀମାନେ ରୋଦାର କଥା ଶୁଣି ତାହାକୁ କହିଲେ, “ତୁ ପାଗଳୀ,” କିନ୍ତୁ ସେ ତା’ କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ, “ସେ ନିଶ୍ଚୟ ପିତରଙ୍କର ଦୂତ।”
16
କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଗ୍ଭଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ।
17
ପିତର ସେମାନଙ୍କୁ ହାତରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା’ପରେ ସେ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ।
18
ତହିଁ ଆରଦିନ ସକାଳ ହେବାରୁ ସୈନ୍ୟମାନେ ଅତି ବିବ୍ରତ ହୋଇଗଲେ। ପିତରଙ୍କ ପ୍ରତି କ’ଣ ଘଟିଥିବ, ଏହା ଭାବି ସେମାନେ ଚିନ୍ତିତ ହୋଇପଡ଼ିଲେ।
19
ହେରୋଦ ତାହାଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତା’ପରେ ସେ ଜଗୁଆଳୀମାନଙ୍କୁ ପଚରା ଉଚରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦେଲେ। ହେରୋଦ ଆଗ୍ରିପ୍ପାଙ୍କ ମୃତ୍ୟୁ ତା’ପରେ ହେରୋଦ ଯିହୂଦା ପ୍ରଦେଶରୁ ଯାଇ କାଇସରୀଆଠାରେ ରହିଲେ।
20
ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସେମାନେ ଦଳ ଦଳ ହୋଇ ତାହାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଗ୍ଭକର ବ୍ଲାସ୍ତଙ୍କ ସାହାଯ୍ୟ ନେଲେ। ସେମାନେ ହେରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ଆସୁଥିଲା।
21
ହେରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖା କରିବା ପାଇଁ ସ୍ଥିର କଲେ। ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ।
22
ଲୋକମାନେ ପାଟିକରି କହିଲେ, “ଏହା ଦେବତାର ସ୍ୱର, ମନୁଷ୍ୟର ନୁହେଁ।”
23
ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।
24
କିନ୍ତୁ ପରମେଶ୍ୱରଙ୍କର ସୁସମାଗ୍ଭର ଗ୍ଭରିଆଡ଼େ ବ୍ୟାପିଗଲା। ଅଧିକରୁ ଅଧିକ ଲୋକମାନେ ଏହି ସୁସମାଗ୍ଭର ଦ୍ୱାରା ପ୍ରଭାବିତ ହେଲେ। ବିଶ୍ୱାସୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା।
25
ବର୍ଣ୍ଣବ୍ବା ଓ ଶାଉଲ ଯିରୁଶାଲମରେ କାମ ସାରି ଆନ୍ତିୟଖିଆକୁ ଫେରିଗଲେ। ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନ ଥିଲେ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28