bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 7
Acts 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
1
ସ୍ତିଫାନଙ୍କ ଭାଷଣ ମହାଯାଜକ ସ୍ତିଫାନଙ୍କୁ ପଗ୍ଭରିଲେ, “ଏସବୁ କଥା କ’ଣ ସତ୍ୟ?”
2
ସେ ଉତ୍ତର ଦେଲେ, “ମୋର ଯିହୂଦୀ ପିତାମାନେ ଓ ଭାଇମାନେ, ମୋ’ କଥା ଶୁଣ। ଆମ୍ଭର ପିତା ଅବ୍ରହାମ ହାରୋଣ ନଗରରେ ବାସ କରିବା ପୂର୍ବରୁ ଯେତେବେଳେ ମେସପତାମିଆରେ ଥିଲେ, ସେତେବେଳେ ଗୌରବମୟ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ,
3
‘ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି, ସେ ଦେଶକୁ ଗ୍ଭଲିଯାଅ।’
4
“ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ।
5
ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
6
“ପରମେଶ୍ୱର ତାହାଙ୍କୁ ଏହିକଥା କହିଥିଲେ, ‘ତୁମ୍ଭର ସନ୍ତାନମାନେ ବିଦେଶରେ ଦାସ କର୍ମ କରିବେ। ସେମାନେ ତାହାଙ୍କୁ ଗ୍ଭରିଶହ ବର୍ଷ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବେ।’
7
ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା’ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’
8
“ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚିହ୍ନ ପ୍ରଦାନ କଲେ। ସେ ଇସ୍ହାକଙ୍କର ପିତା ହେଲେ। ଇସ୍ହାକଙ୍କ ଜନ୍ମର ଅଷ୍ଟମ ଦିନ ଅବ୍ରହାମ ତାହାଙ୍କର ସୁନ୍ନତ କଲେ ଓ ଇସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।
9
“ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ।
10
ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ।
11
ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।
12
“ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ।
13
ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ।
14
ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ।
15
ତା’ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ।
16
ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
17
“ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ପରମେଶ୍ୱର ଅବ୍ରହାମଙ୍କୁ ଯେଉଁସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା।
18
ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବା ପାଇଁ ଆରମ୍ଭ କଲେ। ସେ ଯୋଷେଫଙ୍କୁ ଜାଣି ନ ଥିଲେ।
19
ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ।
20
“ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା।
21
ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ।
22
ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ।
23
“ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ।
24
ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା।
25
ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ।
26
“ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’
27
ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା?
28
ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’
29
ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।
30
“ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ।
31
ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ:
32
‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର।’ ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।
33
“ତା’ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି।
34
ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’
35
“ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ।
36
ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।
37
“ସେ ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ‘ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ’ ପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।’
38
ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ।
39
“କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ।
40
ସେମାନେ ହାରୋଣଙ୍କୁ ଯାଇ କହିଲେ, ‘ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର। ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ’ଣ ହେଲା ଆମ୍ଭେ ଜାଣି ନାହୁଁ।’
41
ସେହି ସମୟରେ ସେମାନେ ଗୋଟିଏ ବାଛୁରିର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ। ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସୀ ହେଲେ।
42
କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ। ସେ ସେମାନଙ୍କୁ ଆକାଶସ୍ଥ ଭଣ୍ଡ ଦେବତାମାନଙ୍କର ପୂଜା କରିବା ପାଇଁ ଛାଡ଼ି ଦେଲେ। ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି, ‘ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ, ମୋ’ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରି ନାହଁ।
43
ତୁମ୍ଭେମାନେ ତୁମ୍ଭମାନଙ୍କ ସହିତ ମୋଲଖର ତମ୍ବୁ ଏବଂ ନକ୍ଷତ୍ର ଦେବତା ରମ୍ପାର ମୂର୍ତ୍ତିକୁ ମଧ୍ୟ ବୋହି ନେଇଯାଇଥିଲ। ଏଗୁଡ଼ିକୁ ତୁମ୍ଭେମାନେ ପୂଜା କରିବା ପାଇଁ ତିଆରି କରିଥିଲ। ତେଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦେବି।’
44
“ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ।
45
ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା।
46
ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ।
47
କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।
48
“ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟଦ୍ବକ୍ତା ଏହିପରି ଲେଖନ୍ତି,
49
‘ସ୍ୱର୍ଗ ମୋହର ସିଂହାସନ ପୃଥିବୀ ମୋହର ପାଦପୀଠ। ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50
ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”
51
ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।
52
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ।
53
ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
54
ସ୍ତିଫାନଙ୍କ ହତ୍ୟା ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ।
55
କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ।
56
ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”
57
ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋର୍ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ।
58
ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ।
59
ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।”
60
ତା’ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋର୍ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28