bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 2
Acts 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 3 →
1
ପବିତ୍ରଆତ୍ମାଙ୍କର ଆଗମନ ଯେତେବେଳେ ପେଣ୍ଟିକଷ୍ଟ ଦିନ ଆସିଲା ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ଜମା ହୋଇଥିଲେ।
2
ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସେମାନେ ଯେଉଁ ଘର ଭିତରେ ବସିଥିଲେ, ସେହି ଘରର ଗ୍ଭରିଆଡ଼େ ବ୍ୟାପି ଗଲା।
3
ସେମାନେ ଅଗ୍ନିଶିଖା ପରି ଜିହ୍ୱାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହୋଇ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିର ଉପରେ ରହିଲା।
4
ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ। ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଥିବା ଶକ୍ତି ସାହାଯ୍ୟରେ ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ।
5
ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ଯିରୁଶାଲମରେ ରହୁଥିଲେ।
6
ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଆସି ଜମା ହୋଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ।
7
ଏଥିରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହନ୍ତି କି?
8
କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଆମ୍ଭ ମାତୃଭାଷାରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ!
9
ଆମ୍ଭେ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ,
10
ଏବଂ ଯିହୂଦା, କାପ୍ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୂଲ୍ଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିୟା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତେଜଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତେକ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ।
11
ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସେମାନେ ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ କାର୍ଯ୍ୟକୁ ଆମ୍ଭ ଭାଷାରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।”
12
ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ଓ ବିଭ୍ରାନ୍ତ ହୋଇ ପଡ଼ିଲେ। ସେମାନେ ପରସ୍ପର ଭିତରେ ପଚରା ଉଚରା ହେଲେ, “ଏ ସବୁ କ’ଣ ହେଉଛି?”
13
କିନ୍ତୁ ଅନ୍ୟ ଲୋକମାନେ ପ୍ରେରିତମାନଙ୍କୁ ଉପହାସ କରି କହିଲେ, “ଏମାନେ ସମସ୍ତେ ମଦପିଇ ମାତାଲ ହୋଇଛନ୍ତି।”
14
ପିତରଙ୍କର ଲୋକମାନଙ୍କୁ ସମ୍ବୋଧନ ପିତର ସେହି ଏଗାର ଜଣ ପ୍ରେରିତଙ୍କ ସହ ଠିଆ ହୋଇ ସେହି ଲୋକମାନଙ୍କୁ ବଡ଼ ପାଟିରେ କହିଲେ, “ହେ ଯିହୂଦୀୟମାନେ, ହେ ଯିରୁଶାଲମ ବାସିନ୍ଦାମାନେ, ସମସ୍ତେ ମୋ’ କଥା ଶୁଣ।
15
ତୁମ୍ଭେମାନେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ’ ସକାଳ ନ’ଟା ବାଜିଛି।
16
ଏବେ ଯାହା ଘଟୁଛି ସେ ବିଷୟରେ ଭାବବାଦୀ ଯୋୟେଲ କହିଥିଲେ:
17
“ପରମେଶ୍ୱର କହନ୍ତି, ମୁଁ ଶେଷ ସମୟରେ ସମସ୍ତଙ୍କ ଉପରେ ମୋର ଆତ୍ମା ଢାଳିଦେବି। ଯାହାଦ୍ୱାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ୟଦ୍ବାଣୀ କହି ପାରିବେ। ତୁମ୍ଭମାନଙ୍କର ଯୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ।
18
ହଁ, ସେତେବେଳେ ମୁଁ ନିଜ ସେବକ ସେବିକାମାନଙ୍କ ଉପରେ ନିଜ ଆତ୍ମା ଢାଳି ଦେବି, ସେମାନେ ଭବିଷ୍ୟଦ୍ବାଣୀ କହିବେ।
19
ମୁଁ ଉପରିସ୍ଥ ଆକାଶରେ ବିସ୍ମୟଜନକ କାର୍ଯ୍ୟ ଓ ନୀଚ୍ଚସ୍ଥ ପୃଥିବୀରେ ରକ୍ତ, ନିଆଁ, ମେଘ, ଧୂଆଁର ଚିହ୍ନମାନ ଦେଖାଇବି।
20
ପ୍ରଭୁଙ୍କର ସେହି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହୋଇଯିବ।
21
ସେତେବେଳେ ଯେ କେହି ପ୍ରଭୁଙ୍କ ନାମ ଉଚ୍ଚାରଣ କରିବ, ସେ ଉଦ୍ଧାର ପାଇବ।’
22
“ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।
23
ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ।
24
କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।
25
ଦାଉଦ ତାହାଙ୍କ ବିଷୟରେ କହିଥିଲେ, ‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ’ ସମ୍ମୁଖରେ ଦେଖୁଥିଲି। ସେ ମୋତେ ନିରାପଦରେ ରଖିବା ପାଇଁ ମୋର ଡାହାଣ ପାଖରେ ରହନ୍ତି।
26
ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା।
27
ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ।
28
ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ। ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’
29
“ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି।
30
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ।
31
ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କରେ କହିଥିଲେ, ‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’ ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ସମ୍ବନ୍ଧରେ କହିଥିଲେ।
32
ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ।
33
ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ।
34
ଦାଉଦ ସ୍ୱର୍ଗ ଆରୋହଣ କରି ନାହାନ୍ତି। କିନ୍ତୁ ଯୀଶୁ ସ୍ୱର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି: ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
35
ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ଯ୍ୟନ୍ତ ତୁମ୍ଭେ ମୋର ଡାହାଣ ପଟେ ବସିଥାଅ।’
36
“ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”
37
ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସେମାନେ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ପଗ୍ଭରିଲେ, “ଭାଇମାନେ, ଆମ୍ଭେ କ’ଣ କରିବା?”
38
ପିତର ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବାକୁ ପଡ଼ିବ। ତେବେ ତୁମ୍ଭେମାନେ ପବିତ୍ରଆତ୍ମାର ଦାନ ପାଇବ।
39
ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”
40
ପିତର ସେମାନଙ୍କୁ ଚେତନା ଦେଇ କହିଲେ, “ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।”
41
ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ସେଦିନ ସେହି ବିଶ୍ୱାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ଯୋଗଦେଲେ।
42
ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା ବିଶ୍ୱାସୀ ଲୋକମାନେ ଏକାଠି ମିଳିତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଉପଦେଶ ଶୁଣିବାକୁ ସେମାନେ ସେମାନଙ୍କର ସମୟ ଦେଲେ। ବିଶ୍ୱାସୀମାନେ ପରସ୍ପରର ସହଭାଗୀ ହେଲେ। ସେମାନେ ରୋଟୀ ବାଣ୍ଟି ଖାଇବାରେ ଏବଂ ପ୍ରାର୍ଥନା କରିବାରେ ସମୟ ଦେଲେ।
43
ପ୍ରେରିତମାନେ ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ଲୋକର ଈଶ୍ୱରଙ୍କ ପ୍ରତି ଅତି ଭକ୍ତି ଥିଲା।
44
ସମସ୍ତ ବିଶ୍ୱାସୀମାନେ ଏକାଠି ରହିଲେ ଏବଂ ସେମାନଙ୍କ ପାଖରେ ଯାହାସବୁ ଥିଲା, ସେଥିରେ ସମସ୍ତେ ଭାଗୀଦାର ହେଲେ।
45
ସେମାନେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକି ଦେଲେ ଓ ସମସ୍ତ ଲୋକମାନଙ୍କୁ ସେମାନଙ୍କ ନିଜ ନିଜ ଆବଶ୍ୟକତା ଅନୁସାରେ ବାଣ୍ଟି ଦେଲେ।
46
ପ୍ରତିଦିନ ସେମାନେ ଏକାଠି ହୋଇ ଉପାସନା ମନ୍ଦିରରେ ପରସ୍ପରକୁ ଭେଟୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ୟ ଏକ ଥିଲା। ସେମାନେ ସେମାନଙ୍କ ଘରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।
47
ବିଶ୍ୱାସୀମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସେମାନଙ୍କୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ୱାସୀମାନଙ୍କ ଦଳରେ ସଂଯୁକ୍ତ କରୁଥିଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28