bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 23
Acts 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 24 →
1
ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।”
2
ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ।
3
ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।”
4
ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମ୍ଭେ ପରମେଶ୍ୱରଙ୍କର ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।”
5
ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’ ”
6
ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ମଧ୍ୟ ଥିଲେ। ଏହା ପାଉଲ ଜାଣି ପାରିଲେ। ତେଣୁ ସେ ଖୁବ୍ ଜୋର୍ରେ କହିଲେ, “ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନରେ ବିଶ୍ୱାସ କରେ। ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଗ୍ଭରର ସମ୍ମୁଖୀନ ହେଉଛି।”
7
ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳରେ ଭାଗ ହୋଇଗଲା।
8
ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି। କିନ୍ତୁ ଫାରୂଶୀମାନେ ଏ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି।
9
ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”
10
ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
11
ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”
12
ପାଉଲଙ୍କୁ ହତ୍ୟା କରିବା ପାଇଁ କେତେକ ଯିହୂଦୀଙ୍କ ଷଡ଼ଯନ୍ତ୍ର ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।
13
ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ଯନ୍ତ୍ର କଲେ।
14
ସେମାନେ ମୁଖ୍ୟ ଯାଜକ ଓ ପ୍ରାଚୀନମାନଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ।
15
ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।”
16
ପାଉଲଙ୍କର ଭଣଜା ଏ ଷଡ଼ଯନ୍ତ୍ର ବିଷୟରେ ଶୁଣିଲେ। ସେ ସେନାମାନଙ୍କ ସୈନ୍ୟନିବାସକୁ ଯାଇ ପାଉଲଙ୍କୁ ଏ ବିଷୟରେ କହିଲେ।
17
ତା’ପରେ ପାଉଲ ଜଣେ ସେନା ଅଧିକାରୀଙ୍କୁ ଡାକି କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ନିକଟକୁ ନେଇଯାଅ। ତା’ର ତାହାଙ୍କୁ କିଛି କହିବାର ଅଛି।”
18
ତେଣୁ ସେନା ଅଧିକାରୀ ତାହାକୁ ସେନାଧ୍ୟକ୍ଷଙ୍କ ନକଟକୁ ନେଇଗଲା ଓ କହିଲା, “ବନ୍ଦୀ ପାଉଲ ଏ ଯୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି। ସେ ଆପଣଙ୍କୁ କିଛି କହିବାକୁ ଗ୍ଭହଁ।”
19
ସେନାଧ୍ୟକ୍ଷ ଯୁବକର ହାତ ଧରି ନିରୋଳା ସ୍ଥାନକୁ ନେଇ ପଗ୍ଭରିଲେ, “ତୁମ୍ଭେ ମୋତେ କ’ଣ କହିବାକୁ ଗ୍ଭହଁ?”
20
ସେ କହିଲା, “ଯିହୂଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଗ୍ଭରିବାର ବାହାନାରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ୟରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି।
21
କିନ୍ତୁ ଆପଣ ସେମାନଙ୍କ କଥା ବିଶ୍ୱାସ କରିବେ ନାହିଁ। ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀୟ ଲୁଚିଛନ୍ତି ଏବଂ ପାଉଲଙ୍କୁ ହତ୍ୟା କରିବା ପାଇଁ ଅପେକ୍ଷା କରିଛନ୍ତି। ସେମାନେ ତାହାଙ୍କୁ ନ ମାରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।”
22
ସେନାଧ୍ୟକ୍ଷ ସେହି ଯୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏ କଥା କହିଛି ବୋଲି କାହାକୁ ଯେପରି ନ କୁହେ, “ଓ ଏହା କହି ତାହାଙ୍କୁ ପଠାଇଦେଲେ।”
23
ପାଉଲଙ୍କୁ କାଇସରୀଆକୁ ସ୍ଥାନାନ୍ତରିତ ସେନାଧ୍ୟକ୍ଷ ଦୁଇଜଣ ସେନାପତିଙ୍କୁ ଡାକି କହିଲେ, “ଆଜି ରାତି ନ’ଟା ବେଳେ କାଇସରୀଆକୁ ଯିବା ପାଇଁ 200 ପଦାତିକ ସୈନ୍ୟ, 70 ଜଣ ଅଶ୍ୱାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।
24
ନିରାପଦରେ ଯିବା ପାଇଁ କେତେକ ଘୋଡ଼ାକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ୟପାଳ ଫେଲୀକ୍ସଙ୍କ ପାଖରେ ଉପସ୍ଥିତ କରାଅ।”
25
ସେନାଧ୍ୟକ୍ଷ ରାଜ୍ୟପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା;
26
“ମହାମହିମ ରାଜ୍ୟପାଳ ଫେଲୀକ୍ସଙ୍କୁ କ୍ଳାଉଦିଅ ଲୂସିୟାଙ୍କର ନମସ୍କାର।
27
ଯିହୂଦୀମାନେ ଏହି ଲୋକକୁ ଧରି ନେଇ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳରେ ସୈନ୍ୟମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ।
28
ମୁଁ ଏହି ଲୋକକୁ ସେମାନଙ୍କର ମହାସଭାକୁ ନେଇ ତାହା ବିରୁଦ୍ଧରେ ଥିବା ଅଭିଯୋଗ ଜାଣିବାକୁ ଗ୍ଭହୁଁଥିଲି।
29
ତା’ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଅଭିଯୁକ୍ତ ହୋଇଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ।
30
ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।
31
ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରିୀରେ ଆନ୍ତିପାତ୍ରି ନଗରକୁ ଆଣିଲେ।
32
ତହିଁ ଆରଦିନ ପାଉଲଙ୍କୁ କାଇସରୀଆରେ ପହଞ୍ଚାଇବାର ଦାୟିତ୍ୱ ଅଶ୍ୱାରୋହୀମାନଙ୍କୁ ଦେଇ ପଦାତିକ ସୈନ୍ୟମାନେ ସୈନ୍ୟ ନିବାସକୁ ଫେରି ଆସିଲେ।
33
ସେମାନେ କାଇସରୀଆରେ ପହଞ୍ଚି ରାଜ୍ୟପାଳକୁ ପତ୍ରଟି ଦେଲେ। ତା’ପରେ ସେମାନେ ପାଉଲଙ୍କୁ ତାହାଙ୍କ ହାତରେ ସମର୍ପଣ କଲେ।
34
ରାଜ୍ୟପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଗ୍ଭରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ।
35
ରାଜ୍ୟପାଳ କହିଲେ, “ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ଶୁଣିବି।” ସେ ପାଉଲଙ୍କୁ ହେରୋଦଙ୍କର ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28