bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 19
Acts 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 20 →
1
ପାଉଲ ଏଫିସ ନଗରରେ ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା’ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ।
2
ପାଉଲ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ବିଶ୍ୱାସୀ ହେଲାବେଳେ ପବିତ୍ରଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି?” ସେହି ଶିଷ୍ୟମାନେ ତାହାଙ୍କୁ କହିଲେ, “ଜଣେ ପବିତ୍ରଆତ୍ମା ଯେ ଅଛନ୍ତି, ଏହା ଆମ୍ଭେମାନେ ଆଦୌ ଶୁଣି ନାହୁଁ।”
3
ସେ ପୁଣି ପଗ୍ଭରିଲେ, “ତେବେ ତୁମ୍ଭେମାନେ କେଉଁଥିରେ ବାପ୍ତିଜିତ ହୋଇଥିଲ?” ସେମାନେ କହିଲେ, “ବାପ୍ତିଯୋକ ଯୋହନ ଯେଉଁ ବାପ୍ତିସ୍ମ ବିଷୟ ଶିକ୍ଷା ଦେଇଥିଲେ।”
4
ପାଉଲ ଏହା ଶୁଣି କହିଲେ, “ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ।”
5
ସେମାନେ ଏ କଥା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ।
6
ପାଉଲ ଯେତେବେଳେ ସେମାନଙ୍କ ଉପରେ ହାତ ରଖିଲେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ। ସେମାନେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ୟଦ୍ବାଣୀ କହିବାକୁ ଲାଗିଲେ।
7
ସେମାନେ ସମୁଦାୟ ବାରଜଣ ଥିଲେ।
8
ତା’ପରେ ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ।
9
ମାତ୍ର ସେମାନଙ୍କ ଭିତରୁ କେତେକ ଜିଦ୍ଖୋର ହୋଇ ବିଶ୍ୱାସ କଲେ ନାହିଁ। ସେମାନେ ଲୋକମାନଙ୍କ ଆଗରେ ଖ୍ରୀଷ୍ଟଙ୍କ ପଥ ବିଷୟରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି କେବଳ ଯୀଶୁଙ୍କର ଶିଷ୍ୟମାନଙ୍କୁ ସାଙ୍ଗରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟକୁ ଯାଇ ଆଲୋଚନା କରୁଥିଲେ।
10
ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
11
ସ୍କୋବାଙ୍କ ପୁତ୍ରମାନେ ପରମେଶ୍ୱର ପାଉଲଙ୍କ ମାଧ୍ୟମରେ ଅତି ଅସାଧାରଣ କାର୍ଯ୍ୟମାନ କରୁଥିଲେ।
12
ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଗ୍ଭଲିଯାଉଥିଲା।
13
ଭୂତାତ୍ମାକୁ ଦୂର କରିବା ପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୂଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ସେମାନେ କହିଲେ, “ଯେଉଁ ଯୀଶୁଙ୍କୁ ପାଉଲ ପ୍ରଗ୍ଭର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି।”
14
ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ।
15
କିନ୍ତୁ ଜଣେ ଭୂତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଚିହ୍ନେ ଓ ପାଉଲଙ୍କୁ ମଧ୍ୟ ଜାଣେ। କିନ୍ତୁ ତୁମ୍ଭେମାନେ କିଏ?”
16
ଏହା କହି ସେହି ଭୂତାତ୍ମା ଥିବା ଲୋକଟି ସେମାନଙ୍କ ଉପରେ ଡେଇଁ ପଡ଼ିଲା। ସେ ସେମାନଙ୍କୁ ମାରି ପରାସ୍ତ କଲା। ତେଣୁ ସେମାନେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ଦୌଡ଼ି ଗ୍ଭଲିଗଲେ।
17
ଏ କଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହା ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ୱିତ ହେଲା।
18
ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରୁଥିଲେ, ସେହି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତରେ ନିଜର କୁକର୍ମ ସବୁ ସ୍ୱୀକାର କଲେ।
19
ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସେମାନେ ସେମାନଙ୍କର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖରେ ପୋଡ଼ି ପକାଇଲେ। ସେମାନେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଗ୍ଭଶ ହଜାର ରୌପ୍ୟମୁଦ୍ରା ମୂଲ୍ୟର ବହି ଥିଲା।
20
ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହୋଇ ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
21
ପାଉଲଙ୍କର ଯାତ୍ରା ଯୋଜନା ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାୟା ବାଟ ଦେଇ ଯିରୁଶାଲମ ଯିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, “ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବା କଥା।”
22
ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆରେ କଟାଇଲେ।
23
ଏଫିସରେ ଉପଦ୍ରବ ସେସମୟରେ ‘ପରମେଶ୍ୱରଙ୍କ ପଥ’ ବିଷୟରେ ଗୋଟିଏ ବଡ଼ ଧରଣର ଆନ୍ଦୋଳନ ହେଲା।
24
ସେଠାରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦେବୀ ଆର୍ତ୍ତେମୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ଯ୍ୟ ଯୋଗଇ ଦେଉଥିଲା।
25
ସେ ସେମାନଙ୍କୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, “ହେ ଲୋକମାନେ, ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ।
26
ତୁମ୍ଭେମାନେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମତେଇ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି।
27
ଏହା ଦ୍ୱାରା କେବଳ ଆମ୍ଭ କାର୍ଯ୍ୟର କ୍ଷତି ଘଟିବ ନାହିଁ ମାତ୍ର ମହାଦେବୀ ଆର୍ତ୍ତେମୀର ମନ୍ଦିରର ମଧ୍ୟ କୌଣସି ଗୁରୁତ୍ୱ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ପୂଜା କରନ୍ତି, ତାହାର ମହିମା ମଧ୍ୟ ନଷ୍ଟ ହୋଇଯିବ।”
28
ସେମାନେ ଏହା ଶୁଣି ଭୀଷଣ ରାଗିଗଲେ ଓ ଚିତ୍କାର କରି କହିଲେ, “ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ମହାନ୍ ଅଟନ୍ତି।”
29
ସମ୍ପୂର୍ଣ୍ଣ ସହରରେ ଚହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନେଇ ସେମାନେ ଖେଳ ପଡ଼ିଆ ଆଡ଼କୁ ଦୌଡ଼ିଲେ।
30
ପାଉଲ ଭିତରକୁ ଯିବା ପାଇଁ ଇଚ୍ଛା କଲେ କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ।
31
ସେହି ଦେଶର କେତେକ ନେତାମାନେ ପାଉଲଙ୍କର ବନ୍ଧୁ ଥିଲେ। ସେମାନେ ତାହାଙ୍କୁ ଖେଳପଡ଼ିଆ ପାଖକୁ ନ ଯିବା ପାଇଁ ଅନୁରୋଧ କରି ଖବର ପଠାଇଲେ।
32
ଏହି ସମୟ ଭିତରେ ନାନା ଲୋକ ନାନା କଥା କହିଲେ ଓ ପାଟିକଲେ। ଅଧିକାଂଶ ଲୋକମାନେ ସେମାନଙ୍କର ଏକାଠି ହେବାର କାରଣ ଜାଣି ନ ଥିଲେ। ଏହା ଫଳରେ ସଭାରେ ପାଟିତୁଣ୍ଡ ହେଉଥିଲା।
33
ସେତେବେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡାରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡାର ଲୋକମାନଙ୍କ ଆଗରେ ହାତ ହଲେଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ।
34
କିନ୍ତୁ ଯେତେବେଳେ ଲୋକମାନେ ଆଲେକ୍ଜାଣ୍ଡାରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତେବେଳେ ସେମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କଲେ ଓ କହିଲେ, “ଏଫିସୀୟମାନଙ୍କର ମହାଦେବୀ ଆର୍ତ୍ତେମୀ ମହାନ୍ ଅଟନ୍ତି…!”
35
ଏହା ଶୁଣି ନଗରର ବେବର୍ତ୍ତା ଜନଗହଳିକୁ ଶାନ୍ତ କରେଇ କହିଲେ, “ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନ ଜାଣେ ଯେ, ଏଫିସ ନଗର, ଆର୍ତ୍ତେମୀ ମହାଦେବୀ ଓ ସ୍ୱର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ?
36
ଏ କଥା କେହି ଅସତ୍ୟ ବୋଲି କହିପାରିବେ ନାହିଁ। ତେଣୁ ତୁମ୍ଭେମାନେ ଶାନ୍ତ ରହିବା ଉଚିତ୍। ପ୍ରଥମେ କିଛି ନଭାବି ତୁମ୍ଭେମାନେ କିଛି କରିବା ଅନୁଚିତ୍।
37
“ତୁମ୍ଭେମାନେ ଯେଉଁ ଲୋକମାନଙ୍କୁ ଏଠାକୁ ଆଣିଛ, ସେମାନେ କୌଣସି ମନ୍ଦିର ଲୁଟ କରି ନାହାନ୍ତି ବା ଆମ୍ଭ ଦେବୀଙ୍କର ଅପମାନ କରି ନାହାନ୍ତି।
38
ସେ କହିଲେ, “ଆମ୍ଭର ବିଗ୍ଭରାଳୟ ଅଛି ଓ ବିଗ୍ଭରକମାନେ ମଧ୍ୟ ଅଛନ୍ତି। ଯଦି କାହାରି ବିରୁଦ୍ଧରେ ଦୀମୀତ୍ରିୟ ବା ତା’ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସେମାନେ ସେଠାକୁ ଯାଇ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣି ପାରନ୍ତି।
39
“ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ତାହା ନିୟମିତ ଜନସଭାରେ ବିଗ୍ଭର କରାଯାଇ ପାରିବ।
40
ଆଜିର ଜନ ସଭାରେ ଆନ୍ଦୋଳନ ସକାଶେ ଆମ୍ଭେ ଦୋଷୀ ହୋଇପାରୁ, ଯେହେତୁ ଆମ୍ଭପାଖରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।”
41
ଏହା କହି ସେ ସଭା ଭାଙ୍ଗିଲେ। ତା’ପରେ ସେ ଲୋକମାନଙ୍କୁ ଘରକୁ ଯିବା ପାଇଁ କହିଲେ। ସମସ୍ତେ ଗ୍ଭଲିଗଲେ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28