bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 24
Acts 24
Odia Bible ERV 2004 (ପବିତ୍ର ବାଇବଲ)
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 25 →
1
ପାଉଲଙ୍କ ଉପରେ ଯିହୂଦୀମାନଙ୍କର ଅଭିଯୋଗ ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ।
2
ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ, “ହେ ମହାମାନ୍ୟ ଫେଲୀକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି।
3
ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ।
4
ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନ କରି, ସଂକ୍ଷେପରେ ଆମ୍ଭ କଥା କହିବି। ତେଣୁ ଆପଣ ଧୈର୍ଯ୍ୟ ଧରି ଆମ୍ଭ କଥା ଶୁଣନ୍ତୁ।
5
ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା।
6
ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା।
7
କିନ୍ତୁ ସେତିକିବେଳେ ଆମ୍ଭେ ତାହାକୁ ଧରିନେଲୁ।
8
ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣି ପାରିବେ।”
9
ତା’ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି କହିଲେ।
10
ଫେଲୀକ୍ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ।
11
ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି।
12
ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି।
13
ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ।
14
“କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ।
15
ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନ ହେବ।
16
ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।
17
“ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା’ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି।
18
ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ।
19
ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍,
20
ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ?
21
ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋର୍ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁତ୍ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’”
22
ଫେଲୀକ୍ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଗ୍ଭର କରିବି।”
23
ଫେଲୀକ୍ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।
24
ଫେଲୀକ୍ସ୍ ଓ ତାହାଙ୍କ ସ୍ତ୍ରୀଙ୍କ ସହିତ ପାଉଲଙ୍କର କଥା କିଛି ଦିନ ପରେ ଫେଲୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ। ସେ ଯିହୂଦୀ ଥିଲେ। ଫେଲୀକ୍ସ୍ ପାଉଲଙ୍କୁ ଡକାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ।
25
କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀକ୍ସ୍ ଭୟଭୀତ ହୋଇଗଲେ। ଫେଲୀକ୍ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।”
26
କିନ୍ତୁ ଫେଲୀକ୍ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।
27
କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀକ୍ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28