bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 15
Acts 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 16 →
1
ଯିରୁଶାଲମରେ ସଭା କେତେକ ଲୋକ ଯିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସେମାନେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, “ତୁମ୍ଭେମାନେ ଯଦି ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହୁଅ, ତେବେ ତୁମ୍ଭେମାନେ ପରିତ୍ରାଣ ପାଇ ପାରିବ ନାହିଁ।”
2
ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ସହିତ ରାଜି ନହୋଇ ବହୁତ ଯୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଗ୍ଭର ଆଲୋଚନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତେକଙ୍କୁ ଯିରୁଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ପାଖକୁ ଯିବା ପାଇଁ ନିଯୁକ୍ତି ଦିଆଗଲା।
3
ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ।
4
ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ଯିରୁଶାଲମରେ ପହଞ୍ଚିଲେ। ପ୍ରେରିତ, ପ୍ରାଚୀନ ଓ ଅନ୍ୟ ବିଶ୍ୱାସୀମାନେ ସେଠାରେ ସେମାନଙ୍କୁ ସ୍ୱାଗତ କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାସବୁ କରିଥିଲେ, ସେ ସବୁକଥା ସେମାନେ କହିଲେ।
5
କିନ୍ତୁ ଫାରୂଶୀମାନଙ୍କ ଦଳର କେତେକ ବିଶ୍ୱାସୀ ଲୋକ ଠିଆ ହୋଇ କହିଲେ, “ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହେବାକୁ ପଡ଼ିବ ଓ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ପଡ଼ିବ।”
6
ପ୍ରେରିତ ଓ ପ୍ରାଚୀନମାନେ ଏ ସମସ୍ୟା ଉପରେ ବିଗ୍ଭର କରିବା ପାଇଁ ଏକତ୍ରିତ ହେଲେ।
7
ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସେମାନଙ୍କୁ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଗ୍ଭର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ୱାସ କରି ପାରନ୍ତି, ଏଥିନିମନ୍ତେ ପରମେଶ୍ୱର ବହୁ ପୂର୍ବରୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ ବାଛିଥିଲେ।
8
ପରମେଶ୍ୱର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସେହି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମାଙ୍କୁ ଦାନ କରିଥିଲେ, ସେହିପରି ସେମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦାନ କରିଅଛନ୍ତି।
9
ଏହା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କର ଓ ସେମାନଙ୍କ ମଧ୍ୟରେ କୌଣସି ତଫାତ୍ ରଖିଲେ ନାହିଁ। ସେ ସେମାନଙ୍କର ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟକୁ ପବିତ୍ର କରିଲେ।
10
ତେଣୁ, ତୁମ୍ଭେମାନେ କାହିଁକି ଶିଷ୍ୟମାନଙ୍କ କାନ୍ଧରେ ଯୁଆଳି ରଖି ପରମେଶ୍ୱରଙ୍କୁ ପରୀକ୍ଷା କରୁଛ? ଆମ୍ଭେମାନେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ଯୁଆଳି ଭାର ସହି ପାରିଲେ ନାହିଁ।
11
ଆମ୍ଭର ବିଶ୍ୱାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ରକ୍ଷା ପାଇଛୁ।”
12
ତା’ପରେ ସମସ୍ତେ ନୀରବ ହୋଇଗଲେ। ସେମାନେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ୱର ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ସେମାନଙ୍କ ଜରିଆରେ, ଯେଉଁସବୁ ଆଶ୍ଚର୍ଯ୍ୟକର୍ମ ଓ ଚିହ୍ନମାନ କରିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।
13
ସେମାନେ କହିବାପରେ ଯାକୁବ ଉତ୍ତର ଦେଲେ, “ଭାଇମାନେ, ମୋ’ କଥା ଶୁଣ।
14
ପରମେଶ୍ୱର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ରେମ ଦେଖାଇଲେ ଓ ସେମାନଙ୍କୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି।
15
ଏହା ଭାବବାଦୀମାନେ ମଧ୍ୟ ଏହିକଥା କହିଅଛନ୍ତି। ଏହା ଏହିପରି ଲେଖାଯାଇଛି:
16
‘ଏହା ପରେ ମୁଁ ପୁନର୍ବାର ଫେରି ଆସିବି ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି। ମୁଁ ଏହାର ନଷ୍ଟ ହୋଇଯାଇଥିବା ଅଂଶ ପୁଣି ଥରେ ନିର୍ମାଣ କରି ଠିକ୍ କରିଦେବି।
17
ପ୍ରଭୁ ଏହି କଥା କହନ୍ତି, ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ, ଯେଉଁମାନେ ମୋ’ ନାମରେ ପରିଚିତ ହୁଅନ୍ତି, ସେମାନେ ମୋତେ ଖୋଜିବେ। ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି, ସେ ସ୍ୱୟଂ ଏହା କହିଅଛନ୍ତି।
18
ଏହା ଯୁଗ ଆରମ୍ଭରୁ ଜଣାଅଛି।’
19
“ସେଥିପାଇଁ ମୁଁ ଭାବୁଛି, ପରମେଶ୍ୱରଙ୍କ ପ୍ରତି ଫେରୁଥିବା ଅନ୍ୟ ଜାତୀୟ ଲୋକମାନଙ୍କୁ କଷ୍ଟ ଦେବା ଆମ୍ଭମାନଙ୍କ ପକ୍ଷରେ ଉଚିତ୍ ନୁହେଁ।
20
ଏହା ବଦଳରେ ଆମ୍ଭେ ସେମାନଙ୍କୁ ଲେଖିବା ଉଚିତ୍ ଯେ: ତୁମ୍ଭେମାନେ ମୂର୍ତ୍ତିମାନଙ୍କୁ ଦିଆଯାଉଥିବା ଅପବିତ୍ର ଖାଦ୍ୟ ଖାଅ ନାହିଁ। ଯୌନ ପାପ କର ନାହିଁ। ରକ୍ତ ଖାଅ ନାହିଁ। ତଣ୍ଟି ଚିପି ମରାଯାଇଥିବା କୌଣସି ପଶୁର ମାଂସ ଖାଅ ନାହିଁ।
21
ସେମାନେ ଏସବୁ କରିବା ଉଚିତ୍ ନୁହେଁ, କାରଣ ଆରମ୍ଭରୁ ମୋଶାଙ୍କ ବ୍ୟବସ୍ଥା ପାଠ କରୁଥିବା ଲୋକେ ପ୍ରତି ନଗରରେ ଏବେ ମଧ୍ୟ ଅଛନ୍ତି ଏବଂ ତାହାଙ୍କର ବ୍ୟବସ୍ଥା ସମାଜଗୃହମାନଙ୍କରେ ପ୍ରତି ବିଶ୍ରାମବାରରେ ପାଠ କରାଯାଏ।”
22
ଅଣଯିହୂଦୀ ବିଶ୍ୱାସୀମାନଙ୍କୁ ପତ୍ର ଏହା ପରେ ପ୍ରେରିତ, ପ୍ରାଚୀନ ଓ ସମଗ୍ର ମଣ୍ଡଳୀ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛିଲେ। ସେମାନ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସେମାନେ ଯିହୂଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧ୍ୟରେ ନେତା ଥିଲେ।
23
ସେମାନେ ତାହାଙ୍କ ହାତରେ ଏହି ଚିଠିଟି ଦେଲେ: ଆନ୍ତିୟଖିଆ, ସୁରିଆ, କିଲିକିଆସ୍ଥ ଅନ୍ୟଜାତୀୟ ବିଶ୍ୱାସୀ ଭାଇମାନଙ୍କୁ ପ୍ରେରିତ, ପ୍ରାଚୀନ ଓ ଅନ୍ୟ ଭାଇମାନଙ୍କର ନମସ୍କାର।
24
ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଲୋକ ଆମ୍ଭଠାରୁ ଆଦେଶ ନ ପାଇ ତୁମ୍ଭମାନଙ୍କୁ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି।
25
ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହୋଇ କେତେକ ଲୋକଙ୍କୁ ବାଛିଛୁ। ଆମ୍ଭେ ସେମାନଙ୍କୁ ଆମ୍ଭର ପ୍ରିୟ ବର୍ଣ୍ଣବ୍ବା ଓ ପାଉଲଙ୍କ ସହିତ ପଠାଇବୁ।
26
ବର୍ଣ୍ଣବ୍ବା ଓ ପାଉଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପାଇଁ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି।
27
ସେଥିପାଇଁ ଆମ୍ଭେ ଯିହୂଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସେମାନେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ୟ ଏହିସବୁ କଥା କହିବେ।
28
ପବିତ୍ରଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚିତ୍ ମନେ ହେଲା ଯେ, ତୁମ୍ଭେମାନେ ଏହି କେତୋଟି ବିଷୟ ଛଡ଼ା ଆଉ ଅଧିକ ବୋଝରେ ଭାରାକ୍ରାନ୍ତ ହେବା ଠିକ୍ ନୁହେଁ। ତେଣୁ ଏହି କେତୋଟି ଆବଶ୍ୟକୀୟ ବିଷୟ ଗୁଡ଼ିକ ତୁମ୍ଭେମାନେ କରିବ:
29
ତୁମ୍ଭେମାନେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ। ତୁମ୍ଭେମାନେ ରକ୍ତ ଖାଇବ ନାହିଁ। ତଣ୍ଟି ଚିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭେମାନେ ଖାଇବ ନାହିଁ। ତୁମ୍ଭେମାନେ ଯୌନ ପାପସବୁ କରିବ ନାହିଁ। ଯଦି ତୁମ୍ଭେମାନେ ଏସବୁ ଜିନିଷଠାରୁ ନିଜକୁ ଅଲଗା ରଖିବ, ତେବେ ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ। ବିଦାୟ।
30
ତା’ପରେ ବର୍ଣ୍ଣବ୍ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ। ।
31
ଆନ୍ତିୟଖିଆର ବିଶ୍ୱାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସେମାନଙ୍କୁ ଅନ୍ୟନ୍ତ ଉତ୍ସାହିତ କରିଥିଲା।
32
ଯିହୂଦା ଓ ଶୀଲା ଦୁହେଁ ମଧ୍ୟ ଭାବବାଦୀ ଥିଲେ। ସେମାନେ ଭାଇମାନଙ୍କୁ ଉତ୍ସାହ ଦେଇ ଅନେକ କଥା କହିଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ।
33
ସେଠାରେ କିଛି ଦିନ ରହିବାପରେ ଯେଉଁମାନେ ସେମାନଙ୍କୁ ପଠାଇଥିଲେ, ଯିରୁଶାଲମର ସେହି ଭାଇମାନଙ୍କ ପାଖକୁ ଫେରି ଯିବା ପାଇଁ ଶାନ୍ତିରେ ବିଦାୟ ଦେଲେ।
35
କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସେମାନେ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଲେ ଏବଂ ସୁସମାଗ୍ଭର ପ୍ରଗ୍ଭର କଲେ।
36
ପାଉଲ ଓ ବର୍ଣ୍ଣବ୍ବା ଅଲଗା ହୋଇଗଲେ ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, “ଗ୍ଭଲ, ଆମ୍ଭେମାନେ ଫେରିବା ଆଉ ଆମ୍ଭେମାନେ ପ୍ରଭୁଙ୍କର ବାକ୍ୟ ଯେଉଁ ପ୍ରତ୍ୟେକ ସହରରେ ପ୍ରଗ୍ଭର କରିଛୁ, ସେହିସବୁ ସହରକୁ ଯାଇ ଆମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସେମାନଙ୍କ ଭଲମନ୍ଦ ବୁଝିବା।”
37
ବର୍ଣ୍ଣବ୍ବା ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନଙ୍କୁ ନେବା ପାଇଁ ଗ୍ଭହିଁଲେ।
38
କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗରେ ନ ନେବା ପାଇଁ ଜୋର୍ଦେଲେ, କାରଣ ସେ ପୂର୍ବରୁ ପଂଫୂଲିଆରେ ସେମାନଙ୍କ ସହିତ ଏହି କାର୍ଯ୍ୟରେ ସାଙ୍ଗରେ ନ ରହି ସେମାନଙ୍କୁ ତ୍ୟାଗ କରି ଗ୍ଭଲି ଆସିଥିଲେ।
39
ଏଥିପାଇଁ ସେମାନଙ୍କ ମଧ୍ୟରେ ଘୋର ମତଭେଦ ହେଲା। ଏହା ଫଳରେ, ପାଉଲ ଓ ବର୍ଣ୍ଣବ୍ବା ପରସ୍ପରଠାରୁ ଅଲଗା ହୋଇଗଲେ। ବର୍ଣ୍ଣବ୍ବା ମାର୍କଙ୍କୁ ନେଇ ଜଳ ପଥରେ କୂପ୍ର ଉପଦ୍ୱୀପକୁ ଗ୍ଭଲିଗଲେ।
40
ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନେବା ପାଇଁ ବାଛିଲେ। ଆନ୍ତିୟଖିଆରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ୱାବଧାନରେ ସମର୍ପଣ କରି ବିଦାୟ ଦେଲେ।
41
ପାଉଲ ଓ ଶୀଲା ସିରିଆ ଓ କିଲିକିୟା ଦେଶ ଦେଇ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହେବା ପାଇଁ ସାହାଯ୍ୟ କଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28