bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Acts 8
Acts 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
1
ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ବିଶ୍ୱାସୀମାନଙ୍କ ଉପରେ ଉଦ୍ବେଗ ଅଶାନ୍ତି ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ।
4
ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, ସେହି ଲୋକମାନେ ଗ୍ଭରିଆଡ଼େ ଯାଇ ସୁସମାଗ୍ଭର କହିଲେ।
5
ଶମିରୋଣରେ ଫିଲିପ୍ପଙ୍କର ପ୍ରଗ୍ଭର ଫିଲିପ୍ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କ ନିକଟରେ ପ୍ରଗ୍ଭର କଲେ।
6
ସେଠାକାର ଲୋକମାନେ ଫିଲିପ୍ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନଦେଲେ।
7
ବହୁତ ଲୋକଙ୍କ ଭିତରେ ଭୂତମାନେ ଥିଲେ। କିନ୍ତୁ ସେମାନଙ୍କୁ ବାହାର କରିଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ ଛୋଟ ଲୋକ ମଧ୍ୟ ଫିଲିପ୍ପଙ୍କ ଦ୍ୱାରା ଆରୋଗ୍ୟ ହେଲେ।
8
ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ।
9
ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।
10
ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।”
11
ଶିମୋନ ଲୋକମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଯାଦୁ ବିଦ୍ୟାରେ ମୁଗ୍ଧ କରି ପାରୁଥିବା କଥା ସମସ୍ତେ ଶୁଣିଲେ।
12
କିନ୍ତୁ ଯେତେବେଳେ ସେମାନେ ଫିଲିପ୍ପଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତେବେଳେ ସେମାନେ ଫିଲିପ୍ପଙ୍କ କଥାରେ ବିଶ୍ୱାସ କରି ବାପ୍ତିଜିତ ହେଲେ।
13
ଶିମୋନ ନିଜେ ମଧ୍ୟ ଏହା ବିଶ୍ୱାସ କଲେ ଓ ବାପ୍ତିଜିତ ହୋଇ ଫିଲିପ୍ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଓ ଚିହ୍ନମାନ ଦେଖି ବିସ୍ମିତ ହେଲେ।
14
ପ୍ରେରିତମାନେ ଯିରୁଶାଲମରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି। ତେଣୁ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ପାଖକୁ ପଠାଇଲେ।
15
ପିତର ଓ ଯୋହନ ସେଠାରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କରି ପାରିବେ।
16
ସେମାନେ କେବଳ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ କାହା ଉପରେ ପବିତ୍ରଆତ୍ମା ଅଧିଷ୍ଠିତ ହୋଇ ନ ଥିଲେ।
17
ତା’ପରେ ପ୍ରେରିତମାନେ ଲୋକମାନଙ୍କ ଉପରେ ନିଜ ହାତ ରଖିବାରୁ ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କଲେ।
18
ପ୍ରେରିତମାନଙ୍କ ହାତ ରଖିବା ଦ୍ୱାରା ପବିତ୍ରଆତ୍ମା ପ୍ରାପ୍ତ ହେବା ଶିମୋନ ଦେଖିଲା। ତେଣୁ ଶିମୋନ ପ୍ରେରିତମାନଙ୍କୁ ଟଙ୍କା ଯାଚି କହିଲା,
19
‘‘ମୋତେ ମଧ୍ୟ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ରଆତ୍ମା ପାଇ ପାରିବ।”
20
ପିତର ତାହାକୁ କହିଲେ, “ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହୋଇଯାଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ୱରଙ୍କ ଦାନ ଟଙ୍କାରେ କିଣି ହେବ।
21
ପରମେଶ୍ୱରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନ ଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମରେ ଭାଗ ନେଇ ପାରିବ ନାହିଁ।
22
ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହୋଇ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ୱର ତୁମ୍ଭର ହୃଦୟରେ ଥିବା ପାପ ଚିନ୍ତାକୁ କ୍ଷମା କରି ପାରନ୍ତି।
23
ମୁଁ ଦେଖୁଛି, ତୁମ୍ଭ ମନରେ ତିକ୍ତତା ପୁରି ରହିଛି ଓ ପାପ ତୁମ୍ଭ ଉପରେ କର୍ତ୍ତୃତ୍ୱ କରୁଛି।”
24
ଶିମୋନ ଉତ୍ତର ଦେଲା, “ତୁମ୍ଭେ କହିଥିବା କୌଣସି କଥା ଯେପରି ମୋ’ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁହେଁ ମୋ’ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।”
25
ପ୍ରେରିତମାନେ ଶମିରୋଣର ଅନେକ ଗ୍ରାମରେ ଶୁଭସମାଗ୍ଭର କହି ଯିରୁଶାଲମକୁ ଫେରିଗଲେ। ସେମାନେ ଫେରିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମରେ ସୁସମାଗ୍ଭର ପ୍ରଗ୍ଭର କଲେ।
26
ଫିଲିପ୍ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲିପ୍ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”
27
ଫିଲିପ୍ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ।
28
ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପଢୁଥିଲେ।
29
ସେତେବେଳେ ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।”
30
ଫିଲିପ୍ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?”
31
ସେ ନପୁଂସକ କହିଲେ, “ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?” ତେଣୁ ସେ ଫିଲିପ୍ପଙ୍କୁ ରଥରେ ଚଢ଼ି ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ।
32
ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା: “ତାହାଙ୍କୁ ଗୋଟିଏ ମେଣ୍ଢାପରି ବଧ ହେବା ପାଇଁ ବଧସ୍ଥାନକୁ ନିଆଗଲା। ଗୋଟିଏ ମେଣ୍ଢା ଛୁଆ ଯେପରି ଲୋମ ଛେଦକ ସାମନାରେ ଚୁପ୍ହୋଇ ଠିଆ ହୁଏ, ସେହିପରି ସେ ଚୁପ୍ ହୋଇ ଠିଆ ହେଲେ।
33
ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା। ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା। କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?”
34
ନପୁଂସକ ଫିଲିପ୍ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟଦ୍ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?”
35
ତା’ପରେ ଫିଲିପ୍ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ।
36
ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?”
38
ତା’ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା’ପରେ ଫିଲିପ୍ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ।
39
ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ।
40
କିନ୍ତୁ ଫିଲିପ୍ପ ଅଷ୍ଦୋଦ ନଗରରେ ଦେଖା ଦେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କରି ଗ୍ଭଲିଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28