bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 1
Mark 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
1
ଯୀଶୁଙ୍କ ଆଗମନର ପ୍ରସ୍ତୁତି ଏହା ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଗ୍ଭରର ଆରମ୍ଭ।
2
ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି: “ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।”
3
“ମରୁଭୂମିରେ ଜଣେ ପାଟିକରି କହୁଛି; ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ରାସ୍ତା ସମତଳ କର।’”
4
ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଗ୍ଭହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା’ପରେ ତୁମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରାଯିବ।
5
ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
6
ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।
7
ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ।
8
ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।”
9
ଯୀଶୁଙ୍କ ବାପ୍ତିସ୍ମ ଗ୍ରହଣ ସେହି ସମୟରେ ଯୀଶୁ ଗାଲିଲୀର ନାଜରିତ ସହରରୁ ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ।
10
ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ୱର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ, ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି।
11
ଆକାଶରୁ ବାଣୀ ହେଲା: “ହେ ମୋହର ପୁତ୍ର, ମୁଁ ତୁମ୍ଭକୁ ପ୍ରେମ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସୀ।”
12
ଯୀଶୁଙ୍କୁ ଶୟତାନର ପରୀକ୍ଷା ତା’ପରେ, ସଙ୍ଗେ ସଙ୍ଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇଦେଲେ।
13
ଯୀଶୁ ସେଠାରେ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା ସହିତ ରହିଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ତା’ପରେ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ସେବା କଲେ।
14
ଯୀଶୁ ଗାଲିଲୀରେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ ଏହା ପରେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଲାଗିଲେ।
15
ଯୀଶୁ କହିଲେ, “ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି। ପରମେଶ୍ୱରଙ୍କ ରାଜ୍ୟ ପାଖ ହୋଇ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଗ୍ଭରରେ ବିଶ୍ୱାସ କର।”
16
ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।
17
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆସ ଓ ମୋତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭେମାନେ ମାଛ ବଦଳରେ ମନୁଷ୍ୟଙ୍କୁ ଏକାଠି କରିବ।”
18
ତେଣୁ ଶିମୋନ ଓ ଆନ୍ଦ୍ରିୟ ସେମାନଙ୍କର ଜାଲ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।
19
ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ।
20
ସେହି ଦୁଇ ଭାଇଙ୍କ ସହ, ଡଙ୍ଗାରେ ସେମାନଙ୍କ ବାପା ଜେବଦୀ ଓ ଅନ୍ୟ ସାହାଯ୍ୟକାରୀ ଶ୍ରମିକମାନେ ଥିଲେ। ସେହି ଦୁଇ ଭାଇଙ୍କୁ ଦେଖିବା ମାତ୍ରେ ଯୀଶୁ ସେମାନଙ୍କୁ ଆସିବାକୁ ଅନୁରୋଧ କଲେ। ସେମାନେ ସେମାନଙ୍କର ବାପା ଓ ଶ୍ରମିକମାନଙ୍କୁ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।
21
ଯୀଶୁ ଦୁଷ୍ଟାତ୍ମାକୁ ସୁସ୍ଥ କଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। ବିଶ୍ରାମ ଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସେଠାରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
22
ଯୀଶୁଙ୍କ ଶିକ୍ଷା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ସେମାନଙ୍କୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦେଇ ଜଣେ ଅଧିକାର ପାଇଥିବା ବ୍ୟକ୍ତିଙ୍କ ଭଳି ଶିକ୍ଷା ଦେଲେ।
23
ଯୀଶୁ ସମାଜଗୃହ ରେ ଥିବା ସମୟରେ ସେଠାରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦେହରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା,
24
“ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭକୁ ଧ୍ୱଂସ କରିଦେବାକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ବ୍ୟକ୍ତି।”
25
ଯୀଶୁ ଭର୍ତ୍ସନା କରି କହିଲେ, “ଚୁପ୍ କର, ଏହାଠାରୁ ବାହାରିଯା।”
26
ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦେଲା। ତା’ପରେ ସେ ଖୁବ୍ ଜୋର୍ରେ ଚିତ୍କାର କରି ସେହି ଲୋକଟି ଭିତରୁ ବାହାରି ଗଲା।
27
ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଏଠାରେ କ’ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ୟ ଆଜ୍ଞା ଦେଉଛି ଓ ଭୂତମାନେ ତା’ କଥା ମାନୁଛନ୍ତି।”
28
ତେଣୁ ଯୀଶୁଙ୍କ ବିଷୟରେ ଗାଲିଲୀ ଅଞ୍ଚଳର ଗ୍ଭରିଆଡ଼େ ଖୁବ୍ ଶୀଘ୍ର ଖବର ବ୍ୟାପିଗଲା।
29
ଯୀଶୁ ଅନେକଙ୍କୁ ସୁସ୍ଥ କଲେ ତା’ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମୋନ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ।
30
ଶିମୋନଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ି ଥିଲେ। ତେଣୁ ସେଠାରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟରେ କହିଲେ।
31
ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହେବାରେ ସାହାଯ୍ୟ କଲେ। ତାହାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲେ। ତା’ପରେ ସେ ସେମାନଙ୍କର ପରିଚର୍ଯ୍ୟା କରିବାକୁ ଲାଗିଲେ।
32
ସୂର୍ଯ୍ୟ ବୁଡ଼ି ଯିବା ପରେ, ସେହି ରାତିରେ ଲୋକମାନେ ଅନେକ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଯେଉଁ ଲୋକମାନଙ୍କ ଦେହ ଭିତରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା, ସେମାନଙ୍କୁ ମଧ୍ୟ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ।
33
ସହରର ସବୁ ଲୋକେ ସେହି ଘରର ଦୁଆରରେ ଜମା ହୋଇଗଲେ।
34
ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଅନେକ ଲୋକଙ୍କୁ ଯୀଶୁ ସୁସ୍ଥ କରିଦେଲେ। ସେ ମଧ୍ୟ ଲୋକଙ୍କ ଦେହରୁ ଅନେକ ଭୂତାତ୍ମା ବାହାରି ଗ୍ଭଲି ଯିବାକୁ ବାଧ୍ୟ କଲେ, କିନ୍ତୁ ସେ କିଏ ବୋଲି ଭୂତମାନେ ଜାଣି ଥିବାରୁ ସେ ସେମାନଙ୍କୁ ପଦେ ହେଲେ କହିବାକୁ ସୁଯୋଗ ଦେଲେ ନାହିଁ।
35
ଲୋକଙ୍କୁ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଯୀଶୁଙ୍କ ପ୍ରସ୍ତୁତି ତା’ ପରଦିନ ସକାଳେ ଯୀଶୁ ଖୁବ୍ ଶୀଘ୍ର ଉଠି ପଡ଼ିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡ଼ି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ସେଠାରେ ସେ ପ୍ରାର୍ଥନା କଲେ।
36
ପରେ ଶିମୋନ ଓ ତାହାଙ୍କ ସାଥୀମାନେ ଯୀଶୁଙ୍କୁ ଖୋଜିବାକୁ ଗଲେ।
37
ସେମାନେ ଯୀଶୁଙ୍କୁ ପାଇଲେ ଓ ତାହାଙ୍କୁ କହିଲେ, “ଲୋକେ ତୁମ୍ଭକୁ ଖୋଜୁଛନ୍ତି।”
38
ଏହା ଶୁଣି ଯୀଶୁ କହିଲେ, “ଆମ୍ଭେମାନେ ଅନ୍ୟ ନିକଟବର୍ତ୍ତୀ ନଗରକୁ ଯିବା ଉଚିତ୍, ଯେପରି ମୁଁ ସେଠାରେ ସେମାନଙ୍କୁ ମଧ୍ୟ ଉପଦେଶ ଦେଇ ପାରିବି ମୁଁ କେବଳ ଏଥିପାଇଁ ଆସିଛି।”
39
ଏହିଭଳି ଭାବରେ ସେ ସମାଜଗୃହମାନଙ୍କରେ ଉପଦେଶ ଦେଇ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡ଼ି ଗାଲିଲୀ ସାରା ବୁଲିଲେ।
40
ଗୋଟିଏ କୁଷ୍ଠରୋଗୀକୁ ଯୀଶୁ ସୁସ୍ଥ କଲେ ଗୋଟିଏ କୁଷ୍ଠରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲା, “ତୁମ୍ଭେ ଇଚ୍ଛା କଲେ ମୋତେ ଭଲ କରି ଦେଇ ପାରିବ। ସେହି ଶକ୍ତି ତୁମ୍ଭର ଅଛି।”
41
ସେହି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢ଼େଇ ଲୋକଟିକୁ ଛୁଇଁଦେଲେ ଓ କହିଲେ, “ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଗ୍ଭହୁଁଛି, ତୁମ୍ଭେ ସୁସ୍ଥ ହୋଇଯାଅ।”
42
ତା’ର କୁଷ୍ଠରୋଗ ତତ୍କ୍ଷଣାତ୍ ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲା।
43
ଯୀଶୁ ଲୋକଟିକୁ ଗ୍ଭଲି ଯିବାକୁ କହିଲେ, କିନ୍ତୁ ତାକୁ ଚେତାବନୀ ଦେଇ କହିଲେ,
44
“ମୁଁ ତୁମ୍ଭ ପାଇଁ ଯାହା କଲି ସେହି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦେହ ଦେଖାଅ। ତୁମ୍ଭେ ସୁସ୍ଥ ହୋଇ ଥିବାରୁ ମୋଶାଙ୍କ ଆଜ୍ଞା ଅନୁସାରେ, ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କର। ତୁମ୍ଭେ ସୁସ୍ଥ ହୋଇ ଯାଇଛ ବୋଲି ଲୋକମାନଙ୍କ ଆଗରେ ପ୍ରମାଣ ରହିବ।”
45
ଲୋକଟି ସେହି ସ୍ଥାନ ଛାଡ଼ି ଗ୍ଭଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦେଇଛନ୍ତି। ତେଣୁ ଯୀଶୁଙ୍କ ବିଷୟରେ ଖବର ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା। ଫଳରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନ ଥିବା ନିଛାଟିଆ ଜାଗାମାନଙ୍କରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16