bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 12
Mark 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
1
ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା’ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।
2
“ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା।
3
କିନ୍ତୁ କୃଷକମାନେ ଗ୍ଭକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନ ଦେଇ ଘୋଉଡ଼େଇ ଦେଲେ।
4
ତା’ପରେ ସେହି ଲୋକଟି ଆଉ ଜଣେ ଗ୍ଭକରକୁ ସେମାନଙ୍କ ପାଖକୁ ପଠାଇଲା। ସେମାନେ ଏହି ଗ୍ଭକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ।
5
ତା’ପରେ ସେ ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଗ୍ଭକରଟିକୁ ଜୀବନରେ ମାରିଦେଲେ। ସେ ଲୋକଟି ଆଉ ଅଧିକ ଗ୍ଭକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତେକଙ୍କୁ ପିଟିଲେ ଓ ଅନ୍ୟ କେତେଙ୍କୁ ଜୀବନରେ ମାରିଦେଲେ।
6
“ଲୋକଟି ପାଖରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସେହି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶେଷ ବ୍ୟକ୍ତି ଥିଲା। ସେ କହିଲା, ‘କୃଷକମାନେ ମୋର ପୁଅକୁ ନିଶ୍ଚୟ ସମ୍ମାନ ଦେବେ।’
7
“କିନ୍ତୁ କୃଷକମାନେ କୁହାକୁହି ହେଲେ, ‘ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ’।
8
ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ।
9
“ଏବେ ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବ? ସେ ଆସି ସେହି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦେଇଦେବ।
10
ତୁମ୍ଭେମାନେ କ’ଣ ଏହି ଶାସ୍ତ୍ର ପଢ଼ି ନାହଁ? “ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର ‘କିନ୍ତୁ କୋଣର ପ୍ରଧାନ ମୂଳଦୁଆ ପଥର ହୋଇଗଲା।
11
ପ୍ରଭୁ ତାହା କଲେ, ଏବଂ ଏହା ଆମ୍ଭ ପାଇଁ ଆଶ୍ଚର୍ଯ୍ୟଜନକ।’”
12
ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।
13
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ।
14
ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?”
15
ଯୀଶୁ ସେମାନଙ୍କ ଗ୍ଭଲ୍ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ’ ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।”
16
ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।”
17
ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
18
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁତ୍ଥାନ ହେବ ନାହିଁ।
19
ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ।
20
ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା।
21
ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା।
22
ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା।
23
କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”
24
ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ।
25
ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁତ୍ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ।
26
ପୁନରୁତ୍ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’।
27
ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
28
କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”
29
ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ।
30
ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’
31
ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’ ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।”
32
ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, “ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ।
33
ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।”
34
ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, “ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।” ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ।
35
ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର ଯୀଶୁ ମନ୍ଦିରରେ ଉପଦେଶ ଦେଲାବେଳେ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?
36
ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ, ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ: ତୁମ୍ଭେ ମୋ’ ପାଖରେ, ମୋହର ଡାହାଣ ପଟେ ବସ, ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ଅଧୀନକୁ ନେଇ ଆସିବି।’
37
ଦାଉଦ ନିଜେ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?” ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ।
38
ଯୀଶୁ ବିଧି ପ୍ରଗ୍ଭରକମାନଙ୍କୁ ସମାଲୋଚନା କଲେ ଯୀଶୁ ଶିକ୍ଷା ଦେଇ ଗ୍ଭଲିଥିଲେ। ସେ କହିଲେ, “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ସେମାନେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତେଣେ ବୁଲିବାକୁ ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାରରେ ସମ୍ମାନ ଦେଖାନ୍ତୁ।
39
ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି।
40
ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।”
41
ଏକ ବିଧବାର ପ୍ରକୃତ ଦାନ ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ।
42
ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।
43
ତା’ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି।
44
କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା’ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16