bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 15
Mark 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
1
ଶାସନକର୍ତ୍ତା ପୀଲାତ ଯୀଶୁଙ୍କୁ ପ୍ରଶ୍ନ କଲେ ସକାଳ ହେବା ମାତ୍ରେ ପ୍ରଧାନଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ’ଣ ବିଗ୍ଭର କରାଯିବ, ତାହା ସ୍ଥିର କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ଶାସନକର୍ତ୍ତା ପୀଲାତଙ୍କ ପାଖକୁ ନେଇଗଲେ ଓ ତାହାଙ୍କ ହାତରେ ସମର୍ପଣ କରିଦେଲେ।
2
ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ତାହା ସତ୍ୟ।”
3
ପ୍ରଧାନଯାଜକମାନେ ଅନେକ ବିଷୟରେ ଯୀଶୁଙ୍କୁ ଅଭିଯୁକ୍ତ କଲେ।
4
ପୀଲାତ ପୁଣି ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର କ’ଣ କିଛି କହିବାର ନାହିଁ? ଦେଖ, ସେମାନେ ତୁମ୍ଭକୁ ଅନେକ ବିଷୟରେ ଅଭିଯୁକ୍ତ କରୁଛନ୍ତି।”
5
ତଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ।
6
ପୀଲାତ ଯୀଶୁଙ୍କୁ ମୁକ୍ତ କରିବାରେ ଅସମର୍ଥ ହେଲେ ପ୍ରତିବର୍ଷ ପରମ୍ପରାକ୍ରମେ ନିସ୍ତାରପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା’ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଗ୍ଭହାନ୍ତି, କେବଳ ସେହି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦେଇଥା’ନ୍ତି।
7
ସେହି ସମୟରେ ବନ୍ଦୀଶାଳାରେ ବାରବ୍ବା ନାମରେ ଏକ ବ୍ୟକ୍ତି ବିଦ୍ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
8
ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ୟ ସେମାନଙ୍କ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ।
9
ପୀଲାତ ଲୋକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡ଼ି ଦିଏ?”
10
ପୀଲାତ ଏ କଥା କହିବାର କାରଣ ହେଲା, ସେ ଜାଣିଥିଲେ ଯେ ପ୍ରଧାନଯାଜକମାନେ ଈର୍ଷାନ୍ୱିତ ହୋଇ ଯୀଶୁଙ୍କୁ ତାହାଙ୍କ ହାତରେ ସମର୍ପଣ କରି ଦେଇଛନ୍ତି।
11
କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।
12
ପୀଲାତ ଲୋକମାନଙ୍କୁ ଆହୁରି ଥରେ ପଗ୍ଭରିଲେ, “ତୁମ୍ଭେମାନେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ’ଣ କରିବା ପାଇଁ ତୁମ୍ଭେମାନେ ଗ୍ଭହୁଁଛ?”
13
ଲୋକମାନେ ପାଟି କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
14
ପୀଲାତ ପଗ୍ଭରିଲେ, “କାହିଁକି? ସେ ଏଭଳି କ’ଣ ଅପରାଧ କରିଛନ୍ତି?” କିନ୍ତୁ ଲୋକମାନେ ଅଧିକ ଜୋର୍ରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
15
ପୀଲାତ ଲୋକମାନଙ୍କୁ ଖୁସୀ କରିବାକୁ ଗ୍ଭହିଁଲେ, ତେଣୁ ସେ ସେମାନଙ୍କ ପାଇଁ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ପିଟିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦେବା ପାଇଁ ତାହାଙ୍କୁ ସୈନ୍ୟମାନଙ୍କ ହାତରେ ଦେଇ ଦେଲେ।
16
ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନେଇଗଲେ। ସେମାନେ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି ଡାକିଲେ।
17
ସୈନ୍ୟମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସେମାନେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ।
18
ତା’ପରେ ସେମାନେ ତାହାଙ୍କୁ ସ୍ୱାଗତ କରି ଥଟ୍ଟାରେ କହିଲେ, ହେ ଯିହୂଦୀମାନଙ୍କର ରାଜା, କହି ପ୍ରଣାମ କଲେ।
19
ସୈନ୍ୟମାନେ ଯୀଶୁଙ୍କ ମୁଣ୍ଡରେ ବାରମ୍ବାର ବେତରେ ଆଘାତ କଲେ। ତାହାଙ୍କ ଉପରେ ଛେପ ପକାଇଲେ। ଆଣ୍ଠୁମାଡ଼ି ବସି ତାହାଙ୍କୁ ପ୍ରଣାମ କଲେ।
20
ଥଟ୍ଟା କରି ସାରିବା ପରେ ସେମାନେ ଯୀଶୁଙ୍କ ଦେହରୁ ବାଇଗଣୀ ପୋଷାକ କାଢ଼ିନେଇ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା’ପରେ ସେମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନେଇଗଲେ।
21
କ୍ରୁଶ ଉପରେ ଯୀଶୁଙ୍କୁ ହତ୍ୟା କଲେ ସେତେବେଳେ ଜଣେ କୂରୀଣୀୟ ବାସିନ୍ଦା ଶିମୋନ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେକ୍ଜାଣ୍ଡାର ଓ ରୂଫଙ୍କ ପିତା ଥିଲା। ସୈନ୍ୟମାନେ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବାକୁ ତାକୁ ବାଧ୍ୟ କଲେ।
22
ତା’ପରେ ସେମାନେ ଯୀଶୁଙ୍କୁ ଗଲ୍ଗଥା ନାମକ ସ୍ଥାନକୁ ନେଇଗଲେ। ଗଲ୍ଗଥାର ଅର୍ଥ “କପାଳ ସ୍ଥାନ”
23
ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ।
24
ତା’ପରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କଲେ। ସେମାନେ ଯୀଶୁଙ୍କ ଲୁଗା ପଟା ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। କିଏ କ’ଣ ପାଇବ, ତାହା ସେମାନେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବା ପାଇଁ ସ୍ଥିର କଲେ।
25
ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ବେଳକୁ ସକାଳ ନଅଟା ବାଜିଥିଲା।
26
ଯୀଶୁଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲେଖା ଯାଇଥିଲା ଏ “ ଯିହୂଦୀମାନଙ୍କର ରାଜା।”
27
ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ୟ ସେମାନେ କ୍ରୁଶ ବିଦ୍ଧ କଲେ। ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣକୁ ବାମ ପଟେ କ୍ରୁଶ ବିଦ୍ଧ କରାଗଲା।
29
ଯୀଶୁଙ୍କ ପାଖଦେଇ ଗ୍ଭଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିଲେ। ସେମାନେ ମୁଣ୍ଡ ହଲେଇ ହଲେଇ କହୁଥିଲେ, “ଆରେ ବାଃ, ତୁ ସେହି ଲୋକ, ଯିଏ ମନ୍ଦିରକୁ ଭାଙ୍ଗି ଦେଇ ତିନି ଦିନ ମଧ୍ୟରେ ତାହା ପୁଣି ତିଆରି କରି ଦେବୁ ବୋଲି କହୁଥିଲୁ।
30
ଏବେ କ୍ରୁଶ ଉପରୁ ଓହ୍ଲେଇ ଆସି ନିଜକୁ ରକ୍ଷା କର।”
31
ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯେଭଳି ଭାବରେ ଥଟ୍ଟା କରୁଥିଲେ, ସେମାନେ ମଧ୍ୟ ଠିକ୍ ସେହିଭଳି ଯୀଶୁଙ୍କୁ ଥଟ୍ଟା କଲେ। ସେମାନେ କୁହାକୁହି ହେଉଥିଲେ, “ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ।
32
ଯଦି ପ୍ରକୃତରେ ସେ ଖ୍ରୀଷ୍ଟ, ଇସ୍ରାଏଲର ରାଜା, ତେବେ ବର୍ତ୍ତମାନ ସେ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସୁ। ନିଜକୁ ରକ୍ଷା କରୁ। ତା’ହେଲେ ଆମ୍ଭେମାନେ ତାହା ଦେଖିବା ଓ ତାକୁ ବିଶ୍ୱାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖରେ କ୍ରୁଶ ବିଦ୍ଧ କରାଯାଉଥିଲା, ସେମାନ ମଧ୍ୟ ଯୀଶୁଙ୍କ ଅପମାନିତ କଲେ।
33
ଯୀଶୁଙ୍କ ମୃତ୍ୟୁ ଦ୍ୱିପ୍ରହର ବେଳକୁ ସମଗ୍ରଦେଶ ଉପରେ ଅନ୍ଧକାର ମାଡ଼ି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବେଳ ପର୍ଯ୍ୟନ୍ତ ରହିଲା।
34
ସେହି ସମୟରେ ଯୀଶୁ ବଡ଼ ପାଟିରେ କହି ଉଠିଲେ, “ଏଲୀ, ଏଲୀ, ଲାମା ଶବକ୍ଥାନୀ।” ଅର୍ଥାତ, “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”
35
ସେଠାରେ ଠିଆ ହୋଇଥିବା କେତେକ ଲୋକ ଏ କଥା ଶୁଣିଲେ। ସେମାନେ କହିଲେ, “ଶୁଣ, ସେ ଏଲିୟଙ୍କୁ ଡାକୁଛି।”
36
ସେଠାରୁ ଜଣେ ଲୋକ ଦୌଡ଼ିଯାଇ ଅମ୍ଳରସରେ ଭିଜାଇଥିବା ଗୋଟିଏ ସ୍ପଞ୍ଜ୍ଆଣିଲା। ସ୍ପଞ୍ଜ୍କୁ ଗୋଟିଏ ବାଡ଼ିରେ ବାନ୍ଧିଲା। ଯୀଶୁ ସ୍ପଞ୍ଜ୍ରୁ ଅମ୍ଳରସ ପିଇବେ ବୋଲି ସେ ବାଡ଼ିଟିର ସ୍ପଞ୍ଜ୍ ବନ୍ଧା ହୋଇଥିବା ପାଖଟି ତାହାଙ୍କ ଆଡ଼କୁ ବଢ଼ାଇଲା। ଲୋକଟି କହିଲା, “ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କ୍ରୁଶ ଉପରୁ ତଳକୁ ନେବାକୁ ଆସୁଛନ୍ତି କି ନାହିଁ, ଦେଖିବା।”
37
ତା’ପରେ ଯୀଶୁ ଉଚ୍ଚ ସ୍ୱରରେ ପାଟି କରି ପ୍ରାଣତ୍ୟାଗ କଲେ।
38
ଯୀଶୁ ଯେତେବେଳେ ପ୍ରାଣତ୍ୟାଗ କଲେ, ସେତେବେଳେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା।
39
କ୍ରୁଶ ଆଗରେ ଠିଆ ହୋଇଥିବା ସେନାପତି ଯୀଶୁ କିପରି ପ୍ରାଣତ୍ୟାଗ କଲେ, ତାହା ଦେଖିଲେ। ସେ କହିଲେ, “ପ୍ରକୃତରେ ଏହି ଲୋକ ପରମେଶ୍ୱରଙ୍କ ପୁତ୍ର ଥିଲେ।”
40
କେତେକ ସ୍ତ୍ରୀଲୋକ କ୍ରୁଶଠାରୁ କିଛି ଦୂରରେ ଠିଆ ହୋଇ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ସହରରୁ ଆସିଥିବା ମରିୟମ, ଶଲୋମୀ, ଯାକୁବ ଓ ଯୋସିଙ୍କ ମା ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।
41
ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସେମାନେ ତାହାଙ୍କର ସେବାଯତ୍ନ କରୁଥିଲେ। ଅନ୍ୟ ଅନେକ ସ୍ତ୍ରୀଲୋକ ମଧ୍ୟ ସେଠାରେ ଥିଲେ। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମକୁ ଆସିଥିଲେ।
42
ଯୀଶୁଙ୍କୁ ସମାଧି ଦିଆଗଲା ସନ୍ଧ୍ୟା ହୋଇଯାଇଥିଲା। ଏହି ଦିନଟି ଆୟୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।
43
ହାରାମାଥୀୟାର ଯିହୂଦୀ ଯୋସେଫ ମହାସଭାର ଜଣେ ସମ୍ମାନିତ ସଦସ୍ୟ ଥିଲେ ଓ ସେ ପରମେଶ୍ୱରଙ୍କ ରାଜ୍ୟ ଆସୁ ବୋଲି ଗ୍ଭହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।
44
ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲେଣି ଶୁଣି ପୀଲାତ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଯୀଶୁଙ୍କୁ ଜଗିଥିବା ସେନାପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲେଣି କି ନାହିଁ ପଗ୍ଭରିଲେ।
45
ସେନାପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ୟାଗ କରି ସାରିଥିବା କଥା କହିଲେ। ତା’ପରେ ପୀଲାତ ଯୋସେଫଙ୍କୁ କହିଲେ ଯେ, ସେ ଯୀଶୁଙ୍କ ଶବ ନେଇ ଯାଇ ପାରିବେ।
46
ଯୋସେଫ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆଣିଲେ। ସେ ଶବକୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଘୋଡ଼େଇ ଦେଲେ ଓ ପଥର କଟା ହୋଇ ତିଆରି ହୋଇଥିବା ଗୋଟିଏ କବରରେ ତାହାଙ୍କୁ ରଖିଦେଲେ। ଖଣ୍ଡିଏ ବଡ଼ ପଥର ଗଡ଼େଇ ଆଣି କବରର ମୁହଁକୁ ବନ୍ଦ କରିଦେଲେ।
47
ମଗ୍ଦଲୀନୀ ମରିୟମ ଓ ଯୋସିଙ୍କ ମା ଯୀଶୁଙ୍କୁ ଯେଉଁଠାରେ ରଖାଗଲା, ସେହି ସ୍ଥାନଟି ଦେଖିଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16