bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 11
Mark 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
1
ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ,
2
“ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ।
3
ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା’ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”
4
ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ।
5
କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?”
6
ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା’ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।
7
ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ।
8
ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ।
9
କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ, “‘ହୋଶାନ୍ନା ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସୁଛନ୍ତି, ସେ ଧନ୍ୟ।’
10
“ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ, ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”
11
ଯୀଶୁ ଯିରୁଶାଲମ ଆସି ମନ୍ଦିର ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।
12
ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।
13
ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା।
14
ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ।
15
ଯୀଶୁଙ୍କର ମନ୍ଦିରରେ ପ୍ରବେଶ ତା’ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ।
16
ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ।
17
ତା’ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ। କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’
18
ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ।
19
ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।
20
ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ।
21
ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”
22
ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ।
23
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ।
24
ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ।
25
ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା’ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।”
27
ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ।
28
ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?”
29
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି।
30
ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”
31
ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’
32
କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା।
33
ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।” ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା’ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।”
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16