bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 16
Mark 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
1
ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ।
2
ସପ୍ତାହର ସେହି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସେମାନେ କବର ପାଖକୁ ଗଲେ।
3
ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ୱାରା ବନ୍ଦ କରି ଦିଆ ହୋଇଛି। ପଥରଟିକୁ ଆମ୍ଭ ପାଇଁ କିଏ ସେଠାରୁ ଗଡ଼େଇ ଦେବ?”
4
ତା’ପରେ ସେମାନେ ସେ ଆଡ଼କୁ ଗ୍ଭହିଁଲେ। ସେମାନେ ଦେଖିଲେ ଯେ, ସେହି ବଡ଼ ପଥରଟି ସେଠାରୁ ଘୁଞ୍ଚା ଯାଇଛି।
5
ସେମାନେ କବର ଭିତରକୁ ଗଲେ। ସେଠାରେ ସେମାନେ ଧଳା ପୋଷାକ ପିନ୍ଧିଥିବା ଜଣେ ଯୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲେ। ସେମାନେ ଡରିଗଲେ।
6
କିନ୍ତୁ ଯୁବକ ଜଣକ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ କ୍ରୁଶବିଦ୍ଧ ନାଜରିତର ଯୀଶୁଙ୍କୁ ଖୋଜୁଛ। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେ ଏଠାରେ ନାହାନ୍ତି। ଦେଖ, ସେମାନେ ତାହାଙ୍କୁ ଏହି ସ୍ଥାନରେ ରଖିଥିଲେ।
7
ଏବେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଏବଂ ପିତରଙ୍କୁ କୁହ ଯେ, ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁଭଳି କହିଥିଲେ, ତୁମ୍ଭେମାନେ ତାହାଙ୍କୁ ସେହିଭଳି ସେଠାରେ ଦେଖିବ।”
8
ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।
9
କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି। କେତେକ ଶିଷ୍ୟ ଯୀଶୁଙ୍କୁ ଦେଖିଲେ ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ।
10
ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ୟମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତେବେଳକୁ ଶିଷ୍ୟମାନେ ଶୋକରେ ବୁଡ଼ି ଯାଇଥିଲେ ଓ ବିଳାପ କରୁଥିଲେ।
11
ମରିୟମ ସେମାନଙ୍କୁ କହିଲେ ଯେ, ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ୟମାନେ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।
12
ଏହା ପରେ ଦୁଇଜଣ ଶିଷ୍ୟ ପଡ଼ିଆ ମଧ୍ୟରେ ଯାଉଥିବା ସମୟରେ ଯୀଶୁ ସେମାନଙ୍କ ନିକଟରେ ଅନ୍ୟ ଏକ ରୂପରେ ଦେଖା ଦେଲେ।
13
ଏହି ଶିଷ୍ୟ ଦୁଇଜଣ ଫେରି ଆସି ଅନ୍ୟ ଶିଷ୍ୟମାନଙ୍କୁ ଏ କଥା ଜଣାଇଲେ। ତଥାପି ଶିଷ୍ୟମାନେ ତାହାଙ୍କ କଥାକୁ ମଧ୍ୟ ବିଶ୍ୱାସ କଲେ ନାହିଁ।
14
ପ୍ରେରିତମାନଙ୍କ ସହିତ ଯୀଶୁଙ୍କ କଥାବାର୍ତ୍ତା ପରେ ଯେତେବେଳେ ଏଗାର ଜଣ ପ୍ରେରିତ ଖାଉଥିଲେ, ସେତିକିବେଳେ ଯୀଶୁ ସେମାନଙ୍କୁ ଦେଖା ଦେଲେ। ସେ ସେମାନଙ୍କୁ ସେମାନଙ୍କର ଅବିଶ୍ୱାସ ଓ ମନର ଜଡ଼ତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥାନ ହୋଇଛନ୍ତି ବୋଲି ଦେଖିଥିଲେ, ସେମାନଙ୍କୁ ଏହି ଶିଷ୍ୟମାନେ ବିଶ୍ୱାସ କରି ନ ଥିଲେ।
15
ଯୀଶୁ ସେମାନଙ୍କୁ କହିଲେ, “ପୃଥିବୀର ଗ୍ଭରିଆଡ଼କୁ ଯାଅ। ପ୍ରତ୍ୟେକ ଲୋକକୁ ସୁସମାଗ୍ଭର ଶୁଣାଅ।
16
ଯେଉଁ ଲୋକ ବିଶ୍ୱାସ କରିବ ଓ ବାପ୍ତିଜିତ ହେବ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ୱାସ କରିବ, ସେ ଦୋଷୀ ସାବ୍ୟସ୍ତ ହେବ।
17
ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା’ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ।
18
ସେମାନେ ନିଜ ହାତରେ ସାପକୁ ଧରିବେ କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ସେମାନେ ବିଷ ମଧ୍ୟ ପିଇ ଦେବେ, କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହୋଇଯିବେ।”
19
ଯୀଶୁଙ୍କ ସ୍ୱର୍ଗାରୋହଣ ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ।
20
ତା’ପରେ ପ୍ରେରିତମାନେ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ। ପ୍ରଭୁ ପ୍ରମାଣିତ କରିଦେଲେ ଯେ, ପ୍ରେରିତମାନେ ଯେଉଁ ସୁସମାଗ୍ଭର ପ୍ରଗ୍ଭର କରୁଥିଲେ ତାହା ସତ୍ୟ। ପ୍ରଭୁ ସେମାନଙ୍କୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରିଦେଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
All chapters:
1
2
3
4
5
6
7
8
9
10
11
12
13
14
15
16