bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 8
Mark 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
1
ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସେମାନଙ୍କର କିଛି ଖାଇବାକୁ ନ ଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ,
2
“ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି। ସେମାନେ ମୋ’ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ।
3
କିଛି ନ ଖୁଆଇ, ସେମାନଙ୍କୁ ଯଦି ମୁଁ ପଠାଇ ଦିଏ, ତେବେ ସେମାନେ ମୂର୍ଚ୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।”
4
ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”
5
ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କ ପାଖରେ କେତେଖଣ୍ଡ ରୋଟୀ ଅଛି?” ସେମାନେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପାଖରେ ସାତଖଣ୍ଡ ଅଛି।”
6
ତା’ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ।
7
ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟି ଦେବାକୁ କହିଲେ।
8
ସବୁ ଲୋକ ଖାଇ ତୃପ୍ତ ହେଲେ। ତା’ପରେ ସେମାନେ ବଳକା ଟୁକୁରା ତକ ଏକାଠି କରି ସାତୋଟି ଟୋକେଇରେ ଭର୍ତ୍ତିକଲେ।
9
ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ।
10
ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦଲ୍ମନୂଥା ଅଞ୍ଚଳକୁ ଗ୍ଭଲିଗଲେ। ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହିଁଲେ।
11
କିଛି ଲୋକ ଯୀଶୁଙ୍କର ଅଧିକାରକୁ ସନ୍ଦେହ କରନ୍ତି ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଗ୍ଭରିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ, ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ଯ୍ୟକର୍ମ କରିବାକୁ କହିଲେ।
12
ଯୀଶୁ ଦୀର୍ଘନିଶ୍ୱାସ ନେଇ ଦୁଃଖ ପ୍ରକାଶ କରି କହିଲେ, “ତୁମ୍ଭେମାନେ କାହିଁକି ପ୍ରମାଣ ସ୍ୱରୂପ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଛ? ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କୁ ସେଭଳି କୌଣସି ପ୍ରମାଣ ଦିଆ ଯିବ ନାହିଁ।”
13
ତା’ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡ଼ି ପୁନଃ ଡଙ୍ଗା ଭିତରକୁ ଗ୍ଭଲି ଆସିଲେ। ସେ ଡଙ୍ଗାରେ ବସି ହ୍ରଦର ଅପର ପାରିକୁ ଗ୍ଭଲିଗଲେ।
14
ଯିହୂଦୀ ନେତାମାନଙ୍କ ବିରୁଦ୍ଧରେ ଯୀଶୁଙ୍କ ଚେତାବନୀ ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୋଟୀ ଥିଲା।
15
ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ସାବଧାନ; ଫାରୂଶୀ ଓ ହେରୋଦଙ୍କ ଖମୀର ଠାରୁ ଦୂରରେ ରୁହ।”
16
ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଯୀଶୁ ଏ କଥା କହିଲେ।”
17
ସେମାନେ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସେମାନଙ୍କୁ କହିଲେ, “ରୋଟୀ ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖି ପାରୁନ କି ବୁଝି ପାରୁନ?
18
ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ?
19
ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?” ସେମାନେ କହିଲେ, “ବାରଟି ଟୋକେଇରେ।”
20
“ଆଉ ମୁଁ ଯେତେବେଳେ ଗ୍ଭରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?” “ସେମାନେ କହିଲେ, ସାତୋଟି ଟୋକେଇରେ।”
21
ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭେମାନେ ମନେ ରଖିଛ। ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”
22
ବେଥ୍ସାଇଦାରେ ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ ତା’ପରେ ସେମାନେ ବେଥ୍ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ।
23
ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢ଼ାଇ ନେଇଗଲେ। ସେ ଅନ୍ଧଟିର ଆଖିରେ ଛେପ ପକାଇଲେ। ତା’ ଉପରେ ହାତ ରଖି ତାକୁ ପଗ୍ଭରିଲେ, “ତୁମ୍ଭେ କିଛି ଦେଖି ପାରୁଛ କି?”
24
ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।”
25
ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା’ର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।
26
ଯୀଶୁ ତାକୁ ଘରକୁ ପଠେଇ ଦେଲେ ଓ କହିଲେ, “ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।”
27
ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?”
28
ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”
29
ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?” ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”
30
ତା’ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।”
31
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ ତା’ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁତ୍ଥାନ ହେବେ।”
32
ଯାହାସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ। ସେ କିଛି ହେଲେ ଲୁଗ୍ଭଇ ରଖିଲେ ନାହିଁ। ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ।
33
ଯୀଶୁ ପଛ ପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, “ଶୟତାନ, ମୋ’ଠାରୁ ଦୂର ହୁଅ। ତୁମ୍ଭେ ପରମେଶ୍ୱରଙ୍କ ବିଗ୍ଭର ଭଳି ବିଗ୍ଭର କରୁ ନାହଁ, ଲୋକମାନେ ଯେଉଁଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସେହିଭଳି ଭାବୁଛ।”
34
ତା’ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ।
35
କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଗ୍ଭହିଁବ, ସେ ତାହା ହରାଇବ। ଯେଉଁ ଲୋକ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ନିଜ ଜୀବନ ତ୍ୟାଗ କରିବ, ସେ ତା’ ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ।
36
ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି?
37
କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇ ପାରିବ ନାହିଁ।
38
ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16