bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 10
Mark 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
1
ବିବାହ ବିଚ୍ଛେଦ ସମ୍ପର୍କରେ ଯୀଶୁଙ୍କ ଶିକ୍ଷା ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ିଦେଲେ। ସେ ଯିହୂଦା ଅଞ୍ଚଳ ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖରେ ଜମା ହୋଇଗଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।
2
କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରିବା ପାଇଁ ଚେଷ୍ଟା କଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଜଣେ ପୁରୁଷ ତା’ର ସ୍ତ୍ରୀକୁ ଛାଡ଼ପତ୍ର ଦେବା କ’ଣ ଆଇନ ସଙ୍ଗତ କାର୍ଯ୍ୟ?”
3
ଯୀଶୁ କହିଲେ, “ମୋଶା ତୁମ୍ଭମାନଙ୍କୁ କ’ଣ ଆଜ୍ଞା ଦେଇଛନ୍ତି?”
4
ସେମାନେ କହିଲେ, “ଜଣେ ପୁରୁଷ ଛାଡ଼ପତ୍ର ପାଇଁ ପ୍ରମାଣପତ୍ର ଲେଖିଦେଇ ତା’ପରେ ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି, ମୋଶା କହିଥିଲେ।”
5
ଯୀଶୁ ସେମାନଙ୍କୁ କହିଲେ, “ମୋଶା ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ମାନିବାକୁ ମନାକଲ।
6
କିନ୍ତୁ ପରମେଶ୍ୱର ଯେତେବେଳେ ଜଗତ ସୃଷ୍ଟି କଲେ, ‘ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।’
7
“ଏଣୁ ଜଣେ ପୁରୁଷ ନିଜ ବାପା-ମାଙ୍କୁ ଛାଡ଼ି ନିଜ ସ୍ତ୍ରୀ ସହିତ ମିଳିତ ହେବ
8
ଏବଂ ସେମାନେ ଏକ ହୋଇଯିବେ।’ ତେଣୁ ସେମାନେ ଦୁଇଜଣ ନୁହନ୍ତି ବରଂ ଏକ।
9
ପରମେଶ୍ୱର ଯଦି ଏହି ଦୁଇଜଣ ମନୁଷ୍ୟଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ୟକ୍ତି ଅଲଗା କରିଦେବା ଉଚିତ୍ ନୁହେଁ।”
10
ଯୀଶୁ ଓ ଶିଷ୍ୟମାନେ ଘରକୁ ଫେରିବା ପରେ ଶିଷ୍ୟମାନେ ଯୀଶୁଙ୍କୁ ପୁଣି ଥରେ ଛାଡ଼ପତ୍ର ବିଷୟରେ ପଗ୍ଭରିଲେ।
11
ଯୀଶୁ କହିଲେ, “ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସେହି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ୟଭିଗ୍ଭର ପାପ ପାଇଁ ଦୋଷୀ ହୁଏ।
12
ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।”
13
ପିଲାମାନଙ୍କୁ ଯୀଶୁ ଗ୍ରହଣ କଲେ ପୁଣି ଲୋକମାନେ ଯୀଶୁଙ୍କ ପାଖକୁ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦେଇ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ବାରଣ କଲେ ଯେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ।
14
ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଛୋଟ ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ପରମେଶ୍ୱରଙ୍କ ରାଜ୍ୟ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।
15
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗୋଟିଏ ଛୋଟ ପିଲା ସରଳ ମନରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବା ଉଚିତ୍, ନଚେତ୍ ତୁମ୍ଭେ ସେଠାରେ କେବେ ହେଲେ ପ୍ରବେଶ କରି ପାରିବ ନାହିଁ।”
16
ତା’ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉଠେଇ ନେଲେ। ସେ ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ।
17
ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”
18
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି।
19
କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”
20
ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।”
21
ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା’ପରେ ଆସ ଓ ମୋର ଅନୁସରଣ କର।”
22
ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା’ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା।
23
ଯୀଶୁ ଗ୍ଭରିଆଡ଼େ ଗ୍ଭହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀ ଲୋକମାନଙ୍କ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବଡ଼ କଠିନ ବିଷୟ।”
24
ଯୀଶୁଙ୍କ କଥା ଶୁଣି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଯୀଶୁ ସେମାନଙ୍କୁ ପୁଣି କହିଲେ, “ହେ ମୋର ପିଲାମାନେ, ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପ୍ରକୃତରେ କେଡ଼େ କଠିନ।
25
ଜଣେ ଧନୀ ଲୋକର ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ, ଗୋଟିଏ ଛୁଞ୍ଚି କଣାରେ ଗଳି ଯାଇ ପାରିବା ସହଜ।”
26
ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ତେବେ କିଏ ଉଦ୍ଧାର ପାଇ ପାରିବ?”
27
ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ମନୁଷ୍ୟମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ନୁହେଁ। ପରମେଶ୍ୱର ସବୁକିଛି କରି ପାରିବୋ”
28
ପିତର ଯୀଶୁଙ୍କୁ କହିଲେ, “ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭେମାନେ ସବୁକିଛି ତ୍ୟାଗ କରିଛୁ।”
29
ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି,
30
ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ।
31
ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନକୁ ଗ୍ଭଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶେଷ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ପ୍ରଥମ ସ୍ଥାନକୁ ଗ୍ଭଲିଯିବେ।”
32
ଯୀଶୁ ତାଙ୍କ ମୃତ୍ୟୁ ବିଷୟରେ ପୁଣି ଥରେ କହନ୍ତି ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ଯିରୁଶାଲମକୁ ଯାଉଥିଲେ। ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ରେରିତଙ୍କୁ ଅଲଗା ଡାକି ଯିରୁଶାଲମରେ ଯାହାସବୁ ଘଟିବ, ସେ ବିଷୟରେ କହିବାକୁ ଲାଗିଲେ।
33
ଯୀଶୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ ଏବଂ ସେମାନେ ତାହାଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଅଣଯିହୂଦୀମାନଙ୍କୁ ସମର୍ପି ଦେବେ।
34
ସେମାନେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛେପ ପକାଇବେ। ତାହାଙ୍କୁ କୋରଡ଼ାରେ ପିଟିବେ ଓ ଶେଷରେ ମାରି ପକାଇବେ। କିନ୍ତୁ ମୃତ୍ୟୁଠାରୁ ତୃତୀୟ ଦିନରେ ସେ ପୁନରୁତ୍ଥାନ ହେବେ।”
35
ଯାକୁବ ଓ ଯୋହନଙ୍କର ଅନୁଗ୍ରହର ଅନୁରୋଧ ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, “ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଗ୍ଭହୁଁଛୁ।”
36
ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ମୋ’ ଦ୍ୱାରା ତୁମ୍ଭ ପାଇଁ କ’ଣ ପାଇବାକୁ ଗ୍ଭହୁଁଛ?”
37
ସେମାନେ କହିଲେ, “ଆପଣଙ୍କ ରାଜ୍ୟରେ ଆପଣ ମହିମା ପ୍ରାପ୍ତ ହେବା ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।”
38
ଯୀଶୁ କହିଲେ, “ତୁମ୍ଭେ କ’ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁ ନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ୟ କ’ଣ ସେହିଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁଭଳି ବାପ୍ତିଜିତ ହେବି, ତୁମ୍ଭେ କ’ଣ ସେହିଭଳି ବାପ୍ତିଜିତ ହୋଇ ପାରିବ?”
39
ସେମାନେ ତାହାଙ୍କୁ କହିଲେ, “ହଁ ଆମ୍ଭେ ପାରିବୁ।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ତାହା ଭୋଗ କରିବ। ମୁଁ ଯାହା ଦ୍ୱାରା ବାପ୍ତିଜିତ ହେବି, ତୁମ୍ଭେମାନେ ମଧ୍ୟ ତା ଦ୍ୱାରା ବାପ୍ତିଜିତ ହେବ।
40
କିନ୍ତୁ ମୋର ଡାହାଣ ବା ବାମ ପଟରେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି, କେବଳ ସେହିମାନେ ସେଥିରେ ବସି ପାରିବେ।”
41
ଅନ୍ୟ ଦଶ ଜଣ ପ୍ରେରିତ ଏହା ଶୁଣିଲେ। ସେମାନେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ।
42
ଯୀଶୁ ସମସ୍ତ ପ୍ରେରିତମାନଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ସେମାନେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ୱ ଦେଖାଇବାକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ମଧ୍ୟ ଲୋକଙ୍କ ଉପରେ ତାହାଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଭଲ ପାଆନ୍ତି।
43
କିନ୍ତୁ ତୁମ୍ଭ ମଧ୍ୟରେ ଏଭଳି କିଛି ହେବା ଅନୁଚିତ୍। ଯଦି ତୁମ୍ଭ ଭିତରୁ କେହି ବଡ଼ ହେବାକୁ ଗ୍ଭହୁଁଥାଏ, ତେବେ ସେ ଜଣେ ସେବକ ଭଳି ତୁମ୍ଭ ସମସ୍ତଙ୍କର ସେବା କରୁ।
44
ଯଦି ତୁମ୍ଭ ଭିତରୁ କେହି ମହତ୍ତ୍ୱପୂର୍ଣ୍ଣ ହେବାକୁ ଗ୍ଭହୁଁଥାଏ, ତେବେ ସେ ତୁମ୍ଭ ସମସ୍ତଙ୍କର ଜଣେ କ୍ରୀତଦାସ ଭଳି ସେବା କରୁ।
45
ସେହିଭଳି ମନୁଷ୍ୟପୁତ୍ର ଅନ୍ୟଠାରୁ ସେବା ପାଇବା ପାଇଁ ଆସି ନାହାନ୍ତି, ବରଂ ସେ ସେବା କରିବା ପାଇଁ ଆସିଛନ୍ତି। ସେ ବହୁତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦେବା ପାଇଁ ଆସିଛନ୍ତି।”
46
ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ ତା’ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା।
47
ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।”
48
ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।”
49
ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।” ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।”
50
ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା’ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
51
ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?” ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।”
52
ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା’ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16