bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 2
Mark 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
1
ପକ୍ଷାଘାତ ରୋଗୀକୁ ଯୀଶୁ ସୁସ୍ଥ କଲେ କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫେରି ଆସିଲେ। ଯୀଶୁ ଘରକୁ ଫେରି ଆସିଛନ୍ତି ବୋଲି ଖବର ବ୍ୟାପିଗଲା।
2
ଅନେକ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହୋଇଗଲେ। ଘରଟି ପୁରିଗଲା। ଘରେ କି ବାହାରେ କେଉଁଠି ହେଲେ ଠିଆ ହେବାକୁ ଜାଗା ନ ଥିଲା। ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ।
3
ସେହି ସମୟରେ କେତେକ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଗ୍ଭରି ଜଣ ଲୋକ ବୋହି କରି ଆଣିଥିଲେ।
4
ଲୋକ ଭିଡ଼ ହୋଇ ଯାଇଥିବାରୁ ସେମାନେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସେମାନେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀଟିକୁ ସେହି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ଯ୍ୟନ୍ତ, ତଳକୁ ଝୁଲାଇ ଦେଲେ।
5
ଯୀଶୁ ଦେଖିଲେ ଯେ, ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, “ହେ ଯୁବକ, ତୁମ୍ଭ ପାପଗୁଡ଼ିକୁ କ୍ଷମା କରାଗଲା।”
6
କେତେଜଣ ଧର୍ମଶାସ୍ତ୍ରୀ ସେଠାରେ ବସିଥିଲେ। ଯୀଶୁଙ୍କ କାମ ସେମାନେ ଦେଖିଲେ। ସେମାନେ ନିଜ ଭିତରେ କୁହାକୁହି ହେଲେ,
7
“ଏ’ ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ନିନ୍ଦା କରୁଅଛି। ପରମେଶ୍ୱରଙ୍କ ବ୍ୟତୀତ ପାପ ଗୁଡ଼ିକୁ ଅନ୍ୟ କିଏ କ୍ଷମା କରି ପାରିବ?”
8
ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନରେ ଏସବୁ କଥା କାହିଁକି ଭାବୁଛ?
9
ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ? ‘ତୁମ୍ଭ ପାପ ଗୁଡ଼ିକୁ କ୍ଷମା କରି ଦିଆଗଲା।’ ନା’ ତାକୁ କହିବା: ‘ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଗ୍ଭଲ?’
10
କିନ୍ତୁ, ମୁଁ ତୁମ୍ଭ ଆଗରେ ପ୍ରମାଣିତ କରିଦେବି ଯେ, ଏହି ପୃଥିବୀରେ ମନୁଷ୍ୟପୁତ୍ରଙ୍କର ପାପଗୁଡ଼ିକୁ କ୍ଷମା କରିବା ଶକ୍ତି ଅଛି।” ତା’ପରେ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ,
11
“ମୁଁ ତୁମ୍ଭକୁ କହୁଛି, ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।”
12
ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।”
13
ମାଥିଉ ଯୀଶୁଙ୍କୁ ଅନୁସରଣ କଲେ ପୁଣି ଥରେ ଯୀଶୁ ହ୍ରଦ ପାଖଦେଇ ଗଲେ। ଅନେକ ଲୋକ ତା’ଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ।
14
ଯୀଶୁ ଯାଉଥିବା ସମୟରେ କରଆଦାୟ ସ୍ଥାନରେ ବସି ଥିବା ଆଲଫିଙ୍କ ପୁଅ ଲେବିଙ୍କୁ ଦେଖି ସେ କହିଲେ, “ମୋତେ ଅନୁସରଣ କର।” ତା’ପରେ ଲେବି ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।
15
ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲେବିଙ୍କ ଘରେ ଖାଉଥିବା ସମୟରେ, ସେମାନଙ୍କ ସହିତ ଅନେକ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ୟ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନେକ ଲୋକ ମଧ୍ୟ ସେଠାରେ ଥିଲେ।
16
ଯୀଶୁଙ୍କୁ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯୀଶୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”
17
ଯୀଶୁ ଏହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କେବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସି ନାହିଁ। ମୁଁ କେବଳ ପାପୀମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସିଛି।”
18
ଯୀଶୁ ଅନ୍ୟ ଧର୍ମ ଗୁରୁମାନଙ୍କଠାରୁ ଭିନ୍ନ ଯୋହନଙ୍କ ଶିଷ୍ୟ ଓ ଫାରୂଶୀମାନେ ଉପବାସ କରୁଥିଲେ। କେତେକ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, “ଯୋହନଙ୍କ ଶିଷ୍ୟମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ୟମାନେ କାହିଁକି ଉପବାସ କରୁ ନାହାନ୍ତି?”
19
ଯୀଶୁ କହିଲେ, “ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସେମାନଙ୍କ ସାଙ୍ଗରେ ଥା’ନ୍ତି। ତେଣୁ ବର ସେଠାରେ ଥିବା ପର୍ଯ୍ୟନ୍ତ ସେମାନେ ଉପବାସ କରି ନ ପାରନ୍ତି।
20
କିନ୍ତୁ ସମୟ ଆସିବ, ବରଙ୍କୁ ସେମାନଙ୍କଠାରୁ ଦୂରେଇ ନିଆଯିବ। ସେତେବେଳେ ସେମାନେ (ବର ଯାତ୍ରୀମାନେ) ଉପବାସ କରିବେ।
21
“କେହି କେବେ ହେଲେ ପୁରୁଣା ଲୁଗାରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତାହା କରେ, ତେବେ ନୂଆ କନାର ତାଳି ଜାକି ହୋଇ ଯିବ ଓ ତଦ୍ଦ୍ୱାରା ଟାଣି ହୋଇ ଯାଇ ପୁରୁଣା କନାର କଣା ବଡ଼ ହୋଇଯିବ।
22
ସେହିଭଳି କେହି କେବେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରରେ ରଖେ ନାହିଁ। ଯଦି ତାହା କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରକୁ ଫଟାଇ ଦେବ ଓ ଚମଡ଼ା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ୟ ନଷ୍ଟ ହୋଇଯିବ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ହିଁ ରଖାଯାଇଥାଏ।”
23
କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ।
24
ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”
25
ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ?
26
ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”
27
ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ।
28
ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16