bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Mark 13
Mark 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 14 →
1
ମନ୍ଦିର ଧ୍ୱଂସ ସମ୍ପର୍କରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ ଯୀଶୁ ମନ୍ଦିର ମଧ୍ୟରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲା, “ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡ଼ିକ ଓ ତା’ର ବିଶାଳ ପଥରଗୁଡ଼ିକ କେତେ ସୁନ୍ଦର ହୋଇଛି।”
2
ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।”
3
ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ,
4
“ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?”
5
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ସାବଧାନ! ତୁମ୍ଭକୁ କେହି ଯେପରି ପ୍ରତାରଣା କରି ନ ପାରେ।
6
ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ।
7
ତୁମ୍ଭେ ଯୁଦ୍ଧ ବିଷୟରେ କିମ୍ବା ଯୁଦ୍ଧ ଗ୍ଭଲିଥିବା ବିଷୟରେ ଉଡ଼ା ଖବର ଶୁଣି ଭୟଭୀତ ହୋଇ ଯିବ ନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।
8
ଗୋଟିଏ ଜାତି ଅନ୍ୟ ଜାତି ବିରୁଦ୍ଧରେ, ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବ। ବହୁତ ସ୍ଥାନରେ ଭୂମିକମ୍ପ ହେବ। ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ଏହାସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବେଦନା ଭଳି।
9
“ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ।
10
କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠାରେ ସୁସମାଗ୍ଭର ପ୍ରକାଶ୍ୟରେ ପ୍ରଗ୍ଭରିତ କରାହେବ।
11
ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ।
12
“ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ।
13
ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦୃଢ଼ ହୋଇ ରହିବ, ସେ ରକ୍ଷା ପାଇବ।
14
“ତୁମ୍ଭେମାନେ, ‘ଧ୍ୱଂସ ଘଟାଉଥିବା ଭୟଙ୍କର ବସ୍ତୁକୁ’ ଯେଉଁଠାରେ ନ ରହିବା ଉଚିତ୍, ସେହି ସ୍ଥାନରେ ଥିବାର ଦେଖିବ।” ଯେଉଁମାନେ ଏହା ପଢ଼ିବେ, ସେମାନେ ବୁଝିନେବା ଉଚିତ୍ ଯେ ଏହାର ଅର୍ଥ କ’ଣ? “ସେତେବେଳେ ଯିହୂଦାର ଲୋକମାନେ ପାହାଡ଼ ଉପରକୁ ପଳେଇବା ଉଚିତ୍।
15
ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ୍।
16
ଯଦି କେହି ବାହାରେ ପଡ଼ିଆରେ ଥାଏ, ସେ ନିଜ ଗ୍ଭଦର ଆଣିବା ପାଇଁ ଘରକୁ ଫେରି ନ ଯାଉ।
17
“ସେହି ସମୟ ଗର୍ଭବତୀ ମହିଳା ଓ କୋଳରେ ଛୋଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହେବ।
18
ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନରେ ନ ହୁଏ।
19
କାରଣ ସେହି ଦିନ ଗୁଡ଼ିକ ବିପଦରେ ପରିପୂର୍ଣ୍ଣ ରହିବ। ସେତେବେଳେ ଏତେ ବଡ଼ ବିପଦ ମାଡ଼ି ଆସିବ ଯେ, ସେଭଳି ବଡ଼ ବିପଦ ପରମେଶ୍ୱରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଭବିଷ୍ୟତରେ କେବେ ଆସିବ ନାହିଁ।
20
ସେହି ଭୟଙ୍କର ସମୟକୁ କମେଇ ଦେବା ପାଇଁ ପରମେଶ୍ୱର ସ୍ଥିର କରିଛନ୍ତି। ଯଦି ସେହି ସମୟ କମେଇ ଦିଆ ନ ଯିବ, ତେବେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟ କମେଇ ଦେବେ।
21
“ସେହି ଦିନମାନଙ୍କରେ କେତେକ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ‘ଦେଖ ଏଠାରେ ଯୀଶୁ ଅଛନ୍ତି’ କିମ୍ବା’ ଦେଖ ସେଠାରେ ସେ ଅଛନ୍ତି’ ତୁମ୍ଭେ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ।
22
ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ଦେଖାଦେବେ ସେମାନେ ଅଦ୍ଭୂତ କାମ ଓ ଆଶ୍ଚର୍ଯ୍ୟକାର୍ଯ୍ୟ କରିବେ। ସମ୍ଭବ ହେଲେ, ପରମେଶ୍ୱର ବାଛିଥିବା ଲୋକମାନଙ୍କୁ ସେମାନେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ।
23
ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ଯଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚେତେଇ ଦେଉଛି।
24
“ସେହି ଦିନମାନଙ୍କରେ ଏହି ବଡ଼ ବିପଦର ସମୟ ଗ୍ଭଲି ଗଲାପରେ ‘ସୂର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ, ଚନ୍ଦ୍ର ତା’ର ଆଲୋକ ଦେବ ନାହିଁ।
25
ଆକାଶରୁ ତାରାମାନେ ଖସି ପଡ଼ିବେ, ଆକାଶରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡ଼ିକ ଦୋହଲି ଯିବ।’
26
“ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧ୍ୟରେ ଆସିବାର ଦେଖିବେ।
27
ମନୁଷ୍ୟପୁତ୍ର ପୃଥିବୀର ଗ୍ଭରି ଆଡ଼କୁ ତାହାଙ୍କ ସ୍ୱର୍ଗ ଦୂତମାନଙ୍କୁ ପଠାଇବେ। ସେମାନେ ତାହାଙ୍କ ଦ୍ୱାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରତ୍ୟେକ ସ୍ଥାନରୁ ଆଣି ଏକାଠି କରିବେ।
28
“ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି।
29
ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’ ନିକଟରେ ଆସି ପହଞ୍ଚିଗଲାଣି।
30
ମୁଁ ତୁମ୍ଭକୁ ସତ୍ୟ କହୁଛି। ଏହି ପିଢ଼ିର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
31
ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋ’ କହିଥିବା ବାକ୍ୟ କେବେ ହେଲେ ନଷ୍ଟ ହେବ ନାହିଁ।
32
“ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି।
33
ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ।
34
“ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା’ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ।
35
ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।
36
ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ।
37
ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।”
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16