bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 14
Ezekiel 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 15 →
1
Warnings Against Idol Worship ଅନନ୍ତର ଇସ୍ରାଏଲର ପ୍ରାଚୀନଗଣ ମଧ୍ୟରୁ କେତେଜଣ ମୋ’ ନିକଟକୁ ଆସି ମୋ’ ସମ୍ମୁଖରେ ବସିଲେ।
2
ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
3
“ହେ ମନୁଷ୍ୟ ପୁତ୍ର; ଏହି ଲୋକମାନେ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଦେଇଅଛନ୍ତି ଏବଂ ସେମାନଙ୍କ ପାପ ସେମାନଙ୍କ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସେମାନଙ୍କୁ କାହିଁକି ମୋତେ ଅନୁସନ୍ଧାନ କରିବାକୁ ଅନୁମତି ଦେବି?
4
ଏଣୁ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଯେକେହି ଇସ୍ରାଏଲୀୟ ଯିଏ ତା’ର ହୃଦୟ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା’ ପାଇଁ ଏକ ବାଧା ଦିଏ, ଯେତେବେଳେ ଭବିଷ୍ୟଦ୍ବକ୍ତା ନିକଟକୁ ଉପଦେଶ ପାଇଁ ଯାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦେବି। କିନ୍ତୁ ତାକୁ ଯାଇ ପଗ୍ଭରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାଯ୍ୟ ନିମନ୍ତେ।
5
ମୁଁ ଏହା କରିବି, ଇସ୍ରାଏଲୀୟମାନଙ୍କୁ ବୁଝିପାରିବା ପାଇଁ ସେମାନଙ୍କ ଉପରେ ସେହି, ସେମାନଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକ ମୋ’ଠାରୁ ଉଚ୍ଛିନ୍ନ ରହିବେ।’
6
“ତେଣୁ ଇସ୍ରାଏଲ ବଂଶଧରଙ୍କୁ କୁହ! ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଅନୁତାପ କର ଓ ତୁମ୍ଭମାନଙ୍କର ମୂର୍ତ୍ତିଗୁଡ଼ିକୁ ପରିତ୍ୟାଗ କରି ଘୃଣ୍ୟ ପ୍ରଥାରୁ ମୋ’ ନିକଟକୁ ଫେରି ଆସ।
7
ଯଦି କୌଣସି ଇସ୍ରାଏଲୀୟ କିମ୍ବା ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ୟକ୍ତି ମୋତେ ପରିତ୍ୟାଗ କରେ ଏବଂ ତା’ର ହୃଦୟକୁ ମୂର୍ତ୍ତିମାନଙ୍କଠାରେ ଲଗାଏ, ତା’ ପାଇଁ ତା’ର ପାପ ଏକ ବାଧା ହୁଏ ଏବଂ ତା’ପରେ ସେ ଭବିଷ୍ୟଦ୍ବକ୍ତାମାନଙ୍କୁ ପଗ୍ଭରିବା ପାଇଁ ଯାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦେବି।
8
ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ୟାସ୍ପଦ ହେବ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜାଣିବ।
9
ଯଦି କୌଣସି ଭବିଷ୍ୟଦ୍ବକ୍ତା ଏପରି ମୂର୍ଖ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରେ, ତେବେ ମୁଁ ସଦାପ୍ରଭୁ ତାକୁ ଦେଖାଇ ଦେବି ଯେ, ସେ କିପରି ମୂର୍ଖ ଥିଲା।
10
ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ୟଦ୍ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ସମାନ ହେବ।
11
ତେଣୁ ଇସ୍ରାଏଲର ବଂଶଧର ଆଉ ମୋ’ଠାରୁ ବିପଥଗାମୀ ହେବେ ନାହିଁ ଏବଂ ସେମାନଙ୍କର ପାପଦ୍ୱାରା ସେମାନେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
12
Jerusalem Will Be Punished ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
13
“ହେ ମନୁଷ୍ୟ ପୁତ୍ର, ଯଦି କୌଣସି ଦେଶ ମୋ’ଠାରେ ଅବିଶ୍ୱସ୍ତ ହୋଇ ମୋ’ ନିକଟରେ ପାପ କରେ, ତେବେ ଏହା ବିରୁଦ୍ଧରେ ମୁଁ ମୋର ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗାଣ ବନ୍ଦ କରି ଦେବି, ଏହା ବିରୁଦ୍ଧରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ୟ ଓ ପଶୁକୁ ଏହିଠାରୁ ଦୂର କରିବି।
14
ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତେବେ ସେମାନେ ସେମାନଙ୍କର ଧାର୍ମିକତା ଦ୍ୱାରା ନିଜର ପ୍ରାଣ ରକ୍ଷା କରିଥା’ନ୍ତେ, କିନ୍ତୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି।
15
ପରମେଶ୍ୱର କହିଲେ, “ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ୟକୁ ପଠାଏ ଓ ସେମାନେ ଏହାର ନିବାସୀମାନଙ୍କୁ ହତ୍ୟା କରନ୍ତି ଓ ଏହା ଜନଶୂନ୍ୟ ସ୍ଥାନ ହୁଏ, ତେବେ ହିଂସ୍ରଜନ୍ତୁଙ୍କ ଭୟରେ କୌଣସି ମନୁଷ୍ୟ ସେହି ଦେଶରେ ଯାତାୟାତ କରନ୍ତି ନାହିଁ,
16
ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଲୋକ ସେଠାରେ ଥା’ନ୍ତେ ସେମାନେ କେବଳ ରକ୍ଷା ପାଇଥା’ନ୍ତେ। ସେମାନେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥା’ନ୍ତେ। ଏବଂ ଦେଶ ଏକ ମରୁଭୂମି ହୋଇଯାଇଥା’ନ୍ତା।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
17
ପରମେଶ୍ୱର କହିଲେ, “ଯଦି ମୁଁ ସେହି ଦେଶ ବିରୁଦ୍ଧରେ ଖଡ଼୍ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧ୍ୟରେ ଯିବା ପାଇଁ ଓ ମନୁଷ୍ୟ ଏବଂ ପଶୁକୁ ହତ୍ୟା କରିବା ପାଇଁ,
18
ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଥା’ନ୍ତେ, ତାହାହେଲେ ସେମାନେ ଆପଣା ଧାର୍ମିକତା ଯୋଗୁଁ କେବଳ ନିଜକୁ ରକ୍ଷା କରି ପାରିଥା’ନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସେମାନେ ନିଜର ସନ୍ତାନମାନଙ୍କୁ ମଧ୍ୟ ରକ୍ଷା କରିପାରି ନ ଥା’ନ୍ତେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।
19
ପୁଣି ପରମେଶ୍ୱର କହିଲେ, “ଆମ୍ଭେ ଯେବେ ସେହି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା’ ଉପରେ ଢାଳି ଦେଉ, ତେବେ ମନୁଷ୍ୟ ଓ ପଶୁକୁ ତା’ ମଧ୍ୟରୁ ଉଚ୍ଛିନ୍ନ କରୁ।
20
ଯଦି ନୋହ, ଦାନିୟେଲ, ଓ ଆୟୁବ ଥା’ନ୍ତେ ତେବେ ସେମାନେ କେବଳ ସେମାନଙ୍କର ଧାର୍ମିକତା ଦ୍ୱାରା ରକ୍ଷା ପାଇଥା’ନ୍ତେ, ଏପରିକି ସେମାନେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ ଶପଥ କରନ୍ତି।
21
ତା’ପରେ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତେଣୁ ଚିନ୍ତାକର ଯିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ? ଯେତେବେଳେ ମୁଁ ଗ୍ଭରି ମହାଦଣ୍ଡ ଯଥା: ଖଡ଼୍ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତେବେଳେ ମନୁଷ୍ୟ ଓ ପଶୁ ସମସ୍ତେ ଉଚ୍ଛିନ୍ନ ହେବେ।
22
ତଥାପି ଯେଉଁ କେତେଜଣ ଅବଶିଷ୍ଟାଂଶ ରହିବେ, ସେମାନେ ସେମାନଙ୍କର ପୁତ୍ରକନ୍ୟାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ସେମାନଙ୍କର ଆଗ୍ଭର ବ୍ୟବହାର ଓ କ୍ରିୟାସକଳ ଦେଖିବ। ପୁଣି ଆମ୍ଭେ ଯିରୁଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭେମାନେ ସାନ୍ତ୍ୱନା ପାଇବ।
23
ସେମାନଙ୍କର ଆଗ୍ଭର, ବ୍ୟବହାର ଓ କ୍ରିୟାକଳାପ ତୁମ୍ଭେମାନେ ଦେଖିବ ଓ ହୃଦ୍ବୋଧ କରିବ ଯେ ମୁଁ ସେମାନଙ୍କ ବିରୁଦ୍ଧରେ ଓ ଯିରୁଶାଲମ ବିରୁଦ୍ଧରେ ଯାହାସବୁ କରିଅଛି, ଯଥାର୍ଥ ଥିଲା।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48