bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 44
Ezekiel 44
Odia Bible ERV 2004 (ପବିତ୍ର ବାଇବଲ)
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 45 →
1
ବହିର୍ଦ୍ୱାର ତା’ପରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫେରାଇ ଆଣିଲେ।
2
ତା’ପରେ ସଦାପ୍ରଭୁ ମୋତେ କହିଲେ, “ଏହି ଫାଟକ ବନ୍ଦ ରହିବ। ତାହା ମୁକ୍ତ ହେବ ନାହିଁ କିମ୍ବା କୌଣସି ମନୁଷ୍ୟ ତାହାଦେଇ ପ୍ରବେଶ କରିବ ନାହିଁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହାଦେଇ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ।
3
କେବଳ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ। ସେ ଦ୍ୱାରର ବାରଣ୍ଡା ପଥଦେଇ ପ୍ରବେଶ କରିବେ ଓ ସେହି ପଥଦେଇ ବାହାରିଯିବେ।”
4
ସଦାପ୍ରଭୁଙ୍କ ମନ୍ଦିରର ପବିତ୍ରତା ତା’ପରେ ସେ ମୋତେ ଉତ୍ତର ଦ୍ୱାର ଦେଇ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା’ପରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।
5
ପୁଣି ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋଯୋଗ ସହକାରେ ଧ୍ୟାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ୟାନ କର।
6
ଆଉ ଇସ୍ରାଏଲର ଅବଜ୍ଞାକାରୀଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କରିଥିବା ଘୃଣ୍ୟକର୍ମ ତୁମ୍ଭମାନଙ୍କର ଯଥେଷ୍ଟ ହୋଇଛି।
7
କାରଣ ତୁମ୍ଭେମାନେ ଶାରୀରିକ ଓ ହୃଦୟରେ ଅସୁନ୍ନତ ବିଦେଶୀମାନଙ୍କୁ ମୋର ମନ୍ଦିର ଅଗଣାକୁ ଆଣିଲ ଓ ମୋର ମନ୍ଦିରକୁ ଅପବିତ୍ର କଲ। ତୁମ୍ଭେମାନେ ମୋର ଖାଦ୍ୟ ତିଆରି କଲ, ମେଦ ଏବଂ ରକ୍ତକୁ ଅପବିତ୍ର କଲ। ଯେହେତୁ ତୁମ୍ଭେମାନେ ସେଗୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭେମାନେ, ତୁମ୍ଭମାନଙ୍କ ସହିତ ହୋଇଥିବା ମୋର ନିୟମ ଭଙ୍ଗ କଲ।
8
ପୁଣି ତୁମ୍ଭେମାନେ ମୋର ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନେବାକୁ ଧ୍ୟାନ ଦେଇ ନାହଁ। ଏବଂ ତୁମ୍ଭେମାନେ ବିଦେଶୀୟମାନଙ୍କ ହସ୍ତରେ ପବିତ୍ର ସ୍ଥାନ ରକ୍ଷାର ଦାୟିତ୍ୱ ଦେଇଅଛ।’”
9
ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି, “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଶାରୀରିକ ବା ହୃଦୟରେ ଅସୁନ୍ନତ କୌଣସି ବିଦେଶୀୟଲୋକ ମୋ’ ପବିତ୍ର ମନ୍ଦିରରେ ପ୍ରବେଶ କରିବ ନାହିଁ।
10
ଯେତେବେଳେ ଇସ୍ରାଏଲ ମୋ’ଠାରୁ ବିପଥଗାମୀ ହେଲେ, ଲେବୀୟମାନେ ମୋ’ଠାରୁ ଦୂରେଇ ଗଲେ ଏବଂ ଯିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବହନ କରିବେ।
11
ଲେବୀୟମାନେ ମୋର ପବିତ୍ର ସ୍ଥାନ ସେବା କରିବା ପାଇଁ ବଚ୍ଛା ଯାଇଥିଲେ। ସେମାନେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସେମାନେ ମନ୍ଦିରରେ ସେବା କଲେ। ସେମାନେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହୋମବଳି କଲେ। ସେମାନେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେମାନଙ୍କୁ ସେବା କରିବା ପାଇଁ ବଛା ଯାଇଥିଲେ।
12
କିନ୍ତୁ ସେମାନେ ସେମାନଙ୍କର ପ୍ରତିମାଗଣକୁ ପୂଜା କଲେ, ସେଥିପାଇଁ ଇସ୍ରାଏଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କରୁଛି: ‘ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବୋହିବେ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
13
“ପୁଣି ସେମାନେ ମୋର ଯାଜକମାନଙ୍କ ପରି ମୋର ନିକଟକୁ ବଳିଦାନ ଆଣିବେ ନାହିଁ। ସେମାନେ ମୋର ଦ୍ରବ୍ୟଗୁଡ଼ିକ ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ୟଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ୟ କରିବେ।
14
ତଥାପି ମନ୍ଦିରର ସେବାକାର୍ଯ୍ୟ ପାଇଁ ଓ ତାହା ମଧ୍ୟରେ ସମସ୍ତ କାର୍ଯ୍ୟ କରିବା ପାଇଁ ମନ୍ଦିରର ଯତ୍ନ ନେବାକୁ ମୁଁ ସେମାନଙ୍କୁ ନିଯୁକ୍ତ କରିବି।
15
“କିନ୍ତୁ ସମସ୍ତ ଲେବୀୟ ଯାଜକଗଣ, ସାଦୋକର ଭବିଷ୍ୟଦ୍ ବଂଶଧରଗଣ ଯେଉଁମାନେ ମୋର ପବିତ୍ର ସ୍ଥାନ ନିୟମ ଅନୁସରଣ କଲେ, ଯେତେବେଳେ ଇସ୍ରାଏଲୀୟମାନେ ମୋ’ଠାରୁ ବିପଥଗାମୀ ହେଲେ, ସେମାନେ ମୋ’ ପାଖକୁ ସେବା କରିବା ପାଇଁ ଆସିବାକୁ ସମର୍ଥ ହେବ। ସେମାନେ ମୋ’ ଉଦ୍ଦେଶ୍ୟରେ ମେଦ ଓ ରକ୍ତ ବଳିଦାନ ହୋଇଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମୋ’ ସମ୍ମୁଖରେ ଠିଆ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
16
“ସେମାନେ ମୋର ପବିତ୍ର ସ୍ଥାନରେ ପ୍ରବେଶ କରିବେ। ସେମାନେ ମୋତେ ସେବା କରିବା ପାଇଁ ମୋ’ ମେଜ ନିକଟକୁ ଆସିବେ ଓ ସେମାନେ ମୋର ସେବାରେ ଯତ୍ନଶୀଳ ହେବେ।
17
ଯେତେବେଳେ ସେମାନେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସେମାନେ ନାଇଲନ୍ ପୋଷାକ ପିନ୍ଧିବେ, ଯେତେବେଳେ ସେମାନେ ମନ୍ଦିରର ଭିତର ପ୍ରାଙ୍ଗଣର ସେବା କରନ୍ତି, ସେମାନେ ନିଶ୍ଚୟ ପଶମ ବସ୍ତ୍ର ପରିଧାନ କରିବେ ନାହିଁ।
18
ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ୱେଦ ଜାତ ହେଲାଭଳି କୌଣସି ପୋଷାକ ସେମାନେ ପିନ୍ଧିବେ ନାହିଁ।
19
ପୁଣି ସେମାନେ ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବା ପୂର୍ବରୁ, ସେମାନେ ଉପାସନା ସମୟରେ ବ୍ୟବହୃତ ବସ୍ତ୍ର କାଢ଼ି ଦେବା ଉଚିତ୍ ଏବଂ ପବିତ୍ର କୋଠରୀରେ ସେଗୁଡ଼ିକୁ ରଖିବେ। ଲୋକମାନେ ଯେପରି ସେହି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସେମାନେ ଅନ୍ୟ ବସ୍ତ୍ର ପରିଧାନ କରିବେ।
20
“ଏହି ଯାଜକଗଣ ସେମାନଙ୍କର ମସ୍ତକ ନିଶ୍ଚୟ କ୍ଷୌର କରିବେ ନାହିଁ। କିମ୍ବା ସେମାନଙ୍କର କେଶକୁ ଲମ୍ବା ହେବାକୁ ଦେବେ ନାହିଁ। ସେମାନେ କେବଳ ସେମାନଙ୍କର କେଶ କର୍ତ୍ତନ କରିବା ଉଚିତ୍।
21
କୌଣସି ଯାଜକ ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।
22
ପୁଣି ସେମାନେ ବିଧବା କିମ୍ବା ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସେମାନେ ଇସ୍ରାଏଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।
23
“ଆଉ ମଧ୍ୟ ଯାଜକମାନେ ମୋର ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ଶିଖାଇବେ।
24
ବିବାଦ ଉପସ୍ଥିତ ହେଲେ ସେମାନେ ବିଗ୍ଭରପତି ଭାବରେ ବିଗ୍ଭର କରିବେ। ମୋର ସମସ୍ତ ଶାସନ ବିଧି ଅନୁସାରେ ସେମାନେ ବିଗ୍ଭର ନିଷ୍ପତ୍ତି କରିବେ ଏବଂ ସେମାନେ ମୋର ନିରୂପିତ ସମସ୍ତ ପର୍ବରେ ମୋର ବ୍ୟବସ୍ଥା ଓ ମୋର ବିଧିସବୁ ପାଳନ କରିବେ। ଆଉ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍।
25
କାରଣ ସେମାନେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ପିତା, ମାତା, ପୁତ୍ର, କନ୍ୟା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରି ପାରିବେ।
26
ପୁଣି ଯାଜକ ଶୁଚି ହେଲା ପରେ ଗଣିତ ହେବା ପାଇଁ ସାତ ଦିନ ଅପେକ୍ଷା କରିବ।
27
ସେ ଯେଉଁ ଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯିବ ସେଦିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ।” ସଦାପ୍ରଭୁ, ମୋର ପ୍ରଭୁ ଏହିସବୁ କହନ୍ତି।
28
“ଆଉ ଲେବୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହେବେ। ମୁଁ ସେମାନଙ୍କର ସମ୍ପତ୍ତି, ତୁମ୍ଭେମାନେ ଇସ୍ରାଏଲ ଭିତରେ କୌଣସି ଭୂମି ସେମାନଙ୍କୁ ଦେବ ନାହିଁ। କାରଣ ମୁଁ ସେମାନଙ୍କର ଅଧିକାର ଅଟେ।
29
ସେମାନେ ଶସ୍ୟ ବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ। ଇସ୍ରାଏଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସେମାନଙ୍କର ହେବ।
30
ତୁମ୍ଭମାନଙ୍କର ସମସ୍ତ ଶସ୍ୟଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ। ଆଉ ମଧ୍ୟ ତୁମ୍ଭେମାନେ ନିଜ ନିଜ ଗୃହରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦେବ।
31
ପୁଣି ଯାଜକମାନେ କୌଣସି ସ୍ୱୟଂ ମୃତ ବା ପଶୁ ପକ୍ଷୀ ଦ୍ୱାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷ୍ୟଣ କରିବେ ନାହିଁ।
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 45 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48