bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 36
Ezekiel 36
Odia Bible ERV 2004 (ପବିତ୍ର ବାଇବଲ)
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 37 →
1
ଇସ୍ରାଏଲ ଦେଶ ପୁନଃନିର୍ମିତ ହେବ “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ପର୍ବତଗଣ ପାଇଁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, ସେମାନଙ୍କୁ କୁହ: ହେ ଇସ୍ରାଏଲ ପର୍ବତଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
2
ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। ‘ଶତ୍ରୁଗଣ ତୁମ୍ଭ ବିଷୟରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସେହି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।’
3
“ତେଣୁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ୱଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହୋଇଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହୋଇଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।’”
4
ଏଣୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ଇସ୍ରାଏଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ୱଂସ ଶୂନ୍ୟ ସ୍ଥାନଗୁଡ଼ିକୁ, ପରିତ୍ୟକ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଉପହାସିତ ହୋଇଛନ୍ତି, ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି।
5
ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଈର୍ଷାରେ ଜଳିଯାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧରେ ଓ ଇଦୋମ ବିରୁଦ୍ଧରେ କହିଛି, କାରଣ ସେମାନଙ୍କ ହୃଦୟରେ ମନ୍ଦ ଖୁସୀ ନେଇ ମୋର ଦେଶକୁ ଅଧିକାର କଲେ। ସେମାନେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।”
6
“ଏଣୁ ଇସ୍ରାଏଲର ଭୂମିରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର, ଆଉ ପର୍ବତ, ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକାସବୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ‘ମୁଁ ଈର୍ଷାରେ ଓ ରାଗରେ ଏହା କୁହେ। କାରଣ ଯେଉଁ ପ୍ରକାର ଗୋଷ୍ଠୀଗଣ ତୁମ୍ଭକୁ ଘୃଣା କଲେ।’”
7
ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭର ଚତୁର୍ଦ୍ଦିଗର ଜାତିମାନଙ୍କ ଉପରେ ମୋର ହାତ ଉଠାଉଛି, ଯେହେତୁ ସେମାନେ ତୁମ୍ଭକୁ ଘୃଣା କଲେ।
8
“କିନ୍ତୁ ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ନିଶ୍ଚୟ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମୋର ଇସ୍ରାଏଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସେମାନଙ୍କର ଆଗମନ ସମୟ ସନ୍ନିକଟ।
9
ଯେହେତୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାଯ୍ୟ କରିବି, ତହିଁରେ ତୁମ୍ଭେମାନେ ଗ୍ଭଷ କରିବ ଓ ବୀଜ ବୁଣିବ।
10
ତୁମ୍ଭଠାରେ ବାସ କରୁଥିବା ଇସ୍ରାଏଲର ପରିବାର ଲୋକମାନଙ୍କୁ ମୁଁ ଦ୍ୱିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହେବ ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ।
11
ପୁଣି ମୁଁ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ଦ୍ୱିଗୁଣିତ କରିବି। ସେମାନଙ୍କର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ୟକାଳ ଅପେକ୍ଷା ଅଧିକ ମଙ୍ଗଳ କରିବି। ତାହାହେଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।
12
ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ ଅର୍ଥାତ୍ ତୁମ୍ଭେ ମୋର ଇସ୍ରାଏଲ ଲୋକଙ୍କୁ ପ୍ରଦର୍ଶନ କରାଇବା। ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ ଓ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ। ତୁମ୍ଭେ ଏହି ସମୟଠାରୁ ସେମାନଙ୍କର ସନ୍ତାନମାନଙ୍କଠାରୁ ବଞ୍ଚିତ କରିବ ନାହିଁ।”
13
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ହେ ଇସ୍ରାଏଲ ଦେଶ! ଲୋକମାନେ ତୁମ୍ଭ ବିରୁଦ୍ଧରେ କହନ୍ତି, ସେମାନେ କହନ୍ତି ତୁମ୍ଭେ ମନୁଷ୍ୟମାନଙ୍କର ହତ୍ୟାକାରୀ ଓ ନିଜ ସନ୍ତାନମାନଙ୍କୁ ହତ୍ୟା କରିଅଛ।
14
ମାତ୍ର ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସେମାନଙ୍କର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
15
“ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନିତ କରିବି ନାହିଁ, ତୁମ୍ଭେମାନେ ଅନ୍ୟ ଦେଶମାନଙ୍କ ଦ୍ୱାରା ଘୃଣିତ ହେବ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହେବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହିଛନ୍ତି।
16
ସଦାପ୍ରଭୁ ନିଜର ସୁନାମ ନିଜେ ରକ୍ଷା କରିବେ ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ,
17
“ହେ ମନୁଷ୍ୟ ପୁତ୍ର, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ଦେଶରେ ବାସ କଲେ, ଇସ୍ରାଏଲର ପରିବାର ସେମାନଙ୍କର କୁକର୍ମ ଦ୍ୱାରା ତାହାକୁ ଅଶୁଚି କଲେ। ସେମାନଙ୍କର ଆଚରଣ ସ୍ତ୍ରୀଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ୟ ଥିଲା।
18
ସେମାନେ ରକ୍ତପାତ ଦ୍ୱାରା ଓ ନିଜର ପ୍ରତିମାଗଣ ଦ୍ୱାରା ଦେଶକୁ ଅଶୁଚି କଲେ। ତେଣୁ ମୁଁ ସେମାନଙ୍କ ଉପରେ ମୋର କ୍ରୋଧ ଢାଳିବି।
19
ମୁଁ ନାନା ଜାତିଗଣଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲି ଏବଂ ସେମାନେ ମଧ୍ୟ ନାନା ଦେଶରେ ବିକ୍ଷିପ୍ତ ହେଲେ। ସେମାନଙ୍କର ଆଚରଣ ଓ କ୍ରିୟାନୁସାରେ ମୁଁ ସେମାନଙ୍କୁ ଦଣ୍ଡିତ କଲି।
20
ଏବଂ ସେମାନେ ଯେଉଁ ସ୍ଥାନକୁ ଗଲେ, ସେମାନେ ରାଷ୍ଟ୍ର ମଧ୍ୟରେ ମୋର ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହୋଇଅଛନ୍ତି।’
21
“ମୁଁ ମୋର ମର୍ଯ୍ୟାଦା ପ୍ରତି ତତ୍ପର, କାରଣ ଇସ୍ରାଏଲୀୟମାନେ ଯେଉଁଠାକୁ ଯାଉଥିଲେ ମୋର ନାମକୁ କଳୁଷିତ କଲେ।
22
ତେଣୁ ଇସ୍ରାଏଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି; ‘ହେ ଇସ୍ରାଏଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯାହା କହିବା କଥା ତାହା ମୋର ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭେମାନେ ଯେଉଁଠାକୁ ଗଲେ, ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କଲ।
23
ଦୁଷ୍ଟମାନଙ୍କ ମଧ୍ୟରେ ଅପବିତ୍ର ହୋଇଥିବା ମୋର ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭେମାନେ କଳୁଷିତ କଲ, ତାହାହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ।”’
24
ପରମେଶ୍ୱର କହନ୍ତି, “ମୁଁ ଜାତିମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ନେଇ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି
25
ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।”
26
ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦେବି। ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦୟ ଦେବି।
27
ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତରରେ ମୋର ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭେମାନେ ମୋର ନିୟମ ସକଳ ମାନିବ ଏବଂ ମୋର ଆଜ୍ଞାସବୁ ରଖିବାକୁ ଯତ୍ନବାନ ହେବ।
28
ତାହାହେଲେ ତୁମ୍ଭେମାନେ ସେହି ଦେଶରେ ବାସ କରିବ ଯାହା ମୁଁ ଦେଲି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭେମାନେ ମୋର ଲୋକ ହେବ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବି।”
29
ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅଶୌଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ୟକୁ ଆହ୍ୱାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବି ନାହିଁ।
30
ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ୟ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭେମାନେ ଜାତିମାନଙ୍କ ମଧ୍ୟରେ ଖାଦ୍ୟାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ।
31
ଏବଂ ସେ ସମୟରେ ତୁମ୍ଭେମାନେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିୟାସବୁ ସ୍ମରଣ କରିବ। ପୁଣି ତୁମ୍ଭେମାନେ ନିଜର ପାପ ଓ ନିଜର ଘୃଣ୍ୟ କ୍ରିୟା ଯୋଗୁଁ ନିଜେ ନିଜକୁ ନମ୍ର କରିବ।”
32
ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରୁ ନାହୁଁ। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।”
33
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସେଦିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ।
34
ସେହି ଜନଶୂନ୍ୟ ଭୂମିକୁ ପୁଣି ଲଙ୍ଗଳ କରାଯିବ ଏବଂ ଏହା ପଥିକମାନଙ୍କ ପାଇଁ ଆଉ ଜନଶୂନ୍ୟ ହେବ ନାହିଁ।
35
ତେଣୁ ଲୋକମାନେ କହିବେ, ‘ଏହି ଧ୍ୱଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହୋଇଅଛି। ଆଉ ଏହି ଶୂନ୍ୟ, ଧ୍ୱଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ୟ ହୋଇଅଛି।’”
36
ପରମେଶ୍ୱର କହିଲେ, “ତୁମ୍ଭର ଚତୁର୍ଦ୍ଦିଗର ଦେଶଗୁଡ଼ିକ ଜାଣିବେ ଯେ, ମୁଁ ସଦାପ୍ରଭୁ ନିର୍ଜନ ସ୍ଥାନକୁ ବସତିପୂର୍ଣ୍ଣ ଧ୍ୱଂସ ସ୍ଥାନକୁ ପୁନଃନିର୍ମାଣ ଓ ଜନଶୂନ୍ୟ କ୍ଷେତ୍ରରେ ରୋପଣ କରିଛି। ମୁଁ ସଦାପ୍ରଭୁ ଏହା କହିଅଛି ଓ ଆମ୍ଭେ ଏହା ସଫଳ କରିବା।”
37
ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହନ୍ତି, “ପୁଣି ଥରେ ମୁଁ ଇସ୍ରାଏଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସେମାନଙ୍କୁ ଦ୍ୱିଗୁଣିତ କରିବି, ଯାହା ଫଳରେ ସେମାନେ ପଲରେ ଥିବା ମେଷ ସଂଖ୍ୟକ ହେବେ।
38
ନିରୂପିତ ପର୍ବମାନଙ୍କରେ ଯିରୁଶାଲମରେ ଯେପରି ବଳି ଯୋଗ୍ୟ ମେଷ ଓ ଛାଗପଲ ପୂର୍ଣ୍ଣ ହୋଇ ଯାଆନ୍ତି, ଶୂନ୍ୟ ନଗରଗୁଡ଼ିକ ବହୁ ମନୁଷ୍ୟରେ ପରିପୂର୍ଣ୍ଣ ହେବ।”
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 37 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48