bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 23
Ezekiel 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 24 →
1
ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2
“ହେ ମନୁଷ୍ୟ ପୁତ୍ର, ସେଠାରେ ଏକ ମାତାର କନ୍ୟା ଦୁଇ ଭଉଣୀ ଥିଲେ।
3
ସେମାନେ କିଶୋରୀ ସମୟରେ ମିଶରରେ ବ୍ୟଭିଗ୍ଭରିଣୀ ହେଲେ। ସେ ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ମନ୍ଥନ କଲେ।
4
ଜ୍ୟେଷ୍ଠାର ନାମ ଅହଲା ଓ ତା’ର ଭଗିନୀର ନାମ ଅହଲୀବା ଥିଲା। ସେମାନେ ମୋର ପତ୍ନୀ ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ବଡ଼ ଭଉଣୀ ଅହଲା ଶମରିୟା ଅଟେ ଓ ସାନ ଭଉଣୀ ଅହଲୀବା ଯିରୁଶାଲମ ଅଟେ।
5
“ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ପ୍ରେମ କଲା। ସେ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା।
6
ସେମାନେ ନୀଳରଙ୍ଗ ପୋଷାକ ପରିହିତ ଦେଶାଧ୍ୟକ୍ଷ ଓ ଶାସନ କତ୍ତୃର୍ଗଣ। ସେମାନେ ସମସ୍ତେ ସୁନ୍ଦର ଯୁବକ ଏବଂ ଅଶ୍ୱାରୋହୀ ଥିଲେ।
7
ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗରେ ବ୍ୟଭିଗ୍ଭର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତା ଥିଲା। ସେ ତା’ର ପ୍ରତିମାଗଣ ଦ୍ୱାରା ଆପଣାକୁ ଅପବିତ୍ର କଲା।
8
ଆଉ ସେ ମିଶରଠାରୁ ତା’ର ପ୍ରେମ ବୃତ୍ତି ତ୍ୟାଗ କରି ନ ଥିଲା। କାରଣ ଯୌବନ କାଳରୁ ମିଶର ତା’ ସହିତ ପ୍ରେମ କରିଥିଲା। ସେମାନେ ତାହାର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ଟିପିଲେ ଓ ତା’ ସହିତ ଅତିଶୟ ପ୍ରେମ କଲେ।
9
ତେଣୁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ।
10
ସେମାନେ ତାକୁ ଧର୍ଷଣ କଲେ, ସେମାନେ ତା’ର ପୁତ୍ରକନ୍ୟାଗଣକୁ ନେଇଗଲେ। ସେମାନେ ସେମାନଙ୍କୁ ଖଡ଼୍ଗରେ ହତ୍ୟା କଲେ। ଏବଂ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା। କାରଣ ଅଶୂରୀୟ ଲୋକମାନେ ତାକୁ ବେଦନାପୂର୍ଣ୍ଣ ଦଣ୍ଡ ଦେଲେ।
11
“ଆଉ ତା’ର ଭଗିନୀ ଏସବୁ ଦେଖି ମଧ୍ୟ ବେଶ୍ୟାବୃତ୍ତିରେ ଓ ପ୍ରେମାଶକ୍ତିରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା’ର ଭଗିନୀର ବ୍ୟଭିଗ୍ଭରିତାଠାରୁ ସେ ଅଧିକ ବ୍ୟଭିଗ୍ଭରିଣୀ ହେଲା।
12
ସେ ମଧ୍ୟ ସେହି ଅଶୂରୀୟ ଦେଶାଧ୍ୟକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲା। ସେମାନେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ଯୁବକ ଓ ଅଶ୍ୱାରୋହୀ ଥିଲେ।
13
ଏବଂ ମୁଁ ଅନୁତାପ କଲି ଯେ, ସେ ଦୁହେଁ ଗୋଟିଏ ରାସ୍ତା ଅନୁସରଣ କରୁଥିଲେ, ସେହି କାର୍ଯ୍ୟଗୁଡ଼ିକ କରୁଥିଲେ, ଯାହା ସେମାନଙ୍କୁ ତୁଚ୍ଛ କଲା।
14
“ଏବଂ ଅହଲୀବା ନିଜର ବ୍ୟଭିଗ୍ଭରିତା ବଢ଼ାଇଲା। ସେ କାନ୍ଥରେ ବିଚିତ୍ର କଲ୍ଦୀୟ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା।
15
ସେମାନଙ୍କ କଟିରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସେମାନେ ସମସ୍ତେ କଲ୍ଦୀୟ ଦେଶଜାତ ବାବିଲନୀୟମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ।
16
ପୁଣି ଅହଲୀବା ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍ଦୀୟ ଦେଶରୁ ସେମାନଙ୍କୁ ଡକାଇଲା।
17
ତେଣୁ ବାବିଲନୀୟ ଲୋକମାନେ ତାହା ନିକଟକୁ ଆସି ପ୍ରେମ କଲେ। ସେମାନେ ବ୍ୟଭିଗ୍ଭର କ୍ରିୟାଦ୍ୱାରା ତାକୁ ଅଶୁଚି କଲେ। ସେମାନଙ୍କ ଦ୍ୱାରା ତୁଚ୍ଛ ହେବା ପରେ, ସେ ସେମାନଙ୍କ ପ୍ରତି କ୍ରୋଧିତ ହେଲେ।
18
“ଏହିରୂପେ ସେ ନିଜର ବେଶ୍ୟାବୃତ୍ତି ପ୍ରକାଶ କଲା ଓ ନିଜର ଉଲଗ୍ନତା ଅନାବୃତ କଲା। ଏବଂ ମୁଁ ତା’ର ଭଗିନୀଠାରୁ ବିମୁଖ ହେଲା ପରି ତା’ଠାରୁ ମଧ୍ୟ ବିମୁଖ ହେଲି।
19
ସେ ଅଧିକରୁ ଅଧିକ ତା’ର ବେଶ୍ୟାବୃତ୍ତି ବଢ଼ାଇ ଗ୍ଭଲିଲା। ଯୌବନ କାଳରେ ମିଶର ଦେଶରେ ଯେଉଁ ବେଶ୍ୟାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ୟଭିଗ୍ଭରିତା ବୃଦ୍ଧି କଲା।
20
ଆଉ ସେ ଗର୍ଦ୍ଦଭ ପରି ଯୌନାଙ୍ଗ ବିଶିଷ୍ଟ ଓ ଅଶ୍ୱପରି ରେତ ବିଶିଷ୍ଟ ଉପପତିମାନଙ୍କଠାରେ ଆସକ୍ତା ହେଲା।
21
“ହେ ଅହଲୀବା, ତୁମ୍ଭେ ଯୌବନ କାଳରେ ମିଶରୀୟମାନଙ୍କ ଦ୍ୱାରା ଯେପରି ତୁମ୍ଭର କୁଗ୍ଭଗ୍ରକୁ ମର୍ଦ୍ଦନ କରାଉଥିଲ, ସେହି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ।
22
ଏଣୁ ହେ ଅହଲୀବା, ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ମୁଁ ତୁମ୍ଭ ପ୍ରେମିକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଉଠାଇବି। ସେହି ପ୍ରେମିକମାନେ ଯିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘେରି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି।
23
ବାବିଲନୀୟମାନଙ୍କୁ ଓ ସମୁଦାୟ କଲ୍ଦୀୟ ଲୋକଙ୍କୁ ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବି। ସେମାନେ ସମସ୍ତେ ସୁନ୍ଦର ଯୁବକ, ଦେଶାଧ୍ୟକ୍ଷ, ଶାସନକର୍ତ୍ତା, ଅଧିପତିଗଣ, ବିଖ୍ୟାତ ଲୋକ ଓ ଅଶ୍ୱାରୋହୀ।
24
ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ୱ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧରେ ଆସିବେ। ସେମାନେ ଚର୍ମ, ଢାଲ ଓ ଟୋପର ଧରି ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦେବା ପାଇଁ ସେମାନଙ୍କୁ ପ୍ରୟୋଗ କରିବି ଓ ସେମାନେ ସେମାନଙ୍କର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ।
25
ଏବଂ ମୁଁ ତୁମ୍ଭ ବିରୁଦ୍ଧରେ ମୋର ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସେମାନ କୋପରେ ତୁମ୍ଭକୁ ଆଘାତ କରିବେ। ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ଖଡ଼୍ଗରେ ତୁମ୍ଭକୁ ହତ୍ୟା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ୟ ଖଡ଼୍ଗରେ ପତିତ ହେବେ। ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନିରେ ଗ୍ରାସିତ ହେବେ।
26
ସେମାନେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନେଇଯିବେ।
27
କିନ୍ତୁ ମୁଁ ତୁମ୍ଭକୁ ବ୍ୟଭିଗ୍ଭରିତାଠାରୁ ବନ୍ଦ କରିବି, ମୁଁ ତୁମ୍ଭର ସମସ୍ତ ଅସାର କାର୍ଯ୍ୟଗୁଡ଼ିକ ମିଶର ସହିତ ବନ୍ଦ କରିବି। ତେଣୁ ତୁମ୍ଭେ ମିଶର ପ୍ରତି ଅନାଇବ ନାହିଁ ଏବଂ ସେମାନଙ୍କୁ ଆଉ ସ୍ମରଣ କରିବ ନାହିଁ।’”
28
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ମୁଁ ତୁମ୍ଭକୁ ସମର୍ପଣ କରିବି।
29
ଆଉ ସେମାନେ ତୁମ୍ଭକୁ ଘୃଣ୍ୟ ଭାବରେ ବ୍ୟବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦେବେ। ତଦ୍ଦ୍ୱାରା ତୁମ୍ଭର ବ୍ୟଭିଗ୍ଭର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ୟାବୃତ୍ତି ପ୍ରକାଶ ପାଇବ।
30
ତୁମ୍ଭେ ଅନ୍ୟ ଦେଶୀୟମାନଙ୍କର ଅନୁଗାମୀନୀ ହୋଇ ବେଶ୍ୟାବୃତ୍ତି କରିଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କରିଅଛ। ଏଥିପାଇଁ ତୁମ୍ଭ ପ୍ରତି ଏସବୁ କରାଯିବ।
31
ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା’ର ପାନପାତ୍ର ତୁମ୍ଭ ହସ୍ତରେ ଦେବି।”
32
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ନିଜ ଭଗିନୀର ପାତ୍ରରେ ପାନ କରିବ। ସେହି ପାତ୍ର ବଡ଼ ଗଭୀର ଓ ସେହି ପାତ୍ର ବହୁତ ଧାରଣ କରେ। ତୁମ୍ଭେ ଲୋକମାନଙ୍କର ହାସ୍ୟ ଓ ଉପହାସର ପାତ୍ର ହେବ।
33
ତୁମ୍ଭେ ମତ୍ତ ହୋଇ ଶୋକରେ ଆତୁର ହେବ। ତୁମ୍ଭର ଭଗିନୀ ଶମରିୟାର ପରିପୂର୍ଣ୍ଣ ହେଲାପରି ତୁମ୍ଭର ପାତ୍ର ଧ୍ୱଂସ ଓ ବିନାଶରେ ପରିପୂର୍ଣ୍ଣ ହେବ।
34
ତୁମ୍ଭେ ସେହି ପାତ୍ରରୁ ସମସ୍ତ ବିଷ ନିଗାଡ଼ି ପାନ କରିବ ଏବଂ ସେହି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ। ତୁମ୍ଭ ଯନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ। କାରଣ ମୁଁ ପ୍ରଭୁ ସଦାପ୍ରଭୁ ଏହା କହୁଅଛି।
35
“ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ପାଶୋରି ଦେଇଛ ଓ ମୋତେ ତୁମ୍ଭ ପଛରେ ପକାଇ ଛାଡ଼ି ଗ୍ଭଲିଯାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ୟ ଚିନ୍ତାଗୁଡ଼ିକ ଓ ବ୍ୟଭିଗ୍ଭରିତାର ପାଇଁ ଦଣ୍ଡ ସହିବ।’”
36
ଅହଲା ଓ ଅହଲୀବା ବିରୁଦ୍ଧରେ ବିଗ୍ଭର ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଅହଲାର ଓ ଅହଲୀବାର ବିଗ୍ଭର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜଣାଅ।
37
କାରଣ ଏହି ଯେ ସେମାନେ ବ୍ୟଭିଗ୍ଭରରେ ସିଦ୍ଧ ହସ୍ତ ଥିଲେ। ସେମାନେ ମଧ୍ୟ ରକ୍ତ ପାତ କରିବାରେ ଓ ଆପଣା ପ୍ରତିମାଗଣ ସହ ବ୍ୟଭିଗ୍ଭର କରିଛନ୍ତି। ସେମାନେ ମୋ’ଠାରୁ ଜାତ ସନ୍ତାନମାନଙ୍କୁ ସେମାନଙ୍କର ଦେବତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ।
38
ସେମାନେ ମୋର ମନ୍ଦିରକୁ ଅଶୁଚି ଓ ମୋର ବିଶେଷ ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛନ୍ତି।
39
ଏବଂ ଠିକ୍ ସେହି ଦିନ ସେମାନେ ପ୍ରତିମାଗଣ ଉଦ୍ଦେଶ୍ୟରେ ଆପଣା ସନ୍ତାନମାନଙ୍କୁ ବଧ କରିଥିଲେ। ସେମାନେ ମୋର ମନ୍ଦିରର ଅଗଣାକୁ କଳୁଷିତ କରିବା ପାଇଁ ଆସିଥିଲେ।
40
“ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭେମାନେ ଦୂତ ପଠାଇଲ। ସେମାନେ ପ୍ରେରିତ ଦୂତମାନଙ୍କ ଦ୍ୱାରା ଆସିଲେ। ସେମାନଙ୍କ ପାଇଁ ତୁମ୍ଭେ ସ୍ନାନ କଲ, ଆଖିରେ ଅଞ୍ଜନ ଦେଲ ଓ ଅଳଙ୍କାର ବିଭୂଷିତା ହେଲେ।
41
ପୁଣି ରାଜକୀୟ ଶଯ୍ୟାରେ ବସି, ତାହା ସମ୍ମୁଖରେ ମେଜ ସଜ୍ଜାଇ ତାହା ଉପରେ ଆମ୍ଭର ଧୂପ ଓ ତୈଳ ରଖିଲ।
42
“ଗୋଟିଏ ଶବ୍ଦ ଯିରୁଶାଲମରେ ଶୁଣା ହେଲା। ସେହି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ୟପ ଲୋକମାନେ ମରୁଭୂମିରୁ ପହଞ୍ଚିଲେ। ଏବଂ ସେମାନେ ସ୍ତ୍ରୀଲୋକଙ୍କ ହସ୍ତରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।
43
ତେବେ ବ୍ୟଭିଗ୍ଭର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, ‘ବର୍ତ୍ତମାନ ସେମାନେ ତା’ ସଙ୍ଗେ ବ୍ୟଭିଗ୍ଭର ପାପ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ?’
44
ଲୋକମାନେ ବେଶ୍ୟା ନିକଟକୁ ଆସିଲା ପରି ସେମାନେ ତା’ ନିକଟକୁ ଆସନ୍ତି। ଏହିପରି ସେମାନେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ।
45
“କିନ୍ତୁ ଧାର୍ମିକମାନେ ବ୍ୟଭିଗ୍ଭରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଗ୍ଭରାନୁସାରେ ସେମାନଙ୍କର ବିଗ୍ଭର କରିବେ। ଏହି କାରଣ ଯୋଗୁଁ ସେମାନେ ବ୍ୟଭିଗ୍ଭରିଣୀ ଓ ନରହତ୍ୟାର ରକ୍ତ ସେମାନଙ୍କ ହସ୍ତରେ ଅଛି।”
46
ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଲୋକମାନଙ୍କୁ ଏକତ୍ରିତ କର ଏବଂ ସେହି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦେବାକୁ ଓ ପରିହାସ କରିବାକୁ ଦିଅ।
47
ସେହି ଜନ ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ଖଡ଼୍ଗରେ ସେମାନଙ୍କୁ ବଧ କରିବେ। ସେମାନେ ମଧ୍ୟ ସେମାନଙ୍କର ସନ୍ତାନମାନଙ୍କୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ।
48
ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ୱାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ।
49
ଲୋକମାନେ ତୁମ୍ଭମାନଙ୍କର ବ୍ୟଭିଗ୍ଭରିତା ପାଇଁ ତୁମ୍ଭମାନଙ୍କୁ ପ୍ରତିଫଳ ଦେବେ ଓ ତୁମ୍ଭେମାନେ ନିଜର ପ୍ରତିମାଗଣ ସମ୍ବନ୍ଧୀୟ ପାପ ସକଳର ଭାର ବହନ କରିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମ୍ଭେମାନେ ଜାଣିବ।”
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48