bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 39
Ezekiel 39
Odia Bible ERV 2004 (ପବିତ୍ର ବାଇବଲ)
← Chapter 38
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 40 →
1
ଗୋଗ ଓ ତାହାର ସୈନ୍ୟସାମନ୍ତଙ୍କ ମୃତ୍ୟୁ “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ରୋଶ, ମେଶକ ଓ ତୁବଲର ମୁଖ୍ୟ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧରେ ଅଛି।
2
ମୁଁ ତୁମ୍ଭକୁ ବନ୍ଦୀ କରିବି ଓ ତୁମ୍ଭକୁ ଫେରାଇ ଆଣିବି। ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବି। ପୁଣି ଇସ୍ରାଏଲର ପର୍ବତସମୂହର ବିରୁଦ୍ଧରେ ତୁମ୍ଭକୁ ଆଣିବି।
3
ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି।
4
ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ତୁମ୍ଭେ ପତିତ ହେବ। ତୁମ୍ଭର ସମସ୍ତ ସୈନ୍ୟ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ୟ ପତିତ ହେବେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି।
5
ତୁମ୍ଭେ ଖୋଲା ପଡ଼ିଆରେ ପତିତ ହେବ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
6
ପରମେଶ୍ୱର କହିଲେ, “ପୁଣି ନିରାପଦରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ୱୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ରେରଣ କରିବି। ତହିଁରେ ଏହା ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
7
ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ମୋର ପବିତ୍ର ନାମକୁ ଜ୍ଞାତ କରାଇବି। ମୋର ପବିତ୍ର ନାମକୁ ଆଉ ଅପବିତ୍ର ହେବାକୁ ଦେବି ନାହିଁ। ତାହାହେଲେ ମୁଁ ଯେ ଇସ୍ରାଏଲ ମଧ୍ୟରେ ଧର୍ମମୟ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀୟମାନେ ଜାଣିବେ।
8
ଆଉ ଦେଖ, ସେହି ଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ।” ଏହା ସଦାପ୍ରଭୁ କହନ୍ତି। “ପୁଣି ଯେଉଁ ଦିନର ବିଷୟ ମୁଁ କହିଅଛି, ଏହା ସେହି ଦିନ।
9
“ସେହି ସମୟରେ ଇସ୍ରାଏଲର ନଗରବାସୀ ପ୍ରାନ୍ତରକୁ ଆସି ଢାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନେଇ ନିଆଁ ଲଗାଇ ଜାଳି ଦେବେ। ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେ ସବୁକୁ ନେଇ ଜାଳେଣି କରିବେ।
10
ଆଉ ସେମାନେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସେମାନେ ସେହି ଅସ୍ତ୍ରଶସ୍ତ୍ରକୁ ଜାଳେଣି ରୂପେ ବ୍ୟବହାର କରିବେ। ଆଉ ସେମାନେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସେମାନଙ୍କର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ।” ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
11
“ପରମେଶ୍ୱର କହନ୍ତି ମୁଁ ସେହି ଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇସ୍ରାଏଲ ମଧ୍ୟରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନରୋଧ କରିବ। ସେହି ସ୍ଥାନରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦେବେ। ଏବଂ ସେହି ସ୍ଥାନକୁ ସେମାନେ ‘ଗୋଗର ସୈନ୍ୟମାନଙ୍କର ଉପତ୍ୟକା’ ବୋଲି ନାମ ଦେବେ।
12
ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲୀୟମାନଙ୍କୁ ସାତ ମାସ ଲାଗିବ।
13
ଦେଶର ସମସ୍ତ ଜନସାଧାରଣ ସେମାନଙ୍କୁ କବର ଦେବେ। ସଦାପ୍ରଭୁ, ମୋର ପ୍ରଭୁ କହିଲେ, ମୁଁ ଗୌରବାନ୍ୱିତ ହେବି ଏବଂ ସେହି ଦିନଟି ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।”
14
ପରମେଶ୍ୱର କହିଲେ, “ଦେଶକୁ ଶୁଚି କରିବା ପାଇଁ ମୃତ ସୈନିକମାନଙ୍କୁ କବର ଦେବା ନିମନ୍ତେ ଲୋକମାନଙ୍କୁ ପୁରା ସମୟ କାର୍ଯ୍ୟରେ ନିଯୁକ୍ତ ଦିଆଯିବ। ସେମାନେ ସାତ ମାସ ଧରି ମୃତ ଶବଗୁଡ଼ିକର ଅନୁସନ୍ଧାନରେ ଦେଶ ମଧ୍ୟଦେଇ ଗମନ କରିବେ ଓ କବର ଦେବେ।
15
ପୁଣି ସେହି ଗମନକାରୀମାନେ ଦେଶ ମଧ୍ୟରେ ଗଲାବେଳେ କୌଣସି ସ୍ଥାନରେ ଅସ୍ଥି ଦେଖିଲେ, ସେଠାରେ ସେମାନେ ଏକ ଚିହ୍ନ ରଖିବେ। ତା’ପରେ କବର ଦେବା ଲୋକମାନେ ହାମୋନ-ଗୋଗ ଉପତ୍ୟକାରେ ତାକୁ କବର ଦେବେ।
16
ଆଉ ସେହି ‘ମୃତମାନଙ୍କର ନଗରର’ ନାମ ହାମୋନା ନାମରେ ପରିଚିତ ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।”
17
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମନୁଷ୍ୟ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟପଶୁକୁ କୁହ, ‘ତୁମ୍ଭେମାନେ ଏକତ୍ର ହୋଇ ଆସ। ଆଉ ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଗ୍ଭରିଆଡ଼େ ରୁଣ୍ଡ ହୁଅ। ମୁଁ ଇସ୍ରାଏଲ ପର୍ବତଗୁଡ଼ିକ ଉପରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାଯଜ୍ଞର ବନ୍ଦୋବସ୍ତ କରୁଅଛି।
18
ତୁମ୍ଭେମାନେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସେମାନେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି।
19
ମୁଁ ତୁମ୍ଭମାନଙ୍କ ପାଇଁ ଯେଉଁ ବଳିର ଆୟୋଜନ କଲି, ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଉତ୍ତମ ମାଂସ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ।
20
ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ।’” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।
21
“ପରମେଶ୍ୱର କହିଲେ, ଜାତିମାନଙ୍କ ମଧ୍ୟରେ ମୋର ମହିମା ସ୍ଥାପନ କରିବି। ସେମାନେ ସେହି ଦଣ୍ଡ ଦେଖିବେ ଯାହା ମୁଁ ମୋର ହସ୍ତ ଉଠାଇ ପ୍ରୟୋଗ କରିଅଛି।
22
ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ।
23
ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବନ୍ଦୀ ହୋଇ ଅନ୍ୟ ଦେଶକୁ ଯାଇଥିଲେ। କାରଣ ସେମାନେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲେ ଏବଂ ମୁଁ ସେମାନଙ୍କଠାରୁ ମୋର ମୁହଁ ବୁଲେଇ ନେଲି ଓ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସେମାନେ ଶତ୍ରୁଗଣର ଖଡ଼୍ଗରେ ପତିତ ହେଲେ।
24
ସେମାନଙ୍କର ପାପ ଓ ଅପରାଧ ଅନୁସାରେ ମୁଁ ସେମାନଙ୍କୁ ବ୍ୟବହାର କଲି। ମୁଁ ସେମାନଙ୍କଠାରୁ ମୋର ମୁହଁ ଲୁଗ୍ଭଇଲି।”
25
ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି।
26
ସେମାନେ ସର୍ବଦା ମୋ’ ବିରୁଦ୍ଧରେ ଯାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସେମାନେ ନିରାପଦରେ ଆପଣା ଦେଶରେ ବାସ କରିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ।
27
ମୁଁ ସେମାନଙ୍କୁ ଯେଉଁ ଦିନ ନାନା ଜାତି ମଧ୍ୟରୁ ପୁନର୍ବାର ଆଣିବି ଏବଂ ସେମାନଙ୍କୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନେକ ଦେଶମାନଙ୍କ ଦୃଷ୍ଟିରେ ମୁଁ ମୋର ପବିତ୍ରତା ସେମାନଙ୍କ ମଧ୍ୟରେ ଦେଖାଇବି।
28
ପୁଣି ମୁଁ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟେ। ତାହା ସେମାନେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲି ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛି। ମୁଁ ସେମାନଙ୍କର କାହାକୁ ଆଉ ସେଠାରେ ରଖିବି ନାହିଁ।
29
ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।
← Chapter 38
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 40 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48