bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 38
Ezekiel 38
Odia Bible ERV 2004 (ପବିତ୍ର ବାଇବଲ)
← Chapter 37
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 39 →
1
ଗୋଗ ବିପକ୍ଷରେ ବାର୍ତ୍ତା ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ
2
“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ମାଗୋଗ ଦେଶୀୟ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ,
3
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।
4
ମୁଁ ତୁମ୍ଭକୁ ବନ୍ଦୀ କରିବି, ତୁମ୍ଭ କଳପାଟିରେ ଅଙ୍କୁଶ ଦେବି। ଆଉ ମୁଁ ତୁମ୍ଭକୁ, ତୁମ୍ଭର ସୈନ୍ୟମାନଙ୍କୁ ଓ ଅଶ୍ୱ ଏବଂ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବି। ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ବେଶରେ ସୁସଜ୍ଜିତ ଥିବେ ଏବଂ ସେମାନେ ସମସ୍ତ ଫଳକ, ଢାଲ ଓ ଖଡ଼୍ଗ ଧାରଣ କରିଥିବେ।
5
ସେମାନଙ୍କ ସହିତ ପାରସ୍ୟ, କୂଶ ଓ ପୂଟ ଦେଶର ସୈନ୍ୟମାନେ ଥିବେ ଓ ସେମାନେ ଢାଲ ଓ ଟୋପର ଧାରଣ କରିଥିବେ।
6
ଗୋମରା ଓ ତା’ର ସମସ୍ତ ସୈନ୍ୟବାହିନୀ ଉତ୍ତର ଦିଗର ପ୍ରାନ୍ତ ସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଦଳ, ଏହି ଅନେକ ଜାତି ସେମାନଙ୍କର ସହିତ ଥିବେ।
7
“‘ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ନିଜକୁ ଓ ତୁମ୍ଭ ସହିତ ଯୋଗ ଦେଇଥିବା ସୈନ୍ୟଦଳକୁ ପ୍ରସ୍ତୁତ କର। ଆଉ ଗୋଗ ତୁମ୍ଭେ ସେମାନଙ୍କର ଦାୟିତ୍ୱ ନିଅ।
8
ଅନେକ ଦିନ ପରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବେଦନ କରାଯିବ। ପରବର୍ତ୍ତୀ ବର୍ଷମାନଙ୍କରେ ଯୁଦ୍ଧରୁ ପୂର୍ବାବସ୍ଥାକୁ ଫେରୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପରେ ଏକତ୍ରିତ ହୋଇଛନ୍ତି। ଯେଉଁମାନେ ଅତୀତରେ ବାରମ୍ବାର ବିଧ୍ୱସ୍ତ ହୋଇଥିଲେ କିନ୍ତୁ ଦେଶଗୁଡ଼ିକରୁ ସେମାନଙ୍କୁ ଅଣାଯାଇଛି ଏବଂ ସେମାନେ ସମସ୍ତେ ସେଠାରେ ନିରାପଦରେ ବାସ କରୁଛନ୍ତି।
9
ତୁମ୍ଭେ ତୁମ୍ଭର ସୈନ୍ୟଦଳ ଓ ତୁମ୍ଭ ସହିତ ବହୁତ ଦେଶ ଝଡ଼ି ସଦୃଶ ଉଠିବ। ତୁମ୍ଭେ ଓ ତୁମ୍ଭର ସୈନ୍ୟଦଳ ଦେଶକୁ ମେଘତୁଲ୍ୟ ଆଚ୍ଛନ୍ନ କରି ଆସିବ।’”
10
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେ ସମୟରେ ନାନା ଭାବନା ତୁମ୍ଭ ମନରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ।
11
ତୁମ୍ଭେ କହିବ, ‘ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି; ସେମାନେ ଶାନ୍ତିରେ ଅଛନ୍ତି, ସେମାନେ ଭାବନ୍ତି ସେମାନେ ନିରାପଦରେ ଅଛନ୍ତି, ସେମାନଙ୍କର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗରେ ପ୍ରାଚୀର ନାହିଁ କିମ୍ବା ସେମାନଙ୍କର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସେମାନଙ୍କ ଦେଶ ବିପକ୍ଷରେ ଖଡ଼୍ଗ ଆଣିବା।
12
ଲୁଣ୍ଠନ ଓ ଦ୍ରବ୍ୟ ଅପହରଣ ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବି। ଯେଉଁ ସମସ୍ତ ଧ୍ୱଂସପ୍ରାପ୍ତ ସ୍ଥାନ ଏବେ ବସତି ବିଶିଷ୍ଟ ହୋଇଅଛି ତାହା ବିରୁଦ୍ଧରେ ଓ ଯେଉଁ ଲୋକମାନେ ନାନା ଦେଶୀୟ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି ସେମାନଙ୍କ ବିରୁଦ୍ଧରେ ଯିବି ଏବଂ ସେମାନେ ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ଦେଶର ମଧ୍ୟଭାଗରେ ବାସ କରୁଅଛନ୍ତି।’
13
“ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସେଠାସ୍ଥିତ ଯୁବା ସିଂହାସକଳ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେ କ’ଣ ଲୁଟିବାକୁ ଆସିଅଛ? ତୁମ୍ଭେ କ’ଣ ଦ୍ରବ୍ୟ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରିତ କରିଅଛ? ରୂପା ସୁନା ବହି ନେବାର, ପଶୁ ଓ ଦ୍ରବ୍ୟାଦି ଲୁଟି ନେଇଯିବାର ଅଭିପ୍ରାୟ କ’ଣ ରଖିଅଛ?’”
14
ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ଗୋଗକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଯେତେବେଳେ ମୋର ଲୋକମାନେ ଶାନ୍ତିରେ ଓ ନିରାପଦରେ ବାସ କରୁଛନ୍ତି, ତୁମ୍ଭେ ସେମାନଙ୍କୁ ଆକ୍ରମଣ କରିବାକୁ ଆସିବ।
15
ଏବଂ ତୁମ୍ଭେ ନିଜ ବାସସ୍ଥାନ ସୁଦୂର ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସହିତ ଅନେକ ଜାତିମାନେ ଆସିବେ। ସେମାନେ ସମସ୍ତେ ଅଶ୍ୱାରୋହଣ କରିଥିବା ମହାସମାଜ ଓ ପରାକ୍ରମଶାଳୀ ସୈନ୍ୟସାମନ୍ତ ଥିବେ।
16
ତୁମ୍ଭେ ଇସ୍ରାଏଲ ବିରୁଦ୍ଧରେ ମୋର ଲୋକ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ୟ ଆଚ୍ଛାଦନ କରିବ। ସେହି ଭବିଷ୍ୟତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମୋ’ ଦେଶ ବିରୁଦ୍ଧରେ ଆଣିବି, ଯାହା ଫଳରେ ଦେଶଗୁଡ଼ିକ ମୋତେ ଜାଣି ପାରିବେ। ଯେତେବେଳେ ମୋର ପବିତ୍ରତା ତୁମ୍ଭ ମାଧ୍ୟମରେ ସେମାନଙ୍କୁ ଉପସ୍ଥିତିରେ ଦେଖାଇବି।’”
17
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ସେହି ଜଣକ ନୁହଁ କି, ଯାହାକୁ ମୁଁ ମୋ’ ସେବକ ମାଧ୍ୟମରେ ବହୁ ସମୟ ଆଗରୁ କହିଥିଲି, ଇସ୍ରାଏଲର ଯାଜକଗଣ ଯେଉଁମାନେ ଆସିବାକୁ ଥିବା ଏଇ ବର୍ଷ ବିଷୟରେ ଭବିଷ୍ୟଦ୍ବାଣୀ କହିଥିଲେ ଯେ, ମୁଁ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବି।”
18
ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ଯେଉଁ ଦିନ ଗୋଗ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ। ସେ ସମୟରେ ମୁଁ ମୋର କୋପ ପ୍ରଦର୍ଶନ କରିବି।
19
ଆଉ ମୁଁ ମୋର ଅନ୍ତର୍ଜ୍ୱାଳା ଓ କ୍ରୋଧାଗ୍ନିରେ ପ୍ରତିଜ୍ଞା କରେ, ଇସ୍ରାଏଲରେ ଭୟଙ୍କର ଭୂମିକମ୍ପ ହେବ।
20
ସେ ସମୟରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରସ୍ଥ ପଶୁଗଣ ଓ ଭୂମିରେ ଗୁରୁଣ୍ଡୁଥିବା ସରୀସୃପଗଣ ଆଉ ପୃଥିବୀସ୍ଥ ସମସ୍ତ ଲୋକମାନେ ଆମ୍ଭ ସାକ୍ଷାତରେ ଭୟରେ କମ୍ପିତ ହେବେ। ପର୍ବତସବୁ ଉତ୍ପାଟିତ ହେବେ ଓ ଶୃଙ୍ଗଗୁଡ଼ିକ ଭାଙ୍ଗି ପଡ଼ିବ। ଆଉ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍ ହେବ।”
21
ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ମୋର ସମସ୍ତ ପର୍ବତରେ ଖଡ଼୍ଗକୁ ଗୋଗ ବିରୁଦ୍ଧରେ ଆଣିବି। ତାହାର ସୈନ୍ୟସାମନ୍ତମାନେ ଏପରି ବିହ୍ୱଳ ହେବେ ସେମାନେ ପରସ୍ପର ବିରୁଦ୍ଧରେ ଖଡ଼୍ଗ ଆଣିବେ।
22
ପୁଣି ମୁଁ ଗୋଗ ବିପକ୍ଷରେ ମହାମାରୀ ଓ ମୃତ୍ୟୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପରେ, ତାହାର ସୈନ୍ୟଦଳ ଉପରେ ଓ ତା’ର ସଙ୍ଗୀ ଅନେକ ଜାତିମାନଙ୍କ ଉପରେ ପ୍ଳାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି।
23
ଏବଂ ଏହି ପ୍ରକାରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦେଖାଇ ଦେବି ଯେ, ମୁଁ ମହାନ ଓ ପବିତ୍ର ଅଟେ। ତାହାହେଲେ ସେମାନେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
← Chapter 37
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 39 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48