bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 32
Ezekiel 32
Odia Bible ERV 2004 (ପବିତ୍ର ବାଇବଲ)
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 33 →
1
ଫାରୋ ଜଣେ ଯୁବା ସିଂହ କି ରାକ୍ଷସ? ଅନନ୍ତର ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2
“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, “‘ତୁମ୍ଭେ ଗୋଟିଏ ଯୁବା ସିଂହ ତୁଲ୍ୟ, ତୁମ୍ଭେ ଗୋଟିଏ ସମୁଦ୍ର ରାକ୍ଷସ ପରି। ତୁମ୍ଭେ ନଦୀ ସମୂହର ଜଳକୁ ଅତିକ୍ରମ କରି ଓ ଆପଣା ପାଦରେ ଜଳ ଚହଲାଇ ତାକୁ ଗୋଳିଆ କର।’”
3
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରିତ କରି ତୁମ୍ଭ ଉପରେ ମୋର ଜାଲ ପ୍ରସାରଣ କରିବି। ଆଉ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।
4
ମୁଁ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ି ରହିବ। ମୁଁ ଆକାଶର ପକ୍ଷୀସବୁକୁ ଆଣିବି ଓ ସେମାନେ ତୁମ୍ଭକୁ ଭକ୍ଷ୍ୟଣ କରିବେ। ପୁଣି ପୃଥିବୀର ସମୁଦାୟ ପଶୁଗଣଙ୍କୁ ଆଣିବି ଓ ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ତୁମ୍ଭକୁ ଭକ୍ଷ୍ୟଣ କରିବେ।
5
ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପରେ ପକାଇବି ଓ ତୁମ୍ଭର ମୃତ ଶବରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।
6
ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପରେ ଢାଳ। ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହେବ। ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ।
7
ଯେତେବେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ୱାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମୟ କରିବି। ଆଉ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦେବି ନାହିଁ।
8
ଆକାଶର ସମସ୍ତ ଉଜ୍ଜ୍ୱଳ ଜ୍ୟୋତିଃକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପରେ ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ଆଣିବି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।
9
“ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟକୁ ବ୍ୟସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ୟ ତୁମ୍ଭ ପାଇଁ ବିବ୍ରତ ହେବେ।
10
ଏବଂ ମୁଁ ଅନେକ ଗୋଷ୍ଠୀକୁ ତୁମ୍ଭ ବିଷୟରେ ଚମତ୍କୃତ କରାଇବି ଏବଂ ସେମାନଙ୍କ ରାଜାମାନଙ୍କ ସମ୍ମୁଖରେ ମୋର ଖଡ଼୍ଗ ଗ୍ଭଳନା କଲାବେଳେ ସେମାନେ ଅତିଶୟ ଭୀତ ହେବେ। ଯେତେବେଳେ ମୁଁ ତୁମ୍ଭର ପତନ ଆଣିବି, ସେମାନେ ପ୍ରତ୍ୟେକ ନିଜ ନିଜ ଜୀବନ ବିଷୟରେ ଭୟଭୀତ ହେବେ।”
11
କାରଣ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ବାବିଲ ରାଜାର ଖଡ଼୍ଗ ତୁମ୍ଭକୁ ଆକ୍ରମଣ କରିବ।
12
ମୁଁ ସେହି ବୀରମାନଙ୍କ ଖଡ଼୍ଗରେ ତୁମ୍ଭର ପୁରୁଷମାନଙ୍କୁ ବିନାଶ କରିବି। ଏବଂ ସେହି ବୀରଗଣ ଜାତିମାନଙ୍କ ମଧ୍ୟରେ ଅତି ଭୟଙ୍କର ଅଟନ୍ତି। ଏବଂ ସେମାନେ ମିଶରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁରେ ସମଗ୍ର ଜନତା ବିନଷ୍ଟ ହେବେ।
13
ମୁଁ ଅପାର ଜଳରାଶି ନିକଟରୁ ସମସ୍ତ ପଶୁମାନଙ୍କୁ ବିନାଶ କରିବି। ତାହାହେଲେ ମନୁଷ୍ୟମାନେ ପାଣିକୁ ପାଦରେ ଚହଲାଇ ଗୋଳିଆ କରିବେ ନାହିଁ କିମ୍ବା ପଶୁମାନଙ୍କ ଖୁରାରେ ତାହା ଚହଲି ଗୋଳିଆ ହେବ ନାହିଁ।
14
ମୁଁ ମିଶରର ଜଳରାଶିକୁ ରଖିବି ଓ ଏହାର ନଦୀଗୁଡ଼ିକ ତେଲ ପରି ଧିରେ ବହିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି।
15
“ମୁଁ ମିଶର ଦେଶକୁ ଧ୍ୱଂସ କରି ଶୂନ୍ୟସ୍ଥାନରେ ପରିଣତ କରିବି। ଯେଉଁଥିରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହାହେଲେ ମୁଁ ଯେ ସ୍ୱୟଂ ସଦାପ୍ରଭୁ, ତାହା ସେମାନେ ଜାଣିବେ।
16
“ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ୟାମାନେ ବିଳାପ କରି ଏହି ଗୀତ ଗାଇବେ। ସେମାନେ ମିଶରର ସମଗ୍ର ଜନତା ଉଦ୍ଦେଶ୍ୟରେ ବିଳାପ ପରି ଏହା ଗାନ କରିବେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
17
ମିଶର ଧ୍ୱଂସପ୍ରାପ୍ତ ହେବ ଦ୍ୱାଦଶ ବର୍ଷର, ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
18
“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷୟରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳରେ ପକାଇ ଦିଅ।
19
“ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
20
“ମିଶର ଖଡ଼୍ଗରେ ନିହତ ଲୋକମାନଙ୍କ ମଧ୍ୟରେ ପଡ଼ିବ। ସେ ଖଡ଼୍ଗରେ ସମର୍ପିତ ହୋଇଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନେଇଯାଅ।
21
“ବୀରଗଣ ମଧ୍ୟରେ ବଳବାନମାନେ ଖଡ଼୍ଗରେ ନିହତ ହୋଇଛନ୍ତି, ସେହି ଅସୁନ୍ନତ ଲୋକମାନେ ପାତାଳଗାମୀ ହୋଇ ସ୍ଥିର ହୋଇ ଶୟନ କରିଛନ୍ତି। ଆଉ ସେମାନେ ସେହି ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।
22
“ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗରେ ଅଛି, ସେମାନେ ସମସ୍ତେ ହତ, ଖଡ଼୍ଗ ଦ୍ୱାରା ପତିତ ହୋଇଅଛନ୍ତି। ଆଉ ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ଜନ୍ମାଉଥିଲେ ସେମାନେ ସମସ୍ତେ ଖଡ଼୍ଗରେ ନିହତ ହୋଇ ପତିତ ହୋଇଅଛନ୍ତି।
24
“ଏଲମ ଓ ତା’ର ଲୋକମାନେ ସେଠାରେ ଅଛନ୍ତି, ସେମାନେ ସମସ୍ତେ ଯୁଦ୍ଧରେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। ସେମାନଙ୍କର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗରେ ଅଛି। ଆଉ ସେମାନଙ୍କ କବରର ଚତୁର୍ଦ୍ଦିଗରେ ତା’ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥାରେ କବରକୁ ଯାଇଛନ୍ତି। ସେମାନେ ଅନ୍ୟମାନଙ୍କ ସହିତ ସେମାନଙ୍କର ଅପମାନ ଭୋଗ କରିଅଛନ୍ତି।
25
ନିହତ ଲୋକମାନଙ୍କ ମଧ୍ୟରେ ତା’ ପାଇଁ ଗୋଟିଏ ଶଯ୍ୟା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା’ର କବରର ଚତୁର୍ଦ୍ଦିଗରେ ଅଛନ୍ତି। ସେହି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। କାରଣ ସେମାନଙ୍କ ଆତଙ୍କ ଜୀବିତମାନଙ୍କ ମଧ୍ୟରେ ବ୍ୟାପିଗଲା। ସେମାନେ ସେମାନଙ୍କର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧ୍ୟରେ ରହିଲେ।
26
“ଏବଂ ମେଷକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସେମାନଙ୍କର ଚତୁର୍ଦ୍ଦିଗରେ ସେମାନଙ୍କର କବରସବୁ ଅଛି। ସେମାନେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ଼୍ଗରେ ହତ ହେଲେ। କାରଣ ସେମାନେ ଜୀବିତ ଥିବା ସମୟରେ ଦେଶରେ ଲୋକମାନଙ୍କୁ ଭୟ ଦେଖାଇ ଥିଲେ।
27
ଅସୁନ୍ନତ ବୀରମାନଙ୍କ ସହିତ ସେମାନେ କ’ଣ ଯୁଦ୍ଧ ଭୂମିରେ ପତିତ ହୋଇ ନାହାନ୍ତି, ଯେଉଁମାନେ ସେମାନଙ୍କର ଖଡ଼୍ଗକୁ ତକିଆ ଭିତରେ ରଖି ପାତାଳକୁ ଯାଇଛନ୍ତି? ସେମାନଙ୍କର ପାପ ସେମାନଙ୍କର ଅସ୍ଥି ଉପରେ ଅଛି। ଯେହେତୁ ସେମାନେ ଜୀବିତ ଥିବା ବେଳେ ଆତଙ୍କ ଖେଳାଇଛନ୍ତି।
28
“ହେ ମିଶର, ତୁମ୍ଭେ ମଧ୍ୟ ଅସୁନ୍ନତମାନଙ୍କ ମଧ୍ୟରେ ବିନାଶ ହେବ ଓ ଖଡ଼୍ଗରେ ନିହତ ଲୋକମାନଙ୍କ ସହିତ ଶୟନ କରିବ।
29
“ସେ ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସେମାନେ ଯୁଦ୍ଧରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସେମାନେ ଜୀବନରେ ସେମାନଙ୍କର ଶକ୍ତିପାଇଁ ପରିଚିତ ଥିଲେ।
30
“ଏମାନେ ଉତ୍ତର ଦେଶୀୟ ମୁଖ୍ୟ ଓ ସୀଦୋନର ସୈନ୍ୟଗଣ ଥିଲେ। ସେମାନେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି। ସେମାନଙ୍କର ଶକ୍ତି ସତ୍ତ୍ୱେ, ଯୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହୋଇ ଲଜ୍ଜିତ ହୋଇଛନ୍ତି। ସେମାନେ କବରରେ ଅନ୍ୟାନ୍ୟ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହୋଇଛନ୍ତି।
31
“ଫାରୋ ସେମାନଙ୍କୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷୟରେ ସାନ୍ତ୍ୱନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ୟ ଖଡ଼୍ଗରେ ନିହତ ହୋଇଅଛନ୍ତି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
32
“ଯେତେବେଳେ ଫାରୋ ଜୀବିତ ଥିଲେ, ମୁଁ ତାକୁ ଭୟ କରିବା ପାଇଁ ଲୋକମାନଙ୍କୁ ତିଆରି କଲି। କିନ୍ତୁ ବର୍ତ୍ତମାନ ସେ ଓ ତା’ର ଲୋକମାନଙ୍କୁ ସମସ୍ତ ଅସୁନ୍ନତ ଲୋକ ଓ ଖଡ଼୍ଗରେ ନିହତ ଲୋକମାନଙ୍କ ମଧ୍ୟରେ ରଖାଯିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 33 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48