bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 16
Ezekiel 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 17 →
1
God’s Love for Jerusalem ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2
“ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀଙ୍କ ଘୃଣ୍ୟ ବ୍ୟବହାରକୁ ତୁମ୍ଭେ ସେମାନଙ୍କୁ ଜଣାଅ।
3
ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଯିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ। ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲେ।
4
ହେ ଯିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା। ତୁମ୍ଭ ଶରୀରରେ ଲବଣ ଦିଆଯାଇ ନ ଥିଲା କିମ୍ବା ତୁମ୍ଭକୁ ପଟିରେ ଆବୃତ କରାଯାଇ ନ ଥିଲା।
5
ଏହିସବୁ କରିବା ପାଇଁ ସେଠାରେ କେହି ନ ଥିଲେ। ତୁମ୍ଭ ପ୍ରତି ଯତ୍ନ ନେବାକୁ କିମ୍ବା ଦୟା ଦେଖାଇବା ପାଇଁ କେହି ସେଠାରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମେଲା ପଡ଼ିଆରେ ଫୋପାଡ଼ି ଦେଇ ଯାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ।
6
“‘ସେତେବେଳେ ମୁଁ (ପରମେଶ୍ୱର) ତୁମ୍ଭ ପାଖ ଦେଇ ଗଲି। ମୁଁ ଲକ୍ଷ୍ୟ କଲି ତୁମ୍ଭେ ରକ୍ତରେ ଭିଜି ଯାଇଛ ତା’ପରେ ମୁଁ ତୁମ୍ଭକୁ କହିଲି, “ଜୀବିତ ରୁହ” ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହୋଇଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହୋଇଅଛ, ମୁଁ ତୁମ୍ଭକୁ କହିଲି, “ବଞ୍ଚ।”
7
ମୁଁ ତୁମ୍ଭକୁ ସେହି କ୍ଷେତ୍ରରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ଯୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନଯୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ।
8
ଏବଂ ମୁଁ ଯେତେବେଳେ ତୁମ୍ଭକୁ ଅନାଇଲି, ସେତେବେଳେ ଦେଖିଲି ତୁମ୍ଭେ ପ୍ରେମ କରିବା ପାଇଁ ରାଜି ହୋଇଯାଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପରେ ମୋର ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲି ଏବଂ ତୁମ୍ଭେ ମୋର ହେଲ।’” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି
9
“‘ତହୁଁ ମୁଁ ତୁମ୍ଭକୁ ଜଳରେ ସ୍ନାନ କରାଇଲି। ଆଉ ମୁଁ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ରକ୍ତ ଧୋଇ ଦେଲି ଓ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲି।
10
ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ରରେଶମ ବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ରରେ ବିଭୂଷିତା କଲି।
11
ଆହୁରି ମୁଁ ତୁମ୍ଭକୁ ଅଳଙ୍କାରରେ ଭୂଷିତା କଲି। ତୁମ୍ଭ ହସ୍ତରେ କଙ୍କଣ ଓ ଗଳାଦେଶରେ ହାର ଦେଲି।
12
ପୁଣି ମୁଁ ତୁମ୍ଭ ନାସିକାରେ ନୋଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲି।
13
ଏହିରୂପେ ତୁମ୍ଭେ ସୁନା ଓ ରୂପାରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ରରେଶମ ଓ ପଟ୍ଟଦ୍ୱାରା ନିର୍ମିତ ଓ ଶିଳ୍ପ କର୍ମରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହୋଇ ଅବଶେଷରେ ରାଣୀପଦ ଯୋଗ୍ୟ ହେଲ।
14
ମୁଁ ତୁମ୍ଭକୁ ଏପରି ସୌନ୍ଦର୍ଯ୍ୟରେ ମୋର ଐଶ୍ୱର୍ଯ୍ୟ ଦ୍ୱାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଗଲା।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
15
Jerusalem, the Unfaithful Bride “କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜର ସୁଖ୍ୟାତି ହେତୁ ମୋ’ଠାରେ ଅବିଶ୍ୱସ୍ତ ହେଲ। ତୁମ୍ଭେ ମୋତେ ପ୍ରତାରିତ କଲ, ଯେକେହି ତୁମ୍ଭ ନିକଟ ଦେଇ ଗଲା ତୁମ୍ଭେ ଗଣିକା ସଦୃଶ ତା’ର ହେଲ ଓ ସେମାନେ ତୁମ୍ଭକୁ ବ୍ୟଭିଗ୍ଭରିଣୀ ରୂପେ ଉପଭୋଗ କଲେ।
16
ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଗ୍ଭରିଣୀ କର୍ମ କଲ। ଏପରି କାର୍ଯ୍ୟ ଘଟିବା ଉଚିତ୍ ନୁହେଁ।
17
ଆହୁରି ମୋର ସୁନା ଓ ରୂପାରେ ନିର୍ମିତ ଯେଉଁସବୁ ସୁନ୍ଦର ଆଭରଣ ମୁଁ ଦେଇଥିଲି ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଗ୍ଭର କଲ।
18
ପୁଣି ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।
19
ପୁଣି ଆମ୍ଭେ ଯେଉଁ ସରୁ ମଇଦା, ତୈଳ ଓ ମଧୁ ତୁମ୍ଭ ଖାଦ୍ୟ ପାଇଁ ଦେଇଥିଲୁ, ତୁମ୍ଭେ ସେସବୁ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ। ତୁମ୍ଭେ ଗଣିକା ସଦୃଶ ସେହି ପ୍ରତିମାଗଣକୁ ସନ୍ତୁଷ୍ଟ କରିବାକୁ ଏହିସବୁ କଲ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।
20
“ମୋ’ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସେହି ପୁତ୍ରକନ୍ୟାଗଣକୁ ବଧ କରି ସେମାନଙ୍କୁ ଭଣ୍ଡ ଦେବତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ଯଥେଷ୍ଟ ବେଶ୍ୟାବୃତ୍ତି କଲ ନାହିଁ କି?
21
ତୁମ୍ଭେ ମୋର ସନ୍ତାନଗଣଙ୍କୁ ହତ୍ୟା କରି ତୁମ୍ଭର ଭଣ୍ଡ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗ୍ନି ମଧ୍ୟରେ ଉତ୍ସର୍ଗ କରିଅଛ।
22
ଏବଂ ତୁମ୍ଭର ସବୁ ଘୃଣ୍ୟ ଓ ବ୍ୟଭିଗ୍ଭର କାର୍ଯ୍ୟ କଲାବେଳେ ଆପଣା ଯୌବନାବସ୍ଥାରେ ସେହି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତରେ କିପରି ଛଟପଟ ହେଉଥିଲ ତାହା ସ୍ମରଣ କଲ ନାହିଁ।
23
“ମୋଟ ଭାବରେ ତୁମ୍ଭେ ଏହା କରିଛ। ଏହା ତୁମ୍ଭ ପାଇଁ ବହୁତ ଖରାପ ଅଟେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
24
“ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରତ୍ୟେକ ରାସ୍ତାର ଛକରେ ଦେବତାଗଣ ନିମନ୍ତେ ଉଚ୍ଚସ୍ଥଳୀ ଯଜ୍ଞବେଦି ନିର୍ମାଣ କରିଅଛ।
25
ତୁମ୍ଭେ ପ୍ରତ୍ୟେକ ରାସ୍ତା ମୁଣ୍ଡରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ଯ୍ୟକୁ ଘୃଣା କରିଅଛ। ଆଉ ପ୍ରତ୍ୟେକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ୟଭିଗ୍ଭରୀତାର ସୀମା ନାହିଁ।
26
ତୁମ୍ଭେ ମିଶର ସହିତ ଅବାଧ ଯୌନକ୍ରିୟା ଉପଭୋଗ କରିଛ, ତୁମ୍ଭର ବୃହତ ଯୌନାଙ୍ଗରେ ପଡ଼ୋଶୀ ଯୌନକ୍ରିୟା କରିଛନ୍ତି। ମୋତେ ବିରକ୍ତ କରିବା ପାଇଁ ତୁମ୍ଭେ ତା’ ସହିତ ବହୁବାର ଯୌନକ୍ରିୟା କରିଥିଲ।
27
ତେଣୁ ମୁଁ ମୋର ହସ୍ତ ତୁମ୍ଭ ବିରୁଦ୍ଧରେ ଉଠାଇଲି ଏବଂ ତୁମ୍ଭର ଦେଶର କିଛି ଅଂଶ ନେଇଯାଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ୟାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତାରେ ଭାରାକ୍ରାନ୍ତ ହେଲେ।
28
ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଗ୍ଭର କରିଥିଲ। ତୁମ୍ଭେ ସେମାନଙ୍କ ସହିତ ବ୍ୟଭିଗ୍ଭର କଲେ ହେଁ ସନ୍ତୁଷ୍ଟ ହୋଇ ନାହଁ।
29
ତୁମ୍ଭେ କିଣାନ ଓ ବାବିଲକୁ ଯାଇଅଛ ଏବଂ ସେଠାରେ ତୁମ୍ଭର ବ୍ୟଭିଗ୍ଭର ବଢ଼ାଇଛ, ତଥାପି ତୃପ୍ତ ହୋଇ ନାହଁ।
30
ତୁମ୍ଭର ଇଚ୍ଛା କେତେ ଦୁର୍ବଳ, ଯେତେବେଳେ ତୁମ୍ଭେ ସ୍ୱେଚ୍ଛାଗ୍ଭରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
31
“ଯେତେବେଳେ ତୁମ୍ଭେ ପ୍ରତ୍ୟେକ ରାସ୍ତା ମୁଣ୍ଡରେ ଆପଣା ଆପଣା ଗୃହ ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଆପଣା ଉଚ୍ଚସ୍ଥଳୀ ଯଜ୍ଞବେଦି ନିର୍ମାଣ କରିଅଛ। ତୁମ୍ଭେ ପ୍ରକୃତରେ ଜଣେ ବେଶ୍ୟା ପରି ନୁହଁ, ତୁମ୍ଭେ ବ୍ୟଭିଗ୍ଭରିଣୀ କାର୍ଯ୍ୟରେ ଲିପ୍ତ ହେଲ, କିନ୍ତୁ ମୁଦ୍ରା ନେଲ ନାହିଁ।
32
ତୁମ୍ଭେ ଜଣେ ବ୍ୟଭିଗ୍ଭରିଣୀ ସ୍ତ୍ରୀ, ତୁମ୍ଭେ ସ୍ୱାମୀକୁ ଛାଡ଼ି ଆଗନ୍ତୁକ ପୁରୁଷମାନଙ୍କୁ ଯୌନ ସହଚର ରୂପେ ପସନ୍ଦ କଲ।
33
ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ରେମିକମାନଙ୍କୁ ଭଡ଼ା ଦେଇ ବ୍ୟଭିଗ୍ଭର କରୁଅଛ। ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସେମାନଙ୍କୁ ଲାଞ୍ଚ ଦେଇଅଛ।
34
ତୁମ୍ଭର ବେଶ୍ୟାବୃତ୍ତି ଅନ୍ୟ ବେଶ୍ୟାଙ୍କଠାରୁ ବିପରୀତ ଅଟେ। ଅନ୍ୟ ବେଶ୍ୟାମାନେ ଜାରପୁରୁଷଠାରୁ ଭଡ଼ା ନେଉଥିଲା ବେଳେ ତୁମ୍ଭେ ଜାରପୁରୁଷକୁ ତୁମ୍ଭ ସହିତ ବ୍ୟଭିଗ୍ଭର ପାଇଁ ଭଡ଼ା ଦେଇଥାଅ।”
35
ଏଣୁ ହେ ଗଣିକା, ସଦାପ୍ରଭୁଙ୍କ ବାକ୍ୟ ଶୁଣ।
36
ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ପ୍ରେମିକଗଣ ସଙ୍ଗେ ବ୍ୟଭିଗ୍ଭର ହେତୁ ତୁମ୍ଭର ଉଲଗ୍ନତା ଅନାବୃତ ହୋଇଅଛି। ତୁମ୍ଭେ ତୁମ୍ଭର ଘୃଣ୍ୟ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦେଇଅଛି।
37
ତେଣୁ ମୁଁ ତୁମ୍ଭର ସମସ୍ତ ପ୍ରେମିକମାନଙ୍କୁ ଏକତ୍ରିତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ରେମ କର। ମୁଁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଗ୍ଭରିଆଡ଼ୁ ଏକତ୍ରିତ କରିବି ଏବଂ ତୁମ୍ଭର ନଗ୍ନତା ସେମାନଙ୍କ ଆଗରେ ଅନାବୃତ କରିବି। ଏବଂ ସେମାନଙ୍କୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦେବି। ସେମାନେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ।
38
ମୁଁ ତୁମ୍ଭକୁ ବ୍ୟଭିଗ୍ଭରିଣୀ ଓ ହତ୍ୟାକାରିଣୀ ରୂପେ ବିଗ୍ଭର କରିବି। ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବି।
39
ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରେମିକମାନଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସେମାନେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦେବେ।
40
ଏବଂ ସେମାନେ ତୁମ୍ଭ ବିରୁଦ୍ଧରେ ଏକ ଜନ ସମାଜକୁ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ସେମାନଙ୍କ ଖଡ଼୍ଗରେ ତୁମ୍ଭକୁ ଖଣ୍ଡ ବିଖଣ୍ଡିତ କରିବେ।
41
ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ। ବହୁତ ସ୍ତ୍ରୀଲୋକମାନଙ୍କ ସମ୍ମୁଖରେ ସେମାନେ ତୁମ୍ଭକୁ ଦଣ୍ଡିତ କରିବେ। ତୁମ୍ଭ ବ୍ୟଭିଗ୍ଭରୀତାର ମୁଁ ପୂର୍ଣ୍ଣଛେଦ ପକାଇବି ଏବଂ ତୁମ୍ଭେ ତୁମ୍ଭର ପ୍ରେମିକମାନଙ୍କୁ ଆଉ ଭଡ଼ା ଦେବ ନାହିଁ।
42
ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ ଓ ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ। ଆଉ ଆମ୍ଭେ କ୍ଷାନ୍ତ ହୋଇ କ୍ରୋଧ କରିବା ନାହିଁ।
43
ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ଯୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ଯ୍ୟ ଦ୍ୱାରା ମୋତେ କ୍ରୋଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ୟବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ୟ କାର୍ଯ୍ୟ ସହିତ ବେଶ୍ୟାବୃତ୍ତିକୁ ଯୋଡ଼ିବାରେ କ’ଣ ଅଧିକ ପ୍ରାଧାନ୍ୟ ହୋଇ ନ ଥିଲା?” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଲେ।
44
“ଯେଉଁ ଲୋକମାନେ ପ୍ରବଚନ ବ୍ୟବହାର କରନ୍ତି, ତୁମ୍ଭ ଉପରେ ଏହା ପ୍ରୟୋଗ କରିବେ। ‘ମା ଗୁଣେ ଝିଅ।’
45
ତୁମ୍ଭେ ପ୍ରକୃତରେ ତୁମ୍ଭ ମାତାର କନ୍ୟା। ସେ ଆପଣା ସ୍ୱାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସେମାନେ ସେମାନଙ୍କର ସ୍ୱାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀୟା ଓ ତୁମ୍ଭ ପିତା ଜଣେ ଇମୋରୀୟ ଥିଲେ।
46
ଏବଂ ତୁମ୍ଭର ବଡ଼ ଭଉଣୀ ଶମରିୟା, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ବାମ ଦିଗରେ ବାସ କରେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।
47
ତୁମ୍ଭେ କେବଳ ସେମାନଙ୍କର ଘୃଣ୍ୟ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଗ୍ଭର କରିଛ।
48
ମୋର ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମୋର ଜୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ ତୁମ୍ଭପରି ଓ ତୁମ୍ଭ କନ୍ୟାଗଣ ପରି କୁକର୍ମ କରି ନାହାନ୍ତି।”
49
ପରମେଶ୍ୱର କହନ୍ତି, “ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସେମାନଙ୍କର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସେମାନଙ୍କର ଯଥେଷ୍ଟ ଖାଦ୍ୟ ଓ ସୌଭାଗ୍ୟ ଜନିତ ଶାନ୍ତି ଥିଲେ ମଧ୍ୟ ସେମାନେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରୁ ନ ଥିଲେ।
50
ଏବଂ ସେମାନେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସେମାନେ ତାହା କଲେ। ତେଣୁ ମୋ’ ଦୃଷ୍ଟିରେ ମୁଁ ସେମାନଙ୍କୁ ଉଚିତ୍ ଦଣ୍ଡ ଦେଲି।”
51
ପରମେଶ୍ୱର କହିଲେ, “ଶମରିୟା ତୁମ୍ଭ ପାପସବୁର ଅର୍ଦ୍ଧେକ ପାପ କରି ନାହିଁ। ତୁମ୍ଭର ବ୍ୟବହାର ତା’ (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ୟ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ।
52
ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ୟ ବହନ କର। ଯେଉଁଗୁଡ଼ାକ ସେମାନଙ୍କର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ୟାୟ ଦେବା ସକାଶେ ଅପମାନ ବହନ କର।”
53
ପରମେଶ୍ୱର କହିଲେ, “ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣକୁ ଓ ଶମରିୟା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣଙ୍କୁ ବିନାଶ କରିବି। ଯିରୁଶାଲମ ମଧ୍ୟ ଧ୍ୱଂସ ହେବ। କିନ୍ତୁ ମୁଁ ସେହି ସମଗ୍ର ନଗର ଓ ଯିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।
54
ତୁମ୍ଭର ଭଉଣୀମାନଙ୍କୁ ସାନ୍ତ୍ୱନା ଦେଇ ତୁମ୍ଭେ ଯାହା କଲ, ସେଥିପାଇଁ ତୁମ୍ଭକୁ ହୁଏତ ଅପମାନିତ ହେବାକୁ ଓ ଦୁଃଖିତ ହେବାକୁ ପଡ଼ିବ।
55
ତେଣୁ ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ, ଶମରିୟା ଓ ତାହାର କନ୍ୟାଗଣ ଏବଂ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ପୁନଃନିର୍ମିତ ହେବ ଅର୍ଥାତ୍ ତୁମ୍ଭର ପୂର୍ବ ଅବସ୍ଥାକୁ ଫେରି ଆସିବ।”
56
ପରମେଶ୍ୱର କହିଲେ, “ଅତୀତରେ ତୁମ୍ଭେ ତୁମ୍ଭର ଗର୍ବ ହେତୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରି ପାରିବ ନାହିଁ।
57
ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ୟାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣ ଓ ପଲେଷ୍ଟୀୟମାନଙ୍କର କନ୍ୟାଗଣ ତୁମ୍ଭକୁ ତାଚ୍ଛଲ୍ୟ କଲେ।
58
ବର୍ତ୍ତମାନ ତୁମ୍ଭେ ତୁମ୍ଭର ଘୃଣ୍ୟ କ୍ରିୟା ଓ ବ୍ୟଭିଗ୍ଭରର ଭାର ବହନ କରିବ।” ଏହା ସଦାପ୍ରଭୁ କହିଛନ୍ତି।
59
God Remains Faithful ଏଥିପାଇଁ ସଦାପ୍ରଭୁ, ମୋର ପ୍ରଭୁ ଯାହା କହନ୍ତି, “ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ମୁଁ ସେହିପରି ବ୍ୟବହାର କରିବି।
60
କିନ୍ତୁ ତୁମ୍ଭ ସହିତ ଯୌବନାବସ୍ଥାରେ ମୁଁ ଯେଉଁ ଚୁକ୍ତି କରିଥିଲି ତାହାକୁ ସ୍ମରଣ କରିବି ଓ ତୁମ୍ଭ ପ୍ରତି ମୁଁ ଚିରଦିନ ପାଇଁ ଏକ ନିୟମକୁ ସମର୍ଥନ କରିବି।
61
ସେ ସମୟରେ ତୁମ୍ଭେ ଯେତେବେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ନିଜର ଚରିତ୍ରହୀନତା ଯୋଗୁଁ ଲଜ୍ଜିତା ହେବ। ମୁଁ ସେମାନଙ୍କୁ କନ୍ୟାରୂପେ ତୁମ୍ଭକୁ ଦେବି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ।
62
ଏବଂ ମୁଁ ତୁମ୍ଭ ସହିତ ମୋର ନିୟମକୁ ସମର୍ଥନ କରିବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେ ହୃଦ୍ବୋଧ କରିବ।
63
ତୁମ୍ଭେ ଯାହାସବୁ କରିଅଛ, ଯେତେବେଳେ ମୁଁ ସେସବୁକୁ ସଂଶୋଧନ କରି ଦେବି। ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48