bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 27
Ezekiel 27
Odia Bible ERV 2004 (ପବିତ୍ର ବାଇବଲ)
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 28 →
1
ସୋର, ସମୁଦ୍ରର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2
“ହେ ମନୁଷ୍ୟ ପୁତ୍ର, ସୋର ପାଇଁ ବିଳାପ କର।
3
“ସମୁଦ୍ର ଉପକୂଳବର୍ତ୍ତୀ ବହୁ ଲୋକଙ୍କ ସହିତ ବାଣିଜ୍ୟ କରୁଥିବା, ‘ସମୁଦ୍ରର ଦ୍ୱାର’ ସୋରକୁ କୁହ: “ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ।
4
ଭୂମଧ୍ୟସାଗର ତୁମ୍ଭର ଚତୁର୍ଦ୍ଦିଗ ସୀମା ଅଟେ। ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଛନ୍ତି।
5
ସେମାନେ ସେନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି। ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋନ୍ରୁ ଏରସ କାଷ୍ଠ ଦେଇଛନ୍ତି।
6
ବାସନର ଅଲୋନ କାଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି। ଆଉ ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଠରେ ଖଚିତ ହାତୀଦାନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
7
ତୁମ୍ଭର ଧ୍ୱଜା ହେବା ପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା। ପୁଣି ତୁମ୍ଭର ଗ୍ଭନ୍ଦୁଆ ଇଲୀଶା ଦ୍ୱୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା।
8
ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ। ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ।
9
ଗବାଲର ପ୍ରାଚୀନବର୍ଗ ମୁଖ୍ୟ ଓ ଜ୍ଞାନୀମାନେ ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନେଇ ଅନ୍ୟମାନଙ୍କୁ ସାହାଯ୍ୟ କଲେ। ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ତୁମ୍ଭ ସହିତ ବାଣିଜ୍ୟ କରିବା ପାଇଁ ଆସିଲେ।’
10
“‘ପାରସ୍ୟ, ଲୁଦ ଓ ପୂଟ ଦେଶୀୟ ଲୋକମାନେ ତୁମ୍ଭ ସୈନ୍ୟବାହିନୀର ଯୋଦ୍ଧା ଥିଲେ। ସେମାନେ ତୁମ୍ଭ ମଧ୍ୟରେ ସେମାନଙ୍କର ଢାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସେମାନେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ।
11
ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସେନା ସଙ୍ଗରେ ଥିଲେ, କେଉଁମାନେ ଗ୍ଭରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ। ସେମାନେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପରେ ନିଜ ନିଜ ଢାଲ ଟଙ୍ଗାଇଲେ ଏବଂ ସେମାନେ ତୁମ୍ଭ ସୌନ୍ଦର୍ଯ୍ୟ ସିଦ୍ଧ କଲେ।
12
“‘ତର୍ଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
13
ଗ୍ରୀକ୍, ତୁର୍କ ଓ ମେଷକର ଲୋକମାନେ ବ୍ୟବସାୟୀ ଥିଲେ। ସେମାନେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳରେ ବ୍ୟବସାୟ କଲେ।
14
ତୋଗର୍ମ ବଂଶୀୟ ଲୋକମାନେ ଅସ୍ତ୍ର, ଯୁଦ୍ଧାସ୍ତ୍ର ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
15
ଦଦାନର ଲୋକମାନେ ମଧ୍ୟ ତୁମ୍ଭର ବ୍ୟବସାୟୀ ଥିଲେ। ତୁମ୍ଭର ଅନେକ ଦ୍ୱୀପ ସହ ବାଣିଜ୍ୟ ଥିଲା। ସେମାନେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ବଦଳରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ।
16
ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ୟର ପ୍ରସିଦ୍ଧି ହେତୁ ଆରାମ୍ ତୁମ୍ଭର ବଣିକ ଥିଲା। ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
17
“‘ଯିହୁଦା ଓ ଇସ୍ରାଏଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଲ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
18
ଦମ୍ମେଶକ ଜଣେ ଗ୍ରାହକ ମଧ୍ୟ ଥିଲେ। ସେମାନେ ତୁମ୍ଭର ବହୁ ପ୍ରକାରର ମୂଲ୍ୟବାନ ଜିନିଷଗୁଡ଼ିକ ପାଇଁ ତୁମ୍ଭ ସହିତ ବାଣିଜ୍ୟ କଲେ। ସେମାନେ ହିଲ୍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ବଦଳରେ ତୁମ୍ଭ ସହିତ ବାଣିଜ୍ୟ କଲେ।
19
ବଦାନ ଓ ଯବନ ଲୋମ ନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ୟ ଓ ଆଖୁ ଥିଲା।
20
ଦଦାନ ତୁମ୍ଭକୁ ଭଲ ବ୍ୟବସାୟ ଦେଲା। ସେମାନେ ତୁମ୍ଭ ସହିତ ଘୋଡ଼ାଗୁଡ଼ିକ ଆରୋହଣ କରିବା ପାଇଁ ମୋଟା ସୂତାର ବସ୍ତ୍ର ବାଣିଜ୍ୟ କଲେ।
21
ଆରବ ଓ କେଦରର ଅଧିପତିମାନେ ତୁମ୍ଭର ବଣିକ ଥିଲେ। ମେଷଶାବକ, ମେଷ ଓ ଛାଗ ବଦଳରେ ତୁମ୍ଭର ଦ୍ରବ୍ୟ ନେଇ ବାଣିଜ୍ୟ କରୁଥିଲେ।
22
ଶିବାର ଓ ରୟମାର ବଣିକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ସେମାନଙ୍କର ଶ୍ରେଷ୍ଠ ଅତର ଓ ମୂଲ୍ୟବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳରେ ବାଣିଜ୍ୟ କଲେ।
23
ହାରଣ, କନ୍ନୀ, ଏଦନ୍, ଶିବାର, ଅଶୂର ଓ କିଲ୍ମଦର ବ୍ୟବସାୟୀମାନେ ତୁମ୍ଭ ସହିତ ବାଣିଜ୍ୟ କଲେ।
24
ସେମାନଙ୍କ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ନାନା ଉତ୍କୃଷ୍ଟ ଦ୍ରବ୍ୟ, ବୁଟାଦାର ଓ ନୀଳବର୍ଣ୍ଣ ଆବରଣୀୟ ବସ୍ତ୍ର ବହୁମୂଲ୍ୟବାନ୍ ବସ୍ତ୍ର ଓ ରଜ୍ଜୁରେ ବନ୍ଧା ଏରସ କାଷ୍ଠ ନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ।
25
ତର୍ଶୀଶରେ ଜାହାଜଗୁଡ଼ିକ ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହନ କରୁଥିଲେ। “‘ହେ ସୋର, ତୁମ୍ଭେ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ଶକ୍ତିଶାଳୀ ଥିଲ।
26
ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣି ଅଛନ୍ତି। ମାତ୍ର ପୂର୍ବୀୟ ବାୟୁ ସମୁଦ୍ର ମଧ୍ୟରେ ତୁମ୍ଭକୁ ଭାଙ୍ଗି ପକାଇଛି।
27
ତୁମ୍ଭର ଧନ, ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହିବା ଲୋକମାନେ, ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନରେ ସମୁଦ୍ର ମଧ୍ୟସ୍ଥଳରେ ଜଳମଗ୍ନ ହେବେ।
28
“‘ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ ସୁଦୂର ଉପନଗର ସମୂହ କମ୍ପିତ ହେବେ।
29
ପୁଣି ତୁମ୍ଭ ଆହୁଲାଧାରୀ ସମସ୍ତ ଲୋକ, ନାବିକଗଣ ଓ ସମସ୍ତ କର୍ଣ୍ଣଧାରଗଣ ନିଜ ନିଜ ଜାହାଜରୁ ଓହ୍ଲାଇ ଆସି କୂଳରେ ଠିଆ ହେବେ।
30
ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଅତିଶୟ ଦୁଃଖିତ ହୋଇ କ୍ରନ୍ଦନ କରିବେ। ପୁଣି ସେମାନେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ।
31
ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ମସ୍ତକ ମୁଣ୍ଡନ କରି କଟିଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶେ ପ୍ରାଣ ବିକଳରେ ରୋଦନ କରି ଅତିଶୟ ବିଳାପ କରିବେ।
32
“‘ସେମାନେ ସେହି ମହାଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହିବେ, “‘ସୋର ପରି କେହି ନାହିଁ, ସୋର ସମୁଦ୍ର ମଧ୍ୟରେ ବିନଷ୍ଟ ହେଲା।”
33
ତୁମ୍ଭର ବଣିକମାନେ ସମୁଦ୍ର ଦେଇ ଗଲେ, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କଲ। ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟରେ ପୃଥିବୀର ବହୁ ରାଜାମାନଙ୍କୁ ଧନୀ କଲ।
34
କିନ୍ତୁ ତୁମ୍ଭେ ବର୍ତ୍ତମାନ ସମୁଦ୍ରର ଗଭୀର ଜଳରେ ଭଗ୍ନ ହେବା ଯୋଗୁଁ ତୁମ୍ଭର ସମସ୍ତ ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ।
35
ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷୟରେ ଆଚମ୍ବିତ ହୋଇଅଛନ୍ତି ଏବଂ ସେମାନଙ୍କର ରାଜାମାନେ ଭୟଭୀତ ହୋଇଥିଲେ ଓ ସେମାନଙ୍କର ମୁଖମଣ୍ଡଳ ସେମାନଙ୍କର ଆଚମ୍ବିତ ପ୍ରକାଶ କଲା।
36
ଅନ୍ୟ ଗୋଷ୍ଠୀୟ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍ ଶବ୍ଦ କରନ୍ତି। ତୁମ୍ଭର ଭାଗ୍ୟ ଲୋକମାନଙ୍କୁ ଭୟଭୀତ କରେ ଏବଂ ତୁମ୍ଭେମାନେ ଆଉ ରହିବ ନାହିଁ।’”
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 28 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48