bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezekiel 20
Ezekiel 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 21 →
1
Israel Turned Away From God ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମୋ’ ସମ୍ମୁଖରେ ବସିଲେ।
2
ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
3
“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ପ୍ରାଚୀନବର୍ଗଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭେମାନେ ମୋ’ ବିଷୟରେ ତଦାରଖ କରିବାକୁ ଆସିଅଛ? ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କିଛି ପଗ୍ଭରିବାକୁ ଦେବି ନାହିଁ।’
4
ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ସେମାନଙ୍କର ବିଗ୍ଭର କରିବ? ସେମାନଙ୍କର ପିତୃପୁରୁଷମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ।
5
ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ମୁଁ ଯେତେବେଳେ ଇସ୍ରାଏଲକୁ ମନୋନୀତ କଲି ଓ ଯାକୁବର ପୁତ୍ରମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କଲି ଏବଂ ମିଶରରେ ସେମାନଙ୍କ ନିକଟରେ ନିଜକୁ ପରିଚିତ କରାଇଲି, ମୁଁ ସେମାନଙ୍କ ଉପରେ ହସ୍ତ ବିସ୍ତାର କଲି ଏବଂ ସେମାନଙ୍କ ପକ୍ଷରେ କହିଲି, “ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”
6
ସେହି ଦିନ ମୁଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି ଓ ସେମାନଙ୍କୁ ଏପରି ଏକ ଦେଶକୁ ନେଇଗଲି ଯେଉଁଠାରେ ଦୁଗ୍ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧ୍ୟରେ ଗୌରବମୟ ଥିଲା।
7
“‘ଏବଂ ମୁଁ ସେମାନଙ୍କୁ କହିଲି, ତୁମ୍ଭେମାନେ ଦେଖୁଥିବା ଘୃଣ୍ୟ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀୟମାନଙ୍କ ମୂର୍ତ୍ତି ଦ୍ୱାରା ତୁମ୍ଭେମାନେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ।”
8
କିନ୍ତୁ ସେମାନେ ମୋର ବିରୁଦ୍ଧାଚରଣ କଲେ ଓ ମୋ’ କଥା ଶୁଣିଲେ ନାହିଁ। ସେମାନେ ପ୍ରତ୍ୟେକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ୟ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀୟ ପ୍ରତିମାମାନଙ୍କୁ ପରିତ୍ୟାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧ୍ୟରେ ସେମାନଙ୍କୁ ଧ୍ୱଂସ କରିବାକୁ ସେମାନଙ୍କ ପ୍ରତିକୂଳରେ ଆପଣା କୋପ ଢାଳିଲି।
9
କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି।
10
ମୁଁ ଇସ୍ରାଏଲକୁ ମିଶର ଦେଶରୁ ବାହାର କରି ଆଣି ମରୁଭୂମିରେ ରଖିଲି।
11
ତା’ପରେ ଆମ୍ଭେ ସେମାନଙ୍କୁ ଆପଣାର ବିଧି ଦେଲୁ ଓ ଆପଣା ବ୍ୟବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ।
12
ଏବଂ ମୁଁ ସେମାନଙ୍କୁ ମୋର ବିଶ୍ରାମ ଦିନ ବିଷୟରେ ସବୁ କହିଲି। ଏହା ମୋର ଓ ସେମାନଙ୍କ ମଧ୍ୟରେ ଚୁକ୍ତିର ଚିହ୍ନ ସ୍ୱରୂପ ଯେଉଁଥିପାଇଁ ସେମାନେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସେମାନଙ୍କୁ ପବିତ୍ର କଲି।
13
“‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି।
14
କିନ୍ତୁ ମୁଁ ମୋର ନାମକୁ ସେହି ଲୋକମାନଙ୍କ ସମ୍ମୁଖରେ ଭ୍ରଷ୍ଟ କରିବା ପାଇଁ ଗ୍ଭହିଁଲି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲି।
15
ଦୁଗ୍ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସେମାନଙ୍କୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କଲି, ଯାହା ମୁଁ ସେମାନଙ୍କୁ ଆଗରୁ ପ୍ରତିଜ୍ଞା କରିଥିଲି।
16
“‘କାରଣ ସେମାନେ ମୋର ବିଧି ସକଳ ମାନିବାକୁ ମନା କଲେ। ସେମାନେ ମୋର ନିୟମ ଅନୁସାରେ ଜୀବନଯାପନ କଲେ ନାହିଁ ଏବଂ ସେମାନେ ମୋର ବିଶ୍ରାମ ଦିନକୁ କଳୁଷିତ କଲେ। ସେମାନେ ଏହିପରି ବ୍ୟବହାର କଲେ, କାରଣ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା।
17
ତଥାପି ମୁଁ ସେମାନଙ୍କ ପାଇଁ ଦୁଃଖିତ ହେଲି ଓ ସେମାନଙ୍କୁ ବିନାଶ କଲି ନାହିଁ। ସେହି ମରୁଭୂମି ମଧ୍ୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ହତ୍ୟା କଲି ନାହିଁ।
18
ଏବଂ ମରୁଭୂମିରେ ସେମାନଙ୍କର ପୁତ୍ରଗଣଙ୍କୁ କହିଲି, “ତୁମ୍ଭେମାନେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଗ୍ଭଲ ନାହିଁ। ସେମାନଙ୍କର ବ୍ୟବସ୍ଥା ସକଳ ମାନ ନାହିଁ, ସେମାନଙ୍କ ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କର ନାହିଁ।
19
ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ; ମୋର ବିଧି ରୂପ ପଥରେ ଗ୍ଭଲ ଓ ମୋର ବିଧି ସକଳ ରକ୍ଷା କରି ପାଳନ କର।
20
ଏବଂ ମୋର ବିଶ୍ରାମ ଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳରେ ସେମାନେ ମୋ’ ଓ ତୁମ୍ଭ ମଧ୍ୟରେ ଚୁକ୍ତିର ଚିହ୍ନ ଦେବେ। ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”
21
“‘କିନ୍ତୁ ଇସ୍ରାଏଲର ଲୋକମାନେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପାଳନ କଲେ ନାହିଁ କିମ୍ବା ମୋର ବ୍ୟବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କେହି ମୋର ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମୋର କ୍ରୋଧ ସେମାନଙ୍କ ଉପରେ ଢାଳି ଦେବି ଏବଂ ପୁରାମାତ୍ରାରେ ମୋର କୋପ ସେମାନଙ୍କ ବିରୁଦ୍ଧରେ ପ୍ରକାଶ କରିବି।
22
କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମୋର ନାମ ପାଖାପାଖି ଦେବତାମାନଙ୍କ ଦ୍ୱାରା ଉପହାସିତ ନ ହେଉ ବୋଲି ମୁଁ ଗ୍ଭହିଁଲି। ଯେଉଁମାନଙ୍କ ଦୃଷ୍ଟିରେ ମୁଁ ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାର କରି ଆଣିଲି।
23
ଏବଂ ସେମାନଙ୍କୁ ନାନା ଜାତି ଏବଂ ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା ସକାଶେ ମରୁଭୂମିରେ ମୁଁ ସେମାନଙ୍କ ବିରୁଦ୍ଧରେ ମୋର ହସ୍ତ ଉଠାଇଲି।
24
“‘କାରଣ ସେମାନେ ମୋର ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମୋର ସକଳ ବିଧି ଅଗ୍ରାହ୍ୟ କଲେ ଓ ମୋର ସମସ୍ତ ବିଶ୍ରାମ ଦିନ କଳୁଷିତ କଲେ ଏବଂ ସେମାନଙ୍କର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ।
25
ତେଣୁ ଯେଉଁ ବିଧି ମଙ୍ଗଳଜନକ ନୁହେଁ ସେହିସବୁ ବିଧି ଆମ୍ଭେ ସେମାନଙ୍କୁ ଦେଲୁ ଓ ଯେଉଁ ଶାସନରେ ସେମାନେ ବଞ୍ଚିବେ ନାହିଁ ସେହିପରି ଶାସନ ସେମାନଙ୍କୁ ଦେଲୁ।
26
ମୁଁ ସେମାନଙ୍କୁ ସେମାନଙ୍କର ଉପହାର ମାଧ୍ୟମରେ ପ୍ରଥମଜାତ ସନ୍ତାନର ବଳିଦାନ ମାଧ୍ୟମରେ ଅଶୁଚି କଲି। ତେଣୁ ମୁଁ ସେମାନଙ୍କୁ ବିନାଶ କରିପାରିଲି। ଫଳରେ ସେମାନେ ଶିକ୍ଷା ପାଇବେ ଯେ, ମୁଁ ହିଁ ସଦାପ୍ରଭୁ।’
27
ଏଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ସେମାନଙ୍କର ଅବିଶ୍ୱସ୍ତତାରେ ମୋର ନିନ୍ଦା କରିଅଛନ୍ତି।
28
ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ।
29
ସେ ଉଚ୍ଚସ୍ଥଳୀକୁ ଯିବାର ଅଭିପ୍ରାୟ କ’ଣ ବୋଲି ଆମ୍ଭେ ସେମାନଙ୍କୁ ପଗ୍ଭରିଲୁ। ମାତ୍ର ଏବେସୁଦ୍ଧା ସେହି ସ୍ଥାନର ନାମ ବାମା ରହିଅଛି।’
30
ପରମେଶ୍ୱର କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ପଗ୍ଭରନ୍ତି, ପିତୃପୁରୁଷମାନଙ୍କ ପରି କାର୍ଯ୍ୟ କରି ମୂର୍ତ୍ତିମାନଙ୍କ ସହିତ ବ୍ୟଭିଗ୍ଭରୀତା କରି ତୁମ୍ଭେମାନେ କ’ଣ ନିଜକୁ ଅଶୁଚି କରୁ ନାହଁ ଓ ସେମାନଙ୍କର ଘୃଣ୍ୟ ମୂର୍ତ୍ତିମାନଙ୍କ ଦ୍ୱାରା ବ୍ୟଭିଗ୍ଭରୀ ହେଉଅଛ?
31
ଯେତେବେଳେ ତୁମ୍ଭେମାନେ ଉପହାର ଆଣୁଛ, ନିଜ ନିଜ ସନ୍ତାନମାନଙ୍କୁ ଆଜି ପର୍ଯ୍ୟନ୍ତ ଅଗ୍ନିରେ ଉତ୍ସର୍ଗ କରୁଛ? ହେ ଇସ୍ରାଏଲର ଲୋକମାନେ, ମୋ’ଠାରୁ ଉପଦେଶ ନେବାକୁ ତୁମ୍ଭମାନଙ୍କୁ ଅନୁମତି ଦେବି କି? ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ମୁଁ ଜୀବିତ ଥିବାଯାଏ ତୁମ୍ଭମାନଙ୍କୁ ଉପଦେଶ କି ପରାମର୍ଶ ଦେବି ନାହିଁ।
32
ତୁମ୍ଭେମାନେ କହୁଛ, ଆସ ଆମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ପରି ହେବା, ଗୋଷ୍ଠୀୟମାନଙ୍କ ପରି ହେବା, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନରେ ଉଠୁଥିବା ଏହି ଇଚ୍ଛା କେବେ ପୂରଣ ହେବ ନାହିଁ।’”
33
ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ନିଶ୍ଚୟ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କ ଊପରେ ରାଜା ହୋଇ ଶାସନ କରିବୁ।
34
ପୁଣି ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ୟରୁ ବାହାର କରି ଆଣିବୁ ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ।
35
ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଗ୍ଭର କରିବି।
36
ପୁଣି ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଗ୍ଭର କରିଥିଲି, ମୁଁ ତୁମ୍ଭମାନଙ୍କର ବିଗ୍ଭର କରିବି।”
37
“ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନରେ ଆବଦ୍ଧ କରିବୁ।
38
ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମୋ’ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରି ଦୂର କରି ଦେବି। ସେମାନେ ଯେଉଁ ଦେଶରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସେମାନଙ୍କୁ ବାହାର କରି ଆଣିବି, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”
39
ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।”
40
ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୋର ପବିତ୍ର ଉଚ୍ଚ ପର୍ବତରେ ସମଗ୍ର ଇସ୍ରାଏଲର ଲୋକମାନେ ମୋତେ ଉପାସନା କରିବେ। ସେହି ସ୍ଥାନରେ ମୁଁ ସେମାନଙ୍କୁ ଗ୍ରହଣ କରିବି ଓ ସେହି ସ୍ଥାନରେ ମୁଁ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଲୋଡ଼ିବି।
41
ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରିତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନୈବେଦ୍ୟଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତିରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି।
42
ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭେମାନେ ଏହା ଜାଣିବ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଇସ୍ରାଏଲ ଭୂମିକୁ ଫେରାଇ ଆଣିବି। ସେହି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବି ବୋଲି ପ୍ରତିଜ୍ଞା କରିଥିଲି।
43
ଆଉ ସେହି ସ୍ଥାନରେ ତୁମ୍ଭେମାନେ ନିଜକୁ ଅଶୁଚି କରିଅଛ ଓ ନିଜର ଆଗ୍ଭର ବ୍ୟବହାର, କ୍ରିୟାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିୟା ହେତୁ ତୁମ୍ଭେମାନେ ଲଜ୍ଜିତ ହେବ।
44
ଏବଂ ତା’ପରେ ତୁମ୍ଭେମାନେ ଜାଣିବ ଯେ, ଯେତେବେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତେବେଳେ ମୁଁ ମୋର ମର୍ଯ୍ୟାଦାନୁସାରେ ବ୍ୟବହାର କରେ।”
45
ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
46
“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ୟ ବର୍ଷଣ କର। ଏବଂ ନେଗେଭର ଅରଣ୍ୟ ବିରୁଦ୍ଧରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର।
47
ଏବଂ ନେଗେଭ ଅରଣ୍ୟକୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧ୍ୟରେ ଅଗ୍ନି ସଂଯୋଗ କରିବା। ତାହା ତୁମ୍ଭ ମଧ୍ୟସ୍ଥିତ ପ୍ରତ୍ୟେକ ସତେଜ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସେହି ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହେବ ନାହିଁ। ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଦେଶ ସେହି ଅଗ୍ନିରେ ଦଗ୍ଧିଭୂତ ହେବ।
48
ସେତେବେଳେ ଆମ୍ଭେ ସଦାପ୍ରଭୁ ସେହି ଅଗ୍ନି ଜଳାଇ ଅଛୁ ବୋଲି ତୁମ୍ଭେମାନେ ଜାଣିବ। ତାହା ନିର୍ବାପିତ ହେବ ନାହିଁ ଓ ଏହା ସମସ୍ତ ପ୍ରାଣୀ ଦେଖିବେ।’”
49
ଏଥିରେ ମୁଁ (ଯିହିଜିକଲ) କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ ସେମାନେ ମୋ’ ବିଷୟରେ କହୁଛନ୍ତି, ସେ କେବଳ ନୀତିବାକ୍ୟ କହୁଛି।”
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48