bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 1
Matthew 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 2 →
1
ଯୀଶୁଙ୍କ ବଂଶାବଳୀ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।
2
ଅବ୍ରହାମ ଇସ୍ହାକଙ୍କ ବାପା। ଇସ୍ହାକ ଯାକୁବଙ୍କ ବାପା। ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।
3
ଯିହୂଦା, ଫେରସ ଓ ସେରହଙ୍କ ବାପା। (ତାମର, ସେମାନଙ୍କ ମା) ଫେରସ ହିଷ୍ରୋଣଙ୍କ ବାପା। ହିଷ୍ରୋଣ ଅରାମଙ୍କ ବାପା।
4
ଅରାମ ଅମ୍ମୀନାଦାବ ବାପା। ଅମ୍ମୀନାଦାବ ନହଶୋନଙ୍କ ବାପା। ନହଶୋନ ସଲମୋନଙ୍କ ବାପା।
5
ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ) ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା) ଓବେଦ ଯିଶୟଙ୍କ ବାପା।
6
ଯିଶୟ ରାଜା ଦାଉଦଙ୍କ ବାପା। ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ)
7
ଶଲୋମନ ରିହବିୟାମଙ୍କ ବାପା। ରିହବିୟାମ ଅବିୟଙ୍କ ବାପା। ଅବିୟ ଆସାଙ୍କ ବାପା।
8
ଆସା ଯିହୋଶାଫଟଙ୍କ ବାପା। ଯିହୋଶାଫଟ ଯୋରାମଙ୍କ ବାପା। ଯୋରାମ ଉଜିୟଙ୍କ ବାପା।
9
ଉଜିୟ ଯୋଥମଙ୍କ ବାପା। ଯୋଥମ୍ ଆହାସଙ୍କ ବାପା। ଆହାସ ହିଜକିୟଙ୍କ ବାପା।
10
ହିଜକିୟ ମନଃଶିଙ୍କ ବାପା। ମନଃଶି ଅମୋନଙ୍କ ବାପା। ଅମୋନ ଯୋଶିୟଙ୍କ ବାପା।
11
ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲ ଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)
12
ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ: ଯିକନିୟ ଶଲ୍ଟୀୟେଲଙ୍କ ବାପା। ଶଲ୍ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।
13
ଜିରୁବାବିଲ ଅବୀହୂଦଙ୍କ ବାପା। ଅବୀହୂଦ ଏଲିୟାକୀମଙ୍କ ବାପା। ଏଲିୟାକୀମ ଅଜ୍ଜୂରଙ୍କ ବାପା।
14
ଅଜ୍ଜୂର ସାଦୋକଙ୍କ ବାପା। ସାଦୋକ ଯାଖୀନଙ୍କ ବାପା। ଯାଖୀନ ଏଲୀହୂଦଙ୍କ ବାପା।
15
ଏଲୀହୂଦ ଇଲିୟାଜରଙ୍କ ବାପା। ଇଲିୟାଜର ମଥାନଙ୍କ ବାପା। ମଥାନ ଯାକୁବଙ୍କ ବାପା।
16
ଯାକୁବ ଯୋଷେଫଙ୍କ ବାପା। ଯୋଷେଫ ମରିୟମଙ୍କ ସ୍ୱାମୀ। ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ। ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ।
17
ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ।
18
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି।
19
କିନ୍ତୁ ତାହଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ।
20
କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର।
21
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।”
22
ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।
23
“ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।” (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”)
24
ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ।
25
କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରି ନ ଥିଲେ। ଆଉ ଯୋଷେଫ ପୁଅଟିର ନାମ ଯୀଶୁ ରଖିଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28