bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 18
Matthew 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 19 →
1
ସବୁଠାରୁ ଶ୍ରେଷ୍ଠ କିଏ ସେହି ସମୟରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ?”
2
ଯୀଶୁ ଗୋଟିଏ ଛୋଟ ପିଲାକୁ ପାଖକୁ ଡାକିଲେ। ସେ ପିଲାକୁ ଶିଷ୍ୟମାନଙ୍କ ଆଗରେ ଠିଆ କରାଇଲେ।
3
ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତରେ ଗୋଟିଏ ଛୋଟ ପିଲାଭଳି ହୋଇଯାଅ। ଏ କଥା ନ କଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।
4
ଯେଉଁ ଲୋକ ନିଜକୁ ଗୋଟିଏ ଛୋଟ ପିଲା ଭଳି ନମ୍ର କରିଥାଏ, ସେହି ଲୋକ ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ।
5
“ଯେଉଁ ଲୋକ ମୋ’ ନାମରେ ଏହିଭଳି ଗୋଟିଏ ଛୋଟ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ।
6
ପାପର କାରଣ ବିଷୟରେ ସତର୍କ କଲେ “କିନ୍ତୁ ମୋ’ଠାରେ ବିଶ୍ୱାସ ରଖିଥିବା ଏହି ନମ୍ର ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ପାପ ପଥରେ ଯଦି କେହି ଟାଣିନିଏ, ତାହାହେଲେ ସେହି ଲୋକର ବେକରେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ରରେ ତାକୁ ବୁଡ଼େଇ ଦିଆଯିବ।
7
ଏହି ପୃଥିବୀରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ, କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହେବ।
8
“ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଟି ଫିଙ୍ଗିଦିଅ। ଦୁଇ ହାତ ଓ ଦୁଇ ଗୋଡ଼ ଥାଇ ଚିରକାଳ ଜଳୁଥିବା ନର୍କର ନିଆଁରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନ ଥାଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ।
9
ଯଦି ତୁମ୍ଭର ଆଖିଟିଏ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ଦୁଇଟି ଯାକ ଆଖି ଥାଇ ତୁମ୍ଭକୁ ନର୍କର ନିଆଁରେ ଫିଙ୍ଗି ଦିଆଯିବା ଅପେକ୍ଷା ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ତୁମ୍ଭ ପାଇଁ ଭଲ।
10
ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି।
11
ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।
12
“ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା’ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ?
13
ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ।
14
ଠିକ୍ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ।
15
ଯେତେବେଳେ ଜଣେ ଲୋକ ତୁମ୍ଭକୁ ଆଘାତ କରେ “ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା’ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର।
16
ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତେବେ ଜଣେ ବା ଦୁଇଜଣ ଲୋକଙ୍କୁ ନେଇ ପୁଣି ଥରେ ତା’ ପାଖକୁ ଯାଅ। ତେବେ ଯାହାକିଛି କୁହାଯାଇଛି, ଦୁଇ ବା ତିନି ଜଣ ସାକ୍ଷୀଙ୍କ ଦ୍ୱାରା ତାହା ସମର୍ଥିତ ହେବ।
17
ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।
18
“ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ତୁମ୍ଭେ ଏ ସଂସାରରେ ଯାହାସବୁ ବନ୍ଦ କରିବ ତାହା ପରମେଶ୍ୱରଙ୍କ ଦ୍ୱାରା ବନ୍ଦ ହେବ। ତୁମ୍ଭେ ଏ ସଂସାରରେ ଯେତେବେଳେ କ୍ଷମା ଦେବା ପାଇଁ ପ୍ରତିଶ୍ରୁତି ଦେବ, ସେହି କ୍ଷମା ମଧ୍ୟ ପରମେଶ୍ୱରଙ୍କ କ୍ଷମା ହେବ।
19
ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତରେ ଯଦି ତୁମ୍ଭ ଭିତରୁ କେହି ଦୁଇଜଣ ଏକମତ ହୋଇ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କୁ କିଛି ମାଗିବେ, ତେବେ ସେ ତାହା ତୁମ୍ଭ ପାଇଁ ପୂରଣ କରିଦେବେ।
20
ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”
21
ପାପ କ୍ଷମାର ଦୃଷ୍ଟାନ୍ତ ତା’ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”
22
ଯୀଶୁ କହିଲେ, “ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥରଠାରୁ ଅଧିକ ଥର କ୍ଷମା କରିବା ଉଚିତ୍। ଏପରିକି ଯଦି ସେ ସାତଗୁଣ ସତୁରି ଥର ପର୍ଯ୍ୟନ୍ତ ମଧ୍ୟ ତୁମ୍ଭ ପ୍ରତି ଅପରାଧ କରେ, ତେବେ ମଧ୍ୟ ତୁମ୍ଭେ କ୍ଷମାଦେବା ଜାରି ରଖ।
23
“ନିଜ ଗ୍ଭକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ୱର୍ଗରାଜ୍ୟର ତୁଳନା କରା ଯାଇପାରେ।
24
ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା।
25
ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା’ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ।
26
“ଗ୍ଭକରଟି ରାଜାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା। ସେ ପ୍ରାର୍ଥନା କଲା, ‘ଆପଣ ମୋ’ ପାଇଁ ଧୈର୍ଯ୍ୟବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରିଶୋଧ କରିଦେବି।’
27
ମାଲିକ ଏହା ଶୁଣି ଗ୍ଭକରଟି ପାଇଁ ଦୁଃଖ ପ୍ରକାଶ କଲେ, ତେଣୁ ସେ ଗ୍ଭକରର ଋଣ ଛାଡ଼ କରିଦେଇ ତାକୁ ଛାଡ଼ି ଦେଲେ।
28
“ଗ୍ଭକର ବାହାରୁଥିବା ସମୟରେ ରାସ୍ତାରେ ସେ ତା’ର ଜଣେ ସଙ୍ଗୀ ଗ୍ଭକରକୁ ଦେଖିଲା। ସେ ଜଣକ ତା’ଠାରୁ ଶହେ ମୁଦ୍ରା ଋଣ କରିଥିଲା। ପ୍ରଥମ ଗ୍ଭକର ଦ୍ୱିତୀୟ ଗ୍ଭକରର ତଣ୍ଟି ଚିପି ଧରି କହିଲା, ‘ମୋ’ଠାରୁ ଯେଉଁ ଋଣ ନେଇଛୁ, ତାହାକୁ ଶୁଝିଦେ।’
29
“ତା’ପରେ ଦ୍ୱିତୀୟ ଗ୍ଭକର ତା’ ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, ‘ମୋ’ ପାଇଁ ଧୈର୍ଯ୍ୟ ଧର। ମୁଁ ଯାହା ନେଇଛି ସବୁତକ ଶୁଝିଦେବି।’
30
“କିନ୍ତୁ ପ୍ରଥମ ଗ୍ଭକର ଧୈର୍ଯ୍ୟ ଧରିବାକୁ ମନାକଲା। କେବଳ ଏତିକି ନୁହେଁ, ସେ ବିଗ୍ଭରପତିଙ୍କ ନିକଟକୁ ଯାଇ ଦ୍ୱିତୀୟ ଗ୍ଭକର ବିରୁଦ୍ଧରେ ଅଭିଯୋଗ ମଧ୍ୟ କଲା। ଦ୍ୱିତୀୟ ଗ୍ଭକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାକୁ କାରାଗାରରେ ରହିବାକୁ ପଡ଼ିଲା।
31
ଅନ୍ୟ ଗ୍ଭକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲେ। ତେଣୁ ଯାହାସବୁ ଘଟିଥିଲା, ସେ ସବୁ ସେମାନେ ସେମାନଙ୍କ ମାଲିକଙ୍କ ଆଗରେ ଯାଇ କହିଲେ।
32
“ତା’ପରେ ମାଲିକ ପ୍ରଥମ ଗ୍ଭକରକୁ ଡାକି କହିଲେ, ‘ରେ ଦୁଷ୍ଟ ଗ୍ଭକର! ତୁ ମୋ’ଠାରୁ ବହୁତ ଅଧିକ ଧନ ଋଣ କରିଥିଲୁ, କିନ୍ତୁ ତୁ ମୋତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦେଲି।
33
ମୁଁ ତୋତେ ଯେଉଁଭଳି ଦୟା ଦେଖାଇଥିଲି, ତୁ କ’ଣ ତୋର ସଙ୍ଗୀ ଗ୍ଭକରକୁ ସେହିଭଳି ଦୟା ଦେଖାଇ ନ ଥା’ନ୍ତୁ?’
34
ତା’ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା।
35
“ମୋର ସ୍ୱର୍ଗୀୟ ପରମପିତା ତୁମ୍ଭକୁ ଯେଭଳି ବ୍ୟବହାର ଦେଖାଇବେ, ଏହି ରାଜା ଗ୍ଭକରକୁ ଠିକ୍ ସେହିଭଳି ବ୍ୟବହାର ଦେଖାଇଲେ। ଅତଏବ ତୁମ୍ଭେମାନେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦେବ। ନଚେତ ମୋର ସ୍ୱର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦେବେ ନାହିଁ।”
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28