bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 4
Matthew 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 5 →
1
ଯୀଶୁଙ୍କୁ ପରୀକ୍ଷା ତା’ପରେ ସେହି ପବିତ୍ରଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷୀତ ହେବା ପାଇଁ ତାହଙ୍କୁ ସେଠାକୁ ନିଆଯାଇଥିଲା।
2
ଯୀଶୁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା।
3
ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”
4
ଯୀଶୁ ଉତ୍ତରରେ କହିଲେ, “ଶାସ୍ତ୍ରରେ ଏହା ଲେଖାଅଛି, ‘ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ, କିନ୍ତୁ ତା’ର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରି ଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।’”
5
ତା’ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା।
6
ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି: ‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ। ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ। ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’”
7
ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ର ଏ କଥା ମଧ୍ୟ କୁହେ, ‘ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’”
8
ତା’ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା.
9
ଶୟତାନ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପାଦତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।”
10
ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି: ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ। ତାହାଙ୍କର ହିଁ ସେବା କର!
11
ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା’ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।
12
ଗାଲିଲୀରେ ଯୀଶୁ କାର୍ଯ୍ୟ ଆରମ୍ଭ କଲେ ଯୋହନ କାରାଗାରରେ ବନ୍ଦୀ ହୋଇଥିବା ଖବର ଯୀଶୁ ଶୁଣିଲେ, ତେଣୁ ଯୀଶୁ ଗାଲିଲୀକୁ ଫେରିଗଲେ।
13
ଯୀଶୁ କିନ୍ତୁ ନାଜରିତରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳରେ କଫର୍ନାହୂମ ସହରରେ ବାସ କଲେ, କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳରେ ଅବସ୍ଥିତ।
14
ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପ୍ରଭୁ ପରମେଶ୍ୱର ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଯୀଶୁ ଏଭଳି କରିଥିଲେ।
15
“ସବୂଲୂନ ଓ ନପ୍ତାଲି ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ଯର୍ଦ୍ଦନ ନଦୀର ପରପାରିସ୍ଥ ଗାଲିଲୀର ଏକ ଅଣଯିହୂଦୀ ପ୍ରଦେଶ।
16
ଯେଉଁ ଲୋକମାନେ ଅନ୍ଧାରରେ ରହୁଥିଲେ, ସେମାନେ ଏକ ମହାନ ଜ୍ୟୋତି ଦେଖିଲେ। କବର ଭଳି ଅନ୍ଧକାରମୟ ପ୍ରଦେଶରେ ଯେଉଁମାନେ ରହୁଥିଲେ, ସେମାନଙ୍କ ଉପରେ ଜ୍ୟୋତିର ଉଦୟ ହେଲା।”
17
ସେହି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରିଦେଲେ। ସେ କହିଲେ, “ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ନିକଟ ହୋଇଗଲାଣି।”
18
ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ।
19
ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।”
20
ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ିଦେଇ ଯୀଶୁଙ୍କୁ ଅନୁସରଣ କଲେ।
21
ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ।
22
ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ।
23
ଯୀଶୁ ଲୋକମାନଙ୍କୁ ଉପଦେଶ ଦେଲେ ଓ ରୋଗସୁସ୍ଥ କଲେ ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ।
24
ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ।
25
ତେଣୁ ଗାଲିଲୀ, ଦେକାପଲି, ଯିରୁଶାଲମ, ଯିହୂଦା ଓ ଯର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28