bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 27
Matthew 27
Odia Bible ERV 2004 (ପବିତ୍ର ବାଇବଲ)
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 28 →
1
ରାଜ୍ୟପାଳ ପୀଲାତଙ୍କ ଆଗରେ ଯୀଶୁଙ୍କୁ ହାଜର କରାଗଲା ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ।
2
ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ। ତା’ପରେ ତାହାଙ୍କୁ ରାଜ୍ୟପାଳ ପୀଲାତଙ୍କ ପାଖକୁ ନେଇଗଲେ, ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ।
3
ଯିହୂଦାଙ୍କ ଆତ୍ମହତ୍ୟା ଯିହୂଦା ଦେଖିଲା ଯେ, ସେମାନେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ଯିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତ୍ରୁମାନଙ୍କ ହାତରେ ଦେଇ ଦେଇଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନଙ୍କୁ ସେହି ତିରିଶ୍ଟି ରୌପ୍ୟମୁଦ୍ରା ଫେରାଇଦେଲୋ।
4
ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।” ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।”
5
“ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା’ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା।
6
ପ୍ରଧାନଯାଜକମାନେ ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଗୋଟାଇ ନେଲେ। ସେମାନେ କହିଲେ, “ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହେବ। କାରଣ ଏ ଟଙ୍କା ଜଣକର ମୃତ୍ୟୁ ପାଇଁ ଦିଆଯାଇଛି।”
7
ବାହାରୁ ଯିରୁଶାଲମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ ‘କୁମ୍ଭାର ଜମି’ ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ।
8
ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷେତ୍ର ବୋଲି କୁହାଯାଉଛି।
9
ଏଭଳି ଭାବରେ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ବାଣୀ ସଫଳ ହେଲା। ଯିରିମିୟ କହିଥିଲେ, “ସେମାନେ ତିରିଶ୍ଟି ରୂପାଟଙ୍କା ନେଲେ। ସେତିକି ଟଙ୍କା ଇସ୍ରାଏଲର ଲୋକେ ତାହାଙ୍କର ଜୀବନର ମୂଲ୍ୟସ୍ୱରୂପ ଦେବାକୁ ସ୍ଥିର କରିଥିଲେ।
10
ପ୍ରଭୁ ମୋତେ ଦେଇଥିବା ଆଦେଶ ଅନୁସାରେ ସେମାନେ ସେହି ଟଙ୍କାରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।”
11
ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ହଁ।”
12
କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ।
13
ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?”
14
କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ।
15
ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା।
16
ସେହି ସମୟରେ ବାରବ୍ବା ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।
17
ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?”
18
ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।
19
ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”
20
କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।
21
ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?” ସେମାନେ କହିଲେ, “ବାରବ୍ବା।”
22
ତା’ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?” ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
23
ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?” କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
24
ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”
25
ସବୁ ଲୋକ ଉତ୍ତର ଦେଲେ, “ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ। ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।”
26
ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ।
27
ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ଥଟ୍ଟା କଲେ ତା’ପରେ ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଗ୍ଭରିପଟେ ଜମା ହୋଇଗଲେ।
28
ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ।
29
ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା’ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।”
30
ତା’ପରେ ସେମାନେ ତାହାଙ୍କ ମୁହଁ ଉପରକୁ ଛେପ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନେଇ ସେଥିରେ ତାହାଙ୍କର ମୁଣ୍ଡକୁ ପିଟିବାକୁ ଲାଗିଲେ।
31
ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କ୍ରୁଶରେ ଚଢ଼ାଇବା ପାଇଁ ନେଇଗଲେ।
32
ଯୀଶୁଙ୍କୁ କ୍ରୁଶରେ ହତ୍ୟା କରାଗଲା ସୈନ୍ୟମାନେ ଯୀଶୁଙ୍କୁ ନେଇ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମୋନ ନାମରେ ଜଣେ ଲୋକକୁ ଦେଖିଲେ। ସେମାନେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବା ପାଇଁ ବାଧ୍ୟ କଲେ।
33
ସେମାନେ ଗଲ୍ଗଥା ନାମକ ସ୍ଥାନରେ (‘‘ଯାହାର ଅର୍ଥ କପାଳସ୍ଥାନ’’) ପହଞ୍ଚିଲେ।
34
ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ।
35
ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରି ସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟି ନେଲେ।
36
ତା’ପରେ ସୈନ୍ୟମାନେ ସେଠାରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ।
37
ସୈନ୍ୟମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥିରେ ଲେଖା ଥିଲା, “ ଏ ଯିହୂଦୀମାନଙ୍କର ରାଜା ଯୀଶୁ।”
38
ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼େଇ ଦିଆଗଲା। ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ।
39
ସେହି ପାଖଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମମାନଙ୍କ ମୁଣ୍ଡ ହଲେଇ କହୁଥିଲେ,
40
“ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦିରକୁ ଭାଙ୍ଗି ଦେଇ ପାରିବ ଓ ପୁଣି ତାକୁ ତିନି ଦିନ ମଧ୍ୟରେ ତିଆରି କରିଦେଇ ପାରିବ ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ତେବେ କ୍ରୁଶ ଉପରୁ ତଳକୁ ଗ୍ଭଲିଆସ।”
41
ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନମାନେ ମଧ୍ୟ ସେଠାରେ ଥିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ।
42
ସେମାନେ କହୁଥିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ, ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁ ନାହାନ୍ତି। ଲୋକେ କହନ୍ତି ଯେ, ସେ ଇସ୍ରାଏଲର ରାଜା। ଏ କଥା ଯଦି ସତ, ତେବେ ସେ ବର୍ତ୍ତମାନ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସନ୍ତୁ। ତେବେ ଆମ୍ଭେ ତାହାଙ୍କୁ ବିଶ୍ୱାସ କରିବୁ।
43
ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’
44
ଯେଉଁ ଡକାୟତମାନଙ୍କୁ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଯାଉଥିଲା, ସେମାନେ ମଧ୍ୟ ଯୀଶୁଙ୍କୁ ସେହିଭଳି ଥଟ୍ଟା କରିବାରେ ଲାଗିଲେ।
45
ଯୀଶୁଙ୍କ ମୃତ୍ୟୁ ଦ୍ୱିପ୍ରହରଠାରୁ ତିନିଟା ବାଜିବା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା।
46
ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଏଲି, ଏଲି, ଲାମା ସବକ୍ଥାନୀ?” ଅର୍ଥାତ୍ “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”
47
ସେଠାରେ ଠିଆହୋଇଥିବା କେତେକ ଲୋକ ଏ କଥା ଶୁଣିଲେ ଓ କହିଲେ, “ସେ ଏଲିୟଙ୍କୁ ଡାକୁଛି।”
48
ସେହିକ୍ଷଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ସ୍ପଞ୍ଜ୍ଟିଏ ନେଇ ଆସିଲା। ତାକୁ ଅମ୍ଳରସରେ ବୁଡ଼ାଇ ଗୋଟିଏ ବାଡ଼ିରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦେଲା।
49
କିନ୍ତୁ ଅନ୍ୟମାନେ କହିଲେ, “ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।”
50
ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା’ପରେ ସେ ପ୍ରାଣତ୍ୟାଗ କଲେ।
51
ତା’ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା,
52
କବରଗୁଡ଼ିକ ଖୋଲିଗଲା, ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉତ୍ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ।
53
ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ।
54
ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।”
55
କିଛି ଦୂରରେ ଅନେକ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ।
56
ସେମାନଙ୍କ ମଧ୍ୟରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ(ଯାକୁବ ଓ ଯୋହନ)ଙ୍କ ମା ଥିଲେ।
57
ଯୀଶୁଙ୍କୁ କବର ଦିଆଗଲା ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ।
58
ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ।
59
ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ।
60
ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ।
61
ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ।
62
ଯୀଶୁଙ୍କ କବର ପାଖରେ ପହରା ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ।
63
ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନରୁତ୍ଥିତ ହେବି।’
64
ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”
65
ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।”
66
ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 28 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28