bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 9
Matthew 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 10 →
1
ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ ଯୀଶୁ ନୌକାରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫେରିଗଲେ।
2
କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶେଯରେ ଶୋଇଥିଲା। ଯୀଶୁ ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, “ହେ ଯୁବକ! ସାହସ ରଖ। ତୁମ୍ଭର ସବୁପାପ କ୍ଷମା କରାଗଲା।”
3
କେତେକ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, “ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ୱର। ଏହା ଦ୍ୱାରା ସେ ପରମେଶ୍ୱରଙ୍କ ନିନ୍ଦା କରୁଛି।”
4
ସେମାନେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, “ତୁମ୍ଭମୋନେ ମନ ଭିତରେ ମନ୍ଦ ଭାବନା କାହିଁକି ଆଣୁଛ?
5
ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହେବ: ‘ତୁମ୍ଭର ପାପ କ୍ଷମା କରି ଦିଆଗଲା’ ନା ‘ଉଠ, ଗ୍ଭଲିବା ଆରମ୍ଭ କର’?
6
ମୁଁ ତୁମ୍ଭକୁ ଦେଖେଇ ଦେବି ଯେ, ଏ ଜଗତରେ ମନୁଷ୍ୟପୁତ୍ରଙ୍କର ପାପ କ୍ଷମା କରିଦେବାର ଶକ୍ତି ଅଛି।” ତା’ପରେ ଯୀଶୁ ସେହି ପକ୍ଷାଘାତ ରୋଗୀଟିକୁ କହିଲେ, “ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।’
7
ପକ୍ଷାଘାତ ରୋଗୀଟି ଉଠି ଘରକୁ ଗ୍ଭଲିଗଲା।
8
ଜମା ହୋଇଥିବା ଲୋକେ ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରମେଶ୍ୱର ଜଣେ ମଣିଷକୁ ଏପରି ଶକ୍ତି ଦେଇଥିବାରୁ ସେମାନେ ପରମେଶ୍ୱରଙ୍କର ମହିମା ଗାନ କଲେ।
9
ଯୀଶୁ ମାଥିଉଙ୍କୁ ବାଛିଲେ ଯୀଶୁ ସେଠାରୁ ଯାଉ ଯାଉ ଦେଖିଲେ ଯେ, କରଆଦାୟ କେନ୍ଦ୍ରରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର।” ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।
10
ଯୀଶୁ ମାଥିଉଙ୍କ ଘରେ ଖାଉଥିଲେ। ସେ ଖାଇବା ବେଳେ ଅନେକ କରଆଦାୟକାରୀ ଓ ଅନେକ ପାପୀମାନେ ସେଠାରେ ପହଞ୍ଚିଲେ। ସେମାନେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।
11
ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”
12
ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, “ଜଣେ ସୁସ୍ଥଲୋକ ପାଇଁ ଡାକ୍ତର ଆବଶ୍ୟକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।
13
ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ୟର ଅର୍ଥ କ’ଣ: ‘ମୁଁ ପଶୁବଧ ଗ୍ଭହେଁ ନାହିଁ, ମୁଁ ଲୋକମାନଙ୍କ ଭିତରେ ଦୟାଭାବ ଗ୍ଭହେଁ।’ ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।”
14
ଯୀଶୁ ଅନ୍ୟ ଧାର୍ମିକ ଯିହୂଦୀଙ୍କ ଭଳି ନୁହନ୍ତି ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ, ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?”
15
ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥିବ, ସେପର୍ଯ୍ୟନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡ଼େଇ ନିଆଯିବ। ସେତେବେଳେ ବରଯାତ୍ରୀମାନେ ଦୁଃଖୀ ହେବେ। ତା’ପରେ ସେମାନେ ଉପବାସ କରିବେ।
16
“କେହି କେବେ ପୁରୁଣା ଲୁଗା କଣାରେ ନୂଆ କନାର ତାଳି ପକାଏ ନାହିଁ, କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହୋଇ ନ ଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହେବା ବେଳକୁ ପୁରୁଣା ଲୁଗାକୁ ଗ୍ଭରିପଟୁ ଟାଣିଦେବ ଓ କଣାଟି ଆହୁରି ଅଧିକ ବଡ଼ ହୋଇଯିବ।
17
ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ରରେ ଢାଳନ୍ତି ନାହିଁ। ତା କଲେ, ପୁରୁଣା ପାତ୍ର ଫାଟିଯାଏ ଓ ଅଙ୍ଗୁରରସ ଢାଳି ହୋଇଯାଏ, ସେଥିପାଇଁ ସେମାନେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ରଖନ୍ତି, ଏଥିରେ ଦ୍ରାକ୍ଷାରସ ଓ ପାତ୍ର ଦୁଇଟି ସୁରକ୍ଷିତ ରଖାଯାଇ ପାରିବ।”
18
ଯୀଶୁ ଗୋଟିଏ ମୃତ ଝିଅଟିକୁ ଜୀବନ ଦେଲେ ଓ ଅସୁସ୍ଥ ସ୍ତ୍ରୀଲୋକଟିକୁ ସୁସ୍ଥ କରିଦେଲେ ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ୟକ୍ଷ ଆସିଲେ। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲେ ଓ କହିଲେ, “ମୋର ଝିଅ ଏବେ ମରିଗଲା। ତୁମ୍ଭେ ଆସି ତା’ଉପରେ ହାତ ରଖିଦିଅ, ତା’ହେଲେ ସେ ପୁଣି ବଞ୍ଚି ଉଠିବ।”
19
ଯୀଶୁ ଉଠିଲେ। ସେ ଅଧ୍ୟକ୍ଷଙ୍କ ସହିତ ସେଠାକୁ ବାହାରିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ସେଠାକୁ ଗଲେ।
20
ସେଠାରେ ଜଣେ ସ୍ତ୍ରୀଲୋକ ଥିଲା, ତା’ର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁଦେଲା।
21
ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।”
22
ଯୀଶୁ ବୁଲିପଡ଼ି ତାହାକୁ ଗ୍ଭହିଁଲେ। ଯୀଶୁ କହିଲେ, “ଝିଅ, ସାହସ ଧର। ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି।” ସଙ୍ଗେ ସଙ୍ଗେ ସେ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।
23
ତା’ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।
24
ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।
25
ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା।
26
ଏ ଖବର ସେହି ଅଞ୍ଚଳସାରା ବ୍ୟାପିଗଲା।
27
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରନ୍ତି ଯୀଶୁ ସେହି ସ୍ଥାନ ଛାଡ଼ି ଯାଉଥିବା ସମୟରେ ଦୁଇଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସେମାନେ ପାଟି କରି କହୁଥିଲେ, “ହେ ଦାଉଦଙ୍କ ପୁତ୍ର, ଆମ୍ଭମାନଙ୍କୁ ଦୟା କର।”
28
ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ୟ ତାହାଙ୍କ ସଙ୍ଗରେ ଗଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି?” ସେମାନେ ଉତ୍ତର ଦେଲେ, “ହଁ, ପ୍ରଭୁ”।
29
ତା’ପରେ ଯୀଶୁ ସେମାନଙ୍କ ଆଖିକୁ ଛୁଇଁଲେ। ସେ କହିଲେ, “ତୁମ୍ଭେ ଯେପରି ବିଶ୍ୱାସ କରିଅଛ, ତୁମ୍ଭ ପ୍ରତି ସେହିପରି ହେଉ।”
30
ତା’ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।”
31
କିନ୍ତୁ ଅନ୍ଧ ଦୁହେଁ ଏ ଖବର ସେ ଅଞ୍ଚଳସାରା ପ୍ରଗ୍ଭର କରିଦେଲେ।
32
ସେ ଅନ୍ଧ ଦୁଇଜଣ ଗଲାପରେ କେତେକ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପାରୁ ନ ଥିଲା। କାରଣ ତା ଦେହରେ ଭୂତ ପ୍ରବେଶ କରି ରହିଥିଲା।
33
ଯୀଶୁ ତା’ ଦେହରୁ ଭୂତକୁ ତଡ଼ିଦେଲେ, କିଛି କହି ପାରୁ ନ ଥିବା ଲୋକଟି ପୁଣି ତା’ର କହିବା ଶକ୍ତି ଫେରି ପାଇଲା। ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଇସ୍ରାଏଲରେ ଏଭଳି ଘଟଣା ଘଟିବା ଆମ୍ଭେ କେବେ ହେଲେ ଦେଖି ନ ଥିଲୁ।”
34
କିନ୍ତୁ ଫାରୂଶୀମାନେ କହିଲେ, “ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାଯ୍ୟରେ ଅନ୍ୟ ଭୂତଙ୍କୁ ତଡ଼ି ଦେଉଛନ୍ତି।”
35
ଲୋକମାନଙ୍କ ପାଇଁ ଯୀଶୁ ଦୁଃଖ କରନ୍ତି ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କରେ ଉପଦେଶ ଦେଲେ, ଓ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରିଦେଲେ।
36
ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ମେଷପାଳକ ନ ଥିଲେ ମେଷପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସେହିଭଳି ନିରାଶା ଓ ଅସହାୟତାରେ ପୂର୍ଣ୍ଣଥିଲା।
37
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫସଲ (ଲୋକ) ବହୁତ। କିନ୍ତୁ ମୂଲିଆ (ସେବକ) କମ୍ ଅଛନ୍ତି।
38
ଫସଲ ଅମଳ (ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର।”
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28