bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 17
Matthew 17
Odia Bible ERV 2004 (ପବିତ୍ର ବାଇବଲ)
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 18 →
1
ମୋଶା ଓ ଏଲିୟଙ୍କ ସହିତ ଯୀଶୁ ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ ସେମାନେ ସମସ୍ତେ ଥିଲେ।
2
ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା।
3
ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିୟ ଓ ମୋଶା ଥିଲେ।
4
ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।”
5
ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”
6
ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ।
7
ଯୀଶୁ ଶିଷ୍ୟମାନଙ୍କ ପାଖକୁ ଆସି ସେମାନଙ୍କୁ ଛୁଇଁଦେଲେ। ଯୀଶୁ କହିଲେ, “ଠିଆ ହୁଅ। ଭୟ କର ନାହିଁ।”
8
ଶିଷ୍ୟମାନେ ଉପରକୁ ଗ୍ଭହିଁଲେ, ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।
9
ଯୀଶୁ ଓ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଦେଶ ଦେଲେ, “ପର୍ବତ ଉପରେ ତୁମ୍ଭେମାନେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ତା’ପରେ ତୁମ୍ଭେ ଯାହାସବୁ ଦେଖିଛ, ତାହା ଲୋକଙ୍କ ଆଗରେ କହିପାର।”
10
ଯୀଶୁଙ୍କୁ ଶିଷ୍ୟମାନେ ପଗ୍ଭରିଲେ, “ତେବେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?”
11
ଯୀଶୁ ଉତ୍ତର ଦେଲେ, “ସେମାନେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରତ୍ୟେକ ବସ୍ତୁକୁ ଠିକ୍ କ୍ରମରେ ରଖିବେ।
12
କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ, ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସେହି ପ୍ରକାର ବ୍ୟବହାର କଲେ। ସେହିଭଳି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କଠାରୁ ସେହି ପ୍ରକାର ଯାତନା ଭୋଗ କରିବେ।”
13
ତା’ପରେ ତାହାଙ୍କର ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଯୋହନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେ ପ୍ରକୃତରେ ଏଲିୟ।
14
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କରିଦେଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା।
15
ସେ କହିଲା, “ପ୍ରଭୁ, ମୋର ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗରେ ବଡ଼ କଷ୍ଟ ପାଉଛି। ଅନେକ ସମୟରେ ସେ ନିଆଁରେ କିମ୍ବା ପାଣିରେ ପଡ଼ି ଯାଉଛି।
16
ମୁଁ ତାକୁ ତୁମ୍ଭ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ସୁସ୍ଥ କରି ପାରିଲେ ନାହିଁ।”
17
ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।”
18
ତା’ପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା ଦେହରୁ ବାହାରି ଆସିଲା, ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା।
19
ତା’ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ନିରୋଳାରେ ଭେଟି ପଗ୍ଭରିଲେ, “ଆମ୍ଭେମାନେ ଭୂତକୁ ତଡ଼ିଦେବାକୁ କାହିଁକି ସକ୍ଷମ ହୋଇ ପାରିଲୁ ନାହିଁ?”
20
ଯୀଶୁ କହିଲେ, “ତାହା କେବଳ ତୁମ୍ଭର ଅଳ୍ପ ବିଶ୍ୱାସର ଯୋଗୁଁ ହେଲା। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭର ଯଦି ଗୋଟିଏ ସୋରିଷ ଦାନା ପରିମାଣର ମଧ୍ୟ ବିଶ୍ୱାସ ଅଛି, ତେବେ ତୁମ୍ଭେ ଏହି ପର୍ବତକୁ କହିପାରିବ, ‘ଏ ଜାଗାରୁ ସେ ଜାଗାକୁ ଗ୍ଭଲିଯାଅ,’ ଏବଂ ପର୍ବତ ଗ୍ଭଲିଯିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହୋଇ ରହିବ ନାହିଁ।’’
21
(ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇ ଥା’ନ୍ତି।)
22
ନିଜ ମୃତ୍ୟୁ ବିଷୟରେ ଯୀଶୁ କହନ୍ତି ତା’ପରେ ଗାଲିଲୀରେ ଶିଷ୍ୟମାନେ ଏକାଠି ହେବାପରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନେ ହିଁ ଧରିନେବେ।
23
ସେମାନେ ତାହାଙ୍କୁ ମାରିଦେବେ, କିନ୍ତୁ ସେ ମୃତ୍ୟୁରୁ ତୃତୀୟ ଦିନ ବଞ୍ଚି ଉଠିବେ।” ଯୀଶୁଙ୍କୁ ମାରି ଦିଆଯିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ୟମାନେ ବହୁତ ମନଦୁଃଖ କଲେ।
24
କର ଦେବା ବିଷୟରେ ଯୀଶୁଙ୍କ ଉପଦେଶ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। କଫର୍ନାହୂମରେ କେତେକ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କରଆଦାୟ କରନ୍ତି, ସେମାନେ ସେହି ଲୋକ ଥିଲେ। ସେମାନେ ପଗ୍ଭରିଲେ, “ତୁମ୍ଭର ଗୁରୁ ମନ୍ଦିରର ‘ଦୁଇ-ଡ୍ରକ୍ମା’ କର ଦିଅନ୍ତି କି?”
25
ପିତର ଉତ୍ତର ଦେଲେ, “ହଁ, ସେ ଦିଅନ୍ତି।” ପିତର ଘର ଭିତରକୁ ଗଲେ, ସେଠାରେ ଯୀଶୁ ଥିଲେ। ପିତର କିଛି କହିବା ପୂର୍ବରୁ ଯୀଶୁ କହିଲେ, “ପୃଥିବୀର ରାଜାମାନେ ଲୋକମାନଙ୍କଠାରୁ ଅନେକ ପ୍ରକାର କରଆଦାୟ କରିଥା’ନ୍ତି। କିନ୍ତୁ କେଉଁମାନେ ସେହି କର ଦିଅନ୍ତି? ଏମାନେ କ’ଣ ରାଜାଙ୍କ ନିଜ ସନ୍ତାନସନ୍ତତି ନା ଅନ୍ୟମାନଙ୍କର ସନ୍ତାନସନ୍ତତି? ତୁମ୍ଭେ କ’ଣ ଭାବୁଛ?”
26
ପିତର ଉତ୍ତର ଦେଲେ, “ରାଜାମାନେ ଅନ୍ୟମାନଙ୍କର ସନ୍ତାନସନ୍ତତିଙ୍କଠାରୁ କରଆଦାୟ କରନ୍ତି।” ଯୀଶୁ ତାହାଙ୍କୁ କହିଲେ, “ତା’ର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦେବାକୁ ପଡ଼େ ନାହିଁ।
27
କିନ୍ତୁ ଏହି କରଆଦାୟକାରୀଙ୍କୁ ଆମ୍ଭେ କ୍ରୋଧିତ କରିବା ନାହିଁ। ତେଣୁ କର ଏହିଭଳି ଭାବରେ ଦେଇଦିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ, ତା’ର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଗ୍ଭରୋଟି ରୌପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମୋ’ ପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦେଇଦିଅ।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28