bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 26
Matthew 26
Odia Bible ERV 2004 (ପବିତ୍ର ବାଇବଲ)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 27 →
1
ଯିହୂଦୀ ନେତାମାନଙ୍କର ଯୀଶୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଏହିସବୁ କଥା କହି ସାରିବା ପରେ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ,
2
“ଦୁଇ ଦିନ ପରେ ନିସ୍ତାରପର୍ବ ହେବା କଥା ତୁମ୍ଭେ ଜାଣ। ସେହି ଦିନ କ୍ରୁଶରେ ଚଢ଼ାଇ ମନୁଷ୍ୟପୁତ୍ରଙ୍କୁ ମାରି ଦେବା ପାଇଁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦିଆଯିବ।”
3
ତା’ପରେ ପ୍ରଧାନଯାଜକ ଓ ଲୋକମାନଙ୍କ ପ୍ରାଚୀନ ନେତାମାନେ କୟାଫା ନାମକ ମହାଯାଜକଙ୍କ ଭବନର ଅଗଣାରେ ଏକାଠି ହେଲେ।
4
ସେମାନେ ଯୀଶୁଙ୍କୁ କପଟରେ ବନ୍ଦୀ କରି ତାହାଙ୍କୁ ମାରିଦେବା ପାଇଁ ଯୋଜନା କଲେ।
5
କିନ୍ତୁ ବୈଠକରେ ସେମାନେ କଥାବାର୍ତ୍ତା ହେଲେ, “ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚିତ୍ ହେବ ନାହିଁ। କାରଣ ଲୋକମାନେ ଏଥିରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରି ପାରନ୍ତି।”
6
ଜଣେ ସ୍ତ୍ରୀଲୋକ ଏକ ବିଶେଷ କାର୍ଯ୍ୟ କଲେ ଯୀଶୁ ବେଥନୀୟାରେ ଥିଲେ। ସେ କୁଷ୍ଠରୋଗୀ ଶିମୋନର ଘରେ ରହିଥିଲେ।
7
ଯୀଶୁ ସେଠାରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ରରେ ବହୁ ମୂଲ୍ୟବାନ୍ ସୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢାଳି ଦେଲା’ ସେତେବେଳେ ଯୀଶୁ ଖାଉଥିଲେ।
8
ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଅତ୍ୟନ୍ତ ରାଗିଗଲେ। ସେମାନେ କହିଲେ, “ଏତେ ଅପବ୍ୟୟ କାହିଁକି?
9
ଏ ଅତରତକ ଅନେକ ଟଙ୍କାରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରିବମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିଥା’ନ୍ତା।”
10
ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ବୃଥାରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି।
11
ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। କିନ୍ତୁ ତୁମ୍ଭେ ମୋତେ ସବୁବେଳେ ପାଇବ ନାହିଁ।
12
ଏହି ସ୍ତ୍ରୀଲୋକ ମୋ’ ଦେହରେ ଅତର ଢାଳିଛି। ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି,
13
ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ଜଗତରେ ସର୍ବତ୍ର ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ଘୋଷଣା କରାଯିବ। ତା’ ସହିତ ଏ ସ୍ତ୍ରୀଲୋକଟି କ’ଣ କରିଥିଲା, ସେ ବିଷୟ ମଧ୍ୟ ଘୋଷଣା କରାଯିବ, ଲୋକମାନେ ତାକୁ ମନେ ରଖିବେ।”
14
ଯିହୂଦା ଯୀଶୁଙ୍କ ଶତ୍ରୁ ପାଲଟିଗଲେ ତା’ପରେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଯାଇ ପ୍ରଧାନଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସେହି ଶିଷ୍ୟର ନାମ ଇଷ୍କାରିୟୋତ ଯିହୂଦା ଥିଲା।
15
ସେ କହିଲା, “ମୁଁ ତୁମ୍ଭମାନଙ୍କ ହାତରେ ଯୀଶୁଙ୍କୁ ଧରେଇ ଦେବି। ଏହା କରିବା ପାଇଁ ତୁମ୍ଭେମାନେ ମୋତେ କ’ଣ ଦେବ?’’ ଯାଜକମାନେ ଯିହୂଦାଙ୍କୁ ତିରିଶ୍ଟି ରୂପାଟଙ୍କା ଦେଲେ।
16
ସେହି ସମୟରୁ ଯିହୂଦା ଯାଜକମାନଙ୍କ ହାତରେ ଯୀଶୁଙ୍କୁ ଧରାଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା।
17
ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ନିସ୍ତାରପର୍ବର ଭୋଜି ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠାରେ ଭୋଜି ଖାଇବା ପାଇଁ ଗ୍ଭହାନ୍ତି?”
18
ଯୀଶୁ କହିଲେ, “ନଗରରେ ଥିବା ମୋର ଜଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ ‘ଗୁରୁ କହିଛନ୍ତି ‘ମନୋନୀତ ସମୟ ଆସି ପାଖେଇ ଗଲାଣି ଓ ମୁଁ ତୁମ୍ଭ ଘରେ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।’”
19
ଯୀଶୁଙ୍କ କହିବା ଅନୁସାରେ ଶିଷ୍ୟମାନେ କଲେ। ସେମାନେ ନିସ୍ତାରପର୍ବର ଭୋଜି ପ୍ରସ୍ତୁତ କଲେ।
20
ସନ୍ଧ୍ୟାବେଳେ ଯୀଶୁ ନିଜର ବାରଜଣଯାକ ଶିଷ୍ୟଙ୍କ ସହିତ ଖାଇବାକୁ ବସିଲେ।
21
ସେମାନେ ଖାଉଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ତୁମ୍ଭମାନଙ୍କ ମଧ୍ୟରେ ଥିବା ବାରଜଣଙ୍କ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”
22
ଏହା ଶୁଣି ସେମାନେ ବହୁତ ଦୁଃଖିତ ହେଲେ। ପ୍ରତ୍ୟେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?”
23
ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ମୋ’ ସାଙ୍ଗରେ ଗିନାରେ ତା’ର ହାତ ବୁଡ଼ାଇଛି, ସେ ମୋ’ ସହିତ ବିଶ୍ୱାସଘାତକତା କରିବ।
24
ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।”
25
ତା’ପରେ ଯିହୂଦା, “ଯିଏ ତାହାଙ୍କୁ ଶତ୍ରୁମାନଙ୍କୁ ଧରେଇ ଦେବାକୁ ଯାଉଥିଲା, କହିଲା ଗୁରୁ, ସେ କ’ଣ ମୁଁ?” ଯୀଶୁ କହିଲେ, “ହଁ, ତୁମ୍ଭେ ସେହି।”
26
ପ୍ରଭୁଭୋଜ ସେମାନେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସେହି ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ରୋଟୀ ଛିଣ୍ଡେଇଲେ, ତାହାକୁ ଶିଷ୍ୟମାନଙ୍କୁ ଦେଲେ। ଯୀଶୁ କହିଲେ, “ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମୋର ଶରୀର।”
27
ତା’ପରେ ସେ ଗୋଟିଏ ଗିନାରେ ଦ୍ରାକ୍ଷାରସ ନେଲେ, ଓ ଏଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେ ସମସ୍ତେ ଏଥିରୁ ପିଅ।
28
ଏ ଦ୍ରାକ୍ଷାରସ ମୋର ରକ୍ତ। ମୋର ରକ୍ତରେ ପରମେଶ୍ୱରଙ୍କଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନେକ ଲୋକଙ୍କର ପାପକୁ କ୍ଷମା କରିଦିଆଯିବା ପାଇଁ ଏ ରକ୍ତ ଦିଆ ଯାଉଛି।
29
ମୁଁ ତୁମ୍ଭମାନଙ୍କୁ ଏ କଥା କହି ରଖୁଛି: ମୋର ପରମପିତାଙ୍କ ରାଜ୍ୟରେ ଆମ୍ଭେ ସମସ୍ତେ ଏକାଠି ନ ହେବା ପର୍ଯ୍ୟନ୍ତ ଓ ନୂଆ ଦ୍ରାକ୍ଷାରସର ଅଂଶୀ ହେବା ପର୍ଯ୍ୟନ୍ତ ମୁଁ ଦ୍ରାକ୍ଷାରସ ପୁଣି ପାନ କରିବି ନାହିଁ। ତା’ପରେ ମୁଁ ତୁମ୍ଭମାନଙ୍କ ସହିତ ଏହାକୁ ପାନ କରିବି।”
30
ଏହା ପରେ ସେମାନେ ନିସ୍ତାରପର୍ବର ପ୍ରାର୍ଥନା ଗୀତ ବୋଲିଲେ ଓ ଜୀତପର୍ବତକୁ ଗ୍ଭଲିଗଲେ।
31
ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦେବେ ବୋଲି ଯୀଶୁ କହିଲେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ମୋ’ ଉପରୁ ବିଶ୍ୱାସ ହରେଇ ବସିବ। ଶାସ୍ତ୍ରମାନଙ୍କରେ ଏ କଥା ଲେଖାଅଛି: ‘ମୁଁ ମେଷପାଳକଙ୍କୁ ମାରି ଦେବି ଏବଂ ମେଣ୍ଢାମାନେ ଏଣେତେଣେ ପଳେଇବେ।’
32
କିନ୍ତୁ ମୁଁ ପୁଣି ଥରେ ମୃତ୍ୟୁରୁ ପୁନରୁତ୍ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଗ୍ଭଲିଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାକୁ ଯାଇଥିବି।”
33
ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ଆପଣଙ୍କ ଉପରୁ ବିଶ୍ୱାସ ହରେଇ ପାରନ୍ତି, କିନ୍ତୁ ମୁଁ କେବେ ହେଲେ ମୋର ବିଶ୍ୱାସ ହରାଇବି ନାହିଁ।”
34
ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ଆଜି ରାତିରେ ତୁମ୍ଭେ କହିବ ଯେ ମୋତେ ଚିହ୍ନି ନାହଁ। କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ତିନିଥର ଏହିକଥା କହିବ।”
35
ପିତର ଏ କଥା ଶୁଣି କହିଲେ, “ମୁଁ ବରଂ ଆପଣଙ୍କ ସହିତ ମୃତ୍ୟୁ ବରଣ କରିବି, କିନ୍ତୁ କେବେ ହେଲେ ଆପଣଙ୍କୁ ଚିହ୍ନି ନାହିଁ ବୋଲି କହିବି ନାହିଁ।” ପୁଣି ଅନ୍ୟ ସମସ୍ତ ଶିଷ୍ୟମାନେ ସେହି ଏକା କଥା କହିଲେ।
36
ଯୀଶୁଙ୍କ ଏକାନ୍ତ ପ୍ରାର୍ଥନା ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହିତ ଗେଥ୍ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ସେଠାରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ବସ।”
37
ଯୀଶୁ ପିତର ଓ ଜେବଦୀଙ୍କ ଦୁଇ ପୁଅଙ୍କୁ ସାଙ୍ଗରେ ନେଲେ। ତା’ପରେ ଯୀଶୁ ଦୁଃଖ ଓ ବ୍ୟାକୁଳତା ଅନୁଭବ କଲେ।
38
ଯୀଶୁ ସେମାନଙ୍କୁ କହିଲେ, “ମୋର ହୃଦୟ ଏତେ ଦୁଃଖରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ଯିବା ଉପରେ। ତୁମ୍ଭେମାନେ ମୋ’ ସହିତ ଏଠାରେ ଚେଇଁ କରି ରୁହ ଓ ଅପେକ୍ଷା କର।”
39
ସେମାନଙ୍କ ପାଖରୁ କିଛି ଦୂରକୁ ଗ୍ଭଲିକରି ଯିବାପରେ ଯୀଶୁ ତଳେ ଉବୁଡ଼ ହୋଇ ପଡ଼ିଲେ ଓ ପ୍ରାର୍ଥନା କଲେ, “ହେ ପରମପିତା! ଯଦି ସମ୍ଭବ ହୁଏ, ତେବେ ଯନ୍ତ୍ରଣାର ଏହି ପାତ୍ରଟି ମୋ’ଠାରୁ ଦୂର ହୋଇଯାଉ। କିନ୍ତୁ ମୋ’ ଇଚ୍ଛା ଅନୁସାରେ ନ ହୋଇ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।”
40
ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେ ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଘଣ୍ଟାଏ ପାଇଁ ମଧ୍ୟ ଜାଗି ରହି ପାରିଲ ନାହିଁ?
41
ତୁମ୍ଭେମାନେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭେମାନେ ପରୀକ୍ଷାରେ ନ ପଡ଼, ଯାହା ଠିକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଗ୍ଭହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦେହ ଦୁର୍ବଳ।”
42
ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, “ହେ ପରମପିତା, ଯଦି ଯନ୍ତ୍ରଣାର ଏ ପାତ୍ର ମୋ’ଠାରୁ ଦୂର ହୋଇ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତେବେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।”
43
ତା’ପରେ ସେ ଫେରି ଆସି ପୁଣି ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ସେମାନଙ୍କ ଆଖି ବହୁତ ଭାରି ହୋଇଯାଇଥିଲା। ସେମାନେ ସେମାନଙ୍କର ଆଖି ଖୋଲି ପାରୁ ନ ଥିଲେ।
44
ଯୀଶୁ ଶିଷ୍ୟମାନଙ୍କୁ ଛାଡ଼ି ପୁଣି ଫେରି ଯାଇ ତୃତୀୟ ଥର ପ୍ରାର୍ଥନା କଲେ। ଏଥର ମଧ୍ୟ ସେ ପୂର୍ବଭଳି ସେହି ଏକା କଥା କହିଲେ।
45
ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ସୁଦ୍ଧା ଶୋଇଛ ଓ ବିଶ୍ରାମ ନେଉଛ? ଶୁଣ, ସମୟ ଆସି ଗଲାଣି, ଏବେ ପାପୀମାନଙ୍କ ହାତରେ ମନୁଷ୍ୟପୁତ୍ରଙ୍କୁ ସମର୍ପି ଦିଆଯିବ।
46
ଉଠ, ଆମ୍ଭେ ଯିବା। ଦେଖ, ମୋତେ ଶତ୍ରୁମାନଙ୍କ ହାତରେ ଯେଉଁ ଲୋକଟି ଦେଇଦେବ, ସେ ଏଠାକୁ ଆସୁଛି।”
47
ଯୀଶୁ ବନ୍ଦୀ ହେଲେ ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ସେଠାକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। ଯିହୂଦାଙ୍କ ସହିତ ମଧ୍ୟ ଅନେକ ଲୋକ ଥିଲେ। ଯିହୂଦା ଓ ସେହି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସେମାନଙ୍କୁ ପ୍ରଧାନଯାଜକ ଓ ପ୍ରାଚୀନମାନେ ପଠାଇଥିଲେ।
48
ଯିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ବତେଇ ଦେଲେ। ସେ କହିଲେ, “ମୁଁ ଯାହାକୁ ଚୁମ୍ବନ କରିବି, ସେ ସେହି ଲୋକ। ତାକୁ ବନ୍ଦୀ କରିବ।”
49
ତା’ପରେ ଯିହୂଦା ଯୀଶୁଙ୍କ ପାଖରେ ପହଞ୍ଚି ତାହାଙ୍କୁ କହିଲେ, “ହେ ଗୁରୁ, ନମସ୍କାର” ତା’ପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।
50
ଯୀଶୁ କହିଲେ, “ବନ୍ଧୁ ତୁମ୍ଭେ ଯେଉଁ କାମରେ ଆସିଛ, ତାହା କର!” ତା’ପରେ ଯିହୂଦାଙ୍କ ସହିତ ଆସିଥିବା ଲୋକମାନେ ସେଠାରେ ପହଞ୍ଚି ଯାଇ ଯୀଶୁଙ୍କୁ ବନ୍ଦୀ କରି ନେଲେ।
51
ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସେମାନଙ୍କ ଭିତରୁ ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କ ଗ୍ଭକରକୁ ସେଥିରେ ଆଘାତ କଲା, ଫଳରେ ଗ୍ଭକରର କାନ କଟିଗଲା।
52
ଯୀଶୁ ସେହି ଲୋକକୁ କହିଲେ, “ତୁମ୍ଭ ଖଣ୍ଡାକୁ ଖୋଳ ଭିତରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ୟବହାର କରନ୍ତି. ସେମାନଙ୍କୁ ଖଣ୍ଡା ଦ୍ୱାରା ହତ୍ୟା କରା ଯାଇଥାଏ।
53
ତୁମ୍ଭେ କ’ଣ ଜାଣି ନାହଁ ଯେ ମୁଁ ମୋର ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମୋତେ ବାରଟି ସେନାବାହିନୀରୁ ଅଧିକ ଯୋଗେଇବେ।
54
କିନ୍ତୁ ମୁଁ ତା’ କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହେବ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ରରେ ଲେଖା ଅଛି।”
55
ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟିଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସରରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତେବେଳେ ତୁମ୍ଭେ ମୋତେ ବନ୍ଦୀ କରିଲ ନାହିଁ।
56
କିନ୍ତୁ ଭବିଷ୍ୟଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସେହିଭଳି ହେବା ପାଇଁ ଏହିସବୁ କଥା ଘଟିଲା,” ତା’ପରେ ସମସ୍ତ ଶିଷ୍ୟମାନେ ଯୀଶୁଙ୍କୁ ଛାଡ଼ି ପଳାଇଗଲେ।
57
ଯିହୂଦୀନେତାମାନଙ୍କ ସମ୍ମୁଖରେ ଯୀଶୁଙ୍କୁ ହାଜର କରାଗଲା ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରି ନେଇଥିଲେ, ସେମାନେ ତାହାଙ୍କୁ ମହାଯାଜକ କୟାଫାଙ୍କ ଘରକୁ ନେଇଗଲେ। ସେଠାରେ ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ନେତାମାନେ ଏକାଠି ଜମା ହୋଇଥିଲେ।
58
ପିତର ଅଳ୍ପ ଦୂରରେ ରହି ମହାଯାଜକଙ୍କ ଅଗଣା ପର୍ଯ୍ୟନ୍ତ ଯୀଶୁଙ୍କ ପଛେ ପଛେ ଗଲେ। ଯୀଶୁଙ୍କର ପରିଣାମ କ’ଣ ହେବ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧ୍ୟରେ ବସିପଡ଼ିଲେ।
59
ଯୀଶୁଙ୍କୁ ଯେପରି ମୃତ୍ୟୁଦଣ୍ଡ ଦେଇ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସମ୍ପୂର୍ଣ୍ଣ ଯିହୂଦୀ ମହାସଭା ଯୀଶୁଙ୍କ ବିରୁଦ୍ଧରେ କିଛି ମିଛ ଅଭିଯୋଗ ଖୋଜି ବାହାର କରିବାକୁ ଚେଷ୍ଟା କଲେ।
60
କିନ୍ତୁ ଯଦିଓ ଅନେକ ମିଛ ସାକ୍ଷୀ ଆଗକୁ ଆସି ମିଛରେ ସାକ୍ଷ୍ୟ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶେଷରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ,
61
“ଏହି ଲୋକ କହିଛନ୍ତି, ‘ମୁଁ ପରମେଶ୍ୱରଙ୍କ ମନ୍ଦିର ଧ୍ୱଂସ କରିପାରେ ଓ ପୁଣି ଏହାକୁ ତିନି ଦିନ ମଧ୍ୟରେ ତିଆରି କରି ଦେଇପାରେ।’”
62
ତା’ପରେ ମହାଯାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଗ୍ଭରିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଯାହା ଅଭିଯୋଗ କଲେ ତା’ର ତୁମ୍ଭେ କିଛି ଉତ୍ତର ଦେବ କି? ଏ ଲୋକମାନେ କ’ଣ ସତ୍ୟ କହୁଛନ୍ତି?”
63
ଯୀଶୁ କିନ୍ତୁ ଚୁପ୍ ରହିଲେ। ପୁଣି ଥରେ ମହାଯାଜକ ତାହାଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭକୁ ଜୀବିତ ପରମେଶ୍ୱରଙ୍କ ନାମରେ ଶପଥ କରାଉଛି, ତୁମ୍ଭେ ଆମ୍ଭକୁ କୁହ, ତୁମ୍ଭେ କ’ଣ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର?”
64
ଯୀଶୁ କହିଲେ, “ହଁ, ମୁଁ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ, ତୁମ୍ଭେ ଭବିଷ୍ୟତରେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ଡାହାଣ ପଟେ ବସିଥିବାର ଓ ଆକାଶର ମେଘମାଳାରେ ଆସୁଥିବାର ଦେଖିବ।”
65
ମହାଯାଜକ ଏ କଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକେଇଲେ ଓ ସେ କହିଲେ, “ଏ ଯେଉଁସବୁ କଥା କହିଲେ, ତା’ ଦ୍ୱାରା ପରମେଶ୍ୱରଙ୍କର ନିନ୍ଦା ହୋଇଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କର ନିନ୍ଦା ଶୁଣିଛ। ତୁମ୍ଭେମାନେ ତେବେ କ’ଣ ଭାବୁଛ?”
66
ସେମାନେ କହିଲେ, “ସେ ଅପରାଧୀ, ତାହାଙ୍କର ମୃତ୍ୟୁ ହେବା ଉଚିତ୍।”
67
ତା’ପରେ ସେଠାରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛେପ ପକାଇଲେ, ବିଧା ମାରିଲେ। କେତେକ ଲୋକ ଗ୍ଭପୁଡ଼ା ମାରିଲେ।
68
ସେମାନେ କହିଲେ, “ହେ ଖ୍ରୀଷ୍ଟ! ତୁମ୍ଭେ ଯଦି ଜଣେ ଭବିଷ୍ୟଦ୍ବକ୍ତା ତେବେ କୁହ, ତୁମ୍ଭକୁ କିଏ ମାରିଲା?”
69
ଯୀଶୁଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରିବାକୁ ପିତର ଭୟ କଲେ ସେହି ସମୟରେ ପିତର ପ୍ରାଙ୍ଗଣ ମଧ୍ୟରେ ବସିଥିଲେ, ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, “ତୁମ୍ଭେ ମଧ୍ୟ ଗାଲିଲୀର ଯୀଶୁଙ୍କ ସହିତ ଥିଲ।”
70
କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।”
71
ତା’ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।”
72
ପୁଣି ଥରେ ପିତର ଅସ୍ୱୀକାର କରିଦେଲେ। ସେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି ଯେ ମୁଁ ସେ ଲୋକକୁ ଜାଣେ ନାହିଁ।”
73
କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ। ଏ କଥା ତୁମ୍ଭ କହିବା ଢଙ୍ଗରୁ ଜଣା ପଡ଼ୁଛି।”
74
ପିତର ନିଜକୁ ଧିକ୍କାର କରି ରାଣ ପକାଇ କହିଲେ, “ମୁଁ ସେ ଲୋକଙ୍କୁ ଜାଣେ ନାହିଁ।” ସେତିକିବେଳେ କୁକୁଡ଼ା ଡାକିଲା।
75
ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28