bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 15
Matthew 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 16 →
1
ମନୁଷ୍ୟକୃତ ନିୟମଠାରୁ ପରମେଶ୍ୱରଙ୍କ ବିଧାନ ବଡ଼ କେତେକ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ,
2
“ତୁମ୍ଭ ଶିଷ୍ୟମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡ଼ିକୁ କାହିଁକି ମାନୁ ନାହାନ୍ତି? ତୁମ୍ଭ ଶିଷ୍ୟମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାନ୍ତି।”
3
ଯୀଶୁ କହିଲେ, “ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ?
4
ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’
5
କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା’ଫଳରେ ଜଣେ ଲୋକ ତା’ର ପିତାମାତାଙ୍କୁ କହି ପାରିବ, ‘ମୁଁ ତୁମ୍ଭକୁ ସାହାଯ୍ୟ କରି ପାରିବି ନାହିଁ। କାରଣ ମୋର ଯାହାସବୁ ଅଛି ସେଗୁଡ଼ିକୁ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି।’
6
ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା’ ପିତାମାତାଙ୍କୁ ସମ୍ମାନ ନ ଦେବା ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡ଼ିକୁ ସମ୍ମାନ ଦେଇଛ ଓ ପରମେଶ୍ୱରଙ୍କ ଆଦେଶକୁ ଅବମାନନା କରୁଛ।
7
ତୁମ୍ଭେ ସବୁ କପଟୀ! ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଠିକ୍ ଭାବରେ ଏହି ଭବିଷ୍ୟଦ୍ବାଣୀ କହିଥିଲେ।
8
ଏମାନେ କେବଳ ମୁଖରେ ମୋର ଆଦର କରନ୍ତି, କିନ୍ତୁ ସେମାନଙ୍କ ମନକଥା ମୋ’ଠାରୁ ବହୁତ ଦୂରରେ ରହିଥାଏ।
9
ସେମାନେ ମୋତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ୟହୀନ। ସେମାନେ ଯେଉଁସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।’”
10
ଯୀଶୁ ସମବେତ ହୋଇଥିବା ଲୋକମାନଙ୍କୁ ଡାକିଲେ। ସେ ସେମାନଙ୍କୁ କହିଲେ, “ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।
11
ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ଯୋଗୁଁ ଅପବିତ୍ର ହୋଇଯାଏ ନାହିଁ ବରଂ ତା’ର ମୁଖରୁ ବାହାରୁଥିବା ବିଷୟ ଯୋଗୁଁ ସେ ଅପବିତ୍ର ହୋଇଥାଏ।”
12
ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଏସବୁ କରିବା ଫଳରେ ଫାରୂଶୀମାନେ ତୁମ୍ଭ ଉପରେ ରାଗିଯାଇଅଛନ୍ତି ବୋଲି ତୁମ୍ଭେ ଜାଣିଛ ତ?”
13
ଯୀଶୁ କହିଲେ, “ଯେଉଁ ଗ୍ଭରା ମୋର ସ୍ୱର୍ଗୀୟ ପିତା ନିଜେ ଲଗେଇ ନାହାନ୍ତି, ସେଗୁଡ଼ିକୁ ସମୂଳେ ଉପାଡ଼ି ଦିଆଯିବ।
14
ସେମାନଙ୍କୁ ଛାଡ଼ିଦିଅ। ସେମାନେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦେଖାଏ, ତେବେ ଉଭୟ ଖାତ ଭିତରେ ଖସି ପଡ଼ିବେ।”
15
ଏ କଥା ଶୁଣି ପିତର କହିଲେ, “ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝାଇ ଦିଅନ୍ତୁ।’’
16
ଯୀଶୁ କହିଲେ, “ଏବେ ବି କ’ଣ ତୁମ୍ଭ ବୁଝିବାରେ ଅସୁବିଧା ଅଛି?
17
ତୁମ୍ଭେ କ’ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପେଟ ଭିତରକୁ ଯାଏ ଓ ପରିଶେଷରେ ଦେହରୁ ବାହାରିଯାଏ।
18
କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟିରେ କହେ, ତାହା ପ୍ରକୃତରେ ତା’ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ।
19
କାରଣ ଖରାପ ଭାବନା, ହତ୍ୟା, ବ୍ୟଭିଗ୍ଭର, ଯୌନାଗ୍ଭର, ଗ୍ଭେରି, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ଆଦି ଖରାପ ବିଷୟଗୁଡ଼ିକ ପ୍ରଥମେ ମଣିଷର ମନ ଭିତରେ ସୃଷ୍ଟି ହୁଏ।
20
ଏଗୁଡ଼ିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବା ଘଟଣା ମଣିଷକୁ ଅପବିତ୍ର କରି ପାରେ ନାହିଁ।”
21
ଜଣେ ଅଣଯିହୂଦୀ ସ୍ତ୍ରୀକୁ ଯୀଶୁଙ୍କ ସହାୟତା ଯୀଶୁ ସେ ସ୍ଥାନଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗ୍ଭଲିଗଲେ।
22
ସେହି ଅଞ୍ଚଳର ଜଣେ କିଣାନୀୟା ସ୍ତ୍ରୀ ଆସି ବଡ଼ ପାଟି କରି କହିଲା, “ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମୋ’ ପ୍ରତି ଦୟା କରନ୍ତୁ। ମୋ’ ଝିଅ ଦେହରେ ଗୋଟିଏ ଭୂତ ପଶି ରହିଛି, ମୋ’ ଝିଅ ଭାରି କଷ୍ଟ ପାଉଛି।”
23
ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, “ସେ ଆମ୍ଭ ପଛେ ପଛେ ପାଟି କରି ଆସୁଛି। ତାକୁ ଗ୍ଭଲି ଯିବାକୁ କହି ଦିଅନ୍ତୁ।”
24
ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”
25
ତା’ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, “ହେ ପ୍ରଭୁ! ମୋତେ ସାହାଯ୍ୟ କରନ୍ତୁ।”
26
ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠିକ୍ କାମ ହେବ ନାହିଁ।”
27
ସେହି ସ୍ତ୍ରୀ କହିଲା, “ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡ଼ିକ ଖାଇଥା’ନ୍ତି।”
28
ତା’ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ’ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା।
29
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଦେଲେ ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ ଓ ଗାଲିଲୀ ହ୍ରଦ କୂଳରେ ଯାଇ ପହଞ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସେଠାରେ ବସିଲେ।
30
ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଅନେକ ଅନ୍ଧ, ମୂକ, ବଧିର, ଛୋଟା, ଅପଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ।
31
ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁ ନ ଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହୋଇଛନ୍ତି; ଛୋଟାମାନେ ଗ୍ଭଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଗାନ କଲେ।
32
ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ’ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଗ୍ଭଲିଯିବାଟା ମୁଁ ଆଦୌ ଗ୍ଭହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇ ଯାଇ ପାରନ୍ତି।”
33
ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।”
34
ଯୀଶୁ ପଗ୍ଭରିଲେ, ‘‘ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?” ସେମାନେ କହିଲେ, “ସାତଖଣ୍ଡ ରୋଟୀ ଓ କିଛି ଛୋଟ ମାଛ ଅଛି।”
35
ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ:
36
ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା’ପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।
37
ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା’ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ।
38
ସେଠାରେ ପ୍ରାୟ ଗ୍ଭରିହଜାର ପୁରୁଷ ଖାଇଥିଲେ। ସେମାନଙ୍କ ଛଡ଼ା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଖାଇଥିଲେ।
39
ସେମାନେ ଖାଇ ସାରିବା ପରେ ଯୀଶୁ ସେମାନଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ସେମାନଙ୍କୁ ବିଦାୟ କରିସାରି ଯୀଶୁ ଡଙ୍ଗାରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28