bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Matthew 14
Matthew 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 15 →
1
ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ।
2
ସେ ତାହାଙ୍କ ଗ୍ଭକରମାନଙ୍କୁ କହିଲେ, “ଏହି ବ୍ୟକ୍ତି ପ୍ରକୃତରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖରେ କାମ କରୁଛି ଓ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେଉଛି।”
3
ବାପ୍ତିଜକ ଯୋହନଙ୍କୁ କିପରି ହତ୍ୟା କରାଗଲା ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ।
4
ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠିକ୍ କାମ ନୁହେଁ।”
5
ତେଣୁ ହେରୋଦ ଯୋହନଙ୍କୁ ମାରିଦେବାକୁ ଗ୍ଭହିଁଲେ, କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ୟଦ୍ବକ୍ତା ବୋଲି ବିଶ୍ୱାସ କରୁଥିଲେ।
6
ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁଗ୍ଧ ହୋଇଗଲେ।
7
ତେଣୁ ସେ ଶପଥ ପୂର୍ବକ ହେରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, “ତୁମ୍ଭେ ଯାହାକିଛି ମାଗିବ, ତାହା ତୁମ୍ଭକୁ ଦିଆଯିବ।”
8
ହେରୋଦିଆଙ୍କ ପ୍ରରୋଚନାରେ ଝିଅ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ଆଣି ଏହିଠାରେ ଦିଅନ୍ତୁ।”
9
ଏହା ଶୁଣି ହେରୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦେବେ। ତା’ ଛଡ଼ା ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ଶପଥ ଶୁଣିଥିଲେ। ତେଣୁ ହେରୋଦ ଝିଅକୁ ଯାହାକିଛି ସେ ମାଗିଥିଲେ ତାହା ଦେବା ପାଇଁ ଆଦେଶ ଦେଲେ।
10
ସେ କାରାଗାରରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ।
11
ତା’ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା’ର ମା ହେରୋଦିଆଙ୍କ ପାଖକୁ ନେଇଗଲା।
12
ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା’ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ।
13
ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ ଯୀଶୁ ଯୋହନଙ୍କ ବିଷୟରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡ଼ି ଦେଲେ ଓ ଏକୁଟିଆ ଡଙ୍ଗାରେ ବସି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ଯୀଶୁ ଗ୍ଭଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସେମାନେ ସ୍ଥଳପଥରେ ଗ୍ଭଲି ଗ୍ଭଲି ସେଠାରେ ଯାଇ ପହଞ୍ଚିଲେ।
14
ଡଙ୍ଗାରୁ ବାହାରି ଆସିବା ବେଳକୁ ଯୀଶୁ ଦେଖିଲେ, ସେଠାରେ ବହୁତ ଲୋକ ଜମା ହୋଇଛନ୍ତି। ଲୋକଙ୍କ ଉପରେ ତାହାଙ୍କର ଦୟା ହେଲା। ସେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିଲେ।
15
ସନ୍ଧ୍ୟା ବେଳକୁ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, “ଏହା ଅତ୍ୟନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠେଇ ଦିଅ, ତା’ହେଲେ ସେମାନେ ଗାଁମାନଙ୍କୁ ଯାଇ ସେମାନଙ୍କ ପାଇଁ ଖାଦ୍ୟ କିଣି ପାରିବେ।”
16
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଦରକାର ନାହିଁ, ତୁମ୍ଭେ ସେମାନଙ୍କୁ କିଛି ଖାଇବାକୁ ଦିଅ।”
17
ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ ଏଠାରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।”
18
ଯୀଶୁ କହିଲେ, “ସେଗୁଡ଼ିକୁ ମୋ’ ପାଖକୁ ଆଣ।”
19
ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଘାସ ଉପରେ ବସିଯିବା ପାଇଁ କହିଲେ. ତା’ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଗ୍ଭହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ଦେଲେ। ଶିଷ୍ୟମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ।
20
ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତୋଷ ଲାଭ କଲେ। ଲୋକେ ଖାଇସାରିବା ପରେ, ଶିଷ୍ୟମାନେ ବଳକା ଖାଦ୍ୟତକ ବାରଟି ଝୁଡ଼ିରେ ଭର୍ତ୍ତି କଲେ।
21
ସେଠାରେ ପ୍ରାୟ କେବଳ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା’ଛଡ଼ା ସ୍ତ୍ରୀଲୋକ ଓ ପିଲାମାନେ ମଧ୍ୟ ଖାଇଥିଲେ।
22
ହ୍ରଦ ଉପରେ ଯୀଶୁ ଗ୍ଭଲିଲେ ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗାରେ ଚଢ଼ି ହ୍ରଦର ଅପର ପାର୍ଶ୍ୱକୁ ଯିବାକୁ କହିଲେ। ଯୀଶୁ ନିଜେ ସେଠାକୁ ପରେ ଯିବେ ବୋଲି କହିଲେ।
23
ତା’ପରେ ଜମା ହୋଇଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ଼ ଉପରକୁ ଗଲେ। ସନ୍ଧ୍ୟା ହୋଇ ସାରିଥିଲା, ଯୀଶୁ ସେଠାରେ ଏକୁଟିଆ ଥିଲେ।
24
ସେତେବେଳକୁ ହ୍ରଦ ଭିତରେ ଡଙ୍ଗା ଅନେକ ଦୂରକୁ ଗ୍ଭଲିଯାଇଥିଲା। ଢେଉରେ ଧକ୍କା ଖାଇ ଡଙ୍ଗାଟି ଟଳମଳ ହେଉଥିଲା। ଖୁବ୍ ଜୋର୍ରେ ପ୍ରତିକୂଳ ପବନ ବହୁଥିଲା।
25
ଯୀଶୁ ହ୍ରଦ ଉପରେ ଗ୍ଭଲିକରି ରାତ୍ରିର ଚତୁର୍ଥ ପ୍ରହରରେ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ।
26
ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲିକରି ଆସୁ ଥିବାର ଦେଖି ଭୟଭୀତ ହେଲେ। ସେମାନେ କୁହାକୁହି ହେଲେ, “ଏତ ଗୋଟିଏ ଭୂତ।” ସେମାନେ ଭୟରେ ଚିତ୍କାର କଲେ।
27
ସଙ୍ଗେ ସଙ୍ଗେ ଯୀଶୁ ସେମାନଙ୍କୁ କହିଲେ, “ସାହସ ଧର! ମୁଁ ପରା ଆସିଛି! ଭୟ କର ନାହିଁ।”
28
ପିତର କହିଲେ, “ପ୍ରଭୁ, ଏହା ଯଦି ତୁମ୍ଭେ, ତେବେ ମୋତେ ପାଣି ଉପରେ ଗ୍ଭଲି ତୁମ୍ଭ ନିକଟକୁ ଯିବାକୁ ଆଦେଶ ଦିଅ।”
29
ଯୀଶୁ କହିଲେ, “ଗ୍ଭଲି ଆସ।” ପିତର ଡଙ୍ଗାରୁ ବାହାରକୁ ଆସିଲେ, ସେ ପାଣି ଉପରେ ଗ୍ଭଲି ଯୀଶୁଙ୍କ ଆଡ଼କୁ ଗଲେ।
30
ପିତର ଯୀଶୁଙ୍କ ଆଡ଼କୁ ପାଣି ଉପରେ ଗ୍ଭଲିକରି ଯାଉଥିବା ସମୟରେ ଜୋର୍ରେ ପବନ ବହୁଥିଲା, ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡ଼ି ଯିବାକୁ ଲାଗିଲେ। ସେ ପାଟି କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କର।”
31
ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦେହ କଲ?”
32
ଯୀଶୁ ଓ ପିତର ଡଙ୍ଗା ଉପରକୁ ଆସିଯିବା ପରେ ପବନ ବନ୍ଦ ହୋଇଗଲା।
33
ଯେଉଁମାନେ ଡଙ୍ଗା ଉପରେ ଥିଲେ, ସେମାନେ ଯୀଶୁଙ୍କୁ ପ୍ରଣାମ କଲେ ଓ କହିଲେ, “ପ୍ରକୃତରେ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।”
34
ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ ସେମାନେ ହ୍ରଦ ପାର ହୋଇ ଗିନ୍ନେସରତ୍ କୂଳରେ ପହଞ୍ଚିଲେ।
35
ସେଠାକାର ଲୋକେ ଚିହ୍ନି ପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ।
36
ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହୋଇଯାଆନ୍ତି, ସେଥିପାଇଁ ସେ ସେମାନଙ୍କୁ ତାହାଙ୍କୁ ବସ୍ତ୍ରର ଧାରଟି କେବଳ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28