bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 1
Hebrews 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
1
ଅତୀତରେ ଈଶ୍ୱର ବିଭିନ୍ନ ସମୟରେ ଓ ବିଭିନ୍ନ ଉପାୟରେ ଭାବବାଦୀମାନଙ୍କ ଦ୍ୱାରା ଆମ ପିତୃପୁରୁଷମାନଙ୍କୁ ବାର୍ତ୍ତା ଦେଇଥିଲେ।
2
କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।
3
ତାଙ୍କଠାରେ ଈଶ୍ୱରଙ୍କ ମହିମାର ତେଜ ପ୍ରତିଫଳିତ ଓ ସମ୍ପୂର୍ଣ୍ଣ ଐଶ୍ୱରିକତ୍ପ ସନ୍ନିବେଶିତ। ପୁଣି ସେ ନିଜର ବାକ୍ୟ ବଳରେ ସମଗ୍ର ବିଶ୍ୱଜଗତକୁ ପିୟତ୍ରଣ କରୁଛନ୍ତି। ସେ ମନୁଷ୍ୟ ଜାତି ନିକନ୍ତେ ପାପ କ୍ଷମା ସାଧନ କରି ସ୍ୱର୍ଗରେ ପରାତ୍ପର ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।
4
ସେ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଯେପରି ଶ୍ରେଷ୍ଠ, ତାଙ୍କର ନାମ ମଧ୍ୟ ସେହିପରି ସେମାନଙ୍କ ନାମ ଅପେକ୍ଷା ମହତ୍ତର,
5
କାରଣ କେବେ ହେଲେ ଈଶ୍ବର କୌଣସି ଦୂତଙ୍କୁ କହି ନାହାନ୍ତି: “ତୁମେ ମୋର ପୁତ୍ର, ଆଜିଠାରୁ ମୁଁ ତୁମର ପିତା ହେଲି”; କିମ୍ବା ଈଶ୍ୱର କୌଣସି ଦୂତ ସମ୍ପର୍କରେ କହି ନାହାନ୍ତି, “ମୁଁ ତାହାର ପିତା ଏବଂ ସେ ମୋର ପୁତ୍ର।”
6
କିନ୍ତୁ ଈଶ୍ୱର ତାଙ୍କ ପ୍ରଥମଜାତ ପୁତ୍ରଙ୍କୁ ଏହି ଜଗତକୁ ପଠାଇଲା ବେଳେ ଏହା କହିଥିଲେ, “ଈଶ୍ୱରଙ୍କ ଦୂତଗଣ ତାଙ୍କପର ପୂଜା କରିବେ।”
7
ଅଥଚ ସ୍ୱର୍ଗଦୂତମାନଙ୍କ ସମ୍ବନ୍ଧରେ ଈଶ୍ୱର ଏହି କଥା କହିଛନ୍ତି; “ଈଶ୍ୱର ଆପଣା ଦୂତମାନଙ୍କୁ ବାୟୁ ତୁଲ୍ୟ ଓ ଆପଣା ସେବକମାନଙ୍କୁ ଅଗ୍ନିଶିଖା ପରି କରିଛନ୍ତି।”
8
ତାଙ୍କ ପୁତ୍ରଙ୍କ ସମ୍ପର୍କରେ ସେ କହିଥିଲେ, “ହେ ଈଶ୍ୱର, ତୁମର ରାଜ୍ୟ ଚିରକାଳ ସ୍ଥାୟୀ! ତୁମେ ନ୍ୟାୟଦଣ୍ଡରେ ତୁମ ଲୋକମାନଙ୍କୁ ଶାସନ କରୁଛ।
9
ତୁମେ ଧାର୍ମିକତାକୁ ଭଲ ପାଅ ଓ ଅନ୍ୟାୟ ଘୃଣା କର। ସେଥିପାଇଁ ତୁମ ଈଶ୍ୱର ତୁମକୁ ମନୋନୀତ କରିଛନ୍ତି। ଏବଂ ତୁମ ସଙ୍ଗୀମାନଙ୍କ ଅପେକ୍ଷା ତୁମକୁ ଅଧିକତର ସମ୍ମାନ ଦେଇ ଆନନ୍ଦ ପ୍ରଦାନ କରିଛନ୍ତି।”
10
ସେ ଆହୁରି ମଧ୍ୟ କହିଛନ୍ତି, “ହେ ପ୍ରଭୁ, ତୁମେ ଆଦ୍ୟରେ ପୃଥିବୀ ସୃଷ୍ଟି କଲ ଏବଂ ଆପଣା ହସ୍ତ ଦ୍ୱାରା ଆକାଶମଣ୍ଡଳ ସୃଷ୍ଟି କଲେ।
11
ସେ ସମସ୍ତ ଦିନେ ଲୋପ ପାଇବ। ମାତ୍ର ତୁମେ ନିତ୍ୟସ୍ଥାୟୀ। ସେମାନେପୁରାତନ ବସ୍ତ୍ର ସଦୃଶ କ୍ଷୟ ପାଇବେ।
12
ପୋଷାକ ସଜାଡ଼ିଲା ଭଳି ତୁମେ ସେ ସବୁ ସଜାଡ଼ି ରଖିବ ଏବଂ ବସ୍ତ୍ର ବଦଳାଇବା ପରି ପରିବର୍ତ୍ତନ କରିବ। କିନ୍ତୁ ସ୍ୱୟଂ ତୁମେ ଅପରିବର୍ତ୍ତନୀୟ ଓ ଅନନ୍ତ।”
13
ଈଶ୍ୱର ତାଙ୍କର କୌଣସି ଦୂତଙ୍କୁ କେବେ କହି ନାହାନ୍ତି; “ମୁଁ ତୁମର ଶତ୍ରୁମାନଙ୍କୁ ତୁମର ପଦାନତ ନ କରିବା ପର୍ଯ୍ୟନ୍ତ ତୁମେ ମୋର ଦକ୍ଷିଣ ପାଶ୍ୱର୍ରେ ବସିଥାଅ।”
14
ତେବେ ସ୍ୱର୍ଗଦୂତମାନେ କିଏ? ସେମାନେ ହେଉଛନ୍ତି ଈଶ୍ୱରଙ୍କ ସେବକ, ପରିତ୍ରାଣପ୍ରାର୍ଥୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଈଶ୍ବରଙ୍କ ଦ୍ୱାରା ପ୍ରେରିତ ଆତ୍ମାଗଣ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
All chapters:
1
2
3
4
5
6
7
8
9
10
11
12
13