bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 9
Hebrews 9
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
1
ପ୍ରଥମ ନିୟମରେ ଉପାସନାର ପଦ୍ଧତି ଓ ମନୁଷ୍ୟନିର୍ମିତ ଏକ ଉପାସନାସ୍ଥଳୀ ବିଷୟରେ ଉଲ୍ଲେଖ ଥିଲା।
2
ତଦନୁସାରେ ଏକ ଉପାସନା ତମ୍ବୁ ସ୍ଥାପିତ ହୋଇଥିଲା। ସେଥିରେ ଥିବା ପ୍ରଥମ ପ୍ରକୋଷ୍ଠକୁ ‘ପବିତ୍ର ସ୍ଥାନ’ କୁହାଯାଉଥିଲା। ଏହା ମଧ୍ୟରେ ଦୀପରୂଖା, ଗୋଟିଏ ମେଜ ଓ ମେଜ ଉପରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ରୋଟୀ ଥିଲା।
3
ପର୍ଦ୍ଧୀ। ପଛରେ ଯେଉଁ ଦ୍ୱିତୀୟ ପ୍ରକୋଷ୍ଠ ଥିଲା, ତାହାକୁ ‘ମହାପବିତ୍ର ସ୍ଥାନ’- କୁହାଯାଉଥିଲା।
4
ସେଠାରେ ଏକ ସୁବର୍ଣ୍ଣ ପାତ୍ର, ହାରୋଣଙ୍କ ପଲ୍ଲବିତ ଯଷ୍ଟି ଏବଂ ଈଶ୍ୱରଙ୍କ ଆଜ୍ଞାଖୋଦିତ ଦୂଇ ପ୍ରସ୍ତର ଫଳକ ଥିଲା।
5
ସିନ୍ଦୁକ ପକ୍ଷ ବିଶିଷ୍ଟ ଦୁଇ ପ୍ରାଣୀଙ୍କର ପ୍ରତିମୂର୍ତ୍ତି ଥିଲା। ଏମାନେ “ପାପକ୍ଷମା” ସ୍ଥାନ ଉପରେ ପକ୍ଷ ବିସ୍ତା କରି ରହିଥିଲେ, କିନ୍ତୁ ବର୍ତ୍ତମାନ ଏ ସବୁର ବିଶଦ ବ୍ୟାଖ୍ୟା ଅନାବଶ୍ୟକ।
6
ସେଠାରେ ଏହିପରି ବ୍ୟବସ୍ଥା ରହିଛି:ଯାଜକମାନେ ପ୍ରତିଦିନ ତମ୍ବୁର ପ୍ରଥମ ପ୍ରକାଷ୍ଠରେ ପ୍ରବେଶ କରି ସମାନଙ୍କର କର୍ତ୍ତବ୍ୟ ସାଧନ କରନ୍ତି।
7
କିନ୍ତୁ ଦ୍ୱିତୀୟ ପ୍ରକୋଷ୍ଠ ଭିତରକୁ କେବଳ ମହାଯାଜକଙ୍କ ଯିବାର ଅଧିକାର ଅଛି, ସେ ସେଠାକୁ ବର୍ଷକୁ ଥରେ ମାତ୍ର ଯାଆନ୍ତି। ସେ ନିଜ ପାଇଁ ଏବଂ ଲୋକମାନେ ଅଜ୍ଞାନତାବଶତଃ କରିଥିବା ପାପ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ସଙ୍ଗରେ ରକ୍ତ ନେଇ ଯାଇ ଥାଆନ୍ତି।
8
ଏହି ସମସ୍ତ ବିଷୟରୁ ପବିତ୍ରଆତ୍ମା ଏ କଥା ସ୍ପଷ୍ଟଭାବେ ଶିକ୍ଷା ଦେଇଛନ୍ତି ଯେ, ପ୍ରଥମ ପ୍ରକୋଷ୍ଠ ଥିବା ଯାଏ, ମହାପବିତ୍ର ସ୍ଥାନକୁ ଯିବାର ପଥ ଉନ୍ମୁକ୍ତ ହୋଇ ନାହିଁ।
9
ବିର୍ତ୍ତମାନ କାଳକୁ ଲକ୍ଷ୍ୟ କରି ଏହା ଏକ ଦୃଷ୍ଟାନ୍ତ ସ୍ୱରୂପ। ଏହାର ଅର୍ଥ ହେଉଛି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ନୈବେଦ୍ୟ ଏବଂ ପଶୁବଳି ଉପାସକର ହୃଦୟକୁ ସିଦ୍ଧ କରିପାରେ ନାହିଁ।
10
କାରଣ ସେ ସବୁ କେବଳ ଖାଦ୍ୟପେୟ ଏବଂ ଶୁଚିକରଣ ପାଇଁ ବାହିକ କ୍ରିୟା କର୍ମ ମାତ୍ର। ଈଶ୍ୱରଙ୍କର ନୂତନ ବିଧାନର ପ୍ରତିଷ୍ଠା ପର୍ଯ୍ୟନ୍ତ ଏ ସବୁର ଉପଯୋଗିତା ଥିଲା।
11
କିନ୍ତୁ ବର୍ତ୍ତମାନ ଯେଉଁ ସମସ୍ତ ଉକୃଷ୍ଟ ବିଷୟ ଆମ୍ଭେମାନେ ପାଇଛୁ, ସେ ସବୁରୁ ମହାଯାଜକ ରୂପେ ଖ୍ରୀଷ୍ଟ ଆସିଛନ୍ତି। ସେ ଯେଉଁ ଉପାସନା ତମ୍ୱୁରେ କାର୍ଯ୍ୟ କରୁଛନ୍ତି, ତାହା ଶ୍ରେଷ୍ଠ ଓ ଅଧିକ ପୂର୍ଣ୍ଣାଙ୍ଗ। ତାହା ମନୁଷ୍ୟନିର୍ମିତ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ।
12
ଖ୍ରୀଷ୍ଟ ସେହି ତମ୍ୱୁ ମଧ୍ୟ ଦେଇ ଉକ୍ତ ମହାପବିତ୍ର ସ୍ଥାନରେ ଏକାଥରକ ପାଇଁ ପ୍ରବେଶ କରିବା ବେଳେ ସେଠାରେ ବଳି ଉତ୍ସର୍ଗ ନିମନ୍ତେ ଅନନ୍ତକାଳୀନ ମୁକ୍ତି ସାଧନ କଲେ।
13
ଯେଉଁମାନେ କ୍ରିୟା କର୍ମ ପାଳନ ନ କରିବା ଦ୍ୱାରା ଅଶୁଚି, ସେମାନଙ୍କ ଉପରେ ଛାଗ କିମ୍ବା ବୃଷର ରକ୍ତ ଓ ଗୋ-ଭସ୍ମ ସେଚିତ ହେଲେ, ସେମାନଙ୍କର ଅଶୁଚିତା ଦୂର ହୋଇଥାଏ।
14
ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।
15
ଏହି କାରଣରୁ ଖ୍ରୀଷ୍ଟ ହିଁ ନୂତନ ନିୟମ ସ୍ଥାପନ କରିଛନ୍ତି, ଯେପରି କି ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଅହୁତ, ସେମାନେ ଈଶ୍ୱର ପ୍ରତିଜ୍ଞା କରିଥିାବ ଅନନ୍ତ ଆଶୀର୍ବାଦ ଲାଭ କରିବେ। ପ୍ରଥମ ନିୟମ ବଳବତ୍ତର ଥିବା ସମୟରେ, ଲୋକମାନେ ଯେଉଁସବୁ ପାପ ଦୋଷ କରିଥିଲେ, କେବଳ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ସେମାନେ ସେଥିରୁ ମୁକ୍ତି ମୃତ୍ୟୁ ଲାଭ କରିବେ।
16
ଗୋଟିଏ ଉଇଲ୍ ବା ଦାନପତ୍ରର ବ୍ୟବସ୍ଥା ଅନୁଯାୟୀ, ତାହା କାର୍ଯ୍ୟକାରୀ ହେବା ପାଇଁ ଉଇଲ୍ କରିଥିବା ବ୍ୟକ୍ତିର ମୃତ୍ୟୁ ପ୍ରମାଣିତ ହେବା ଆବଶ୍ୟକ।
17
କାରଣ ଉଇଲ୍ କରିଥିବା ବ୍ୟକ୍ତି ବଞ୍ଚିଥିବା ଯାଏ, ଉଇଲ୍ର ମୂଲ୍ୟ ନାହିଁ କେବଳ ତାହାର ମତ୍ୟୁ ପରେ ତାହା କାର୍ଟ୍ୟକାରୀ ହୁଏ।
18
ସେଥିପାଇଁ ପ୍ରଥମ ନିୟମ ମଧ୍ୟ ରକ୍ତପାତ ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା।
19
ପ୍ରଥମେ ମୋଶା ବ୍ୟବସ୍ଥାର ଆଜ୍ଞାମାନ ଲୋକମାନଙ୍କ ନିକଟରେ ଘୋଷଣା କଲେ। ତତ୍ପରେ ସେ ବୃକ୍ଷ ଓ ଛାଗର ରକ୍ତ ଜଳ ସହିତ ମିଶାଇ ଏସୋବ ଡାଳ ଓ କିଛି ଲୋହିତ ବର୍ଣ୍ଣର ମେଷ ଲୋମ ଦ୍ୱାରା ବ୍ୟବସ୍ଥା ପୁସ୍ତକ ଓ ଲୋକମାନଙ୍କ ଉପରେ ସେଚନ କଲେ।
20
ସେ କହିଲେ, “ଯେଉଁ ନିୟମ ପାଳନ କରିବାକୁ ଈଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି, ଏହି ରକ୍ତ ସେହି ନୟମକୁ ମୁଦ୍ରାଙ୍କିତ କରୁଛି।”
21
ମୋଶା ସେହି ପ୍ରକାରେ ରକ୍ତ ନେଇ ତମ୍ବୁ ମନ୍ଦିର ଓ ଉପାସନାରେ ବ୍ୟବହୃତ ସମସ୍ତ ସାମଗ୍ରୀ ଉପରେ ସେଚନ କଲେ।
22
ବସ୍ତୁତଃ, ବ୍ୟବସ୍ଥାନୁସାରେ ସମସ୍ତ ବିଷୟ ରକ୍ତ ଦ୍ୱାରା ପବିତ୍ରୀକୃତ ହୁଏ ଏବଂ ରକ୍ତପାତ ଦ୍ୱାରା ହିଁ ପାପ କ୍ଷମା ହୁଏ।
23
ଯେଉଁ ବଷୟଗୁଡ଼ିକ ସ୍ୱର୍ଗୀୟ ମୂଳ ବିଷୟରେ ଅନୁରୂପ ମାତ୍ର, ସେହି ସବୁ ରକ୍ତ ଦ୍ୱାରା ପବିତ୍ରୀକୃତ ହେବାର ପ୍ରୟୋଜନ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ନିମନ୍ତେ ମହତ୍ତର ବଳିଦାନ ଆବଶ୍ୟକ।
24
ଯାହା ମନୁଷ୍ୟ ହସ୍ତକୃତ ନୁହେଁ, ଏପରି ଏକ ପବିତ୍ର ସ୍ଥାନକୁ ଖୀଷ୍ଟ ଯାଇଛନ୍ତି। ତାହା କୌଣସି ମୂଳ ବିଷୟରେ ଅନୁରୂପ ନୁହେଁ। ସେ ସ୍ୱର୍ଗକୁ ହିଁ ଯାଇଛନ୍ତି। ସେଠାରେ ସେ ଆମ୍ଭମାନଙ୍କ ସପକ୍ଷେ ବର୍ତ୍ତମାନ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି।
25
ଇହୁଦୀୟ ମହାଯାଜକ ବର୍ଷକୁ ଥରେ ପଶୁ ରକ୍ତ ନେଇ ମହାପବିତ୍ର ସ୍ଥାନକୁ ଯାଆନ୍ତି। କିନ୍ତୁ ଖୀଷ୍ଟ ନିଜକୁ ବାରମ୍ବାର ଉତ୍ସର୍ଗ କରିବା ପାଇଁ ସେଠାକୁ ଯାଇ ନାହିଁନ୍ତି।
26
ତାହାହେଲେ, ତାଙ୍କୁ ଜଗତର ସୃଷ୍ଟି ସମୟରୁ ବହୁବାର ଦୁଃଖଭୋଗ କରିବାକୁ ପଡ଼ି ଥାଆନ୍ତି। ବରଞ୍ଚ ସେ ଯୁଗାନ୍ତ ସମୟରେ ନିଜକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା କାଳ କାଳକୁ ପାପର ଶକ୍ତି ଲୋପ କରିବା ପାଇଁ ଆସିଥିଲେ।
27
ସମସ୍ତେ ଥରେ ମୃତ୍ୟୁଭୋଗ କରିବେ ଏବଂ ତା' ପରେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବେ।
28
ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
All chapters:
1
2
3
4
5
6
7
8
9
10
11
12
13