bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 2
Hebrews 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
1
ଆମେ ଯେପରି ସତ୍ୟରୁ ବିଚ୍ୟୁତ ନ ହେଉ, ଏଥିପାଇଁ ଆମେ ଶୁଣିବା ସତ୍ୟବାଣୀରେ ଦୃଢ଼ ହୋଇ ରହିବା ଉଚିତ।
2
ଆମ ପୂର୍ବପୁରୁଷମାନଙ୍କୁ ସ୍ୱର୍ଗଦୂତମାନେ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି, ଯେଉଁମାନେ ତାହାକୁ ଅବଜ୍ଞା କରି ପାଳନ କରି ନାହାଁନ୍ତି, ସେମାନେ ସୁମୁଚିତ ଦଣ୍ଡ ପାଇଛନ୍ତି।
3
ତାହାହେଲେ, ଏହି ମହାପରିତ୍ରାଣକୁ ଉପେକ୍ଷା କଲେ, ଆମେ କିପରି ଉଦ୍ଧାର ପାଇବା? ଏହି ପରିତ୍ରାଣ ସ୍ୱୟଂ ପ୍ରଭୁ ନିଜେ ପ୍ରଥମେ ଘୋଷଣା କଲେ ଏବଂ ତାଙ୍କଠାରୁ ଶୁଣିବା ବ୍ୟକ୍ତିମାନେ ତାହାର ମହାସତ୍ୟ ଆମ୍ଭମାନଙ୍କ ନିକଟରେ ପ୍ରମାଣ କରିଛନ୍ତି।
4
ଆହୁରି ମଧ୍ୟ, ଈଶ୍ୱର ନାନା ଅଲୌକିକ କାର୍ଯ୍ୟ ଓ ଅପୂର୍ବ ଘଟଣା ଦ୍ୱରା ସେହି ସବୁ ବାର୍ତ୍ତା ସତ୍ୟ ବୋଲି ନିଦର୍ଶନ ଦେଇଛନ୍ତି ଏବଂ ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଦାନସମୂହ ବିତରଣ କରିଛନ୍ତି।
5
ଈଶ୍ୱର ଯେଉଁ ନୂତନ ଜଗତ ସୃଷ୍ଟି କରିବେ ଓ ଯେଉଁ ଜଗତର କଥା ଆମ୍ଭେମାନେ କହୁଛୁ, ତାହାର ଅଧିପତି ଭାବରେ ସେ ସ୍ୱର୍ଗଦୂତମାନଙ୍କୁ ନିଯୁକ୍ତ କରି ନାହାଁନ୍ତି।
6
ବରଂ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି: “ହେ ଈଶ୍ବର, ମନୁଷ୍ୟ କିଏ ଯେ, ତୁମେ ତାହା ନିମନ୍ତେ ଚିନ୍ତା କରିଥାଅ ଏବଂ ମନୁଷ୍ୟ ଏତେ ନଗଣ୍ୟ ହେଲେ ଦୁଦ୍ଧା ତୁମେ ତାହାର ତତ୍ତ୍ୱ ନେଇଥାଅ?
7
ତୁମେ ତାକୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ମାତ୍ର ନ୍ୟୁନ କରି ରଖିଛ, ତୁମେ ତାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୁଷିତ କରିଛ
8
ଏବଂ ସମସ୍ତ ବିଷୟ ଉପରେ କର୍ତ୍ତୃତ୍ୱ ଦେଇଛ।” ଏଠାରେ ଲେଖାଅଛି, ଈଶ୍ୱର ମନୁଷ୍ୟକୁ “ସମସ୍ତ ବିଷୟ ଉପରେ କତ୍ତ୍ୱର୍ତ୍ୱ ଦେଇଛନ୍ତି।” ଏଥିରୁ ସୁସ୍ପଷ୍ଟ ଯେ, ସମସ୍ତ ବିଷୟ ତାହାର ଆଧିପତ୍ୟର ଅନ୍ତର୍ଭୁକ୍ତ। ଅବଶ୍ୟ ଆମେ ଜାଣୁ, ମନୁଷ୍ୟ ବର୍ତ୍ତମାନ ସମସ୍ତ ବିଷୟ ଉପରେ ଅଧିପତ୍ୟ କରୁନାହିଁ।
9
କିନ୍ତୁ ଆମେ ଦେଖୁଛୁ, କିପରି ଯୀଶୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ନ୍ୟୁନ କରାଯାଇଥିଲେ, ଯେପରି କି ଈଶ୍ୱରଙ୍କ ଅନୁଗ୍ରହରୁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବେ। ତାଙ୍ମକର ଦେହି ମୃତ୍ୟଭୋଗ ଯୋଗୁଁ ଆମେ ତାଙ୍କୁ ବର୍ତ୍ତମାନ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ ହୋଇଥିବା ଦେ୍ୁଛୁ।
10
ସଚରାଚର ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ବର ତାଙ୍କର ଅଗଣିତ ସନ୍ତାନମାନଙ୍କୁ ଯୀଶୁଙ୍କ ଗୌରବରେ ଭାଗୀ କରାଇବା ନିମନ୍ତେ, ମୃତ୍ୟୁଭୋଗ ଦ୍ୱାରା ଯୀଶୁଙ୍କୁ ସିଦ୍ଧ କରି ଯଥୋଚିତ କାର୍ଯ୍ୟ କରିଛନ୍ତି। କାରଣ ଯୀଶୁ ହିଁ ପରିତ୍ରାଣ ପଥରେ ସେମାନଙ୍କୁ କଢ଼ାଇ ନିଅନ୍ତି।
11
ସେ ମନୁଷ୍ୟମାନଙ୍କୁ ପାପରୁ ଶୁଚି କରନ୍ତି। ପୁଣି, ତାଙ୍କର ତଥା ତାଙ୍କ ଦ୍ୱାରା ପବିତ୍ରୀକୃତ ମନୁଷ୍ୟମାନଙକର ପିତା ଏକ। ସେଥିପାଇଁ ଯୀଶୁ ସେମାନଙ୍କୁ ଭ୍ରାତା ବୋଲି ସମ୍ବୋଧନ କରିବାକୁ ଲଜ୍ଜିତ ନୁହଁନ୍ତି।
12
ସେ ଈଶ୍ୱରଙ୍କୁ କହିଛନ୍ତି: “ହେ ଈଶ୍ୱର, ମୁଁ ତୁମର ସମସ୍ତ କାର୍ଯ୍ୟ ମୋର ଭାଇମାନଙ୍କୁ ଜଣାଇବି। ମୁଁ ସେମାନଙ୍କ ସମାବେଶରେ ତୁମର ପ୍ରଶଂସା ଗାନ କରିବି।”
13
ସେ ଏହା ମଧ୍ୟ କହିଛନ୍ତି, “ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରିବି” ଓ “ଈଶ୍ୱର ମୋତେ ଯେଉଁ ସନ୍ତାନମାନଙ୍କୁ ଦେଇଛନ୍ତି, ସେମାନେ ମୋ’ ସହିତ ଅଛନ୍ତି।”
14
ସେ ଯେଉଁମାନଙ୍କୁ ସନ୍ତାନ ବୋଲି ସମ୍ବାଧନ କରିଛନ୍ତି, ସେମାନେ ରକ୍ତମାଂସ ଶରୀରବିଶିଷ୍ଟ ମନୁଷ୍ୟ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେମାନଙ୍କ ପରି ମାନବୀୟ ରୂପ ଓ ସ୍ୱଭାବ ଧାରଣ କଲେ। ସେ ଏହା କରିବାର ଉଦ୍ଦେଶ୍ୟ ହେଉଛି, ସେ ଯେପରି ଆପଣାର ମୃତ୍ୟୁ ଦ୍ୱାରା ଶୟତାନକୁ ବିାନଶ କରିବେ, କାରଣ ମୃତ୍ୟୁ ଉପରେ ଶୟତାନର କତ୍ତ୍ୱର୍ତ୍ୱ ଥଲା।
15
ଏହାଦ୍ୱାରା ଅଜୀବନ ମୃତ୍ୟୁ ଭୟରୂପ ଦାସତ୍ୱ ବନ୍ଧନରେ ଥିବା ମନୁଷ୍ୟମାନଙ୍କୁ ସେ ମୁକ୍ତି ଦେଇଛନ୍ତି।
16
ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ସେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରନ୍ତି ନାହିଁ, ବରଂ ଶାସ୍ତ୍ରାକ୍ତି ଅନୁସାରେ, “ସେ ଅବ୍ରାହାମଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରନ୍ତି।”
17
ଏହାର ଅର୍ଥ ହେଉଛି, ସବୁ ବିଷୟରେ ତାଙ୍କର ଭ୍ରାତାମାନଙ୍କ ସଦୃଶ ହେବା ତାଙ୍କର ପ୍ରୟୋଜନ ଥିଲା, ଯାହା ଫଳରେ ସେ ସେମାନଙ୍କର ବିଶ୍ୱସ୍ତ ଓ ଦୟାଳୁ ମହାଯାଜକ ହୋଇ ଈଶ୍ବରଙ୍କ ସେବା କରିପାରିବେ ଏବଂ ମନୁଷ୍ୟମାନେ ପାପକ୍ଷମା ପାଇବେ।
18
ସେ ନିଜେ ପ୍ରଲୋଭନର ସମ୍ମୁଖୀନ ହୋଇ ଦୁଃଖଭୋଗ କରିଥିବାରୁ, ପ୍ରଲୋଭନର ପତିତ ମନୁଷ୍ୟମାନଙ୍କୁ ସାହାଯ୍ୟ କରିପାରନ୍ତି।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
All chapters:
1
2
3
4
5
6
7
8
9
10
11
12
13
Recommended Reading
Commentary
Hebrews Commentaries
→
Devotional
Hebrews Devotional Guide
→
Get This Bible
CL Study Bible
→