bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 8
Hebrews 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
1
ଆମ୍ଭମାନଙ୍କ କଥାର ସାରମର୍ମ ହେଉଛି, ଆମେ ଯେଉଁ ମହାଯାଜକଙ୍କୁ ପାଇଛୁ, ସେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ।
2
ସେ ଯେଉଁ ମହାପବିତ୍ର ସ୍ଥାନରେ ସ୍ଥାପିତ ତମ୍ବୁ ତଳେ ମହାଯାଜକ ଭାବରେ କାର୍ଯ୍ୟ କରନ୍ତି, ତାହା ମନୁଷ୍ୟ ଦ୍ୱାରା ନିର୍ମିତ ନୁହେଁ, ତାହାକୁ ଈଶ୍ୱର ସ୍ଥାପନ କରିଛନ୍ତି।
3
ପ୍ରତ୍ୟେକମହାଯାଜକ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ପ୍ରଶୁବଳି ଉତ୍ସର୍ଗ କରିବାକୁ ନିଯୁକ୍ତ ହାଇଥାନ୍ତି। ତେଣୁ ଆମର ମହାଯାଜକ ମଧ୍ୟ ସେପରି କିଛି ନୈବେଦ୍ୟ ଉତ୍ସର୍ଗ କରିବା ଆବଶ୍ୟକ।
4
ସେ ଯଦି ଇହଜଗତରେ ଥାଅନ୍ତେ, ତେବେ ସେ ଆଦୌ ଯାଜକ ହୋଇପାରି ନ ଥାନ୍ତି, କାରଣ ଯିହୁଦୀୟ ବ୍ୟବସ୍ଥା ଅନସାରେ ବଳି ଉତ୍ସର୍ଗ କରିବାକୁ ଯାଜକମାନେ ଅଛନ୍ତି।।
5
ସେମାନଙ୍କର ଯାଜକୀୟ କାର୍ଯ୍ୟ ବସ୍ଥୁତଃ ସ୍ୱର୍ଗୀୟବିଷୟରେ ଅନୁକରଣ ଓ ଛାୟାମାତ୍ର। ମୋଶାଙ୍କ ସମୟରୁ ଏପରି ହୋଇ ଆସୁଛି। ମୋଶା ଯେତେବେଳେ ଉପାସନା ପାଇଁ ଏକ ତମ୍ବୁ ନିର୍ମାଣ କରିବାକୁ ଯାଉଥିଲେ, ଈଶ୍ୱର ତାଙ୍କୁ କହିଥିଲେ, “ଦେଖ, ପବିର୍ତ ଉପରେ ତୁମକୁ ଯେଉଁ ନମୁନା ଦେଖାଇ ଦିଆଯାଇଛି ଅବିକଳ ସେହି ଅନୁସାରେ ସମସ୍ତ ବିଷୟ ନିର୍ମାଣ କର।”
6
କିନ୍ତୁ ଏବେ ଯୀଶୁଙ୍କୁ ଯେଉଁ ଯାଜକୀୟ କାର୍ଯ୍ୟ ପ୍ରଦତ୍ତ ହୋଇଛି, ତାହା ଅନ୍ୟମାନଙ୍କ ଯାଜକୀୟ କାର୍ଯ୍ୟ ଅପେକ୍ଷା ଉତ୍କୃଷ୍ଟ। ସେହିପରି ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ସେ ଯଉଁ ନିୟମ ସ୍ଥାପନ କରିଛନ୍ତି, ତାହା ମହତ୍ତର, କାରଣ ଏହି ନିୟମରେ ଉତ୍କୃଷ୍ଟତର ବିଷମାନ ପ୍ରଦତ୍ତ ହେବା ପାଇଁ ପ୍ରତିଶୁତି ରହିଛି।
7
ପ୍ରଥମ ନିୟମରେ ଯଦି କୌଣସି ତ୍ରୁଟି ନ ଥାଆନ୍ତି, ତେବେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥିଲା।
8
କିନ୍ତୁ ଈଶ୍ୱର ତାଙ୍କ ଲୋକମାନଙ୍କ ଦୋଷ ଦର୍ଶାଇ କହିଛନ୍ତି, “ପ୍ରଭୁ କହନ୍ତି, ସମୟ ଆସୁଛି, ଯେତେବେଳେ ମୁଁ ଈଶ୍ରାଏଲ ତଥା ଯିହୁଦାର ଲୋକମାନଙ୍କ ସଙ୍ଗରେ ଏକ ନୂତ ନିୟମ ସ୍ଥାପନ କରିବି।
9
ମୁଁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ହାତ ଧରି ମିଶର ଦେଶରୁ ବାହାର କରି ଆଣିଲାବେଳେ ଯେଉଁ ନିୟମ କରିଥିଲେ, ଏହି ନିୟମ ସେ ପ୍ରକାର ନୁହେଁ। ମୁଁ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ସେଥିରେ ସେମାନେ ବିଶ୍ୱସ୍ତ ରହିଲେ ନାହିଁ; ତେଣୁ ମୁଁ ସେମାନଙ୍କ ପ୍ରତି ମନୋଯୋଗୀ ହେଲି ନାହିଁ।
10
ପ୍ରଭୁ କହନ୍ତି, ମୁଁ ଭବିଷ୍ୟତରେ ଈଶ୍ରାଲଲର ଲୋକଙ୍କ ସଙ୍ଗରେ ଲହି ନିୟମ କରିବି: ମୁଁ ମୋର ବ୍ୟବସ୍ଥା ସେମାନଙ୍କ ମାନସପଟରେ ଓ ହୃଦୟ ଫଳକରେ ଲେଖିବି। ମୁଁ ସେମାନଙ୍କର ଈଶ୍ୱର ହେବି, ସେମାନେ ମୋର ଲୋକ ହେବେ।
11
ସେତେବେଳେ ସେମାନେ ପ୍ରତିବାସୀମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ ହେବ ନାହିଁ, କିମ୍ବା ଦେଶବାସୀଙ୍କୁ ‘ପ୍ରଭୁଙ୍କ ପରିଚୟ ଲାଭ କର’ ଏ କଥା କହିବା ଆବଶ୍ୟକ ହେବ ନାହିଁ, କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମୋର ପରିଚୟ ପାଇଥିବେ।
12
ମୁଁ ସେମାନଙ୍କର ସମସ୍ତ ପାପ କ୍ଷମା କରିବି ଓ ସେମାନଙ୍କର କୌଣସି ଅନ୍ୟାୟ ସ୍ମରଣରେ ରଖିବ ନାହିଁ।”
13
ଏହାକୁ ନୂତନ ବୋଲି ଉଲ୍ଲେଖ କରିବା ଦ୍ୱାରା ଈଶ୍ୱର ପ୍ରଥମଟିକୁ ପୁରାତନ ଓ ଅପ୍ରଚଳିତ, ତାହା ଶୀଘ୍ର ଲୋକ ପାଇବା।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
All chapters:
1
2
3
4
5
6
7
8
9
10
11
12
13