bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 11
Hebrews 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
1
ପ୍ରତ୍ୟାଶିତ ବିଷୟ ପାଇବାର ନିଶ୍ଚିତ ବୋଧ ଓ ଅଦୃଶ୍ୟ ବିଷୟ ବାସ୍ତବତା ହୃଦୟଙ୍ଗମ କରିବା ହିଁ ବିଶ୍ୱାସ।
2
ପୁରାକାଳର ଲୋକମାନେ ସେମାନଙ୍କ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତୋଷଭାଜନ ହୋଇଥିଲେ।
3
ଈଶ୍ୱରଙ୍କ ଆଦେଶରେ ବିଶ୍ୱଚଗତରେ ସୃଷ୍ଟି ହେଲା ଓ ଅଦୃଶ୍ୟ ବିଷୟରୁ ଦୃଶ୍ୟ ବିଷୟର ଉତ୍ପତ୍ତି ହେଲା, ଏ କଥା କେବଳ ବିଶ୍ୱାସ ଦ୍ୱାରା ଆମେ ଜାଣୁଛୁ।
4
ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୟିନଙ୍କ ଅପେପକ୍ଷା ଉତ୍କୃଷ୍ଟର ନୈବେଦ୍ୟ ଉତ୍ସର୍ଗ କରିଥିଲେ। ନିଜ ବିଶ୍ୱାସ ବଳରେ ସେ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗଣ୍ୟ ହୋଇଥିଲେ, କାରଣ ଈଶ୍ୱର ନିଜେ ତାଙ୍କର ନୈବେଦ୍ୟ ଗ୍ରହଣ କରିଥିଲେ। ତାଙ୍କର ବିଶ୍ୱାସ ଯୋଗୁଁ, ହେବଲ ମୃତ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କଥା କହୁଛନ୍ତି।
5
ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗରୁ ରକ୍ଷା ପାଇଥିଲେଏ। ଈଶ୍ୱର ତାଙ୍କୁ ନିଜ ନିକଟକୁ ନେଇ ଯାଇଥିଲେ ଏବଂ ତାଙ୍କୁ କେହି ଆଉ ଦେଖିପାରି ନ ଥିଲେ। ଧର୍ମଶାସ୍ତ୍ରରେ ଲେଖାଅଛି ଯେ, ହନୋକ ଈଶ୍ୱରଙ୍କ ନିକଟକୁ ଯିବା ପୂର୍ବରୁ ତାଙ୍କର ସନ୍ତୋଷଭାଜନ ହୋଇଥିଲେ।
6
ବିଶ୍ୱାସ ବିନା କେହି ଈଶ୍ୱରଙ୍କ ସନ୍ତୁଷ୍ଟ କରିପାରେ ନାହିଁ, କାରଣ ଯେ ଈଶ୍ୱରଙ୍କ ନିକଟକୁ ଆସେ, ସେ ଈଶ୍ୱର ଯେ ତାଙ୍କର ଅନ୍ୱେଷଣକାରୀମାନଙ୍କର ଆଶା ପୂରଣ କରନ୍ତି, ତାହା ମଧ୍ୟ ବିଶ୍ୱାସ କରିବା ଆବଶ୍ୟକ।
7
ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।
8
ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେହି ଦେଶକୁ ଯିବା ପାଇଁ ସେ ଯେତେବେଳେ ତାଙ୍କୁ ଆହ୍ୱାନ କଲେ, ସେତେବେଳେ ଅବ୍ରାହାମ ବିଶ୍ୱାସରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଥିଲେ। ସେ କେଉଁଠାକୁ ଯାତ୍ରା କରୁଛନ୍ତି, ତାହା ନ ଜାଣି ସୁଦ୍ଧା ସ୍ୱଦେଶ ପରିତ୍ୟାଗ କରିଥିଲେ।
9
ସେ ବିଶ୍ୱାସରେ ଈଶ୍ୱରଙ୍କ ପ୍ରତିଜ୍ଞାତ ଦେଶରେ ବିଦେଶୀ ଭାବରେ ବାସ କଲେ। ସେ ତମ୍ବୁରେ ବାସ କଲେ ଏବଂ ତାଙ୍କ ପରି ଈଶ୍ୱରଙ୍କଠାରୁ ପ୍ରତିଜ୍ଞା ପ୍ରାପ୍ତ ହୋଇ ଇସାହାକ ଓ ଯାକୁବ ମଧ୍ୟ ସେହିପରି ବାସ କରିଥିଲେ।
10
ଯେଉଁ ଚିରସ୍ଥାୟୀ ନଗର ଈଶ୍ୱରଙ୍କ ଦ୍ୱାରା ପରିକଳ୍ପିତ ଓ ନିମର୍ତତ ଅବ୍ରାହାମ ସେହି ନଗରର ଅପେକ୍ଷାରେ ଥିଲେ।
11
ଯଦିବା ସାଗ ଗର୍ଭଧାରଣ କରିବାକୁ ଅକ୍ଷମ ଥିଲେ, ବିଶ୍ୱାସ ବଳରେ ଅବ୍ରାହାମ ବୃଦ୍ଧାବସ୍ଥାରେ ସୁଦ୍ଧା ପିତା ହେବାକୁ ସକ୍ଷମ ହୋଇଥିଲେ। ଈଶ୍ୱର ତାଙ୍କ ପ୍ରତିଶ୍ରୁିତି ରକ୍ଷା କରିବେ ବୋଲି ଅବ୍ରାହାମଙ୍କର ବିଶ୍ୱାସ ଥିଲା।
12
ଅବ୍ରାହାମ ମୃତକଳ୍ପ ହୋଇଥିଲେ ହେଁ ତାଙ୍କଠାରୁ ଆକାଶର ତାରା ଓ ସମୁଦ୍ର ବାଲି ପରି ଅସଂଖ୍ୟ ବଂଶଧର ଜାତ ହେଲେ।
13
ଉପରୋକ୍ତ ବ୍ୟକ୍ତିମାନେ ନିଜ ବିଶ୍ୱାସରେ ଅଟଳ ରହି ପ୍ରାଣ ତୃାଗ କଲେ। ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟସବୁ ସେମାନେ ପାଇ ନ ପାରିଲେ ସୁଦ୍ଧା ସ୍ମଦୂରରେ ତାହା ଦେଖି ସ୍ୱାଗତ କରିଥିଲେ ଏବଂ ଏହି ଜଗତରେ ସେମାନେ କେବଳ ବିଦେଶୀ ଓ ଶରଣାର୍ଥୀ ବୋଲି ସ୍ୱୀକାର କରିଥିଲେ।
14
ଯେଉଁମାନେ ଏଭଳି କଥା କହନ୍ତି, ସେମାନେ ଆଉ ଏକ ମାତୃଭୂମିର ଅନ୍ୱେଷଣ କରୁଛନ୍ତି ବୋଲି ଜଣାଯାଏ।
15
ସେମାନେ ଯେଉଁ ଦେଶ ଛାଡ଼ି ଆଓିଥିଲେ, ସେ ଦେଶକୁ ଆଉ ସ୍ମରଣ କରୁ ନ ଥିଲେ। ଯଦି ସ୍ମରଣ କରିଥାଆନ୍ତେ ତେବେ ସେଠାକୁ ସେମାନେ ଫେରି ଯିବାକୁ ସୁଯୋଗ ପାଇ ଥାଆନ୍ତେ।
16
ବରଞ୍ଚ ସେମାନେ ଏକ ଉତ୍କୃଷ୍ଟତର ଦେଶକୁ, ଅର୍ଥାତ୍ ସ୍ୱର୍ଗୀୟ ଦେଶକୁ ଯିବା ପାଇଁ ଆକାଂକ୍ଷା କରୁତିଲେ। ତେଣୁ ସେମାନେ ଈଶ୍ୱରଙ୍କୁ ନିଜଗର ଈଶ୍ୱର ବୋଲି ସମ୍ପୋଧନ କରିବା ଦ୍ୱାରା ସେ ଲଜ୍ଜିତ ହୋଇ ନ ଥିଲେ। ବାସ୍ତବିକ, ଈଶ୍ୱର ସେମାନଙ୍କ ନିମନ୍ତେ ଏକ ନଗରୀ ପ୍ରସ୍ତୁତ କରି ରଖିଥିଲେ।
17
ଈଶ୍ୱର ଅବ୍ରାହାମଙ୍କର ବିଶ୍ୱାସ ପରୀକ୍ଷା କଲାବେଳେ ଅବ୍ରାହାମ ନିଜ ପୁତ୍ର ଇସାହାକଙ୍କୁ ବଳିରୂପ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେଲେ। ଈଶ୍ୱର ଅବ୍ରାହାମଙ୍କୁ ହିଁ ତାଙ୍କର ପ୍ରତିଜ୍ଞା ବଚନ ଦେଇଥିଲେ, ଅଥଚ ଅବ୍ରାହାମ ନିଜର ଏକମାତ୍ର ପୁତ୍ରକୁ ବଳିରୂପେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ।
18
ଈଶ୍ୱର ତାଙ୍କୁ କହିଥିଲେ, “ମୁଁ ତୁମକୁ ଯେଉଁ ବଂଶଧର ଦେବି ବୋଲି ପ୍ରତିଶ୍ରଚତି ଦେଇଛି, ତାହା ଇସାହାକଙ୍କଠାରୁ ହିଁ ଉତ୍ପନ୍ନ ହେବ।”
19
ଈଶ୍ୱର ଯେ ଇସାହାକଙ୍କୁ ମୃତ୍ୟୁର ସଞ୍ଜୀବିତ କରିବାକୁ ସମର୍ଥ, ଏହି ବିଶ୍ୱାସ ଅବ୍ରାହାମଙ୍କର ମୃତ୍ୟୁରୁ ଫେରି ପାଇଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
20
ଇସାହାକ ନିଜ ବିଶ୍ୱାସ ବଳରେ ଯାକୁବ ଓ ଏଷୌଙ୍କର ଭାବ ମଙ୍ଗଳ ପାଇଁ ଆର୍ଶୀବାଦ କରିଥିଲେ।
21
ବିଶ୍ୱାସ ଦ୍ୱାରା ହିଁ ଯାକୁବ ମୃତ୍ୟୁ ପୂର୍ବରୁ ଯୋସେଫଙ୍କ ଦୁଇ ପୁତ୍ରଙ୍କୁ ଆର୍ଶୀବାଦ କରିଥିଲେ। ସେ ନିଜର ଯଷ୍ଟି ଉପରେ ଭରା ଦେଇ ଈଶ୍ୱରଙ୍କ ଆରାଧନା କରିଥିଲେ।
22
ଯୋସେଫ ପ୍ରାଣତ୍ୟାଗ କରିବା ସମୟରେ ତାଙ୍କର ବିଶ୍ୱାସ ବଳରେ ଇଶ୍ରାଏଲ ଲୋକମାନଙ୍କର ମିଶର ଦେଶରୁ ପ୍ରସ୍ଥାନ ବିଷୟରେ ଭିବଷ୍ୟତ୍ବାଣୀ କହିଥିଲେ ଏବଂ ତାଙ୍କର ଶବ ସତ୍କାର କିପତ୍ତି କରାଯିବ, ନିର୍ଦ୍ଦେଶ ଦେଇଥିଲେ।
23
ବିଶ୍ୱାସ ଦ୍ୱାରା ମୋଶାଙ୍କର ପିତାମାତା ତାଙ୍କୁ ଜନ୍ମ ସମୟରୁ ତିନି ମାସ ପର୍ଯ୍ୟନ୍ତି ଲୁଚାଇ ରଖିଥିଲେ। ଶିଶୁଟିକୁ କରିବାକୁ ଭୟ କରି ନ ଥିଲେ।
24
ମୋଶା ବୟଃପ୍ରାପ୍ତ ହେଲା ପରେ ବିଶ୍ୱାସ ବଳରେ ରାଗକନ୍ୟାଙ୍କର ପୁତ୍ର ବୋଲି ପରିଚିତ ହେବାକୁ ମନା କରିଦେଲେ।
25
ପାପରେ ଲିପ୍ତ ରହି କିଛି କାଳ ଜୀବନ ଉପଭୋଗ କରିବା ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କରିଥିଲେ।
26
ସେ ମିସର ଦେଶର ସମସ୍ତ ଐଶ୍ୱର୍ଯ୍ୟ ଅପେକ୍ଷା ମସୀହଙ୍କ ନିମନ୍ତେ ଘୃରିତ ହେବା ଶ୍ରେୟସ୍କର ମନେ କରିଥିଲେ, କାରଣ ଭାବବୀ ପୁରସ୍କାର ପ୍ରତି ତାଙ୍କର ଲକ୍ଷ୍ୟ ଥିଲା।
27
ମୋଶା ତାଙ୍କ ବିଶ୍ୱାସ ବଳରେ ରାଜାଙ୍କର କ୍ରୋଧକୁ ଭୟ ନ କରି ମିସର ଦେଶ ପରିତ୍ୟାଗ କରିଥିଲେ। ସେତେ ଯେପରି ସେ ଯିବାକୁ ବଦ୍ଧପରିକର ହୋଇଥିଲେ।
28
ବିଶ୍ୱାସରେ ସେ ନିସ୍ତାର ପର୍ବ ପ୍ରତିଷ୍ଠା କରିଥିଲେ ଏବଂ ସଂହାରକ ଦୂତ ଯେପରି ଇଶ୍ରାଏଲ ଲୋକମାନଙ୍କର ଜ୍ୟେଷ୍ଠପୁତ୍ରମାନଙ୍କୁ ବଧ ନ କରନ୍ତି, ଏଥିପାଇଁ ଦ୍ୱାରରେ ରକ୍ତ ଛିଟା ଦେବାକୁ ଆଦେଶ ଦେଇଥିଲେ।
29
ବିଶ୍ୱାସ ବଳରେ ଇଶ୍ରାଏଲୀୟ ଲୋକମାନେ ଶୁଷ୍କ ଭୁମି ଉପରେ ଚାଲିଲା ପରି ଲୋହିତ ସାଗର ଅତିକ୍ରମ କରିଥିଳେ; ଅଥଚ ମିସରୀୟମାନେ ତାହା କରିବାକୁ ଚେଷ୍ଟା କରି ବୁଡ଼ି ମଲେ।
30
ଇଶ୍ରାଏଲୀୟମାନେ ଯିରିଖୋ ନଗର ପ୍ରାଚୀରର ଚତୁର୍ଦ୍ଦିଗରେ ବିଶ୍ୱାସରେ ସାତ ଦିନ ବୁଲିଲା ପରେ, ତାହା ଭୂମିସାତ୍ ହୋଇଥଲା।
31
ବେଶ୍ୟା ରାହାବ ତା’ର ବିଶ୍ୱାସ ହେତୁ ଇଶ୍ରାଏଲୀୟ ଗୁପ୍ତଚରମାନଙ୍କୁ ଆଶ୍ରୟ ଦେଲା ଓ ଈଶ୍ୱରଙ୍କ ବିରୁଦ୍ଦାଚାରୀ ଲୋକମାନଙ୍କ ସହିତ ନିହତ ନ ହୋଇ ରକ୍ଷା ପାଇଥିଲା।
32
ମୁଁ ଆଉ କେତେ କଥା ବର୍ଣ୍ଣନା କରିବି? ଗିଦିୟନ, ବାରାକ, ଶାମ୍ସନ୍, ଯିପ୍ଥାହ, ଦାଉଦ, ଶାମୁଏଲ ଏବଂ ଭାବବାଦୀମାନଙ୍କର ସମ୍ବଦ୍ଧରେ କହିବାକୁ ଗଲେ ସମୟ ଅଣ୍ଟିବ ନାହିଁ।
33
ବିଶ୍ୱାସରେ ଏମାନେ ବିଭିନ୍ନ ଦେଶ ବିରୁଦ୍କଧରେ ଯୁଦ୍ଧ କରି ବିଜୟୀ ହୋଇଥିଲେ। ଏମାନେ ବିହିତ କର୍ମ ସାଧନ କଲେ, ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟମାନ ପ୍ରାପ୍ତ ହେଲେ; ସିଂହ ମୁଖ ବନ୍ଦ କଲେ,
34
ଅଗ୍ନି ନିର୍ବାପଣ କଲେ ଓ ଖଡ଼୍ଧ ଧାରରୁ ରକ୍ଷା ପାଇଲେ। ଏମାନେ ଶକ୍ତିହୀନ ଥିଲେ, କିନ୍ତୁ ବିକ୍ରମଶାଳୀ ହେଲେ; ଯୁଦ୍ଧରେ ପରାକ୍ରମୀ ହୋଇ ବିଦେଶୀ ଶତ୍ରୁ ସୈନ୍ୟମାନଙ୍କୁ ପରାସ୍ତ କଲେ।
35
ବିଶ୍ୱାସ ବଳରେ ନାରୀମାନେ ସେମାନଙ୍କର ମୃତ ଆତ୍ମୀୟମାନଙ୍କୁ ଜୀବିତ ଅବସ୍ଥାରେ ଫେରି ପାଇଲେ। ଅନ୍ୟମାନେ ଏକ ମହତ୍ତର ଜୀବନ ଲାଭ କରିବା ଆଶାରେ ନିଜର ସ୍ୱାଧୀନତାକୁ ଜଳାଞ୍ଚଳି ଦେଇ ଯନ୍ତ୍ରଣାଦାୟକ ମୃତ୍ୟୁ ବରଣ କଲେ।
36
କେହି କେହି ବିଦ୍ରୂପ ସହିଲେ, ବେତ୍ରାଘାତ ପାଇଲେ ଓ ଶିକୁଳିରେ ବନ୍ଧା ହୋଇ କାରାବାସ ଭୋଗ କଲେ।
37
ସେମାନେ ପ୍ରସ୍ତରାଘାତ ସହିଲେ, କରତରେ ଦ୍ୱିଖଣ୍ଡିତ ହେଲେ ଏବଂ ଖଡ଼୍ଗରେ ନିହତ ହେଲେ। କେହି କେହି କେଷ ଓ ଛାଗ ଚର୍ମ ପିନ୍ଧି ଦରିଦ୍ର, ଉତ୍ପୀଡ଼ିକ୍ତ ସ୍ଥାନ ନ ଥିଲା। ସେମାନେ ଶରଣାର୍ଥୀମାନଙ୍କ ପରି ମରୁଭୂମି ଓ ପର୍ବତରେ ଭ୍ରମଣ କଲେ, ଗୁମ୍ଫା ଓ ଗହ୍ନରମାନଙ୍କରେ ବାସ କଲେ।
39
ଏ ସମସ୍ତେ ନିଜ ନିଜର ବିଶ୍ୱାସ ବଳରେ କେତେ କୀର୍ତ୍ତି ରଖି ଯାଇଛନ୍ତି। ତଥାପି ସେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ଲାଭ କରି ନ ଥିଲେ,
40
କାରଣ ଈଶ୍ୱର ଆମ୍ଭମାନଙ୍କ ପାଇଁ ଏକ ମହତ୍ତର ପରିକଳ୍ପନା କରିଥିଲେ। ସେମାନେ ଆମ୍ଭମାନଙ୍କ ସହିତ ଯେପରି ସିଦ୍ଧ ହେବେ, ଏହା ହିଁ ଈଶ୍ୱରଙ୍କ ଅଭିପ୍ରାୟ ଥିଲା।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
All chapters:
1
2
3
4
5
6
7
8
9
10
11
12
13