bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 6
Hebrews 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
1
ଅତଏବ, ଆମେ ଏଣିକି ଖ୍ରୀଷ୍ଟଧର୍ମର ପ୍ରାଥମିକ ତତ୍ତ୍ୱଗୁଡ଼ିକ ଛାଡ଼ି ନିଗୂଢ଼ ତତ୍ତ୍ୱସବୁ ଶିକ୍ଷା କରିବାରେ ଅଗ୍ରରେ ହେବା ଉଚିତ। ଆମେ ଧର୍ମବିଶ୍ୱାସର ପ୍ରାଥମିକ ତ୍ତ୍ୱଗୁଡ଼ିକ ଯଥା, ଅସାର କ୍ରିୟା କର୍ମରୁ ନିବୃତ୍ତ ହୋଇ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା,
2
ଜଳଦୀକ୍ଷା ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମହାବିଚାର, ମୃତମାନଙ୍କର ପୁନରୁତ୍ଥାନ ଓ ଅନନ୍ତ ଦଣ୍ଡ ପ୍ରଭୃତି ତତ୍ତ୍ୱମାନଙ୍କର ଭିତ୍ତି ପୁନର୍ବାର ସ୍ଥାପନ କରିବା ଅନାବଶ୍ୟକ।
3
ଆମକୁ ଏବେ ଆଗୋଇ ଯିବାକୁ ହେବ। ଈଶ୍ୱରଙ୍କ ଉପରେ ନିର୍ଭର କରି ଏହାହିଁ ଆମ୍ଭେମାନେ କରିବା।
4
ଯେଉଁମାନେ ବିଶ୍ୱାସ ହରାଇଛନ୍ତି, ସେମାନେ ଅନୁତାପ କରି ପୁନର୍ବାର ଫେରି ଆସି ପାରିବେ କି? ସେମାନେ ଏକଦା ଈଶ୍ୱରଙ୍କ ଆଲୋକରେ ବାସ କରୁଥିଲେ, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇ, ପବିତ୍ରଆତ୍ମାଙ୍କୁ ଲାଭ କରିଥିଲେ,
5
ସେମାନେ ଈଶ୍ୱରଙ୍କ ବାଣୀର ମହତ୍ତ୍ୱ ଉପଲବ୍ଧି କରିଥିଲେ ଏବଂ ଆଗାମୀ ଯୁଗର ଶକ୍ତି ଅନୁଭବ କରିଥିଲେ।
6
ତଥାପି ସେମାନେ ବିଶ୍ୱାସ ହରାଇଛନ୍ତି। ତେଣୁ ସେମାନେ ବିଶ୍ୱାସ ହରାଇଛନ୍ତି। ତେଣୁ ପୁର୍ନବାର ଅନୁତାପ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା ଅସମ୍ଭବ, କାରଣ ସେମାନେ ଈଶ୍ୱରଙ୍କ ପୁତ୍ରଙ୍କୁ ପନରୟେ କ୍ରଶୁବିଦ୍ଧ କରି ସର୍ବସାଧାରଣରେ ଉପହାସ୍ୟ କରୁଛନ୍ତି।
7
ଯେଉଁ ଭୂମି ବୃଷିଜଳ ଗ୍ରହଣ କରି ବ୍ୟବହାରଯୋଗ୍ୟ ଶସ୍ୟ ଉତ୍ପନ୍ନ କରେ, ସେହି ଭୂମିକୁ ଈଶ୍ୱର ଆର୍ଶୀବାଦ କରନ୍ତି।
8
କିନ୍ତୁ ଭୂମି ଯଦି କଣ୍ଟା ଗଛ ଓ ବାଳୁଙ୍ଗା ଉତ୍ପନ୍ନ କରେ, ତେବେ ତାହାର କୌଣସି ମୂଲ୍ୟ ରହିବ ନାହିଁ। ତାହା ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ ଏବଂ ଅଗ୍ନିରେ ଧ୍ୱଂସ ପାଇବ।
9
ପ୍ରିୟ ବନ୍ଧୁଗଣ, ଆମେ ଏହିପରି କଥା କହିଲେ ସୁଦ୍ଧା ତୁମ୍ଭମାନଙ୍କ ଉପରେ ଆମର ଆସ୍ଥା ଅଛି; ତୁମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆର୍ଶୀବାଦର ପାତ୍ର ହୋଇ ରହିଛ।
10
ଈଶ୍ୱର ଅନ୍ୟାୟକରନ୍ତି ନାହିଁ। ତୁମ୍ଭମାନଙ୍କର କାର୍ଯ୍ୟ, ବିଶେଷ କରି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରି ଈଶ୍ୱରଙ୍କ ପ୍ରତି ତୁମେ ଯେଉଁ ପ୍ରେମ ପ୍ରକାଶ କରି ଆସିଛ, ତାହା ସେ ଭଳଲିବେ ନାହିଁ।
11
ଆମର ଏକାନ୍ତ ଇଚ୍ଛା, ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଆଗହ ଅକ୍ଷୁଣ୍ଠ ରହୁ। ତାହାହେଲେ, ତୁମ୍ଭମାନଙ୍କର ପ୍ରତ୍ୟାଶିତ ସମସ୍ତ ବିଷୟ ସଫଳ ହେବ।
12
ଆମେ ଚାହୁଁ, ତୁମ୍ଭେମାନେ କେବେ ଶିଥିଳ ନ ହୋଇ ଦୃଢ଼ ବିଶ୍ୱାସୀ ଓ ଧୈର୍ଯ୍ୟଶାଳୀ ବ୍ୟକ୍ତିମାନଙ୍କୁ ଅନୁସରଣ କର ଏବଂ ଈଶ୍ୱର ପ୍ରତିଜ୍ଞା କରିଥିବା ସମସ୍ତ ବିଷୟ ପ୍ରାପ୍ତ ହୁଅ।
13
ଅବ୍ରାହାମଙ୍କୁ ଈଶ୍ୱର ଯେତେବେଳେ ପ୍ରତିଶ୍ରୁତି ଦେଲେ, ସେତେବେଳେ ସେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ଶପଥ କରିଥିଲେ। ତାଙ୍କ ଅପେକ୍ଷା ଶ୍ରେଷ୍ଠ କେହି ନ ଥିବାରୁ ସେ ନିଜ ନାମରେ ଶପଥ କରିଥିଲେ।
14
ସେ କହଥିଲେ, “ମୁଁ ପ୍ରତିଜ୍ଞା କରୁଛିୁ ତୁମକୁ ଆଶୀର୍ବାଦ କରିବି, ତୁମର ବଂଶକୁ ବହୁଳ ଭାବରେ ବୃଦ୍ଧି କରିବି।”
15
ଅବ୍ରାହାମ ଧୈର୍ଯ୍ୟ ଧରି ଅପେକ୍ଷା କଲେ। ତେଣୁ ସେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟସବୁ ପ୍ରାପ୍ତ ହେଲେ।
16
ଲୋକେ ଶପଥ କଲାବେଳେ ନିଗଠାରୁ ମହତ୍ତର ବ୍ୟକ୍ତିଙ୍କ ନାମରେ ଶପଥ କରନ୍ତି, ଏଭଳି ଶପଥ କରିବା ଦ୍ୱାରା ସମସ୍ତ ବାଦାନୁବାଦର ଅବସାନ ଘଟେ।
17
ଈଶ୍ୱର ଯେଉଁମାନଙ୍କୁ ସେହି ସବୁ ବିଷୟ ଦାନ କରିବେ ବୋଲି ସେମାନଙ୍କୁ ସ୍ପଷ୍ଟଭାବେ ଜଣାଇବା ପାଇଁ ସେ ତାଙ୍କ ପ୍ରତିଜ୍ଞା ସହିତ ଶପଥ ଯୋଗ କରିଥିଲେ।
18
ତାଙ୍କର ପ୍ରତିଜ୍ଞା ଓ ଶପଥ ଅପରିବର୍ତ୍ତନୀୟ, ତାହା ଭଙ୍ଗ କରି ଈଶ୍ୱର ମିଥ୍ୟାବାଦୀ ହେବେ ନାହିଁ। ଅତଏବ ତାଙ୍କର ଆଶ୍ରିତ ଆମ୍ଭେମାନେ, ସମ୍ମୁଖରେ ଥିବା ଭରସାକୁ ଦୃଢ଼ ରୂପେ ଧରି ରଖିବା ନିମନ୍ତେ ବିଶେଷ ଉତ୍ସାହ ଲାଭ କରୁଛୁ।
19
ଏହି ଭରସା ଆମ୍ଭମାନଙ୍କ ଜୀବନର ଲଙ୍ଗର ସ୍ୱରୂପ। ଏହା ନିର୍ଭରଯୋଗ୍ୟ ଓ ନିରାପଦ ଏବଂ ସ୍ୱଗୀୟ ମନ୍ଦିରର ପର୍ଦ୍ଦ। ଭେଦ କରି ମହାବବିତ୍ର ସ୍ଥାନରେ ପହଞ୍ଚି ପାରିଛି।
20
ଆମ୍ଭମାନଙ୍କର ପ୍ରତିନିଧି ସ୍ୱରୂପ ଯୀଶୁ ପୂର୍ବରୁ ସେଠାକୁ ଗଲେଣି। ସେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଚିରକାଳ ପାଇଁ ମହାଯାଗକ ହୋଇଛନ୍ତି।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
All chapters:
1
2
3
4
5
6
7
8
9
10
11
12
13