bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 10
Hebrews 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
1
ଇହୁଦୀୟ ବ୍ୟବସ୍ଥା ବାସ୍ତବ ବିଷୟର ଏକ ପୂର୍ଣ୍ଣଙ୍ଗ ଓ ଅବିକଳ ଚିତ୍ର ନୁହେଁ, ଏହା ଆଗାମୀ ଉତ୍କୃଷ୍ଟ ବିଷୟର ଏକ ଅସ୍ପଷ୍ଟ ସୂଚନା ମାତ୍ର। ସର୍ବଦା ବର୍ଷକୁ ବର୍ଷ ସେହି ଏକ ପ୍ରକାରେ ବଳିଦାନ ଉତ୍ସର୍ଗ କରାଯାଉଛି। ଯେଉଁମାନେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ବ୍ୟବସ୍ଥାର ସେହିସବୁ ବଳିଦାନ ଦ୍ୱାରା ସେମାନେ କଅଣ ସଦ୍ଧ ହୋଇ ପାରୁଛନ୍ତି?
2
ଏହିପରି ଭାବରେ ଈଶ୍ୱରଙ୍କ ଉପାସକମାନେ ଯଦି ପ୍ରକୃତରେ ପାପରୁ ପରିଷ୍କୃତ ହୋଇପାରୁଥାନ୍ତେ, ତେବେ ସେମାନେ ଆଉ ନିଜକୁ ପାପୀ ମନେ କରରନ୍ତେ ନାହିଁ ଏବଂ ସମସ୍ତ ବଳିଦାନର ଅବସାନ ଘଟନ୍ତା।
3
କିନ୍ତୁ, ସେପରି ନ ହୋଇ ବର୍ଷକୁ ବର୍ଷ ବଳିଦାନ ଉତ୍ସର୍ଗ କରିବା ଦ୍ୱାରା ମନୁଷ୍ୟକୁ କେବଳ ତା’ର ପାପ ବିଷୟ ସ୍ମରଣ ଦିଆଯାଉଛି।
4
କାରଣ ବୃକ୍ଷ ଓ ଛାଗର ରକ୍ତ କଦାପି ପାପ ମୋଚନ କରିପାରେ ନାହିଁ।
5
ସେଥିପାଇଁ ଖୀଷ୍ଟ ଜଗତକୁ ଆସିବା ପୂର୍ବରୁ ଈଶ୍ୱରଙ୍କୁ କହିଥିଲେ: “ବଳିଦାନ ଓ ନୈବେଦ୍ୟରେ ତୁମେ ସନ୍ତୁଷ୍ଟ ନୁହଁ, କିନ୍ତୁ ତୁମେ ମୋ’ ନମନ୍ତେ ଏକ ଶରୀର ପ୍ରସ୍ତୁତ କରିଛ।
6
ପାପ ମୋଚନ ନିମନ୍ତେ ତୁମେ ବେଦୀ ଉପରେ ହୋମବଳିରେ କିମ୍ବା ପଶୁବଳିରେ ସନ୍ତୁଷ୍ଟ ନୁହଁ।
7
ତେଣୁ ମୁଁ କହିଲି, ‘ହେଈଶ୍ୱର, ମୋ’ ସମନ୍ଧରେ ବ୍ୟବସ୍ଥା ପସ୍ତକରେ ଯେପରି ଲିଖିତ ଅଛି, ମୁଁ ସେହି ପ୍ରକାରେ ତୁମର ଇଚ୍ଛା ସାଧନ କରିବାକୁ ପ୍ରସ୍ତୁତ ଅଛି।”
8
ପ୍ରଥମେ ସେ କହିଥିଲେ, “ତୁମେ ମନୁଷ୍ୟରେ ପାପ ମୋଚନ ପାଇଁ ବଳିଦା ବା ନୈବେଦ୍ୟ କିମ୍ବା ବେଦୀ ଉପରେ ହୋବଳି ଚାହଁ ନାହିଁ; ସେ ସମସ୍ତ ତୁମକୁ ସନ୍ତୁଷ୍ଟ କରିପାରେ ନାହିଁ।” ଏହିସବୁ ବଳିଦାନ ବ୍ୟବସ୍ଥା ଅନୁଯାୟୀ କରାଯାଉଥିଲେ ସୁଦ୍ଧା ସେ ଏହିପରି କହିଥିଲେ।
9
ତା’ପରେ ସେ କହିଥିଲେ, “ହେ ଈଶ୍ୱର, ମୁଁ ତୁମର ଇଚ୍ଛା ସାଧନ କରିବାକୁ ପ୍ରସ୍ତୁତ।”
10
ଅତଏବ ଈଶ୍ୱର ଏହି ସମସ୍ତ ବଳିଦାନ ଅଗ୍ରାହ୍ୟ କରି ତା’ ପରିବର୍ତ୍ତେ ଖୀଷ୍ଟଙ୍କ ବଳିଦାନ ଗ୍ରହଣ କଲେ। ଯୀଶୁ ଖୀଷ୍ଟ ଥରେ ମାତ୍ର ଓ ଚିରକାଳ ପାଇଁ ନିଜ ଶରୀରକୁ ଉତ୍ସର୍ଗ କରି ଈଶ୍ୱରଙ୍କ ଇଚ୍ଛା ସାଧନ କରିଥିବାରୁ, ତାଙ୍କର ସେହି ପ୍ରାୟଶ୍ଚିତ ଯୋଗୁଁ ଆମେ ସମସ୍ତେ ପାପରୁ ପରିଷ୍କୃତ ହୋଇଛୁ।
11
ଇହୁଦୀ ଯାଜକମାନେ ପ୍ରତିଦିନ ନିଜର କର୍ତ୍ତବ୍ୟ ସାଧନ କରି ସେହି ଏକ ପ୍ରକାର ବଳିଦାନ ବାରମ୍ବାର ଉତ୍ସର୍ଗ କରୁଥାଆନ୍ତି, କିନ୍ତୁ ଏହିସବୁ ବଳିଦାନ ଦ୍ୱାରା କେବେହେଲେ ପାପ ମୋଚନ ହୋଇପାରେ ନାହିଁ।
12
କିନ୍ତୁ ଖୀଷ୍ଟ ପାପର ପ୍ରାୟଶ୍ଚିତ ସ୍ୱରୂପେ ଚିରକାଳ ପାଇଁ ଗୋଟିଏ ମାତ୍ର ବଳି ଉତ୍ସର୍ଗ କରିଛନ୍ତି। ତା’ପରେ ସେ ଯାଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।
13
ଈଶ୍ୱର ତାଙ୍କର ଶତ୍ରୁମାନଙ୍କୁ ପଦାନତ ନ କରିବା ପର୍ଯ୍ୟନ୍ତି ସେଦ ସେହିଠାରେ ଅପେକ୍ଷା କରୁଛନ୍ତି।
14
ଯେଉଁମାନେ ପାପରୁ ପରିଷ୍କୃତ ହୋଇ ଶୁଚି ହୋଇଛନ୍ତି, ସେହି ଏକମାତ୍ର ବଳିଦାନ ଦ୍ୱାରା ସେମାନଙ୍କୁ ସେ ଚିରକାଳ ପାଇଁ ସିଦ୍ଧ କରିଛନ୍ତି।
15
ପବିତ୍ରଆତ୍ମା ମଧ୍ୟ ତାଙ୍କର ସାକ୍ଷ୍ୟ ଦେଇ କହିଛନ୍ତି,
16
“ପ୍ରଭୁ କହନ୍ତି, ଭବିଷ୍ୟତରେ ମୁଁ ସେମାନଙ୍କ ସହିତ ଏହି ଚୁକ୍ତି କରିବି। ମୁଁ ମୋର ବ୍ୟବସ୍ଥା ସେମାନଙ୍କ ହୃଦୟରେ ସ୍ଥାପନ କରିବି ଓ ସେମାନଙ୍କ ମାନସପଟରେ ଲେଖିବି।”
17
ଆଉ ମଧ୍ୟ ସେ କହନ୍ତି, “ମୁଁ ଆଉ ସେମାନଙ୍କର ପାପ ଓ କୁକର୍ମ ସ୍ମରଣ କରିବି ନାହିଁ।”
18
ତେଣୁ ସେମାନେ ଯଦି କ୍ଷମା ପ୍ରାପ୍ତ ହୋଇଛନ୍ତି, ତେବେ ପାପ ମୋଚନ ନିମନ୍ତେ ଆଉ ବଳିଦାନର ଆବଶ୍ୟକତା ନାହିଁ।
19
ତେଣୁ ହେ, ଭାଇମାନେ ଯୀଶୁଙ୍କ ମରଣ ହେତୁ ଆମେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବାକୁ ପୂର୍ଣ୍ଣ ଅଧିକାର ପାଇଛୁ।
20
ସେ ତାଙ୍କର ଶରୀରରୂପ ପର୍ଦ୍ଦା ମଧ୍ୟଦେଇ ଆମ୍ଭମାନଙ୍କ ନିମନ୍ତେ ଏକ ନୂତନ ଜୀବନ୍ତ ପଥ ଉନ୍ମୁକ୍ତ କରିଛନ୍ତି।
21
ଈଶ୍ୱରଙ୍କ ଗୃହ ଏବେ ଆମ୍ଭମାନଙ୍କ ମହାଯାଜକଙ୍କ ଜିମାରେ ଅଛି।
22
ଅତଏବ ଆସ, ଆମ୍ଭେମାନେ ଶୁଦ୍ଧ ଅନ୍ତଃକରଣ ଓ ଦୃଢ଼ ବିଶ୍ୱାସ ସହହ ଈଶ୍ୱରଙ୍କ ନିକଟକୁ ଯିବା; କାରଣ ଆମ୍ଭୋନେ ଏବେ କଳୁଷିତ ବିବେକରୁ ଶୁଚି ହୋଇଛୁ ଓ ଆମ ଶରୀର ନିର୍ମଳ ଜଳରେ ଧୌତ ହୋଇଛି
23
ଯେଉଁ ଭରସା ଆମ୍ଭମାନଙ୍କର ଅଛି ବୋଲି ସ୍ୱୀକାର କରୁଛୁ, ସେଥିରେ ଆମେ ଦୃଢ଼ ରହିବା ଉଚିତ, କାରଣ ଆମେ ଈଶ୍ୱରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ରଖିପାରୁ।
24
ଆସ, ଆମ୍ଭେମାନେ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୋଇ ସେମାନଙ୍କ ଉପକାର କରିବା; ଏହିପରି ଭାବରେ ପ୍ରେମର ନିଦର୍ଶନ ଦେଇ ସତ୍କାର୍ଯ୍ୟ କରିବା।
25
ପୁଣି କେହି କେହି ଯେପରି ଉପାସନାରେ ସମବେତ ହେବାକୁ ହେଳା କରନ୍ତି, ଆମେ ସେପରି କରିବା ନାହିଁ। ବରଂ ‘ପ୍ରଭୁଙ୍କର ଦିନ’ ନିକଟ ହୋଇ ଆସୁଛି ଜାଣି ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ।
26
ଆମ୍ଭମାନଙ୍କ ନିକଟରେ ସତ୍ୟ ପ୍ରକାଶିତ ହେବା ପରେ ଆମେ ଯଦି ଜାଣି ଶୁଣି ପାପରେ ଲିପ୍ତ ରହୁ, ତେବେ ଆଉ କୌଣସି ବଳିଦାନ ଆମକୁ ପାପରୁ ମୁକ୍ତ କରି ପାରିବ ନାହିଁ।
27
ତାହାହେଲେ, ଆମେ ଆଗାମୀ ମହାବିଚାରର ସମ୍ମୁଖୀନ ହୋଇ ଈଶ୍ୱର-ଦ୍ରୋହୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରଚଣ୍ଡ ଅଗ୍ନିରେ ଧ୍ୱଂସ ପାଇଯିବା ପରିଣାମକୁ ଭୟଭୀତ ହୋଇ ପ୍ରତିକ୍ଷା କରିବା ଛଡ଼ା ଆମ୍ଭମାନଙ୍କର ଅନ୍ୟ ଦଶା ନାହିଁ।
28
କେହି ଯଦି ମୋଶାଙ୍କ ବ୍ୟବସ୍ଥା ଅମାନ୍ୟ କରେ ଧ ଦୁଇ ବା ତତୋଧବକ ସାକ୍ଷୀଙ୍କର ସାକ୍ଷୀ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାହାକୁ ଦୟା ପ୍ରଦର୍ଶନ ନ କରି ମୃତ୍ୟୁଦଣ୍ଡ ଦିଆଯାଏ।
29
ତାହାହେଲେ, ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ହେୟ ଜ୍ଞାନ କରେ, ଈଶ୍ୱରଙ୍କ ନୂତନ ନିୟମର ରକ୍ତ ଦ୍ୱାରା ପାପ ମୋଚନ ସୁଯୋଗ ପାଇଥିବା ସତ୍ତେ୍ୱତାକୁ ତୁଚ୍ଛ ମନେ କରେ ଏବଂ ନଅୁଗ୍ରହଦାତା ପବିତ୍ରଆତ୍ମାଙ୍କୁ ଅପମମାନ କରେ, ତାହାର ଦଶା କ’ଣ ନ ହେବ? ଭାବି ଦେଖ, ସେ କେତେ ଅଧିକ ଦଣ୍ଡନୀୟ ହେବ।
30
“ମୁଁ ପ୍ରତିଶୋଧ ନେବି, ମୁଁ ଦଣ୍ଡଦାତା” ଏ କଥା ଯେ କହିଛନ୍ତି, “ପ୍ରଭୁ ତାଙ୍କ ଲୋକମାନଙ୍କର ବିଚାର କରିବେ।
31
ଚିରଞ୍ଜୀବୀ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବା କେଡ଼େ ଭୟାନକ।
32
ତୁମ ଅତୀତ କଥା ସ୍ମରଣ କର। ଈଶ୍ୱରଙ୍କ ଆଲୋକ ତୁମ୍ଭମାନଙ୍କୁ ଉଦ୍ଭାସିତ କରିବା ପରେ ତୁମ୍ଭେମାନେ ନାନାଦି ଦୁଃଖ କ୍ଳେଶ ଭୋଗ କଲ, କିନ୍ତୁ ପରାଜିତ ହୋଇ ନ ଥିଲ।
33
କେବେ କେବେ ତୁମ୍ଭେମାନେ ସର୍ବସାଧାରଣରେ ନିନ୍ଦିତ ଓ ଅତ୍ୟାଚାରିତ ହେଉଥିଲେ। ଆଉ କେବେ କେବେ ତୁମ୍ଭେମାନେ ଅନ୍ୟମାନଙ୍କ ଦୁଃଖ ଦୁର୍ଦ୍ଦଶାରେ ସହାନୂଭୂତି ପ୍ରଦଶନ କରୁଥିଲ ଏବଂ ଯେତେବେଳେ ତୁମଦ୍ଭମାନଙ୍କର ସର୍ବସ୍ୱ ଅପହୃତ ହେଲା, ସେତେବେଳେ ତୁମ୍ଭେମାନେ ଅନନ୍ଦରେ ସବୁ କ୍ଷତି ସହ୍ୟ କରିଥିଲ, କାରଣ ତୁମ୍ଭମାନଙ୍କର ଯେ ମହତ୍ତର ଚିରକସ୍ଥାୟୀ ସମ୍ପତ୍ତି ଅଛି, ତାହା ତୁମ୍ଭେମାନେ ଜାଣିଥିଲ।
35
ତେଣୁ ସାହସ ହରାଅ ନାହିଁ, କାଣ ସତ୍ସାହସର ମହାପୁରସ୍କାର ଅଛି।
36
ଈଶ୍ୱରଙ୍କ ଇଚ୍ଛା ସାଧନ କରି, ଯାହା ସେ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ତାହା ପାଇବା ଅ।ଶାରେ ଧୈର୍ଯ୍ୟ ଧରି ରୁହ।
37
ଧର୍ମଶାସ୍ତ୍ରରେ ଲେଖାଅଛି: “ଆଉ ଅଳ୍ପ ସମୟ ଅଅପେକ୍ଷା କର, ଯାହାଙ୍କ ଆଗମନ ହେବାର ଅଛି, ସେ ଆସିବେ, ବଳମ୍ବ କରିବେ ନାହିଁ।”
38
ମୋର ଧାର୍ମିକ ଲୋକମାନେ ବିଶ୍ୱାସରେ ଅଟଳ ରହି ବଞ୍ଚିବେ, କିନ୍ତୁ କେହି ଯଦି ପଛଘୁଞ୍ଚା ଦିଏ, ତା’ ପ୍ରତି ମୁଁ ପ୍ରସନ୍ନ ହୋଇପାରିବି ନାହିଁ।”
39
ପଛଘୁଞ୍ଚା ଦେଇ ବିନଷ୍ଟ ହେବା ଷଳାକ ଆମେ ନୋହୁଁ। ଆମେ ଦୃଢ଼ ବିଶ୍ୱାସୀ ଓ ପରିତ୍ରାଣପ୍ରାପ୍ତ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
All chapters:
1
2
3
4
5
6
7
8
9
10
11
12
13