bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 12
Hebrews 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
1
ଏହିପରି ସାକ୍ଷୀମାନଙ୍କର ଏକ ବିରାଟ ଜନତା ଆମ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି। ଅତଏବ ଆସ, ଯେଉଁସବୁ ବିଷୟ ଆମ୍ଭମାନଙ୍କର ଗତିରୋଧ କରୁଛୁ ଏବଂ ଯେଉଁସବୁ ପାପ ଆମ୍ଭମାନଙ୍କୁ ଟାଣି ଧରୁଛି, ସେ ସମସ୍ତ ପରିତ୍ୟାଗ କରି ଦୃଢ଼ସଂକଳ୍ପ ହୋଇ ଆମ ପାଇଁ ନିରୂପିତ ଦୌଡ଼ରେ ଆଗେଇ ଯିବା। ଏତିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ ଯିବା। ଏଥିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ,
2
ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।
3
ଭାବି ଦେଖ, ସେ କେତେ ଦୁଃଖ ନ ସହିଛନ୍ତି। ସେ ପାପୀମାନଙ୍କଠାରୁ କେତେ ଲାଞ୍ଚନା ସହ୍ୟ ନ କରିଛନ୍ତି। ତେଣୁ ତୁମ୍ଭେମାନେ ନିରୁତ୍ସାହିତ ହୋଇ ଙାଙ୍ଗି ପଡ଼ି ନାହିଁ।
4
କାରଣ ତୁମ୍ଭମାନଙ୍କୁ ଏ ପର୍ଯ୍ୟନ୍ତି ପାପ ବିରୁଦ୍ଧରେ ମରଣାନ୍ତକ ସଂଗ୍ରାମ କରିବାକୁ ପଡ଼ି ନାର୍ହି।
5
ଈଶ୍ୱର ତାଙ୍କ ସନ୍ତାନ ସ୍ୱରୂପେ ତୁମ୍ଭମାନଙ୍କୁ ଯେଉଁ ଉତ୍ସାହବାଣୀ ଶୁଣାଉଛନ୍ତି, ତାହା କ’ଣ ତୁମ୍ଭେମାନେ ଭୁଲି ଯାଇଛ? “ହେ ମୋର ପୁତ୍ର, ଈଶ୍ୱର ତୁମକୁ ଶାସନ କଲାବେଳେ ମନୋଯୋଗୀ ହୁଅ। ସେ ତୁମକୁ ଉର୍ତ୍ସାନାକଲାବେଳେ ନିରୁତ୍ସାହ ହୁଅ ନାହିଁ।
6
କାରଣ ଈଶ୍ୱର ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି ଏବଂ ଯାହାକୁ ପୁତ୍ରବତ୍ ଗ୍ରହଣ କରନ୍ତି, ତାହାକୁ ଶାସ୍ତି ଦିଅନ୍ତି।”
7
ତୁମ୍ଭମାନଙ୍କର ଦୁଃଖ କ୍ଳେଶକୁ ପିତାଙ୍କର ଶାସନ ବୋଲି ମନେକରି ସହ୍ୟ କର, ଏହାଦ୍ୱାରା ସେ ତୁମ ସହିତ ପିତୃବତ୍ ବ୍ୟବହାର କରୁଛନ୍ତି ବୋଲି ପ୍ରକାଶ ପାଉଛି। ପିତାଠାରୁ କେବେ ଶାସ୍ତି ପାଇ ନାହିଁ, ଏପରି ପୁତ୍ର ଅଛି କି?
8
ତାଙ୍କର ଅନ୍ୟ ପୁତ୍ରମାନଙ୍କ ପରି ତୁମକୁ ଯଦି ତୁମ ପିତା ଶାସନ କରନ୍ତି ନାହିଁ, ତେବେ ତ ତୁମେ ପ୍ରକୃତ ପୁତ୍ର ନୁହଁ, ତୁମେ ଜାରଜ ସନ୍ତାନ।
9
ଆମ ଜାଗତିକ ପିତାମାନେ ଆମକୁ ଶାସ୍ତି ଦେଲେ ସୁଦ୍ଧା ଆମେ ସେମାନଙ୍କୁ ଭକ୍ତି କରୁ। ତାହାହେଲେ, ଆମ ସ୍ୱର୍ଗୀୟ ପାତାଙ୍କ ଶାସନର ବଶୀଭୂତ ହୋଇ ରହିବା କେତେ ଅଧିକ ବାଞ୍ଚାନୀୟ!
10
ଆମ ଜାଗତିକ ପିତାମାନଙ୍କ ଦୃଷ୍ଟିରେ ଯାହା ବିହିତ, ସେହି ଅନୁଯାୟୀ ଆମ୍ଭମାନଙ୍କୁ ଅଳ୍ପ କାଳ ପାଇଁ ଶାସନ କରନ୍ତି; କିନ୍ତୁ ଆମେ ଯେପରି ତାଙ୍କ ପବତ୍ରତାେ ଭାଗୀ ହୋଇ ପାରିବୁ, ଏହି ଉଦ୍ଦେଶ୍ୟରେ ଈଶ୍ୱର ଆମ ମଙ୍ଗଳ ନିମନ୍ତେ ଆମକୁ ଶାସନ କରନ୍ତି।
11
ଶାସ୍ତି ପାଇବା ବେଳେ ଆମ୍ଭମାନଙ୍କୁ ତାହା ଦୁଃଖଦାୟକ ମନେ ହୁଏ, କଦାପି ସୁଖକର ନୁହେଁ। କିନ୍ତୁ ଶାସ୍ତି ଦ୍ୱାରା ଯେଉଁମାନଙ୍କର ଜୀବନ ଶୃଙ୍ଖଳିତ ହୁଏ, ସେମାନେ ପରେ ଶାନ୍ତିପ୍ରଦ ଧାର୍ମିକ ଜୀବନ ରୂପ ପୁରସ୍କାର ଲାଭ କରନ୍ତି।
12
ତେଣୁ ତୁମ୍ଭମାନଙ୍କର ଦୁର୍ବଳ ହସ୍ତ ଉତ୍ତୋଳନ କର ଓ କବଶ କର।
13
ସଳଖ ପଥମାନଙ୍କପରେ ଗମନ କର; ତାହାହେଲେ, ତୁମର ପଙ୍ଗୁ ପଦ ଅଚଳ ନ ହୋଇ ସୁସ୍ଥ ହେବ।
14
ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।
15
ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।
16
ଏଷୌ ପରି କେହି ଭ୍ରଷ୍ଟାଚାରୀ ବା ଅଧର୍ମାଚାରୀ ନ ହେଉ; ସେ ତ ଓଳିକର ଖାଦ୍ୟ ପାଇଁ ଜ୍ୟେଷ୍ଠାଧିକାର ବିଜୟ କରି ଦେଇଥିଲା।
17
ପରେ ସେ ପିତାଙ୍କ ଆଶୀର୍ବାଦ ଲାଭ କରିବାକୁ ଉତ୍କଣ୍ଠିତ ହେଲା, କିନ୍ତୁ ପରିତ୍ୟାକ୍ତ ହେଲା। ବହୁ ଅଶୁପାତ କରି ସୁଦ୍ଧା ସେ ନିଜ କୃତ କର୍ମର ଫଳ ପରିବତ୍ତିନ କରିପାରି ନ ଥିଲା।
18
ଈଶ୍ରାଏଲୀୟମାନଙ୍କ ପରି ତୁମ୍ଭେମାନେ ସିନାଇ ପର୍ବତରେ ପ୍ରଜ୍ୱଳିତ ଅଗ୍ନି, ଘନ ଅନ୍ଧକାର, ଘୃର୍ଣ୍ଣିବାତ୍ୟା, ତୂରୀନାଦ ଏବଂ କଣ୍ଠ ସ୍ୱରର ରଅନୁଭୂତି ପାଇ ନାହିଁ। ଇଶ୍ରାଏଲୀୟମାନେ ସେହି ସ୍ୱର ଶୁଣି ଅନୁନୟ କରିଥିଲେ, ଯେପରି ସେମାନେ ସେଥିରୁ ଆଉ ପଦେ ହେଲେ ନ ଶୁଣିନ୍ତି,
20
କାରଣ “ପଶୁଟିଏ ସୁଦ୍ଧା ସେହି ପର୍ବତକୁ ସ୍ପର୍ଶ କଲେ, ତାହାକୁ ପ୍ରସ୍ତଗଘାତ କରି ହତ୍ୟା କରାହେବ”, ଏହି କଠୋର ଆଦେଶ ସେମାନଙ୍କ ପକ୍ଷରେ ଅଦହ୍ୟ ହୋଇଥିଲା।
21
ସେହି ଦୃଶ୍ୟ ଏତେ ଭୟାନକ ଥିଲା ଯେ, ମୋଶା କହିଥିଲେ, “ମୁଁ ଭୟରେ ଥରହର ହୋଉଛି।”
22
କିନ୍ତୁ ତୁମ୍ଭେମାନେ ଆସିଛ ସିୟୋନ ପବିତକୁ, ଜୀବନ୍ତ ଈଶ୍ୱରଙ୍କ ନଗରୀ ସ୍ୱର୍ଗୀୟ ଯିରୂଶାଲମକୁ, ଯେଉୂଁଠାରେ ସହସ୍ର ସହସ୍ର ସ୍ୱର୍ଗଦୂତମାନଙ୍କର ସମାବେଶ।
23
ଈଶ୍ୱରଙ୍କ ଯେଉଁ ପ୍ରଥମ ଜାତ ସନ୍ତାନମାନଙ୍କର ନାମ ସ୍ୱର୍ଗରେ ଲିକିତ ହୋଇଛି, ତୁମ୍ଭେମାନେ ସେହିମାନଙ୍କର ଆନନ୍ଦୋତ୍ସବକୁ ଅସିଛ। ସମଗ୍ର ମାନବ ଜାତିର ବିଚାରକ ଈଶ୍ୱରଙ୍କ ନିକଟକୁ ଏବଂ ସିଦ୍ଧିପ୍ରାପ୍ତ ଧାର୍ମିକ ମନୁଷ୍ୟମାନଙ୍କର ଆତ୍ମାମାନଙ୍କ ନିକଟକୁ ତୁମ୍ଭେମାନେ ଆସିଛ।
24
ପୁଣି, ନୂତନ ଚୁକ୍ତିର ସ୍ଥାପୟିତା ଯୀଶୁଙ୍କ ନିକଟକୁ ଓ ଯାହାଙ୍କର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ମହତ୍ତର ବିଷୟମାନ ପ୍ରଦାନ କରିବ ବୋଲି ଆଶା ସଞ୍ଚାର କରୁଛ, ସେହି ରକ୍ତ ନିକଟକୁ ଆସିଛ।
25
ଅତଏବ, ସାବଧାନ, ତାହାଙ୍କର କଥାକୁ ଅବଜ୍ଞା କର ନାହିଁ। ସ୍ୱର୍ଗରୁ ବାର୍ତ୍ତା ନେଇ ଆସି ପୃଥିବୀରେ ତାହାକୁ ପରିବେଷଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଯେଉଁମାନେ କର୍ଣ୍ଣପାତ କଲେ ନାହିଁ, ସେମାନେ କେହି ରକ୍ଷା ପାଇ ନାହିଁନ୍ତି। ତା’ହେଲେ, ଏବେ ଯେ ସ୍ୱର୍ଗରେ ଥାଇ କଥା କହିଛନ୍ତି, ତାଙ୍କୁ ଉପେକ୍ଷା କଲେ ଆମେ କଅଣ ତ୍ରାହି ପାଇ ପାରିବା?
26
ସେତେବେଳେ ତାଙ୍କର ସ୍ୱର ପୃଥିବୀକୁ ଆଲୋଡ଼ିତ କରିଥିଲା। ବର୍ତ୍ତମାନ ସେ ପ୍ରତିଜ୍ଞା କରିଛନ୍ତି, “ମୁଁ ପୁନର୍ବାର ନୁହେଁ, ଆକାଶମଣ୍ଡଳକୁ ମଧ୍ୟ ଅ;ଲାଡ଼ିନ କରିବି।”
27
ଲଥିରୁ ସୁସ୍ପଷ୍ଟ ଯେ, ସେ “ପୁନର୍ବାର” ଯାହା କରିବେ, ତଦ୍ଦ୍ୱାରା ସୃଷ୍ଟିର ସମସ୍ତ ବିଷୟ ଆଲୋଡ଼ିତ ହୋଇ ଲୋପ ପାଇବ। କେବଳ ଯେଉଁବବୁ ବିଷୟ ଦୋହଲା ଯାଇ ପାରିବ ନାହିଁ, ତାହା ଅଟଳ ହୋଇ ରହିବ।
28
ତେଣୁ ଆସ, ଆମେ କୃତଜ୍ଞା ହେବା, କାରଣ ଆମେ ଏକ ଅବିନଶ୍ୱର ରାଜ୍ୟ ପାଇବା। ଆସ, ଆମ କୃତଜ୍ଞତା ଜ୍ଞାପନ କରିବା ଏବଂ ଭକ୍ତି ଓ ଭୟର ସହିତ ଈଶ୍ୱରଙ୍କ ସନ୍ତୋଷଭାନ ହୋଇ ତାହାଙ୍କୁ ପୂଜା କରିବା।
29
କାରଣ ପ୍ରକଅିରେ ଆମ୍ଭମାନଙ୍କର ଈଶ୍ୱର ଏକ ଧ୍ୱଂସକାରୀ ଅଗ୍ନି ଅଟନ୍ତି।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
All chapters:
1
2
3
4
5
6
7
8
9
10
11
12
13