bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 7
Hebrews 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 8 →
1
ଏହି ମଲ୍କିସେଦକ ଶାଲେମର ରାଜ ଏବଂ ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ। ଅବ୍ରାହାମ ଯେତେବେଳେ ଚାରିଜଣ ରାଜାକୁ ପରାସ୍ତ କରି ଯୁଦ୍ଧରୁ ଫେରୁଥିଲେ, ସେତେବେଳେ ମଲ୍କିସେଦକ ତାଙ୍କୁ ସାକ୍ଷାତ କରି ଆର୍ଶୀବାଦ କରିଥିଲେ।
2
ଆଉ ଅବ୍ରାହାମ ତାଙ୍କୁ ଯୁଦ୍ଧଲବ୍ଧ ଧନର ଏକ ଦଶମାଂଶ ଦାନ କରିଥିଲେ। (ମଲ୍କି-ସେଦଙ୍କ ନାମର ପ୍ରଥମ ଅର୍ଥ ହେଉଛି “ଧାର୍ମିକ ରାଜା”, ସେ ଶାଲେମର ରାଜା ହୋଇଥିବାରୁ ତାଙ୍କର ନାମର ଅନ୍ୟ ଅର୍ଥ “ଶାନ୍ତି ରାଜା”।)
3
ମଲ୍କି-ସେଦକଙ୍କ ପିତାମାତା ବା ପୂର୍ବପୁରୁଷଙ୍କର କିମ୍ବା ତାଙ୍କ ଜନ୍ମ ଓ ମୃତ୍ୟ ସମ୍ବନ୍ଧରେ କୌଣସି ବିବରଣୀ ନାହିଁ। ସେ ଈଶ୍ୱରଙ୍କ ପୁତ୍ର ସଦୃଶ; ତାଙ୍କର ଯାଜକତ୍ୱ ଚିରନ୍ତନ।
4
ତେଣୁ ଚିନ୍ତା କର, ସେ କେଡ଼େ ମହାନ୍। ଆମ୍ଭମାନଙ୍କର ବିଖ୍ୟାତ ପୂର୍ବପୁରୁଷ ଅବ୍ରାହାମ ଯୁଦ୍ଧଲବ୍ଧ ଧନର ଏକ ଦଶମାଂଶ ତାଙ୍କୁ ଦାନ କରିଥିଲେ।
5
ଲେବୀଙ୍କର ଯେଉଁ ବଂଶଧରମାନେ ଯାଜକ କାର୍ଯ୍ୟକରନ୍ତି, ସେମାନେ ବ୍ୟବସ୍ଥାନ ନିର୍ଦ୍ଦେଶାନୁଯାୟୀ ଇଶ୍ରାଏଲୀୟମାନଙ୍କଠାରୁ ଦଶମାଂଶ ଦାନ ଗ୍ରହଣ କରନ୍ତି। ଇଶ୍ରାଏୀୟମାନେ ଅବ୍ରାହାମଙ୍କ ବଂଶଧର ଓ ଲେବୀମାନଙ୍କର ସ୍ୱଜାତି ହେଲେ ମଧ୍ୟ ସେମାନଙ୍କଠାରୁ ଏହି ଶୁଳ୍କ ଆଦାୟ କରାଯାଉଥିଲା।
6
ମଲ୍କିସେଦକ ଲେବୀ ବଂଶୀୟ ନ ଥିଲେ ସୁଦ୍ଧା, ସେ ଈଶ୍ୱରଙ୍କ ପ୍ରତିଶ୍ରୁତିପ୍ରାପ୍ତ ଅବ୍ରାହାମଙ୍କଠାରୁ ଏକ ଦଶମାଂସ ଦାନ ଗ୍ରହଣ କରି ତାଙ୍କୁ ଆଶୀର୍ବାଦ କରିଥିଲେ।
7
ଆର୍ଶୀବାଦ କରିବା ଦ୍ୟକ୍ତି ଆର୍ଶୀବାଦ ପାଇବା ବ୍ୟକ୍ତିଠାରୁ ଯେ ମହାନ, ଏଥରେ ସନ୍ଦେହ ନାହିଁ।
8
ଏକ ଦଶମାଂଶ ଦାନ ଗ୍ରହଣକାରୀ ଯାଜକମାନେ ମରଣଶୀଳ ମନୁଷ୍ୟମାତ୍ର, କିନ୍ତୁ ଶାସ୍ତ୍ର ବାକ୍ୟ ଅନୁଯାୟୀ ଏକ ଦଶମାଂଶ ଦାନ ଗ୍ରହଣକାରୀ ମଲ୍କିସେଦକ ଅମର।
9
ଅତଏବ ଅବ୍ରାହାମ ମଲ୍କିସେଦକଙ୍କୁ ଦଶମାଂଶ ଦାନ ଦେଲାବେଳେ, ଯେଉଁ ଲେବୀଙ୍କର ବଂଶଧର ଯାଜକମାନେ ବର୍ତ୍ତମାନ ଦଶମାଂଶ ଦାନ ଗ୍ରହଣ କରୁଛନ୍ତି, ସେହି ଲେବୀ ମଧ୍ର ମଲ୍କିସେଦକଙ୍କୁ ଉକ୍ତ ଦାନ ଦେଇଥିଲେ ବୋଲି କୁହାଯାଇପାରେ।
10
ଲେବୀ ଦେତେବେଳେ ଜନ୍ମ ଗ୍ରହଣ କରି ନ ଥଲେସତ, କିନ୍ତୁ ଅବ୍ରାହାମ ଛଙ୍କୁ ସାକ୍ଷାତ କଲାବେଳେ ପିତୃପୁରୁଷ ଅବ୍ରାହାମଙ୍କର ବଂଶକ ଭାବରେ ଲେବୀ ତାଙ୍କ ଶରୀରରେ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବା ନହିଁ।
11
ଏହି ଲେବୀୟମାନଙ୍କର ଯାଜକତ୍ୱକୁ ଭିତ୍ତି କରି ଇଶ୍ରାଏଲ ଜାତିକୁ ତାହାର ବ୍ୟବସ୍ଥା ପ୍ରଦତ୍ତ ହୋଇଥଲା। ଲେବୀୟମାନଙ୍କ କାର୍ଯ୍ୟ ଯଦି ଚୁଢ଼ାନ୍ତ ହୋଇଥାଆନ୍ତି, ତେବେ ହାରୋଣଙ୍କ ଉତ୍ତରାଧିକାରୀ ଏହି ଲେବୀ ଯାଜକମାନଙ୍କୁ ବାଦ୍ ଦିଆଯାଇ, ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଅନ୍ୟ ଏକ ଯାଜକ ଗୋଷ୍ଠୀର ଆବଶ୍ୟକତା ନ ଥିଲା।
12
ଯାଜକ ଗୋଷ୍ଠୀର ପରିବର୍ତ୍ତନ ହେଲେ ବ୍ୟବଦ୍ଥାରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ।
13
ଯାହାଙ୍କ ସର୍ମ୍ପକରେ ଆମେ ଏହିସବୁ କଥା କହୁଛୁ, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁ ଅନ୍ୟ ଏକ ବଂଶୀୟ ଥିଲେ; ସେହି ବଂଶର କେହି କେବେ ଯାଜକ କାର୍ଯ୍ୟ କରି ନାହାଁନ୍ତି।
14
ଏହା ସୁବିଦିତ ଯେ, ସେ ଯିହୁଦା ବଂଶେ ଜନ୍ମ ଗ୍ରହଣ କରିଥିଲେ ଏବଂ ଯାଜକ ହେବା ପାଇଁ ମୋଶା ଏହି ବଂଶର ନାମ ଉଲ୍ଲେଖ କରି ନାହାଁନ୍ତି।
15
ଏତିରୁ ସ୍ପଷ୍ଟ ବୁଝାଯାଉଛି ଯେ, ଛଙ୍କ ସଦୃଶ ଅନ୍ୟ ଜଣେ ଯାଜକଙ୍କ ଆବିର୍ଭାବ ହେଲା।
16
ସେ ମନୁଷ୍ୟ ସଂସ୍ଥାପିତ ନିୟମ ଓ ପଦ୍ଧତି ଦ୍ୱାରା ଯାଜକ ହୋଇ ନ ଥିଲେ; ଅନନ୍ତ ଜୀବନର ଶକ୍ତି କତ୍ତ୍ୱର୍କ ସେ ଯାଜକ ହୋଇଥିଲେ।
17
କାରଣ ଧର୍ମଶାସ୍ତ୍ରରେ ଲିଖିତ ଅଛି, “ତୁମେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସ୍ୱରୂପ ଅନନ୍ତକାଳୀନ ଯାଜକ ହେବ।”
18
ସୁତରାଂ ପୁରାତନ ବ୍ୟବସ୍ଥା ଶକ୍ତିହୀନ ଏବଂ ଅଦରକାରୀ ହେବାରୁ ତାହାକୁ ରଦ୍ଦ କରାଗଲା।
19
କାରଣ ମୋଶାପ୍ରଦତ୍ତ ବ୍ୟବସ୍ଥା ଦ୍ୱାରା କୌଣସି ବିଷୟ ପୂର୍ଣ୍ଣତା ଲାଭ କରି ପାରିଲା ନାହିଁ। ବର୍ତ୍ତମାନ ଅମ୍ଭମାନଙ୍କୁ ଏକ ବଳବତ୍ତର ଭରସା ପ୍ରଦତ୍ତ ହୋଇଛି; ସେଥିଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ସମର୍ଥ ହୋଇଛୁ।
20
ଅଧିକରୁ ଆମ ପାଇଁ ଈଶ୍ୱରଙ୍କ ଶପଥ ମଧ୍ୟ ରହିଛି। ଅନ୍ୟମାନେ ଯାଜକ ପଦରେ ନିଯୁକ୍ତ ହେଲାବେଳେ ଏପରି କୌଣସି ଶପଥ ପ୍ରଦତ୍ତ ହୋଇ ନା ଥିଲା।
21
କିନ୍ତୁ ଖ୍ରୀଷ୍ଟ ଯାଜକ ହେବା ସମୟରେ ଈଶ୍ୱର ଶପଥ କରି ତାଙ୍କୁ କହିଥିଲେ, “ପ୍ରଭୁ ଏକ ଶପଥ କରିଛନ୍ତି ସେ ତାଙ୍କର ସଂକଳ୍ପ ପରିବର୍ତ୍ତନ କରିବେ ନାହିଁ: ‘ତୁମେ ଅନନ୍ତକାଳୀନ ଯାଜକ ହେବ’।”
22
ଏହି ପାର୍ଥକ୍ୟ ହେତୁରୁ ଯୀଶୁ ଏକ ମହତ୍ତର ଚୁକ୍ତିର ନିଶ୍ଚିତତା ପ୍ରଦାନ କରନ୍ତି।
23
ଏହା ବ୍ୟତୀତ ଆଉ ଏକ ପାର୍ଥକ୍ୟ ମଧ୍ୟ ପରିଲକ୍ଷିତ ହୁଏ। ଅନ୍ୟ ଯାଜକମାନେ ମରଣଶୀଳ ହୋଇଥିବାର ସେମାନଙ୍କ ମତ୍ୟୁ ଅନ୍ତେ ଅନ୍ୟମାନେ ଯାଜକ ନିଯୁକ୍ତ ହୁଅନ୍ତି; ତେଣୁ ସେମାନେ ସଂଖ୍ୟାରେ ଅନେକ।
24
ମାତ୍ର ଯୀଶୁ ଚିରକାଳ ଜାବିତ। ସୁତରାଂ ତାଙ୍କର ଯାଜକ ପଦରେ ଅନ୍ୟ କେହି ନିଯୁକ୍ତ ହେବା ପ୍ରଶ୍ନ ନାହିଁ।
25
ତେଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସେ ବର୍ତ୍ତମାନ ତଥା ଚିରକାଳ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ନିବେଦନ କରିବାକୁ ସେ ଚିରକାଳ ଜୀବିତ।
26
ତେବେ ଆମ୍ଭମାନଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଯୀଶୁ ହିଁ ଏକମାତ୍ର ମହାଯାଜକ। ସେ ପବିତ୍ର, ପାପଦୋଷରହିତ, ପାପୀମାଦଙ୍କଠାରୁ ପଥକୀକୃତ, ଉଦ୍ଧ୍ୱର୍ତମ ସ୍ୱର୍ଗକୁ ଉନ୍ନୀତ।
27
ସେ ଅନ୍ୟାନ୍ୟ ମହାଯାଜକଙ୍କ ସଦୃଶ ନୁହଁନ୍ତି; ସେମାନଙ୍କ ପରି ତାଙ୍କୁ ପ୍ରଥମେ ନିଜ ପାପ ଦିମନ୍ତେ ପ୍ରତିଦିନ ବଳି ଉତ୍ସର୍ଗ କରିବାକୁ ପଢ଼େ ନାହିଁ। ସେ ନିଜକୁ ଉତ୍ସର୍ଗ କରି ଏକାଥରକେ ଏକ ଅନନ୍ୟ ବଳିଦାନ ସାଧନ କରିଛନ୍ତି।
28
ମୋଶାଙ୍କ ବ୍ୟବସ୍ଥାରେ ନିଯୁକ୍ତ ମହାଯାଜକମାନଙ୍କର ଦୋଷ ଦୁର୍ବଳତା ଥାଏ; କିନ୍ତୁ ବ୍ୟବସ୍ଥା ସଂସ୍ଥାପନର ପରବର୍ତ୍ତୀ ସମୟରେ ଈଶ୍ୱର ନିଜର ପ୍ରତିଜ୍ଞା ଓ ଶପଥ ଅନୁଯାୟୀ ତାଙ୍କର ଯେଉଁ ପୁତ୍ରଙ୍କୁ ମହାଯାଜକ ରୂପେ ନୁଯୁକ୍ତ କଲେ, ସେ ଚିରକାଳ ପାଇଁ ସିଦ୍ଧ ହୋଇଛନ୍ତି।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 8 →
All chapters:
1
2
3
4
5
6
7
8
9
10
11
12
13