bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 4
Hebrews 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 5 →
1
ଆମ୍ଭମାନଙ୍କୁ ଯେଉଁ ବିଶ୍ରାମ ଦେବେ ବୋଲି ଈଶ୍ୱର କହିଥିଲେ, ତାହା ଆମେ ପାଇ ପାରିବୁ ବୋଲି କେହି ଯେପରି ବଞ୍ଚିତ ନ ହୁଅ, ଏଥିପାଇଁ ସଜାଗ ରୁହ।
2
କାରଣ ସେମାନଙ୍କ ପରି ଆମେ ମଧ୍ୟ ସୁସମାଚାର ଶୁଣିଛୁ। ସେମାନେ ତାହା ଶୁଣି ସୁଦ୍ଧା ବିଶ୍ୱାସରେ ଗ୍ରହଣ କଲେ ନାହିଁ।
3
କିନ୍ତୁ ଆମ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ହିଁ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଶ୍ରାମ ଲାଭ କରିବେ, କାରଣ ଈଶ୍ୱର କହିଛନ୍ତି, “ମୁଁ କ୍ରୋଧନ୍ୱିତ ହୋଇ ଶପଥ କଲି: ସେମାନେ ମୋର ବିଶ୍ରାମରେ ପ୍ରବେଶ କରିବେ ନାହିଁ।” ଜଗତରେ ସୃଷ୍ଟି ସମୟରୁ ତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଈଶ୍ୱର ଏ କଥା କହିଥିଲେ।
4
ଧର୍ମଶାସ୍ତ୍ରର କୌଣସି ଏକ ସ୍ଥାନରେ “ସପ୍ତମ ଦିନ” ବିଷୟରେ ଏହିପରି ଭାବରେ ଲିଖିତ ଅଛି, “ଈଶ୍ୱର ତାଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସପ୍ତମ ଦିନରେ ବିଶ୍ରାମ କଲେ।”
5
ପୁଣି ଏ ସର୍ମ୍ପକରେ ଅନ୍ୟତ୍ର ଉଲ୍ଲେଖ ଅଛି, “ସେମାନେ ମୋର ବିଶ୍ରାମରେ କଦାପି ପ୍ରବେଶ କରି ପାରିବେ ନାହିଁ”
6
ଯେଉଁମାନେ ପ୍ରଥମେ ସୁସମାଚାର ଶୁଣିଥିଲେ, ନିଜର ଅବିଶ୍ୱାସ ହେତୁ ସେହି ବିଶ୍ରାମ ଲାଭ କରିବାକୁ ଅସମର୍ଥ ହୋଇଥିଲେ। ଏବେ, ଅନ୍ୟମାନେ ସେହି ବିଶ୍ରାମ ଲାଭ କରିବାକୁ ସୁଯୋଗ ପାଉଛନ୍ତି;
7
କାରଣ ସେମାନଙ୍କ ପାଇଁ ଈଶ୍ୱର ଅନ୍ୟ ଏକ ଦିନ ନିରୂପଣ କରିଛନ୍ତି ଏବଂ ତାହା ହେଉଛି, “ଆଜି”। ଉପରୋକ୍ତ ସମୟର ବହୁ ବର୍ଷ ପରେ ଈଶ୍ୱର ରାଜା ଦାଉଦଙ୍କ ଦ୍ୱାରା ଏହି ବିଷୟ ଉଲ୍ଲିଖିତ ଶାସ୍ତ୍ର ବାକ୍ୟରେ ପ୍ରକାଶ କରିଥିଲେ: “ଆଜି ଯଦି ତୁମେ ଈଶ୍ୱରଙ୍କ ବଣୀ ଶ୍ରବଣ କର, ତେବେ ହୃଦୟ କଠିନ କର ନାହିଁ।”
8
ଯଦି ଯିହୋଶୂୟ ଲୋକମାନଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଶ୍ରାମ ଦେଇ ପାରିଥାନ୍ତେ, ତେବେ ଈଶ୍ୱର ପରେ ଅନ୍ୟ ଏକ ଦିନ କଥା ଉଲ୍ଲେଖ କରି ନ ଥା’ନ୍ତେ।
9
ଅତଏବ ଏହା ସୁସ୍ପଷ୍ଟ ଯେ, ସପ୍ତମ ଦିନରେ ଈଶ୍ୱର ବିଶ୍ରାମ କରିବା ପରି, ତାଙ୍କ ଲୋକମାନଙ୍କ ନିମନ୍ତେ ଏକ ବିଶ୍ରାମର ସମୟ ରଖାଯାଇଛି।
10
ଈଶ୍ୱର ଯେପରି ଆପଣା କାର୍ଯ୍ୟରୁ ହେଲାଣି, ଅଥଚ ଏବେ ସୁଦ୍ଧା ଈଶ୍ୱରଙ୍କ ବାଣୀର ପ୍ରଥମିକ ତତ୍ତ୍ୱଗୁଡ଼ିକ ତୁମମାନଙ୍କୁ ଶିକ୍ଷଶ ଦେବାକୁ ବିଶ୍ରାମ କଲେ, ଯେ କେହି ତାଙ୍କ ‘ପ୍ରତିଜ୍ଞାତ ବିଶ୍ରାମକୁ ‘ଗ୍ରହଣ କରେ, ସେ ମଧ୍ୟ ନିଜର କର୍ମ କ୍ଳାନ୍ତିରୁ ବିଶ୍ରାମକୁ’ ଗ୍ରହଣ କରେ, ସେ ମଧ୍ୟ ନିଜର କର୍ମ କ୍ଳାନ୍ତିରୁ ବିଶ୍ରାମ ପାଇବ।
11
ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା।
12
ଈଶ୍ୱରଙ୍କ ବାଣୀ ଜୀବନ୍ତ ସକ୍ରିୟ। ତାହା ଦୁଇ ଧାରଯୁକ୍ତ ଖଣ୍ଡ ଅପେକ୍ଷା ଅଧିକ ଶାଣିତ; ଆତ୍ମା ଓ ପ୍ରାଣି ତଥା ଗୁଣ୍ଠି ଓ ମଜ୍ଜାର ପରିଭେଦକ, ପୁଣି ମନୁଷ୍ୟ ହୃଦୟର ଅଭିଳାଷ ଓ କଳ୍ପନର ବିଚାରକ।
13
ଈଶ୍ୱରଙ୍କଠାରୁ କୌଣସି ବିଷୟ ଗୁପ୍ତ ନୁହେୁଁ; ସମୁଦାୟ ସୃଷ୍ଟିରେ ସମୟ ବଷୟ ତାହାଙ୍କ ସର୍ବଦର୍ଶୀ ଚକ୍ଷୁ ସମ୍ମୁଖରେ ଅନାଚ୍ଛାଦିତ ଓ ଉନ୍ମୁକ୍ତ। ସେହି ଈଶ୍ୱରଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ ହିସାବ ଦେବାକୁ ପଡ଼ିବ।
14
ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।
15
ଯେ ଆମର ଦୋଷ ଦୁର୍ବଳତା ଅନୁଭବ କରି ପାରନ୍ତି ନାହିଁ, ସେପରି ମହାଯାଜକ ସେ ନୁଦ୍ନ୍ି। ବରଂ ଆମ ମହାଯାଜକ, ଆମ ପରି ନାନା ପ୍ରକାରେ ପ୍ରଲୋଭିତ ହୋଇଥିଲେ, କିନ୍ତୁ ସେ ନିଷ୍ପାପ ରହିଲେ;
16
ତେଣୁ ଆମେ ସାହସ ସହକାରେ ଈଶ୍ୱରଙ୍କ ଦୟା-ସିଂହାସନ ନିକଟକୁ ଯାଇପାରୁ। ସେଠାରେ ଆମର ପ୍ରୟୋଜନ ସମୟରେ ଆମର ଉପକାର ନିନ୍ତେ ଦୟା ଓ ଅନୁଗ୍ରହ ଲାଭ କରିବୁ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 5 →
All chapters:
1
2
3
4
5
6
7
8
9
10
11
12
13