bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Hebrews 13
Hebrews 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
1
ଖ୍ରୀଷ୍ଟବିଶ୍ୱାସୀ ଭାଇମାନେ ପରସ୍ପରକୁ ପ୍ରେମ କରୁଥାଅ। ଆଗନ୍ତୁକମାନଙ୍କୁ ତୁମ ଗୃହରେ ଆତିଥ୍ୟ ପ୍ରଦାନ କର।
2
ଏହା କରିବା ଦ୍ୱାରା କେହି କେହି ଅଜାଣତରେ ସ୍ୱର୍ଗଦୂତମାନଙ୍କର ଆତିଥ୍ୟ କରିଛନ୍ତି।
3
କାରାଗାରରେ ଥିବା ଲୋକମାନଙ୍କ ସହିତ ତୁମେ ନିଜେ କାରାବାସ ଭୋଗ କରୁଥିବା ପରି ଭାବି ସେମାନଙ୍କୁ ସ୍ମରଣ କର। ଦୁଃଖ କ୍ଳେଶ ଭୋଗ କରୁଥିବା ଲୋକମାନଙ୍କ ସହିତ ସମଦୁଃଖ ଅନୁଭବ କରି ସେମାନଙ୍କୁ ସ୍ମରଣ କର।
4
ବିବାହ ସମସ୍ତଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ହେଉ, ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ। ଈଶ୍ୱର କାମକୁ ଓ ପାରଦାରିକମାନଙ୍କର ବିଚାର କରିବେ।
5
ଧନ ଲାଳସାରୁ ନିବୃତ୍ତ ହୁଅଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ। କାରଣ ଈଶ୍ୱର କହିଛନ୍ତି, “ମୁଁ ତୁମକୁ ପରିତ୍ୟାଗ କରିବ ନାହିଁ, ମୁଁ ତୁମକୁ କେବେ ବଜୀନ କରିବି ନାହିଁ।”
6
ଏଣୁ ଆମ୍ଭେମାନେ ସାହସରେ କହି ପାରିବା, “ପ୍ରଭୁ ମୋର ସହିୟକ। ମୁଁ ଭୟ କରିବି ନାହ, କିଏ ମୋର ଅନିଷ୍ଟ କରିପାରେ?”
7
ଯେଉଁ ନେତାମାନେ ପୂର୍ବେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇ ଥିଲେ, ସେମାନଙ୍କୁ ସ୍ମରଣ କର। ସେମାନଙ୍କର ଜୀବନ ତଥା ମୃତ୍ୟୁ କି ପ୍ରକାର ଥିଲା, ତାହା ସ୍ମରଣ କରି ସେମାନଙ୍କର ବିଶ୍ୱାସକୁ ନିଜ ଜୀବନରେ ରୂପାୟିତ କର।
8
ଯୀଶୁ ଖ୍ରୀଷ୍ଟ ଗତ କାଲି, ଆଜି ଓ ଚିରକାଳ ସମଭାବରେ ବିଦ୍ୟମାନ।
9
ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।
10
ଆମ୍ଭମାନଙ୍କର ଯେଉଁ ଦିବ୍ୟ ବେଦୀ ଅଛି, ସେଥିରେ ଥିବା ନୈବେଦ୍ୟ ଭୋଜନ କରିବାକୁ ଇହୁଦୀ ମହାଯାଜକମାନଙ୍କର ଅଧିକାର ନାହିଁ।
11
ଇହୁଦୀ ମହାଯାଜକ ବଳି ଦିଆଯୋଇଥିବା ପଶୁର ରକ୍ତ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ ଉତ୍ସର୍ଗ କରିବାକୁ ମହାପବିତ୍ର ସ୍ଥାନକୁ ନେଇ ଯାଆନ୍ତି; କିନ୍ତୁ ଉକ୍ତ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ କରାଯାଏ।
12
ସେହିପରି ଯୀଶୁ ମଧ୍ୟ ନିଜ ରକ୍ତ ଦ୍ୱାରା ଲୋକମାନଙ୍କୁ ପାପରୁ ପରିଶୁଦ୍ଧ କରିବାପାଇଁ ନଗର ବାହାରେ ମୃତ୍ୟୁ ଭୋଗ କଲେ।
13
ତେଣୁ ଯିବା ଏବଂ ତାଙ୍କ ସହ ନିନ୍ଦା, ଅପମାନ ସହ୍ୟ କରିବା।
14
କାରଣ ଆମ ପାଇଁ ଏ ଜଗତରେ କୌଣସି ସ୍ଥାୟୀ ନଗର ନାହିଁ; ଯେଉଁ ନଗର ଭବିଷ୍ୟତରେ ସ୍ଥାପିତ ହେବ, ଆମେ ସେହି ନଗର ଅପେକ୍ଷାରେ ଅଛୁ।
15
ଅତଏବ ଆସ, ଆମେ ଯଈଶୁଙ୍କୁ ମଧ୍ୟସ୍ଥତାରେ ଈଶ୍ୱରଙ୍କୁ ଆମର ପ୍ରଶଂସାରୂପ ବଳି ଉତ୍ସର୍ଗ କରିବା। ଏହି ବଳି ଯୀଶୁଙ୍କୁ ‘ପ୍ରଭୁ’ ବୋଲି ସ୍ୱୀକାର କରୁଥିବା ଓଷ୍ଠଧର ସ୍ୱାରା ଉଓôର୍ଗିତ।
16
ଅନ୍ୟମାନଙ୍କର ଉପକାର କରିବାକୁ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ଭୁଲିଯାଅ ନାହିଁ, କାରଣ ଏହିସବୁ ହିଁ ଈଶ୍ୱରଙ୍କ ସନ୍ତୋଷଜନକ ବଳି, ସ୍ୱରୂପ।
17
ତୁମ ନେତାମାନଙ୍ପକର ଆଜ୍ଞାବହ ହୁଅ, ସେମାନଙ୍କର ଆଦେଶ ପାଳନ କର। ସେମାନେ ପ୍ରହରୀ ସ୍ୱରୂପ ତୁମ୍ମାନଙ୍କର ଆତ୍ମାର ସୁରକ୍ଷା ପାଇଁ ଅବିଶ୍ରାନ୍ତ ଭାବରେ ଜଗି ରହିଛନ୍ତି, କାରଣ ସେମାନଙ୍କୁ ଈଶ୍ୱରଙ୍କ ନିକଟରେ ନିଜ କାର୍ଯ୍ୟର ହିସାବ ଦେବାକୁ ପଡ଼ିବ। ତୁମ୍ଭେମାନେ ଯଦି ସେମାନଙ୍କର ଆଜ୍ଞାବହ ହୁଅ, ତେବେ ସେମାନେ ଆନନ୍ଦ ମନରେ ନିଜର କାର୍ଯ୍ୟ କରିବେ, କିନ୍ତୁ ଯଦି ତା’ ନ କର, ତେବେ ସେମାନେ ବିଷଣ୍ଣ ମନରେ ତା’ କରିବେ ଏବଂ ଏହା ତୁମ ପକ୍ଷରେ ମଙ୍ଗଳଜନକ ହେବ ନାହିଁ।
18
ଆମ ପାଇଁ ପ୍ରାର୍ଥନା କରୁଥାଅ। ଆମ ବିବେକ ଯେ ନିର୍ମଳ, ଏଥିରେ ସନ୍ଦେହ ନାହିଁ, କାରଣ ସର୍ବଦା ନ୍ୟାୟୋଚିତ କାଯ୍ର୍ୟ୍ର କରିାବକୁ ଆମର ଏକାନ୍ତ ଇଚ୍ଛା।
19
ପୁଣି, ଈଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ପଠାଇ ଦିଅନ୍ତୁ, ତୁମ୍ଭେମାନେ ମୋ’ ପାଇଁ ଏହି ପ୍ରାର୍ଥନା କରୁଥାଅ। ଏହା ତୁମ୍ଭମାନଙ୍କ ନିକଟରେ ମୋର ଆନ୍ତରିକ ନିବେଦନ।
20
ଯେ ନିଜର ପ୍ରାଣବଳି ଦ୍ୱାରା ମେମଷମାନଙ୍କର ‘ପ୍ରଧାନ ମେଷପାଳକ’ ହୋଇଛନ୍ତି, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁଙ୍କୁ ଈଶ୍ୱର ମୃତ୍ୟରୁ ପୁନରୂତ୍ଥିତ କରିଛନ୍ତି। ସେହି ଯୀଶୁଙ୍କୁ ପ୍ରାଣବଳିର ରକ୍ତରେ ଏକ ଚିରସଥାୟୀ ଚୁକ୍ତି ମୁଦ୍ରାଙ୍କିତ ହୋଇଛି। ଶାନ୍ତିଦାତା ଈଶ୍ୱର ତାଙ୍କର ଇଚ୍ଛା ପାଳନ କରିବା ପାଇଁ ତୁମମାନଙ୍କର ପ୍ରୟୋଜନ ଅନୁସାରେ ସମସ୍ତ ଉତ୍ତମ ବିଷୟ ଦାନ କରନ୍ତୁ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ଜୀବନରେ ତାଙ୍କର ସନ୍ତୋଷଜନକ କାର୍ଯ୍ୟ ସାଧନ କରନ୍ତୁ। ଯୁଗେ ଯୁଗେ ଖ୍ରୀଷ୍ଟଙ୍କର ମହିମା ହୋଉ। ଆମେନ୍।
22
ହେ ଭାଇମାନେ, ଅନୁରୋଧ କରୁଛି, ମୋର ଏହି ନାତିଦୀର୍ଘ ପତ୍ରର ବାର୍ତ୍ତା ପ୍ରତି ଧୈର୍ଯ୍ୟର ସହିତ ମନୋଯୋଗ କର। ତୁମ୍ଭମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ମୁଁ ଲେିଖିଛି।
23
ଆମ ଭାଇ ତୀମଥି କାରାଗାରରୁ ମୁକ୍ତି ପାଇଛନ୍ତି ବୋଲି ଜାଣିବ। ସେ ଯଦି ଶୀଘ୍ର ଆସନ୍ତି, ତେବେ ମୁଁ ତାଙ୍କୁ ସଙ୍ଗରେ ନେଇ ତୁମ୍ଭମାନଙ୍କ ନିକଟକୁ ଯିବି।
24
ତୁମ୍ମାନଙ୍କର ନେତୃବର୍ଗ ତଥା ଖ୍ରୀଷ୍ଟବିଶ୍ୱାସୀମାନଙ୍କୁ ଆମର ଶୁଭେଚ୍ଛା ଜଣାଇବ। ଲାଲି ଦେଶରୁ ଆଗତ ଭାଇମାନେ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
25
ତୁମ ସମସ୍ତଙ୍କ ନିକଟରେ ଈଶ୍ୱରଙ୍କ ଅନୁଗ୍ରହ ବିରାଜମାନ ହେଉ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
All chapters:
1
2
3
4
5
6
7
8
9
10
11
12
13