bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 10
Exodus 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 11 →
1
ପଙ୍ଗପାଳ ଦଳ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ। ମୁଁ ତାଙ୍କୁ କଠୋର କରିଛି ଏବଂ କର୍ମଗ୍ଭରୀମାନଙ୍କୁ ମଧ୍ୟ କଠୋର ହୃଦୟ କରିଛି। ମୁଁ ଏପରି କରିଅଛି ଯଦ୍ଦ୍ୱାରା ମୁଁ ସେମାନଙ୍କୁ ମୋର ଶକ୍ତିଶାଳୀ ଅଦ୍ଭୂତ କର୍ମ ଦେଖାଇ ପାରିବି.
2
ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହେବ, ମୁଁ କିପରି ମିଶରୀୟମାନଙ୍କୁ ତାଚ୍ଛଲ୍ୟ କଲି ଏବଂ ଅଦ୍ଭୂତ କର୍ମ ବିଷୟରେ କହିପାରିବ ଯାହା ମୁଁ ମିଶରରେ କରିଅଛି। ଏହା ପରେ ତୁମ୍ଭେମାନେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।”
3
ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ।
4
ତୁମ୍ଭେମାନେ ଯଦି ମୋର ଲୋକମାନଙ୍କୁ ଯିବାକୁ ନ ଦିଅ, ତେବେ କାଲି ତୁମ୍ଭ ରାଜ୍ୟକୁ ପଙ୍ଗପାଳ ଦଳ ଆଣିବି।
5
ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସେମାନେ ଏତେ ସଂଖ୍ୟକ ହେବେ ଯେ, ତୁମ୍ଭେମାନେ ଆଉ ଭୂମି ଦେଖି ପାରିବ ନାହିଁ। ଯେକୌଣସି ଦ୍ରବ୍ୟ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସେମାନେ କ୍ଷେତ୍ର ମଧ୍ୟସ୍ଥ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷ୍ୟଣ କରିବେ।
6
ପଙ୍ଗପାଳଦଳ ତୁମ୍ଭର ଗୃହ, ତୁମ୍ଭର କର୍ମଗ୍ଭରୀମାନଙ୍କର ଗୃହ ଏପରିକି ମିଶରର ସମସ୍ତ ଗୃହ ପଙ୍ଗପାଳରେ ପୂର୍ଣ୍ଣ ହୋଇଯିବ। ଏତେ ପଙ୍ଗପାଳ ତୁମ୍ଭର ପୂର୍ବପୁରୁଷଗଣ ପୂର୍ବରୁ କେବେ ଦେଖି ନ ଥିବେ। ଏପରିକି ମିଶରକୁ ତୁମ୍ଭର ପୂର୍ବପୁରୁଷଗଣ ଆସିବା ଦିନଠାରୁ ବର୍ତ୍ତମାନ ଯାଏ ଏତେ ପଙ୍ଗପାଳ ହୋଇ ନ ଥିବ।’” ଏହା ପରେ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଲେ।
7
ଏହା ପରେ ଫାରୋଙ୍କର କର୍ମଗ୍ଭରୀମାନେ ତାଙ୍କୁ କହିଲେ, “କେତେଦିନ ଯାଏ ଏ ମନୁଷ୍ୟ ଆମ୍ଭମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ। ସେମାନଙ୍କୁ ଯିବାକୁ ଦିଅ ଏବଂ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ଉପାସନା କରିବାକୁ ଦିଅ। ତୁମ୍ଭେ ଅନୁଭବ କରୁ ନାହଁ କି ମିଶର ଧ୍ୱଂସ ହେଉଅଛି ବୋଲି?”
8
ତେଣୁ ଫାରୋ ତାଙ୍କର କର୍ମଗ୍ଭରୀମାନଙ୍କୁ ଆଜ୍ଞା ଦେଲେ ଯେ, ତୁମ୍ଭେମାନେ ମୋଶା ଓ ହାରୋଣଙ୍କୁ ଫେରାଇ ଆଣ। ଫାରୋ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଉପାସନା କର। କିନ୍ତୁ ମୋତେ କୁହ, କେଉଁମାନେ ଯିବ?”
9
ମୋଶା ଉତ୍ତର ଦେଲେ, “ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ୟ ଯିବେ। ଆମ୍ଭେମାନେ ସମସ୍ତେ ଯିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସବ ହେବ।”
10
ଫାରୋ ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭ ସହିତ ରହିବା ଉଚିତ୍, ଯଦି ମୁଁ ତୁମ୍ଭର ପିଲାମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଏ! ଦେଖ, ତୁମ୍ଭେମାନେ ତୁମ୍ଭ ନିଜ ପାଇଁ ଅସୁବିଧା କରୁଛ।
11
ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କେବଳ ସେହି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ଯାଇ ପାରିବେ ନାହିଁ।” ଏହା ପରେ ସେ ହାରୋଣ ଓ ମୋଶାଙ୍କୁ ବିଦାୟ ଦେଲେ।
12
ସଦାପ୍ରଭୁ ମୋଶାଙ୍କୁ କହିଲେ, “ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶରରେ ମାଡ଼ିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହା ସବୁ ସେମାନେ ଖାଇଯିବେ।”
13
ତେଣୁ ମୋଶା ତାଙ୍କର ଆଶାବାଡ଼ିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହା ପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ଜୋର୍ରେ ପବନ ବୁହାଇଲେ। ଏହି ପବନ ଦିନ ଓ ରାତି ତମାମ ଲାଗି ରହିଲା। ପ୍ରଭାତ ହେବାରୁ ସେହି ପବନ ଦ୍ୱାରା ପଙ୍ଗପାଳ ଦ୍ୱାରା ମିଶର ଭୂମି ପରିପୂର୍ଣ୍ଣ ହୋଇଗଲା।
14
ପଙ୍ଗପାଳ ଦଳ ଉଡ଼ିଆସି ମିଶର ଦେଶରେ ଭୂମିସ୍ଥ ହେଲେ। ଏତେ ସଂଖ୍ୟାରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ୟକ ପଙ୍ଗପାଳ ଦଳ ମିଶରରେ କଦାପି ଦେଖାଯାଇ ନ ଥିଲେ।
15
ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହୋଇଗଲା। ପଥର ବର୍ଷାରେ ଯାହାସବୁ ନଷ୍ଟ ହୋଇ ନ ଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶରରେ କୌଣସି ବୃକ୍ଷରେ ଆଉ ପତ୍ର ରହିଲା ନାହିଁ।
16
ଫାରୋ ବ୍ୟଗ୍ରତାର ସହକାରେ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ କହିଲେ, “ମୁଁ ତୁମ୍ଭର ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ପାପ କରିଅଛି।
17
ଏଇ ଥରକ ପାଇଁ ମୋତେ କ୍ଷମା କର। ଏହି ‘ମାରାତ୍ମକ’ ପଙ୍ଗପାଳଗୁଡ଼ିକୁ ଦୂରେଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କର।”
18
ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।
19
ତେଣୁ ସଦାପ୍ରଭୁ ପବନର ଦିଗ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବେଗରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡ଼ାଇ ନେଇ ଲୋହିତ ସୂଫ ସାଗରରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶରରେ ରହିଲେ ନାହିଁ।
20
କିନ୍ତୁ ସଦାପ୍ରଭୁ ପୁନରାୟ ଫାରୋଙ୍କ ହୃଦୟ କଠୋର କଲେ। ଯେଉଁଥିରେ ଫାରୋ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।
21
ମିଶରେ ଅନ୍ଧକାରାଚ୍ଛନ୍ନ ହେଲା ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହସ୍ତ ଆକାଶ ଆଡ଼କୁ ଉଠାଅ। ତାହାହେଲେ ମିଶର ଦେଶ ଅନ୍ଧକାରରେ ଆଚ୍ଛାଦିତ ହେବ। ମିଶରୀୟମାନେ ଅନ୍ଧକାରରେ ଦରାଣ୍ଡି ହେବେ।”
22
ତେଣୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ତାଙ୍କର ହସ୍ତ ଆକାଶ ଆଡ଼କୁ ଉଠାଇଲେ। ତା’ପରେ ଅନ୍ଧକାର, ସାରା ମିଶର ଦେଶକୁ ଆଚ୍ଛାଦନ କଲା। ଏହି ଅନ୍ଧକାର ମିଶରରେ କ୍ରମାଗତ ତିନି ଦିନ ରହିଲା।
23
ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଦେଖି ପାରିଲା ନାହିଁ। କେହି କୁଆଡ଼େ ଯାଇ ପାରିଲେ ନାହିଁ । କିନ୍ତୁ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ ସେଠାରେ ଅନ୍ଧକାର ନ ଥିଲା।
24
ପୁନରାୟ ଫାରୋ ମୋଶାଙ୍କୁ ଡାକିଲେ ଏବଂ କହିଲେ, “ଯାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ସାଙ୍ଗରେ ନେଇଯାଅ। କିନ୍ତୁ ତୁମ୍ଭର ମେଷଗୁଡ଼ିକୁ ଓ ଗୋରୁଗାଈଗୁଡ଼ିକ ନିଅ ନାହିଁ।”
25
ମୋଶା କହିଲେ, “ତୁମ୍ଭେ ନିଜେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କର ପରମେଶ୍ୱରଙ୍କର ଉପାସନା ପାଇଁ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।
26
ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନେବୁ। ଏଠାରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। କ’ଣ ଦେଇ ସଦାପ୍ରଭୁଙ୍କର ଉପାସନା କରିବାକୁ ହେବ, ତାହା ଆମ୍ଭେମାନେ ସେଠାରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ୟ ସଙ୍ଗରେ ନେଇ ଯିବାକୁ ହେବ।”
27
ସଦାପ୍ରଭୁ ଫାରୋଙ୍କର ହୃଦୟକୁ ପୁଣି କଠୋର କଲେ, ତେଣୁ ଫାରୋ ସେମାନଙ୍କୁ ଆଉ ଯିବାକୁ ଦେଲେ ନାହିଁ।
28
ଏହା ପରେ ଫାରୋ ମୋଶାଙ୍କୁ କହିଲେ, “ମୋ’ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ୟୁବରଣ କରିବ।”
29
ଏହା ପରେ ମୋଶା ଫାରୋଙ୍କୁ କହିଲେ, “ତୁମ୍ଭେ ଗୋଟିଏ ଠିକ୍ କଥା କହିଛ, ମୁଁ ତୁମ୍ଭକୁ ଆଉ ଦେଖା କରିବାକୁ ଆସିବି ନାହିଁ।”
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40